spot_img
Home Blog Page 6510

ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ଦେହାନ୍ତ: କିଛି ଦିନ ପୂର୍ବେ କରୋନାରୁ ସୁସ୍ଥ ହୋଇଥିଲେ

ଲକ୍ଷ୍ମୌ: ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟର ବରିଷ୍ଠ ନେତା  କେଶୁଭାଇ ପଟେଲଙ୍କ ପରଲୋକ । ଗୁରୁବାର ସକାଳେ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବଂ ସେଠାରେ ଡାକ୍ତରଙ୍କ ବହୁ ଚେଷ୍ଟା ପରେ ମଧ୍ୟ କିଛି ସୁଫଳ ମିଳିନଥିଲା । ଏବଂ ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା ।

 ସୂଚନା ଯୋଗ୍ୟ, କିଛି ଦିନ ପୂର୍ବେ କେଶୁଭାଇ ପଟେଲ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା । ପରେ ସେ ଏଥିରୁ ଆରୋଗ୍ୟ ଲାଭ ମଧ୍ୟ କରିଥିଲେ  । କିନ୍ତୁ ଏହା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିବା ତାଙ୍କ ପୁତ୍ର କହିଛନ୍ତି । ଗୁରୁବାର ସକାଳେ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ମେଡିକାଲ ନିଆଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ସୁଧାର ଆସିନଥିଲା । ଏବଂ ସେଠାରେ ସେ ଆଖି ବୁଜିଥିଲେ ।  ଘଟଣା ସମ୍ପର୍କରେ ଅବଗତ ହେବା ପରେ  ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ତାଙ୍କ ପରିବାର ଲୋକଙ୍କ ସହ କଥା ହୋଇ ଶୋକ ବ୍ୟକ୍ତ କରିବା ସହ ସମବେଦନା ଜଣାଇଥିଲେ ।

Image

କେଶୁଭାଇ ପଟେଲ ୨ ଥର ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ୧୯୯୫ ଓ ୧୯୯୮ ମସିହାରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ୨୦୦୧ ମସିହାରୁ ତାଙ୍କୁ ନଜ ପଦରୁ ଇସ୍ତଫା ଦେବାକୁ ପଡ଼ିଲା । କେଶୁଭାଇ ପଟେଲ ୨ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ସୁଦ୍ଧା ସେ ତାଙ୍କ କାର୍ଯ୍ୟକାଳ ପୂରା କରିପାରିନଥିଲେ । ୨୦୦୧ରେ ତାଙ୍କ ଇସ୍ତଫା ପରେ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଥିଲେ । ଏବଂ ୨୦୧୪ ଯାଏଁ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । କେଶୁଭାଇ ୬ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୨ରେ ବିଜେପି ଛାଡ଼ିବା ସହ ଗୁଜୁରାଟ ପରିବର୍ତ୍ତନ ପାର୍ଟି ଗଠନ କରିଥିଲେ । ଏବଂ ବିଧାନସଭାକୁ ନର୍ବାଚିତ ହୋଇଥିଲେ । କିନ୍ତୁ ସ୍ୱାସ୍ଥ୍ୟଗତ କାରଣୁ ସେ ୨୦୧୪ରେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ ।

ଦଳ ବିରୋଧୀ କାର୍ଯ୍ୟ କଳାପ ପାଇଁ ୭ ବିଏସ୍‌ପି ବିଧାୟକ ନିଲମ୍ୱିତ: ଖୁବଶୀଘ୍ର ଏସ୍‌ପିରେ ସାମିଲ ହୋଇପାରନ୍ତି

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ୭  ବିଧାୟକ ନିଲମ୍ୱିତ । ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ​୭ ଜଣ ବିଧାୟକଙ୍କୁ ନିଲମ୍ବିତ କରିଛି ଦଳ । ବିଏସପି ସଭାପତି ମାୟାବତୀ ଏହି ୭ଜଣ ବିଧାୟକଙ୍କ ନିଲମ୍ବନ ନେଇ ଘୋଷଣା କରିଛନ୍ତି । ଏଥିସହିତ ମାୟାବତୀ କହିଛନ୍ତି ଯେ, ଏମଏଲସି ନିର୍ବାଚନରେ ​​ବିଏସପି ଉଚିତ୍ ଜବାବ ଦେବ । ଏଭଳି କି ଆବଶ୍ୟକ ପଡ଼ିଲେ ବିଜେପିକୁ ଭୋଟ ଦେବେ ବୋଲି କହିଛନ୍ତି ମୟାବତୀ ।

