spot_img
Home Blog Page 6491

କରୋନା ଭୁତାଣୁକୁ ମାରିବା ପାଇଁ ଆମେରିକା ବାହାର କଲା ଓଟିସି ଅଏଣ୍ଟମେଣ୍ଟ

ନୂଆଦିଲ୍ଲୀ: ଆମେରିକାର ଏକ ଫାର୍ମା କମ୍ପାନୀ ଆଡଭାନ୍ସଡ ପେନେଟ୍ରେସନ ଟେକ୍ନୋଲୋଜି ଏଲଏଲସି ଏକ ଏଭଳି ଔଷଧ ପ୍ରସ୍ତୁତ କରିଛନ୍ତି ଯାହାକୁ ନାକରେ ଲଗାଇବା ଦ୍ୱାରା ୩୦ ସେକେଣ୍ଡ ମଧ୍ୟରେ କରୋନା ଭୂତାଣୁ ନିହତ ହେଉଛି । ଗଣ ମାଧ୍ୟମର ଖବର ଅନୁସାରେ ଏହି ଔଷଧକୁ ଆମେରିକାର ଫୁଡ ଏବଂ ଡ୍ରଗ୍ସ ଆଡମିନଷ୍ଟ୍ରେସନ ଅନୁମତି ଦେଇ ସାରିଛି । ଏବେ ଏହାକୁ ନନ ‘ପ୍ରେସକ୍ରିପ୍ସନ ଓଭର ଦ କାଉଣ୍ଟର’ ଭାବରେ ବିକ୍ରି କରାଯାଉଛି । କମ୍ପାନୀର ଦାବି ଅନୁଯାୟୀ ଏହି ଔଷଧ କରୋନା ଭାଇରସ ସହିତ ଅନ୍ୟ ଭାଇରାଲ ସଂକ୍ରମଣକୁ ମଧ୍ୟ ଭଲ କରି ଦେଉଛି । ତେବେ ଏହି ଔଷଧକୁ ନାକରେ ଲଗାଇବା ଦ୍ୱାରା କରୋନା ଭୂତାଣୁ ମରିଯାଏ ।


ଆମେରିକା ବ୍ୟତୀତ ଲଣ୍ଡନ ସ୍ଥିତ ଲ୍ୟାବ ଭିଆରଏସଏଲ ଓଟିସି ଅଏଣ୍ଟମେଣ୍ଟର ପରୀକ୍ଷଣ କଲେ ଏବଂ କରୋନା ଭାଇରସ କିମ୍ବା ଇନଫ୍ଲୁଏଞ୍ଜା ଏ ଭାଇରସକୁ ମାରିବାରେ ଏହା ସକ୍ଷମ ବୋଲି ଦାବି କରିଛନ୍ତି । ଏହାକୁ ଦୁଇ ମାସ ପରୀକ୍ଷଣ କରିବା ପରେ ୟୁଏସଏଫଡିଏରୁ ଅନୁମତି ମିଳିଛି ।

Advanced Penetration Technology LLC ର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଅଧିକତର ମାମଲାରେ କରୋନା ଭାଇରସ ନାକ ମାଧ୍ୟମରେ ଶରୀରରେ ପ୍ରବେଶ କରିଥାଏ । ଏହି ଅଏଣ୍ଟମେଣ୍ଟକୁ ବ୍ୟବହାର କରି କରୋନା ଭୂତାଣୁ କବଳରୁ ରକ୍ଷା ପାଇହେବ ।

ଆଫଗାନିସ୍ତାନରୁ ଆଦେଶ ପାଉଥିଲା ୟୁସୁଫ୍,ଉତ୍ତର ପ୍ରଦେଶରେ ବଡ ଆକ୍ରମଣର ଥିଲା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ଦିଲ୍ଲୀରୁ ଧରା ପଡିଥିବା ଆଇଏସଆଇ ଆତଙ୍କବାଦୀ ଆବୁ ୟୁସୁଫର ସମ୍ବନ୍ଧ ଇସଲାମିକ୍ ଷ୍ଟେଟ୍ ସହ ଥିଲା  । ଆଫଗାନିସ୍ତାନରେ ଥିବା ଇସଲାମିକ୍ ଷ୍ଟେଟ ଆତଙ୍କବାଦୀଙ୍କ ସହ ସଂପର୍କରେ ଥିଲା ୟୁସୁଫ୍ । ୟୁସୁଫ୍ ଉତ୍ତର ଭାରତ ବିଶେଷକରି ଦିଲ୍ଲୀ ଓ ଉତ୍ତର ପ୍ରଦେଶର ବଡ ଧରଣ ଆକ୍ରମଣର ଷଡ଼ଯନ୍ତ୍ର କରୁଥିଲା ।  ସେ ଇଣ୍ଟରନେଟ୍ କଲ କିମ୍ବା ସାଇବର କାଫେ ଜରିଆରେ ଆଫଗାନିସ୍ତାନରେ ଥିବା ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ଥିଲା ।

