କରୋନାକୁ ଶେଷ କରିବା ପାଇଁ ଟିକାର ଆବଶ୍ୟକତା ନାହିଁ: ବୈଜ୍ଞାନିକ ଡା.ମାଇକେଲ ୟାଡୁନ୍

Corona Vaccine

ନୂଆଦିଲ୍ଲୀ: କରୋନାକୁ ଶେଷ କରିବା ପାଇଁ କୌଣସି ଟିକାର ଆବଶ୍ୟକତା ନାହିଁ । କରୋନା ଟିକା ପ୍ରସ୍ତୁତିରେ ଆଗରେ ଥିବା ଆମେରିକାର ଫାର୍ମା କମ୍ପାନୀ ଫାଇଜରର ପୂର୍ବତନ ଉପସଭାପତି ତଥା ମୁଖ୍ୟ ଏହି ମନ୍ତବ୍ୟ ଦେଇଛନ୍ତି । ଲକଡାଉନ୍ ସ୍କେପ୍‌ଟିକ୍‌ସରେ ପ୍ରକାଶିତ ଏକ ଆର୍ଟିକିଲ୍ ଅନୁଯାୟୀ, ମହାମାରୀକୁ ମୂଳପୋଛ କରିବା ପାଇଁ କୌଣସି ଟିକା ଦେବାର ଆବଶ୍ୟକତା ନାହିଁ । ଟିକା ସମ୍ପର୍କରେ ଏପରି ନିର୍ବୋଧ କଥା ମୁଁ କେବେ ଶୁଣି ନାହିଁ ବୋଲି କହିଛନ୍ତି ଡା. ମାଇକେଲ ।

57 Trainee IAS Officer OF Lal Bahadur Shastri National Academy of Administration Tested Corona Positive

ସେ ଆହୁରି କହିଛନ୍ତି, ଯେଉଁ ଲୋକମାନେ କୌଣସି ଗୁରୁତର ରୋଗରେ ଆକ୍ରାନ୍ତ ନାହାନ୍ତି ସେମାନଙ୍କୁ କେବେ ବି ଟିକା ଦିଆଯିବା କଥା ନୁହେଁ । ଏହାଛଡ଼ା ବ୍ୟାପକ ହ୍ୟୁମାନ ଟ୍ରାଏଲ ବିନା ଲକ୍ଷ ଲକ୍ଷ ସୁସ୍ଥ ଲୋକଙ୍କୁ ଟିକା ଦେବା ପାଇଁ ସ୍ଥିର କରାଯିବା କେବେବି ଠିକ୍ ନୁହେଁ । କରୋନା କାଳରେ ଲକ୍‌ଡାଉନ୍ ଓ ଟିକାକୁ ନେଇ ଜରୁରିକାଳୀନ ପରିସ୍ଥିତି ପାଇଁ ବ୍ରିଟେନର ଏକ ସରକାରୀ ଏଜେନ୍ସି, ସାଇଣ୍ଟିଫିକ୍ ଆଡଭାଇଜର୍ ଗ୍ରୁପ୍ ଫର୍ ଏମର୍ଜେନ୍ସି କେନ୍ଦ୍ର ସରକାରଙ୍କୁ ଏନେଇ ପରାମର୍ଶ ଦେଇଥିଲା ।

ଅନ୍ୟପଟେ ଆସନ୍ତା ଜୁଲାଇ ସୁଦ୍ଧା ଦେଶବାସୀଙ୍କୁ ମିଳିବ କରୋନା ଟିକା । ଏନେଇ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ପ୍ରଥମେ ଦେଶବାସୀଙ୍କୁ ଟିକା ମିଳି ସାରିବା ପରେ ଅନ୍ୟ ଦେଶକୁ ଏହା ରପ୍ତାନି ହେବ ବୋଲି କହିଛନ୍ତି ସେରମ୍‌ ଇନଷ୍ଟିଚ୍ୟୁଟ୍‌ ମୁଖ୍ୟ ଆଦାର ପୁନାଓ୍ୱାଲା । ଦେଶବାସୀଙ୍କୁ ପ୍ରଥମେ ମିଳିବ ଅକ୍ସଫୋର୍ଡ ଟିକା । ଏହି ଟିକା ସୁରକ୍ଷିତ ରହିଛି । ପ୍ରତ୍ୟେକ ଦିନ ୫ ରୁ ୬ କୋଟି ଡୋଜ୍ ପ୍ରସ୍ତୁତ ହେଉଛି । ସମସ୍ତଙ୍କ ନିକଟକୁ କିଭଳି ସୁରୁଖୁରରେ ଟିକା ପହଞ୍ଚିବ ସେନେଇ ବ୍ୟବସ୍ଥା ଚାଲିଥିବା କହିଛନ୍ତି ପୁନାଓ୍ୱାଲା ।

US Expects To Begin Covid-19 Vaccinations In Early December Officials Nod

ଜୁଲାଇ ମାସ ସୁଦ୍ଧା ୩୦ ରୁ ୪୦ ହଜାର କୋଟି ଟିକା ପ୍ରସ୍ତୁତ କରିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି । ଜରୁରୀକାଳିନ ପ୍ରୟୋଗ ପାଇଁ ଅନୁମତି ମଗାଯିବ ବୋଲି କହିଛନ୍ତି ପୁନାଓ୍ୱାଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ପ୍ରସ୍ତୁତି ନେଇ ପୁନେର ସେରମ୍‌ ଇନଷ୍ଟିଚ୍ୟୁଟରେ ସ୍ଥିତି ପରଖିବା ପରେ ସାମ୍ବାଦିକ ସମ୍ମିଳନୀରେ ଏଭଳି ସୂଚନା ଦେଇଛନ୍ତି ଆଦାର ପୁନାଓ୍ୱାଲା ।

Leave a Reply