ବିଏସପି ବିଧାୟକ ଅସଲମ ରାଇନି (ଭୀନଗା-ଶ୍ରାବସ୍ତି), ଅସଲମ ଅଲ୍ଲୀ (ଢୋଲାନା-ହାପୁର), ମୁଜତାବା ସିଦ୍ଦିକି (ପ୍ରତାପପୁର-ଆହ୍ଲାବାଦ), ହାକିମ ଲାଲ ବିନ୍ଦ (ହାଣ୍ଡିଆ-ପ୍ରୟାଗରାଜ), ହରଗୋବିନ୍ଦ ଭର୍ଗବ (ସିଦ୍ଧୌଲି-ସୀତାପୁର), ସୁଷମା ପଟେଲ(ମୁଙ୍ଗରା ବାଦଶାହପୁର) ଏବଂ ଭନ୍ଦନା ସିଂ(ସଗଡି-ଆଜମଗଡ଼) ଦଳରୁ ନିଲମ୍ବିତ ହୋଇଛନ୍ତି।

ବିଏସପି ସଭାପତି ମାୟାବତୀଙ୍କ କହିବାନୁସାରେ, ଏମଏଲସି ନିର୍ବାଚନରେ ​​ସେ ଅନ୍ୟ ପ୍ରାର୍ଥୀଙ୍କୁ ପରାସ୍ତ କରିବାକୁ ସମ୍ପୂର୍ଣ୍ଣ ଗୁରୁତ୍ୱ ଦେବେ । ଏଥିପାଇଁ ଯଦି ତାଙ୍କୁ ବିଜେପିକୁ ଭୋଟ୍ ଦେବାକୁ ପଡିବ, ତାହେଲେ ସେମାନେ ଦେବେ । ୧୯୯୫ ମାମଲାକୁ ପ୍ରତ୍ୟାହାର କରିବା ତାଙ୍କର ବଡ ଭୁଲ ଥିଲା । ଏହା ସହିତ ମାୟାବତୀ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଥିଲେ।

ବିଏସପି ସଭାପତି ମାୟାବତୀଙ୍କ ପାର୍ଟି ନିଷ୍ପତ୍ତି ନେଇଛି ଯେ, ଯଦି ଅଖିଳେଶ ଯାଦବ ତାଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କୁ ରାଜ୍ୟସଭା ନିର୍ବାଚନରେ ​​ସୁଯୋଗ ଦେଉଛନ୍ତି, ତାହେଲେ ବିଏସପି ତାଙ୍କୁ ସମର୍ଥନ କରିବାକୁ ପ୍ରସ୍ତୁତ। ସପା ଶାସନ ସମୟରେ ମାଫିଆ ଏବଂ ଗୁଣ୍ଡାରାଜ ଚାଲିଥିଲା ଯାହା ସମସ୍ତେ ଜାଣିଛନ୍ତି । ଉଲ୍ଲେଖନୀୟ ଯେ, ବିଦ୍ରୋହୀ ବିଧାୟକ ଖୁବଶୀଘ୍ର ସମାଜବାଦୀ ପାର୍ଟିରେ ସାମିଲ ହୋଇପାରନ୍ତି । ସେମାନେ ଅଖିଳେଶ ଯାଦବଙ୍କୁ ଭେଟିସାରିଥିବା ସୂଚନା ରହିଛି ।

 