ଆବୁ ୟୁସୁଫ୍ ଅନୁସାରେ ତା’ର ଆଉ କିଛି ସାଥୀ ଦେଶର ଅନ୍ୟ ସ୍ଥାନରେ ଆକ୍ରମଣର ଯୋଜନା ବନାଉଛନ୍ତି । ଆବୁ ୟୁସୁଫଠାରୁ ମିଳିଥିବା ସୂଚନା ଆଧାରରେ ତାର ସାଥୀଙ୍କୁ ପୋଲିସ ଖୋଜୁଛି । ଦିଲ୍ଲୀ ପୋଲିସର ଏସଟିଏଫ୍ ବିଭିନ୍ନ ସ୍ଥାନ ଉପରେ ଏବେ ଚଢାଉ କରୁଛି । ଏହା ସହିତ ଦିଲ୍ଲୀ ସମେତ ୟୁପିରେ ହାଇଆଲର୍ଟ ଘୋଷଣା କରାଯାଇଛି । ଦିଲ୍ଲୀ-ନୋଏଡା ସୀମାରେ ଯାନବାହାନ ଯାଂଚକୁ ଜୋରଦାର କରାଯାଇଛି ।

ୟୁସୁଫଠାରୁ ଦୁଇଟି ପ୍ରେସରକୁକର ବୋମା ଯବତ କରାଯାଇଛି । ଏହା ସହିତ ତା’ପାଖରୁ ୩୦ ଏମଏମ୍ ପିସ୍ତଲ ଓ ୪ ଗୁଳି ଯବତ ହୋଇଛି ।  ୟୁସୁଫ୍ କରୋଲ ବାଗରୁ ରିଜରୋଡ୍ ଦେଇ ଧୌଲକୁଆଁ ଆସୁଥିଲା । ବାଇକରେ ଆସୁଥିବା ୟୁସୁଫକୁ ପୋଲିସ ଅଟକାଇବାରେ ସେ ପୋଲିସ ଉପରକୁ ଗୁଳି ମାଡ କରିଥିଲା ।  ତେବେ ପୋଲିସ ତାକୁ ଖୁବଶୀଘ୍ର କାବୁ କରିବାରେ ସଫଳ ହୋଇଥିଲା ।

ଏକ ମାସ ମଧ୍ୟରେ ହୋଇଥାନ୍ତା ଆକ୍ରମଣ

ଆବୁ ୟୁସୁଫଠାରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ଏକ ମାସ ମଧ୍ୟରେ ଆଇଏସ ଭାରତରେ ବଡ ଧରଣର ଆକ୍ରମଣ କରିଥାନ୍ତା । ରାମ ମନ୍ଦିର,ସିଏଏ ଆନ୍ଦୋଳନ କାଳରେ ହୋଇଥିବା ହିଂସାରେ ସାମିଲ ଥିବା ବ୍ୟକ୍ତିଙ୍କଠାରୁ ଅର୍ଥ ଆଦାୟର ପ୍ରତିଶୋଧ ନେବା ପାଇଁ ଏହି ଆକ୍ରମଣ ଯୋଜନା କରାଯାଇଥିଲା ।

ବସ ଚୋରକୁ ଗୋଡାଇ ଧରିଲା ପିସିଆର, ଚୋରର ସତ ଜାଣିଲେ ଉଡିଯିବ ହୋସ !

