ଓଡ଼ିଶା ମୋ ପରିବାର ସହାୟତାରେ କତାରରୁ ଓଡ଼ିଶା ଫେରିଲେ କୋମାରେ ଥିବା ବ୍ୟକ୍ତି

ଭୁବନେଶ୍ୱର: ଓଡିଶା ମୋ ପରିବାର, ଓଡ଼ିଆ ମହାମଞ୍ଚ ଓ ଯାଜପୁର ସାଂସଦଙ୍କ ଉଦ୍ୟମ କ୍ରମେ କତାରରୁ ଓଡିଶା ଫେରିଛନ୍ତି ଅଜୟ କୁମାର ମଲ୍ଲିକ। ଲକଡାଉନ କଟକଣା ଯୋଗୁଁ ଫେରିବାରେ ସୃଷ୍ଟି ହୋଇଥିଲା ସମସ୍ୟା । ଇତିମଧ୍ୟରେ ସେ ବ୍ରେନ୍‌ ଟ୍ୟୁମର ଅସ୍ତ୍ରୋପଚାର କରି କୋମାକୁ ଚାଲିଯାଇଥିଲେ । ଦୀର୍ଘ ଦିନର ଚେଷ୍ଟା ପରେ ଆଜି ଓଡ଼ିଶା ଫେରିଛନ୍ତି ବିଞ୍ଝାରପୁରର ଅଜୟ ମଲ୍ଲିକ । ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ତାଙ୍କ ପରିବାର ବର୍ଗଙ୍କ ସମେତ ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ, ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଓଡ଼ିଆ ମହାମଞ୍ଚର ମନୋଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଅଜୟଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା କାରଣରୁ ତାଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଜୟଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବାକୁ ଘୋଷଣା କରିଛନ୍ତି । ଦୀର୍ଘଦିନ ପରେ ଅଜୟଙ୍କ ଘର ବାହୁଡ଼ା ଓ ଏନେଇ ରାଜ୍ୟସରକାରଙ୍କ ଅପ୍ରାଣ ଉଦ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ତାଙ୍କ ପରିବାର ବର୍ଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦରଦି ହୃଦୟ, ୫ଟି ସଚିବଙ୍କ ସହଯୋଗ, ଓଡ଼ିଶା ମୋ ପରିବାର ଓ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀଙ୍କ ପ୍ରଚେଷ୍ଟାକୁଶ୍ରେୟ ଦେଇଛନ୍ତି ଅଜୟଙ୍କ ପରିବାର ।

Leave a Reply