ଆନ୍ଧ୍ର ବ୍ୟାଙ୍କରେ ଅଗ୍ନିକାଣ୍ଡ: ଜରୁରୀ କାଗଜପତ୍ର ପୋଡ଼ିଯାଇଥିବା ସୂଚନା

0

ବୁର୍ଲା: ଆନ୍ଧ୍ର ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟରୁ ନିଆ ଲାଗିଥିବା ସୂଚନା । ଗୁରୁବାର ସକାଳୁ ବ୍ୟାଙ୍କ ଖୋଲିବା ବେଳକୁ ଧୂଆଁ ବାହାରୁଥିବା ଦେଖିଥିଲେ କର୍ମଚାରୀ । ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗକୁ ଏ ବାବଦରେ ସୂଚନା ଦେଇଥିଲେ । ସୂଚନା ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁଙ୍କୁ ଆୟତ କରିଛନ୍ତି । ଅଗ୍ନିକାଣ୍ଡରେ ବ୍ୟାଙ୍କର ପାଣି ଫ୍ରିଜର, ଏସି ଓ କିଛି କମ୍ପ୍ୟୁଟର ସହିତ ଜରୁରୀ କାଗଜପତ୍ର ପୋଡିଯାଇଥିବା ସୂଚନା ମିଲିଛି । ଗତକାଲି ରାତିରେ ନିଆଁ ଲାଗିଥିଲା ।

ଓଡିଶାରୁ ସମ୍ପୂର୍ଣ୍ଣ ବିଦାୟ ନେଇଛି ମୌସୁମୀ, ସୁଲୁସୁଲିଆ ପବନ ସହ ଧିରେ ଧିରେ ପ୍ରବେଶ କରୁଛି ଶୀତ

କାର୍ତ୍ତିକ ମାସ ଆରମ୍ଭ ନ ହେଉଣୁ ଆରମ୍ଭ ହୋଇଛି ଶୀତ: ସୋନପୁରର ତାପମାତ୍ରା ସର୍ବନିମ୍ନ ୧୩.୪ ଡିଗ୍ରୀ

0

ଭୁବନେଶ୍ୱର: ମୌସୁମୀ ଯାଇଛି ଆସିଛି ଶୀତ । କାର୍ତ୍ତିକ ମାସ ଆରମ୍ଭ ନ ହେଉଣୁ ରାଜ୍ୟରେ ଶୀତ ଲହରୀ ଅନୁଭୂତ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଥଣ୍ଡା ଅନୁଭୂତ ହେଉଛି । ସକାଳୁ ସକାଳୁ ଥଣ୍ଡା ପବନ ବହୁଥିବା ବେଳେ ସନ୍ଧ୍ୟା ଏବଂ ରାତିରେ ଥଣ୍ଡା ଅନୁଭୂତ ହେଉଛି । ରାଜ୍ୟର ପ୍ରାୟ ୧୮ ଟି ସହରର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି । ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ସର୍ବନିମ୍ନ ତାପମାତ୍ରା ୧୩.୪ ଡିଗ୍ରୀ ରହିଛି । ଅନୁଗୁଳରେ ବି ଥଣ୍ଡା ଅନୁଭୂତ ହେଉଛି । ଅନୁଗୁଳରେ ୧୩.୬ ଓ ଫୁଲବାଣୀରେ ୧୪.୫ ଡିଗ୍ରୀ ରହିଛି ତାପମାତ୍ରା । ଦାରିଙ୍ଗବାଡ଼ି ଓ ଭବାନୀପାଟଣାରେ ତାପମାତ୍ରା ୧୫ ଡିଗ୍ରୀ ରହିଛି । ଟ୍ବିନ୍‌ ସିଟିରେ ବି ଥଣ୍ଡାର ପ୍ରଭାବ ଅନୁଭୁତ ହେଉଛି । କଟକରେ ୧୯ ଡିଗ୍ରୀ ଓ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୯.୫ ଡିଗ୍ରୀ ରହିଛି ।

ଓଡିଶାରୁ ସମ୍ପୂର୍ଣ୍ଣ ବିଦାୟ ନେଇଛି ମୌସୁମୀ, ସୁଲୁସୁଲିଆ ପବନ ସହ ଧିରେ ଧିରେ ପ୍ରବେଶ କରୁଛି ଶୀତ