ଭୁବନେଶ୍ୱର: ଭୁବନେଶ୍ୱରରେ ଗାଡ଼ି ଚୋରି ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଲୁଟର ଷଡ଼ଯନ୍ତ୍ର ଯୋଜନା କରିବା ସହ ସେହି ଅପରାଧକୁ ସଫଳ କରିବା ପାଇଁ ଲାଗି ପଡ଼ୁଛନ୍ତି ଅପରାଧୀ । ଦିନ ହେଉ କି ରାତି, ଚୋରି କରିବାର କୌଣସି ସୁଯୋଗ ହାତଛଡ଼ା କରୁ ନାହାଁନ୍ତି ଲୁଟେରା । ଅଧିକାଂଶ ସମୟରେ ବାଇକ ଚୋରି ଘଟଣା ଦେଖିବାକୁ ମିଳିଥାଏ । ବାଇକ୍ ସହ କାର ଚୋରି ଘଟଣା ମଧ୍ୟ ଦେଖିବାକୁ ମିଳେ । ଲୋକଙ୍କ ଅସାବଧାନତା ଯୋଗୁଁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ଥାଏ ।  ସେଥିପାଇଁ ଅନେକ ମନ୍ଦ ଚିନ୍ତାଧାରୀଙ୍କ ଷଡ଼ଯନ୍ତ୍ରର ଶୀକାର ହୋଇଥାନ୍ତି । କିନ୍ତୁ ନିକଟରେ ଏକ ବସ ଚୋରି ଘଟଣା ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ରାଜଧାନୀ ଭୁବନେଶ୍ୱରରେ ଏଭଳି ଅପରାଧ ହୋଇଥିବା ସୂଚନା ମିଳିଛି ।  ଜଣେ ଅପରାଧି ବସ୍ ଚୋରି କରିବାକୁ ମଧ୍ୟ ପଛଘୁଞ୍ଚା ହୋଇନାହିଁ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ବସ ଷ୍ଟାଣ୍ଡରେ ଆର୍ୟନ ନାମକ ଏକ ବସକୁ ପାର୍କିଂରେ ରଖା ଯାଇଥିଲା । ବସ ଷ୍ଟାଣ୍ଡରେ ବସଟି ଥିବା ସମୟରେ ଗାଡ଼ିର ହେଲ୍ପର ଖାଇବାକୁ ଯାଇଥିଲା । ଏହି ସମୟରେ ସୁଯୋଗ ଦେଖି ଜ୍ଞାନରଞ୍ଜନ ସାହୁ ନାମକ ଜଣେ ବ୍ୟକ୍ତି ଗାଡ଼ି ଆର୍ୟନକୁ କଟକ ଆଡ଼କୁ ଦ୍ରୁତଗତିରେ ନେଇଗଲା । ଉକ୍ତ ଖବର ପାଇବା ପରେ ଗାଡ଼ିର ମାଲିକ ତୁରନ୍ତ ପୋଲିସକୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ । ଯାହାପରେ ପିସିଆର ଗାଡ଼ିର ପିଛା କଲା । ଦ୍ରୁତଗତିରେ ଯିବା ଯୋଗୁଁ ଭାରସାମ୍ୟ ହରାଇବାରୁ ଗାଡ଼ିଟିର ଦୁର୍ଘଟଣା ହୋଇଗଲା । ସେହି ସମୟରେ ଉକ୍ତ ବ୍ୟକ୍ତିକୁ କାବୁ କଲା ପୋଲିସ । ଏହି ମଧ୍ୟରେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଗାଡ଼ିଟି ଚୋରି କରିଥିବା ବ୍ୟକ୍ତି ଜଣକ ମୁକ ଏବଂ ତା ସହିତ ବଧିର ମଧ୍ୟ । ଏହା ପୂର୍ବରୁ ସେ ୨୦୧୯ ମସିହହାରେ କଟକ ବାଦାମବାଡ଼ିରୁ ଦୁଇଟି ବସ ଚୋରି କରିଥିବା କୁହାଯାଉଛି ।

