ସୁବର୍ଣ୍ଣପୁର ପାଲଟିଛି ଜିଏସ୍‌ଟି ଠକ ମାନଙ୍କର ଚରାଭୂଇଁ, ଠକୁଛନ୍ତି କୋଟି କୋଟି ଟଙ୍କା

ସୁବର୍ଣ୍ଣପୁର: ଜିଏସ୍‌ଟି ଲୋକଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ଆଣିଥିଲେ । କିନ୍ତୁ ଏହା ଏବେ ଠକ ମାନଙ୍କର ଏକ ଜରିଆ ପାଲଟିଛି । ଠକ ମାନେ ଜିଏସଟି ମାଧ୍ୟମରେ ଲୁଟୁଛନ୍ତି ପୁଳା ପୁଳା ଟଙ୍କା । ଯଦି ଦେଖିବା କରୋନା ସମୟରେ ବହୁ ମାତ୍ରାରେ ରାଜ୍ୟରେ ଜିଏସ୍‌ଟି ଠକେଇ ବଢ଼ିବାରେ ଲାଗିଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଦେଣ୍ଡୁପଦର ଗାଁରେ ପୁଣି ଥରେ ଦୁଇ ଶ୍ରମଜୀବିଙ୍କ ନାମରେ  ଜିଏସଟି ଠକେଇର ଅଭିଯୋଗ ।

ସୂଚନା ଅନୁଯାୟୀ, ଦେଣ୍ଡୁପଦର ଗାଁର ବଲ୍ଲଭ ବାଗ ନାମକ ଜଣେ ଶ୍ରମଜୀବିଙ୍କ ନାଁରେ ଲାକ୍ରା ଷ୍ଟିଲ ନାମକ ଏକ କମ୍ପାନୀ ରହିଛି । ସେ ତାଙ୍କ କମ୍ପାନୀର ପ୍ରୋପାଇଟର ଥିବା ବଲାଙ୍ଗିର ଜିଏସଟି ୟୁନିଟ ଦେଇଥିବା ନୋଟିସରେ ଉଲ୍ଲେଖ ରହିଛି । ସେହିପରି ସେହି ଗାଁର ଠିକାଦାର ପଡ଼ାର ଗୌରାଙ୍ଗ ନାଗଙ୍କୁ ମଧ୍ୟ ଜିଏସଟି ୟୁନିଟ ନୋଟିସ ଦେଇଛି ।

ଏମାନଙ୍କୁ ନୋଟିସ ଦେବା ସହ ସେମାନଙ୍କ ବିକ୍ରି ରେଜିଷ୍ଟର, କ୍ରୟ ରେଜିଷ୍ଟର, ବ୍ୟାଙ୍କ କାରବାରର ପାସବୁକ ନକଲ ଓ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇ ଆବଶ୍ୟକ ତଦନ୍ତ କରି ଫେରିଯାଇଥିଲେ । ପରେ ଗୌରାଙ୍ଗ ଗତକାଲି ବିନିକା ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା କହିଛନ୍ତି । ପୂର୍ବରୁ ଗତ ୧୮ ତାରିଖରେ ଜିଲ୍ଲାର ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଏପରି ନୋଟିସ ହୋଇଥିଲା ।

Leave a Reply