ନିକିତା ହତ୍ୟା ଘଟଣା: ତୃତୀୟ ଅଭିଯୁକ୍ତ ଗିରଫ, ତୈସିଫକୁ ଦେଇଥିଲା ବନ୍ଧୁକ

ଫରିଦାବାଦ: ଫରିଦାବାଦର ବଲ୍ଲଭଗଡ ହତ୍ୟାକାଣ୍ଡ । ବିଚରାସ୍ତାରେ ନିକିତାଙ୍କୁ ନିର୍ମମ ହତ୍ୟା କରାଯାଇଥିଲା । ଦିନ ଦିପହରେ କରାଯାଇଥିବା ଏହି ହତ୍ୟାକାଣ୍ଡ ସିସିଟିଭିରେ ରେକର୍ଡ ହୋଇଥିଲା । ଦିନ ଦିପହରେ ଜଣେ ଯୁବତୀଙ୍କୁ ହତ୍ୟାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି । ଫରିଦାବାଦର ନିକିତା ତୋମାର ହତ୍ୟା ମାମଲାରେ ତୃତୀୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ଅଜୁରୁକୁ ଗିରଫ କରାଯାଇଛି। ଅଜୁରୁ ହିଁ ମୁଖ୍ୟ ଅଭିଯୁକ୍ତ ତୈସିଫକୁ ବନ୍ଧୁକ ଦେଇଥିଲା । ଅନେକ ସ୍ଥାନରେ ଚଢାଉ କରିବା ପରେ ନୁହ ଜିଲ୍ଲାରୁ ଅଜୁରୁକୁ ଗିରଫ କରାଯାଇଛି । ଏଥି ସହ ଏହି ଘଟଣାରେ ବ୍ୟବହୃତ କାରର ମାଲିକକୁ ମଧ୍ୟ ପଚରାଉଚରା କରାଯାଇଛି ।

ସୂଚନାଯୋଗ୍ୟ ଯେ, ସୋମବାର ଅପରାହ୍ନ ପ୍ରାୟ ୪:୩୦ଟା ସମୟରେ ବଲ୍ଲଭଗଡରେ ଅଗ୍ରୱାଲ କଲେଜ ବାହାରେ ନିକିତା ତୋମାରଙ୍କୁ ହତ୍ୟା କରାଯାଇଥିଲା । ନିକିତା +୩ ଶେଷ ବର୍ଷର ଛାତ୍ରୀ ଥିଲେ । ମୁଖ୍ୟ ଅଭିଯୁକ୍ତ ତୈସିଫ ଏବଂ ତାଙ୍କ ସହଯୋଗୀ ରେହାନ ପ୍ରଥମେ ନିକିତାଙ୍କୁ ଅପହରଣ କରିବାକୁ ଚେଷ୍ଟା କରିଥିଲେ । ଏବଂ ବିଫଳ ହୋଇଥିବାରୁ ନିକିତାଙ୍କୁ ଗୁଳି କରି ହତ୍ୟା କରିଥିଲେ।

ଘଟଣାର କିଛି ଘଣ୍ଟା ପରେ ପୋଲିସ ତୈସିଫ ଓ ରେହାନକୁ ଗିରଫ କରିଥିଲା । ପୋଲିସକୁ ଏଯାଏଁ ଅଭିଯୁକ୍ତ ତୈସିଫର ମୋବାଇଲ ଫୋନ୍ ମିଳିନାହିଁ । ପୋଲିସ ଅନୁସାରେ, ଏହି ଅପରାଧ କରିବା ପରେ ତୈସିଫ ନିଜ ଫୋନ ଭାଙ୍ଗି ଫିଙ୍ଗି ଦେଇଥିବା ସୂଚନା ମିଳିଛି । ବର୍ତ୍ତମାନ ଏସଆଇଟିର ଟିମ୍ ସେହି ସ୍ଥାନରେ ରହି ତଦନ୍ତ କରୁଛନ୍ତି ।