ସମସ୍ୟାରେ ପଡ଼ିଥିବା ଯାତ୍ରୀଙ୍କୁ ସାହାଯ୍ୟ କରି ହୃଦୟ ଜିତିଲେ ଧୋନି

ନୂଆଦିଲ୍ଲୀ: ଭାରତର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନି କେବଳ କ୍ରିକେଟକୁ ନେଇ ଚର୍ଚ୍ଚାରେ ନଥାନ୍ତି, ବରଂ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣକୁ ନେଇ ଚର୍ଚ୍ଚାକୁ ଆସିଯାଆନ୍ତି । ପ୍ରତ୍ୟେକଟି ସ୍ଥାନରେ ଏକ ସାଧାରଣ ମଣିଷ ଭଳି ବ୍ୟବହାର କରନ୍ତି, ଆଉ ତାଙ୍କ ମଧ୍ୟରେ ଥିବା ଏହି ଅନ୍ତର୍ନିହିତ ଗୁଣ ପାଇଁ ସେ ସମସ୍ତଙ୍କ ହୃଦୟରେ ଏକ ସୁନ୍ଦର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଏବେ ପୁଣିଥରେ ଏଭଳି କିଛି କାମ କରି ଲୋକଲୋଚନକୁ ଆସିଛନ୍ତି ଏହି ପ୍ରସିଦ୍ଧ ଖେଳାଳୀ । ବାସ୍ତବରେ ମହେନ୍ଦ୍ର ସିଂ ଧୋନି ନିକଟରେ ତାଙ୍କ ଦଳ ସହିତ ୟୁଏଇ ପାଇଁ ଫ୍ଲାଇଟରେ ଯାତ୍ରା କରୁଥିଲେ ଏବଂ ସେଠାରେ ସେ ତାଙ୍କ ସିଟକୁ ଅନ୍ୟ କାହାକୁ ଦେଇଦେଲେ ।


ଗତ ଶୁକ୍ରବାରକୁ ଧୋନି ତାଙ୍କ ଟିମ୍ ସହିତ ଚେନ୍ନାଇରୁ ୧୯ ସେପ୍ଟେମ୍ବର ଠାରୁ ଆରମ୍ଭ ହେବାକୁ ଥିବା ଆାଇପିଏଲ ପାଇଁ ୟୁଏଇ ବାହାରିଲେ । ଫ୍ଲାଇଟରେ ଧୋନି ଇକନୋମି କ୍ଲାସର ଯାତ୍ରୀଙ୍କ ସହିତ ନିଜର ସିଟ ବଦଳାଇଦେଲା । ବାସ୍ତବରେ ଉକ୍ତ ଯାତ୍ରୀଙ୍କ ଉଚ୍ଚତା ଲମ୍ବା ହୋଇ ଥିବାରୁ ତାଙ୍କୁ ଗୋଡ଼ ରଖିବାକୁ ସମସ୍ୟା ହେଉଥିଲା । ଯାହାକୁ ଦେଖିବା ପରେ ଧୋନି ଏଭଳି ନିଷ୍ପତ୍ତି ନେଲେ । ଏହାକୁ ଜର୍ଜ ନାମକ ଜଣେ ବ୍ୟକ୍ତି ଏହାକୁ ଟ୍ୱିଟରରେ ଶେୟାର କରିଛନ୍ତି ।


ଏହା ପ୍ରଥମ ଥର ନୁହେଁ ବରଂ ଏକଦା ଏୟାରପୋର୍ଟରେ ବ୍ୟାଗ ପକାଇ ତଳେ ଶୋଇ ଯାଇଥିବାର ଧୋନିଙ୍କୁ ଦେଖିବାକୁ ମିଳିଥିଲା ।

Sushant Singh Rajput Case : ସିବିଆଇର ସନ୍ଦେହ, ଠିକରେ ହୋଇନାହିଁ ପୋଷ୍ଟମର୍ଟମ କିମ୍ବା ରିପୋର୍ଟ ଗୋଳମାଳ ଅଛି !

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ ମାମଲାର ସତ କଣ, ଏହାର ରହସ୍ୟ ଖୋଲିବା ପାଇଁ ଆଜି ଦ୍ୱିତୀୟ ଦିନରେ ଖୋଳତାଡ ଆରମ୍ଭ କରିଛି ସିବିଆଇ । ୧୦ ଜଣିଆ ଟିମ ଗତକାଲି ମୁମ୍ବାଇରେ ସାରା ଦିନ କସରତ କରିଥିଲେ। ପ୍ରଥମେ ବାନ୍ଦ୍ରା ପୋଲିସ ଷ୍ଟେସନରେ ପହଞ୍ଚି ସୁଶାନ୍ତ ମାମଲା ସହ ଜଡିତ ସମସ୍ତ ଦଲିଲ ଓ ପ୍ରମାଣକୁ ସିବିଆଇ ସଂଗ୍ରହ କରିଥିଲା । ସଂଗ୍ରହ କରାଯାଇଥିବା ଜିନିଷଗୁଡ଼ିକରେ ୫୬ ଜଣଙ୍କର ରେକର୍ଡ ହୋଇଥିବା ବିବୃତ୍ତି, ଫୋରେନସିକ୍ ରିପୋର୍ଟ, ଶବ ବ୍ୟବଚ୍ଛେଦ ରିପୋର୍ଟ, ସୁଶାନ୍ତଙ୍କ ଦେହରେ ଥିବା ପୋଷାକ, ୩ ମୋବାଇଲ, ମୋବାଇଲର CDR, ସିସିଟିଭି ଭିଜୁଆଲ ଏବଂ କ୍ୟାମେରା ରେକର୍ଡିଂ ଅନ୍ତର୍ଭୁକ୍ତ । ସିବିଆଇ ଟିମ ସୁଶାନ୍ତଙ୍କ ଡାଏରୀ ଏବଂ କେସ୍ ଡକ୍ୟୁମେଣ୍ଟକୁ ମଧ୍ୟ ଜବତ କରିଛି । ଏଥିସହ ରୋଷେୟା ନିରଜକୁ ମଧ୍ୟ ପଚରାଉଚରା କରିଛି । କେବଳ ସେତିକି ନୁହେଁ କିଛି କର୍ମଚାରୀଙ୍କୁ ମଧ୍ୟ ପଚରା ଉଚରା କରିବା ସହ ସୁଶାନ୍ତଙ୍କ ଫ୍ଲାଟରେ କ୍ରାଇମ ସିନ ରିକ୍ରିଏଟ୍ କରିଛି ।

ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ତଦନ୍ତ ଜୋରସୋରରେ ଚାଲିଛି। ସିବିଆଇ ଅଧିକାରୀମାନେ ସୁଶାନ୍ତଙ୍କ ପୋଷ୍ଟମୋର୍ଟମ କରିଥିବା ଡାକ୍ତର ଏବଂ ବିଶେଷଜ୍ଞଙ୍କ ଦଳକୁ ପଚରାଉଚରା କରିବେ। କାରଣ ସିବିଆଇ ସନ୍ଦେହ କରୁଛି ଯେ, ଶବ ବ୍ୟବଚ୍ଛେଦ ଠିକ୍ ଭାବେ କରାଯାଇ ନାହିଁ କିମ୍ବା  ରିପୋର୍ଟରେ ତ୍ରୁଟି ରହିଛି ବୋଲି ସିବିଆଇ ଅନୁମାନ କରୁଛି ।

ସୂଚନାଯୋଗ୍ୟ ଯେ, ସିବିଆଇ ମୁମ୍ବାଇ ପୋଲିସକୁ ମଧ୍ୟ ପୋଷ୍ଟମୋର୍ଟମ ନେଇ ମଧ୍ୟ ପଚରାଉଚୁରା କହିବ। ସିବିଆଇ ମୁମ୍ବାଇ ପୋଲିସକୁ ପଚାରିବ ଯେ, କାହିଁକି ସେମାନେ ଅନ୍ୟ ଡାକ୍ତର କିମ୍ବା ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରିନଥିଲେ । ସିବିଆଇକୁ ବିଶେଷଜ୍ଞଙ୍କ କହିଛନ୍ତି ଯେ, ପୋଷ୍ଟମୋର୍ଟମ ରିପୋର୍ଟରେ ମୃତ୍ୟୁ ସମୟ ଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ଉଲ୍ଲେଖ କରାଯାଇ ନାହିଁ।

 

ଆମେରିକାକୁ ପଛରେ ପକାଇ ସୈନ୍ୟଙ୍କ ପାଇଁ ଆଇରନ–ମ୍ୟାନ ସୁଟ ପ୍ରସ୍ତୁତ କଲା ଋଷ

ଋଷ୍: ଖୁବଶୀଘ୍ର ବଦଳୁଥିବା ରାଜନୈତିକ ସମୀକରଣ ମଧ୍ୟରେ ଆମେରିକା ଏବଂ ଋଷ ସେନା ଲଗାତାର ନିଜକୁ ଅତ୍ୟାଧୁନିକ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଏହି ମଧ୍ୟରେ ଋଷ ସୈନିକଙ୍କୁ ମିଳିଛି ଏକ ବଡ଼ ସଫଳତା । ସେମାନେ ସୈନ୍ୟଙ୍କ ପାଇଁ ଏଭଳି ଏକ ବଡି ସୁଟ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି ଯାହା ନେ କେବଳ ବୁଲେଟ ପ୍ରୁଫ ହେବ, ବରଂ ଏକ ପ୍ରକାରର ଅଭେଦ୍ୟ ରହିବ । ଗୁଳି ବାଜିଲେ ମଧ୍ୟ ଏହାର କୌଣସି କ୍ଷୟକ୍ଷତି ହେବ ନାହିଁ । ଅର୍ଥାତ ଶତ୍ରୁ ସେନା ଚାହିଁଲେ ମଧ୍ୟ କୌଣସି ପ୍ରକାରର କ୍ଷୟ କରି ପାରିବେ ନାହିଁ । ଏହାର ନାମ ରଖା ଯାଇଛି ଆଇରନ-ମ୍ୟାନ ସୁଟ୍ ।

ଆମେରିକା ଏବଂ ଋଷ ମଧ୍ୟରେ କ’ଣ ଚାଲିଛି?

