ଖୋଲୁଛି ଗୁମର, ଅଭୟଙ୍କ ନାଁରେ ଆସିଲା ଶାରୀରିକ ଶୋଷଣ ଅଭିଯୋଗ..

1 min read
Abhayakant Pathhak

ଭୁବନେଶ୍ୱର: କୋଟିପତି ସରକାରୀ ବାବୁ ଅଭୟକାନ୍ତ ପାଠକଙ୍କ ନାଁରେ ଆସିଛି ପୁଣି ଏକ ସାଂଘାତିକ ଅଭିଯୋଗ । ଏହି ଅଭିଯୋଗ ସତ ହୋଇଥିଲେ ସାଂଘାତିକ ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି । କୋରାପୁଟରେ ଚିଫ୍‌ କଞ୍ଜରଭେଟର ଅଫିସର୍‌ ଭାବେ କାର୍ଯ୍ୟରତ ଥିବା ବେଳେ ଅଭୟକାନ୍ତ ଜଣେ ମହିଳାଙ୍କୁ ଚାକିରି କରାଇଦେବେ କହି ଶାରିରିକ ସଂପର୍କ ରଖିଥିଲେ ।

IFS Officer Abhay Kant Pathak Visits Pune By Charter Plane

ମହିଳାଙ୍କୁ ଚାକିରି କରାଇଦେବା ବାହାନାରେ ବ୍ରହ୍ମପୁରର ଏକ ଗେଷ୍ଟ ହାଉସ୍‌କୁ ଡକାଇ ଅଭୟକାନ୍ତ ତାଙ୍କ ସହ ଶାରିରିକ ସମ୍ପର୍କ ରଖିଥିଲେ । ଏନେଇ ଉକ୍ତ ମହିଳାଙ୍କ ଓକିଲ ସାଇରାଜୁ ଅଭିଯୋଗ କରିଛନ୍ତି । ୨୦୦୬ ମସିହାରେ ଏଭଳି ଘଟଣା ଘଟିଥିଲା । ଖାଲିତ ସେତିକି ନୁହେଁ କୋରାପୁଟ୍‌ କୋର୍ଟରେ ଏନେଇ ମାମଲା ରୁଜୁ ମଧ୍ୟ ହୋଇଥିଲା । କିନ୍ତୁ ଟଙ୍କା ବଳ ଓ କଳ ବଳ ଲଗାଇ ଏହି ମାମଲାକୁ ଚପାଇ ଦେଇଥିଲେ ଅଭୟକାନ୍ତ ବୋଲି ଆଇନଜୀବୀ ଅଭିଯୋଗ କରିଛନ୍ତି ।

Abhay-Kant-Pathak

ଉକ୍ତ ଆଇନଜୀବୀଙ୍କ କହିବାନୁଯାୟୀ ଅଭୟକାନ୍ତଙ୍କ ପ୍ରକୋପ ଏତେ ଥିଲା ଯେ, ସେତେବେଳେ ପୋଲିସ ମଧ୍ୟ ପୀଡ଼ିତାଙ୍କ ଅଭିଯୋଗ ରଖିନଥିଲେ । ଶେଷରେ ପୀଡ଼ିତା ଓକିଲଙ୍କ ସାହାଯ୍ୟ ନେଇଥିଲେ । ଉକ୍ତ ଆଇନ‌ଜୀବୀ କୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ହେଲେ ସବୁଠାରୁ ବଡ଼ କଥା ହେଲା ଯେଉଁଦିନ କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା କଥା ସେଦିନ ସେ ଆସିଲେ ନାହିଁ । ଆଉ ପରେ ଜଣାପଡ଼ିଲା ଯେ, ଅଭୟକାନ୍ତଙ୍କ ଲୋକମାନେ ଉକ୍ତ ମହିଳାଙ୍କୁ ଧମକ ଚମକ ଦେଇଥିଲେ । ତେଣୁ ସେ କୋର୍ଟକୁ ଆସିଲେ ନାହିଁ । ଫଳରେ କେସ୍‌ଟି ଡ୍ରପ୍‌ ହୋଇଗଲା ।

Abhay-Kant-Pathak

ସୂଚନାଯୋଗ୍ୟ, ଶୁକ୍ରବାର ଉଭୟ କୋଟିପତି ବାପା-ପୁଅକୁ ଭିଜଲାନ୍ସ ପୋଲିସ ଗିରଫ କରି ଝାରପଡ଼ା ଜେଲ୍‌ ପଠାଇଛି । ଗିରଫ ପରେ IFS ଅଭୟକାନ୍ତ ପାଠକ୍‌ଙ୍କୁ ଚାକିରିରୁ ନିଲମ୍ୱିତ କରାଯାଇଛି । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ ଉଭୟ ବାପ ଓ ପୁଅ । ଦୁଇ ଦିନ ଧରି ଭିଜିଲାନ୍ସର ମାରାଥନ୍ ଚଢାଉ ପରେ ଆଇଏଫଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ଗିରଫ ହୋଇଥିଲେ ।

Leave a Reply