ବୋମା ଭିଡ଼ୁଥିବା ବେଳେ ଅଘଟଣ: ବିସ୍ଫୋରଣରେ ଜଣେ ମୃତ, ୨ ଜଣ ଗୁରୁତର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବଡ଼ଗଡ଼ ଥାନା ଭୀମପୁର ଗାଁରେ ଅଭାବନୀୟ ଘଟଣା ।  ବୋମା ଭିଡୁଥିବା ବେଳେ ବିସ୍ପୋରଣ, ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି ।  ମୃତକ ଜଣକ ହେଲେ ବୁଲୁ ମଲିକ l ଗୁରୁତର 2 ଜଣ ନନ୍ଦିଆ ନାଇକ ଓ ପ୍ରକାସ ମାଝୀ l ସମସ୍ତେ ଭୀମପୁର ଗାଁର ବୋଲି ଜଣାପଡିଛି l ଆହତ ୨ ଜଣଙ୍କୁ ଚିକିତ୍ସା ନିମନ୍ତେ ବଡ଼ଗଡ଼ ମେଡିକାଲକୁ ନିଆଯାଇଛି l ଆସିକା ଏସଡିପିଓ ଓ ବଡଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି ।

ରାଜଧାନୀରେ ମାତିଛନ୍ତି ଲୁଟେରା: ଖଣ୍ଡାରେ ହାଣି ଲୁଟିନେଲେ ସୁନା ଚେନ୍

 

ଜଳାପୁଟ ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ି ଘଟଣା: ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

0

କୋରାପୁଟ: ଜଳାପୁଟ ଜଳ ଭାଣ୍ଡର ପାଡୁଆ ଘାଟରେ ଡଙ୍ଗା ବୁଡି ଘଟଣାରେ ନିଖୋଜ ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ପୂର୍ବରୁ ୨ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଅଗ୍ନିଶମ ବିଭାଗ ଓ କୋରାପୁଟ ଓ ଓଡ୍ରାଫ ଟିମ ନିଖୋଜ ୩ ଯୁବକଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ୪ଦିନ ହେଲା ପାଡୁଆ ଘାଟରେ ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ନିଖୋଜ ଚିତ୍ର ଖିଲଙ୍କ କୌଣସି ସନ୍ଧାନ ମିଳୁନଥିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡିଥିଲେ । ଗତ ରବିବାର ଦିନ ପାଡୁଆ ଗାଁର ୫ଜଣ ଯୁବକ ନିକଟସ୍ଥତ ଗାଁ କୁ ଦଶହରା ଉତ୍ସାବ ଦେଖିବାକୁ ଏକ କାଠ ଡଙ୍ଗାରେ ଯାଉଥିବା ବେଳେ ମଝି ଜଳ ଭାଣ୍ଡରରେ ଡଙ୍ଗା ବୁଡି ଯାଇଥିଲା । ଫଳରେ ୫ଜଣ ଯୁବକ ପାଣିରେ ବୁଡି ଯାଇଥିଲେ  । ସେଥି ମଧ୍ୟରୁ ୨ଜଣ ଯୁବକ ପହଁରି ପହଁରି ନିଜ ଜୀବନକୁ ବଞ୍ଚାଇଥିଲେ । ଅନ୍ୟ ୩ଜଣ ନିଖୋଜ ହୋଇଯାଇଥିଲେ । ମନୋଜ ହାନ୍ତାଲ ଓ ପ୍ରଶାନ୍ତ ଖରାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇ ଶବ ସତ୍କାର କରାଯାଇଥିବା ବେଳେ ଆଜି ସକାଳୁ ଚିତ୍ର ଖିଲଙ୍କ ମୃତ ଦେହ କୁ ବଡେଲା ଅଞ୍ଚଳରୁ ଉଦ୍ଧାର କରାଯାଇଛି ।