ଋଷ ଏବଂ ଆମେରିକା ମଧ୍ୟରେ ସର୍ବଦା ମହାଶକ୍ତିର ଲଢେଇ ଚାଲି ଆସିଛି । ସୋଭିଏତ ସଙ୍ଘ ଭାଙ୍ଗିଯିବା ପରେ ସୁପର ପାଓ୍ୱାରର ସ୍ଥାନ ସିଧା ସଳଖ ଆମେରିକା ନିକଟକୁ ଚାଲି ଯାଇଛି । ଯାହା ପରେ ଋଷ ଏହାକୁ ନେଇ ରାଗି ଯାଇଥିବା ବିଭିନ୍ନ ସମୟରେ ଦେଖିବାକୁ ମିଳିଛି । ନିକଟରେ ଋଷ ଖୋଲାଖେଲା ଭାବରେ ଆମେରିକାକୁ ଧମକ ଦେଇଥିବା ଜଣା ପଡ଼ିଛି । ଋଷର ରକ୍ଷା ମନ୍ତ୍ରାଳୟ କ୍ରାସନାୟା ଜାଭେଦା ଖବର କାଗଜରେ ଏହି କବର ଆସିଥିଲା । ଆମେରିକା ନିଜକୁ ଖୁବ ଶକ୍ତିଶାଳୀ କରିବାକୁ ଚେଷ୍ଟା କରୁଛି । ସୈନ୍ୟ ସଂଖ୍ୟାରେ ନିଜକୁ ଖୁବ ଦୃଢ କରିବାର ପ୍ରୟାସ ଦୁଇ ଦେଶ ସବୁବେଳେ ଜାରି ରଖିଥାନ୍ତି । ଏହି ମଧ୍ୟରେ ଋଷ ତା’ ସୈନିକଙ୍କ ପାଇଁ ବିଶେଷ ପ୍ରକାରର ବଡି ସୁଟ ପ୍ରସ୍ତୁତ କରିଛନ୍ତି । ଜାତୟ ଗଣ ମାଧ୍ୟମର ଖବର ଅନୁସାରେ ଏହାକୁ ପ୍ରସ୍ତୁତ କରିବାର ପ୍ରୟାସ ଆମେରିକା ମଧ୍ୟ କରିଥିଲା, କିନ୍ତୁ ସଫଳତା ପ୍ରଥମେ ଋଷକୁ ମିଳିଲା ।

ଦୀର୍ଘ ସମୟ ଧରି ୟୁଏସ ମିଲିଟ୍ରି ଏହି ପାଓ୍ୱାର ସୁଟକୁ ପ୍ରସ୍ତୁତ କରିବା ପାଇଁ ପ୍ରୟାସ ଜାରି ରଖିଥିଲା । ଏହି ଟାକ୍ଟିକାଲ ଆସଲ୍ଟ ଲାଇଟ ଅପରେଟର ସୁଟ କାର‌୍ୟ୍ୟକ୍ରମ ୨୦୧୩ରେ ଆରମ୍ଭ ହୋଇଥିଲା । ସେ ତା ସୈନ୍ୟଙ୍କ ପାଇଁ ବାହାରର ଆବରଣ ପ୍ରସ୍ତୁତ କରିଥାନ୍ତା । ଏହା ଦ୍ୱାରା ଗୁଳି ଏବଂ ବମ ଆଦି କୌଣସି ପ୍ରକାରର ପ୍ରଭାବ ପକାଇ ପାରିନଥାନ୍ତା । ଏହା ସହିତ ହେଲମେଟ ଏବଂ ବାର୍ତ୍ତାଳପ ପାଇଁ ଦେଖା ଯାଉନଥିବା କମ୍ୟୁନିକେସନ ସିଷ୍ଟମ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏଥିରେ ପ୍ରାୟ ୮୦ ମିଲିଅନ ଡଲାର ରିସର୍ଚରେ ଲଗାଯାଇଥିଲା । ଏଥିପାଇଁ ୫ ବର୍ଷ ସମୟ ଲାଗିଥାନ୍ତା, କିନ୍ତୁ ୨୦୧୯ରେ ଏହାକୁ ଅସଫଳ ଭାବି ଆମେରିକା ବନ୍ଦ କରିଦେଲା । କିନ୍ତୁ ଏହାକୁ ପ୍ରସ୍ତୁତ କରିବାରେ ଯଥେଷ୍ଟ ସଫଳତା ପାଇଛି ଋଷ ।

