ମଦ ପିଇବାକୁ ୫୦ଟଙ୍କା ନଦେବାରୁ ସ୍ତ୍ରୀକୁ କିରାସିନି ଢାଳି ପୋଡ଼ିଦେଲା ସ୍ୱାମୀ

ଢ଼େଙ୍କାନଳ: ମଦ ପିଇବାକୁ ୫୦ଟଙ୍କା ନଦେବାରୁ ସ୍ତ୍ରୀକୁ କିରାସିନି ଢାଳି ପୋଡ଼ିଦେଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଦିନବନ୍ଧପୁର ଗାଁରେ । ଗରୁତର ଅବସ୍ଥାରେ ସ୍ତ୍ରୀ ମମତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ମମତାଙ୍କ ଶରୀରର ୫୦ଭାଗରୁ ଅଧିକ ଅଂଶ ପୋଡିଯାଇଥିବା ପରିବାର ଲୋକ ସୂଚନା ଦେଇଛନ୍ତି ।

ଅଭିଯୋଗ ଅନୁସାରେ ଭାପୁର ଫାଣ୍ଡି ଅନ୍ତର୍ଗତ ଦିନବଂଧୁପୁର ଗ୍ରାମର ସୁଶାନ୍ତ ମଲ୍ଲିକ ସବୁବେଳେ ମଦ ପିଇ ସ୍ତ୍ରୀ ମମତାଙ୍କ ଉପରେ ଅତ୍ୟାଚାର କରୁଥିଲେ । ଏଥିପାଇଁ ଉଭୟଙ୍କ ମଧ୍ୟରେ ସବୁବେଳେ କଳହ ଲାଗିରହୁଥିଲା । ତେବେ ଗତ ଶୁକ୍ରବାର ଦିନ ସୁଶାନ୍ତ ମଦ ପିଇ ଘରକୁ ଆସି ପୁଣି ମଦ ପିବା ପାଇଁ ସ୍ତ୍ରୀ ମମତାଙ୍କୁ ୫୦ ଟଙ୍କା ମାଗିଥିଲେ ।

ମମତା ତାଙ୍କୁ ଟଙ୍କା ଦେବାକୁ ମନା କରିଦେଇଥଲେ । ଏଥିରେ ଉତ୍ୟକ୍ତହୋଇ କିରୋସିନି ପକାଇ ମମତାଙ୍କୁ ନିଆଁ ଲଗାଇଦେଇଥିଲେ  । ଗୁରୁତର ଅବସ୍ଥାରେ ଗ୍ରାମବାସୀମାନେ ମମତାଙ୍କୁ ଉଦ୍ଧାରକରି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳଯ ଓ ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରିଛନ୍ତି  ।

Leave a Reply