ସାଂସଦଙ୍କୁ ହତ୍ୟା ପାଇଁ ଦେଇଥିଲେ ୨ କୋଟି ଟଙ୍କାର ସୁପାରି

ଆତଙ୍କବାଦ ବିରୋଧରେ ଫ୍ରାନ୍ସକୁ ଭାରତର ସମର୍ଥନ: ମାକ୍ରୋନଙ୍କ ସମାଲୋଚନାକୁ ଭାରତର ନାପସନ୍ଦ

ନୂଆଦିଲ୍ଲୀ: ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ନିଜ ଟିପ୍ପଣୀ ଲାଗି ବିଭିନ୍ନ ଦେଶ ଦ୍ୱାରା ସମାଲୋଚିତ ହୋଇଛନ୍ତି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ । ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଉପରେ ଏଭଳି ବ୍ୟକ୍ତିଗତ ଆକ୍ରମଣକୁ ନାପସନ୍ଦ କରିଛି ଭାରତ । ମାକ୍ରୋନଙ୍କ ବିରୋଧରେ ଏଭଳି ଆକ୍ରମଣ ଗ୍ରହଣୀୟ ନୁହେଁ ବୋଲି ଭାରତ ସ୍ପଷ୍ଟ କରିଛି । ଏହାସହ ଭାରତରେ ଫ୍ରାନ୍ସ ଶିକ୍ଷକଙ୍କୁ ନିର୍ମମ ଭାବେ ହତ୍ୟାକୁ ମଧ୍ୟ ନିନ୍ଦା କରାଯାଇଛି । ସରକାର ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି ଯେ, ଏହି ଘଟଣା ସମଗ୍ର ବିଶ୍ୱକୁ ଚକିତ କରିଛି । ଆମେ ପୀଡ଼ିତଙ୍କ ପରିବାର ଏବଂ ଫ୍ରାନ୍ସର ଲୋକଙ୍କୁ ସମବେଦନା ଜଣାଉଛୁ । ସୂଚନାଯୋଗ୍ୟ ଯେ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ତାଙ୍କ ବିବୃତ୍ତିରେ ଚରମପନ୍ଥୀ ଇସଲାମକୁ ସମାଲୋଚନା କରିଥିଲେ ଏବଂ ଶିକ୍ଷକଙ୍କ ହତ୍ୟାକୁ ‘ଇସଲାମିକ ଆତଙ୍କବାଦୀଙ୍କ ଆକ୍ରମଣ’ ବୋଲି କହିଥିଲେ । ସେ କହିଥିଲେ ଯେ, ବର୍ତ୍ତମାନ ସେହି ଲୋକମାନେ ଭୟଭୀତ ହେବେ , ଯେଉଁମାନେ ଫ୍ରାନ୍ସର ଲୋକଙ୍କୁ ଭୟଭୀତ କରିବାକୁ ଚାହୁଁଛନ୍ତି ।

ଅନେକ ଦେଶରେ ମାକ୍ରୋନକୁ ବିରୋଧ

ମାକ୍ରୋନଙ୍କ ବିବୃତ୍ତିକୁ ନେଇ ବିଶ୍ୱରେ ଅନେକ ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି । ବାଂଲାଦେଶର ରାଜଧାନୀ ଢାକାରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ଏହା ବିରୋଧରେ ପ୍ରଦର୍ଶନ କରିଥିଲେ । ଅନେକ ଆରବ ଦେଶଗୁଡ଼ିକ ଫ୍ରାନ୍ସର ଫ୍ରାନ୍ସର ସାମଗ୍ରୀକୁ ବହିଷ୍କାର କରିବା ଆରମ୍ଭ କରିଦେଇଛନ୍ତି । କୁଏତ, ଜୋଡାନ ଏବଂ କତାର କିଛି ଦୋକାନରୁ ଫରାସୀ ସାମଗ୍ରୀ ହଟାଇ ଦିଆଯାଇଛି । ଲିବିଆ, ସିରିଆ ଏବଂ ଗାଜାରେ ମଧ୍ୟ ଫ୍ରାନ୍ସ ବିରୋଧରେ ପ୍ରଦର୍ଶନ କରାଯାଇଛି ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୯ ହଜାରରୁ ଅଧିକ ଆକ୍ରାନ୍ତ, ୫୧୭ ମୃତ

ନୂଆ ଦିଲ୍ଲୀ: ଦେଶରେ ଦିନକରେ ୪୯ ହଜାର ୮୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୭ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୦ଲକ୍ଷ ୪୦ହଜାର ୨୦୩ରେ ପହଞ୍ଚିଛି । ଆକ୍ଟିଭ କେସ୍ ୬ଲକ୍ଷ ୩ହଜାର ୬୮୭ଥିବା ବେଳେ କରୋନାରୁ ସୁସ୍ଥ ହେଲେଣି ୭୩ଲକ୍ଷ ୧୫ହଜାର ୯୮୯ଜଣ । କରୋନାରେ ଲକ୍ଷେ ୨୦ହଜାର ୫୨୭ଜଣଙ୍କ ମୃତ୍ୟୁ ହେଲାଣି ।