ରାଜ୍ୟରେ ନୂଆ ୨୮୧୯ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଓ କଟକରୁ ସର୍ବାଧିକ

ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଦିନ ବଢିବା ସହ ନୂଆ ନୂଆ ସଂକ୍ରମିତ ସାମ୍ନାକୁ ଆସୁଛନ୍ତି । ରାଜ୍ୟରେ ଲଗାତାର ମାସେ ହେବ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ଘଣ୍ଟାରେ ୨୮୧୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯଦିଓ ପୂର୍ବରୁ ସ୍ଥାନୀୟ ସଂକ୍ରମଣ କମ ରହୁଥିଲା କିନ୍ତୁ ଏବେ ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢିଛି । ତେବେ ଚିହ୍ନଟ ହୋଇଥିବା ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ ୧୬୯୧ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୧୧୨୮ଟି ମାମଲା ସ୍ଥାନୀୟ ସଂକ୍ରମଣ ମାମଲା ରହିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ଶନିବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ୪୪୩ ଓ କଟକରୁ ୨୫୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୨୩, ବାଲେଶ୍ୱରରୁ ୧୦୫, ବରଗଡ଼ରୁ ୩୬, ଭଦ୍ରକରୁ ୭୭, ବଲାଙ୍ଗୀରରୁ ୫୬, ବୌଦ୍ଧରୁ ୬, ଢେଙ୍କାନାଳରୁ ୧୦୦, ଗଜପତିରୁ ୬୨, ଗଞ୍ଜାମରୁ ୧୯୨, ଜଗତସିଂହପୁରରୁ ୪୮ , ଯାଜପୁରରୁ ୧୨୦, ଝାରସୁଗୁଡ଼ାରୁ ୬୩, କଳାହାଣ୍ଡିରୁ ୫୫ , କନ୍ଧମାଳରୁ ୪୪, କେନ୍ଦ୍ରାପଡ଼ାରୁ ୬୨ , କେନ୍ଦୁଝରରୁ ୭, କୋରାପୁଟ ୮୧, ମାଲକାନଗିରିରୁ ୮୩, ମୟୁରଭଞ୍ଜରୁ ୨୧୯, ନବରଙ୍ଗପୁରରୁ ୪୩, ନୟାଗଡ଼ରୁ୬୪, ନୂଆପଡ଼ାରୁ ୧, ପୁରୀରୁ ୧୦୯, ରାୟଗଡ଼ାରୁ ୧୪୭, ସମ୍ବଲପୁରରୁ ୧୪୫, ସୁନ୍ଦରଗଡ଼ରୁ ୫୭, ସୋନପୁରରୁ ୧୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୨୯ଟି ଜିଲ୍ଲାରୁ ୨୮୧୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରେ କ୍ୱାରେଣ୍ଟାଇନରୁ ୧୬୯୧ ଓ ସ୍ଥାନୀୟ ସଂକ୍ରମଣ ୧୧୨୮ ରହିଛି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୫ ହଜାର ୫୩୭ରେ ପହଞ୍ଚିଛି । ଗତକାଲି କରୋନା ଜନିତ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ରାଜ୍ୟରେ ଆଉ ୯ ମୁଣ୍ଡ ନେଇଛି କରୋନା ।