ମହାରାଷ୍ଟ୍ରରେ ସର୍ବାଧି ସଂକ୍ରମିତ ୧୬ ଲକ୍ଷ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୪୩ହଜାର ୫୫୪ରେ ପହଞ୍ଚିଛି । ସେପଟେ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷରୁ ଅଧିକ ଲେଖାଏଁ ହେଲାଣି । କେରଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢିଥିବା ବେଳେ ଦିଲ୍ଲୀରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଦିନକରେ ୫ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ବଢୁଛି କୋଭିଡ୍ ଗ୍ରାଫ୍ । ଦିଲ୍ଲୀରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୭୦ହଜାର ୧୩ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୬ହଜାର ଟପିଲାଣି ।

ଏହା ଏକ ଆଶ୍ୱସ୍ତିର ବିଷୟ ଯେ, ମୃତ୍ୟୁହାରରେ କ୍ରମାଗତ ହ୍ରାସ ଦେଖିବାକୁ ମିଳିଛି । ଏବଂ ସକ୍ରିୟ ମାମଲା ମଧ୍ୟ କମିବାରେ ଲାଗିଛି। ଏହା ସହିତ ଭାରତରେ ସୁସ୍ଥତା ହାର ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ସବୁଠାରୁ ଅଧିକ ସକ୍ରିୟ ମାମଲା ମହାରାଷ୍ଟ୍ରରେ ରହିଛି । ସକ୍ରିୟ ମାମଲା କ୍ଷେତ୍ରରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। କରୋନା ସଂକ୍ରମଣ ସଂଖ୍ୟା ଅନୁସାରେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଦେଶ ।

 

ସ୍ୱାଧୀନତା ସଂଗ୍ରାମର ପ୍ରଥମ ଓଡ଼ିଆ ଶହୀଦ ଜୟୀ ରାଜଗୁରୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଆଜି ସ୍ୱାଧୀନତା ସଂଗ୍ରାମର ପ୍ରଥମ ଓଡ଼ିଆ ଶହୀଦ, କ୍ରାନ୍ତିକାରୀ ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ଜୟନ୍ତୀ । ଏହି ଅବସରରେ ସ୍ୱର୍ଗୀୟ ଜୟୀ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ ତାଙ୍କୁ ମନେ ପକାଇ ଲେଖିଛନ୍ତି, ତାଙ୍କ ଅସାଧାରଣ ଦେଶପ୍ରେମ, ନିର୍ଭୀକ ସଂଗ୍ରାମୀ ଜୀବନ ଓ ଅସମୀ ତ୍ୟାଗ ସର୍ବଦା ସ୍ମରଣୀୟ ଏବଂ ପ୍ରେରଣାଦାୟୀ ।

 

ଜୟକୃଷ୍ଣ ରାଜଗୁରୁ ମହାପାତ୍ରଙ୍କ ଅବା ସାଧାରଣରେ ବେଶ୍ ପରିଚିତ ଜୟୀ ରାଜଗୁରୁ ଖୋର୍ଦ୍ଧା ରାଜା ଗଜପତି ମୁକୁନ୍ଦ ଦେବ-୨ଙ୍କ ଦରବାରେ ରାଜକୀୟ ପୂଜାରୀ ଥିଲେ । ରାଜାଙ୍କ ସେନାବାହିନୀର ମୁଖ୍ୟ ସେନାପତି ଓ ରାଜାଙ୍କ ବାସ୍ତବିକ ପ୍ରଶାସନିକ ପ୍ରତିନିଧି ଥିଲେ । ଇଂରେଜମାନଙ୍କ ବିରୋଧରେ ଭାରତର ପ୍ରଥମ ଶହୀଦ ହେଉଛନ୍ତି ଜୟୀ ରାଜଗୁରୁ ।

୧୮୦୩ରେ ଇଂରେଜମାନେ ଓଡ଼ିଶାକୁ ଅକ୍ତିଆର କରିବା ପରେ ଖୋର୍ଦ୍ଧା ରାଜାଙ୍କଠାରୁ କର ମାଗିଲେ ଓ ସେମାନଙ୍କ ବଶ୍ୟତା ସ୍ୱୀକାର କରିବାକୁ ଆଦେଶପତ୍ର ପଠାଇଲେ । ଏହା ତାଙ୍କର ସ୍ୱାଭିମାନକୁ ପ୍ରଚଣ୍ଡ ଆଘାତ ଦେଲା । ‘ପଛେ ଜୀବନ ଦେଇ ଦେବା ଇଂରେଜଙ୍କ ଆଗରେ ମୁଣ୍ଡ ନୁଆଁଇବା ନାହିଁ’ ବୋଲି କହି ସେ ପ୍ରତ୍ୟେକ ଘରୁ ଜଣକୁ ସୈନିକ କରି ନିଜ ସେନାବାହିନୀରେ ମିଶାଇଲେ ।

Jayi Rajaguru - Wikidata

ଓଡ଼ିଶାକୁ ବାହ୍ୟ ଶତ୍ରୁ ଆକ୍ରମଣରୁ ରକ୍ଷା କରିବାପାଇଁ ସେ ବରୁଣାଇ ଗଡ଼କୁ ସୁଦୃଢ଼ କରିଥିଲେ। ସେହିଠାରେ ବାସକରି ସେ ଖୋରଧା ଅଞ୍ଚଳରେ ପାଇକ ଜାଗରଣର ଚେଷ୍ଟା କରିଥିଲେ। ଗାଁକୁ ଗାଁ ପାଦରେ ଚାଲି ଚାଲି ସେ ପାଇକମାନଙ୍କୁ ଯୁଦ୍ଧପାଇଁ ପ୍ରସ୍ତୁତ କରାଉଥିଲେ। ସେ ପାଇକ ଆଖଡ଼ାମାନଙ୍କରେ ନିଜ ସମର ଶିକ୍ଷା ଦେଉଥିଲେ। କୁହାଯାଏ ସେ ହିଁ ପ୍ରଥମେ ଇଂରେଜମାନଙ୍କ ବିରୁଦ୍ଧରେ ଗରିଲା ଯୁଦ୍ଧ କୌଶଳ ଆରମ୍ଭ କରିଥିଲେ। ।

୧୮୦୪ରେ ମହାନଦୀ କୂଳରେ ସେ ପ୍ରଥମଥର ଇଂରେଜମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହା ଇଂରେଜମାନଙ୍କୁ ଏକ ଶକ୍ତ ଧକ୍କା ଥିଲା । ଏହାର ପ୍ରତିରୋଧ କରିବାପାଇଁ ସେମାନେ ମାନ୍ଦ୍ରାଜରୁ ଅଧିକ ସୈନ୍ୟ ମଗାଇଲେ। ୧୮୦୪ ଡିସେମ୍ବରକୁ ବରୁଣାଇ ପାହାଡ଼ ନିକଟସ୍ଥ ବରୁଣାଇ ଗଡ଼ରେ ଇଂରେଜ ବାହିନୀର ୭୦୦୦ ଗୁଳି ଗୋଳାରେ ସୁସଜ୍ଜିତ ସୈନ୍ୟ ସହିତ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ କତିପୟ ଖୋର୍ଦ୍ଧା ପାଇଖ ଲଢ଼ି ନିଜ ବୀରତ୍ୱର ପ୍ରଦର୍ଶନ କରିଥିଲେ, ଯାହା ଇଂରେଜମାନଙ୍କୁ ହତବମ୍ବ କରିଦେଇଥିଲା । କେତେକ ଖଳ ଦେଶଦ୍ରୋହୀଙ୍କୁ ପ୍ରଲୋଭିତ କରି ସେମାନେ ଜୟୀ ରାଜଗୁରୁଙ୍କୁ ବନ୍ଦୀକଲେ ଓ ଓଡ଼ିଶାର ଶେଷ ସ୍ୱାଧୀନ ଦୁର୍ଗକୁ ଅକ୍ତିଆର କରିନେଲେ ।