ଦେଶରେ ଦିନକରେ ଆଉ ୬୯ ହଜାର ୮ଶହ ୭୮ ପଜିଟିଭ ଚିହ୍ନଟ, ଆଉ ୯୫୪ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା । ୨୪ ଘଣ୍ଟାରେ ୬୯ହଜାର ୮୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୯୪୫ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ କରୋନା ପଜିଟିଭ୍ ସଂଖ୍ୟା ୨୯ଲକ୍ଷ ୭୫ହଜାର ୭୦୨ରେ ପହଞ୍ଚିଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୬ଲକ୍ଷ ୯୭ହଜାର ୩୩୦ । କରୋନାରୁ ସୁସ୍ଥ ହେଲେଣି ୨୨ଲକ୍ଷ ୨୨ହଜାର ୫୭୮ଜଣ । ଦେଶରେ କରୋନାରେ ମୋଟ୍ ୫୫ହଜାର ୭୯୪ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ସେପଟେ ମହାରାଷ୍ଟ୍ରରେ ସର୍ବାଧିକ କରୋନା ପଜିଟିଭ୍ ଓ ମୃତକଙ୍କ ସଂଖ୍ୟା । ୬ଲକ୍ଷ ୫୭ହଜାର ୪୪୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୧ହଜାର ୬୯୮ଜଣଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ଲକ୍ଷ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୃତ୍ୟୁସଂଖ୍ୟା ଯଥାକ୍ରମେ ୬ହଜାର ୩୪୦ ଓ ୩ହଜାର ୯୨ । କର୍ଣ୍ଣାଟଙ୍କରୁ ୨ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪ହଜାର ୫୨୨ଜଣଙ୍କ ମୃତ୍ୟୁ ହୋଇଛି । ୟୁପି, ଦିଲ୍ଲୀ, ୱେଷ୍ଟବେଙ୍ଗଲ, ବିହାର ଓ ତେଲେଙ୍ଗାନାରେ ଲକ୍ଷେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ତେବେ ଆଶ୍ୱସ୍ତିର ଖବର ଏହା ଯେ, କରୋନା ମୃତ୍ୟୁହାରରେ କ୍ରମାଗତ ହ୍ରାସ ଦେଖିବାକୁ ମିଳିଛି । ଏବଂ ସକ୍ରିୟ ମାମଲା ହାର ରେକର୍ଡ କରାଯାଉଛି। ମୃତ୍ୟୁ ହାର ୧.୮୭ ପ୍ରତିଶତକୁ ଖସିଛି । ଏହା ବ୍ୟତୀତ ଚିକିତ୍ସିତ ହେଉଥିବା ସକ୍ରିୟ ମାମଲା ହାର ମଧ୍ୟ ୨୩ ପ୍ରତିଶତକୁ ଖସିଛି । ଏହା ସହିତ ସୁସ୍ଥତା ହାର ୭୫ ପ୍ରତିଶତକୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଯେ, ଭାରତରେ ସୁସ୍ଥତା ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି । ଆଇସିଏମଆର ଅନୁଯାୟୀ, ଅଗଷ୍ଟ ମାସ ୨୧ ତାରିଖ ସୁଦ୍ଧା ମୋଟ ୪୫.୫ କରୋନା ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ଗତକାଲି ୧୦ ଲକ୍ଷ ନମୁନା ପରୀକ୍ଷା କରାଯାଇଥିଲା। ସଂକ୍ରମିତ ହାର ୭ ପ୍ରତିଶତ କମ୍ ରହିଛି ।

କରୋନା ସଙ୍କଟରେ ପଣ୍ଡ ହେଲା ଆତଙ୍କୀଙ୍କ ଷଡ଼ଯନ୍ତ୍ର, ନୂଆଦିଲ୍ଲୀରେ ଆଇଏସଆଇଏସ ଆତଙ୍କୀ ଗିରଫ

ନୂଆଦିଲ୍ଲୀ:  ଦିଲ୍ଲୀର ଧୌଲାକୁଆଁ ରିଙ୍ଗ ରୋଡ ନିକଟରେ ପୋଲିସ ଓ ଆତଙ୍କୀ ଗୁଳିବିନିମୟ । ପୋଲିସ କହିବା ଅନୁସାରେ ଏହି ଏନକାଉଣ୍ଟର ବେଳେ ଜଣେ ଆତଙ୍କବାଦୀ ଧରାପଡିଛି । ଏନକାଉଣ୍ଟରରେ ISIS ଆତଙ୍କବାଦୀ ଗିରଫ ହୋଇଛି । ଗିରଫ ଆତଙ୍କବାଦୀଙ୍କ ନାଁ ହେଉଛି ଅବ୍ବୁ ୟୁସୁଫ୍ । ଦିଲ୍ଲୀ ପୋଲିସ ସ୍ୱତନ୍ତ୍ର ସେଲର ଅପରେସନ ଜାରି ରହିଛି । ISIS ଆତଙ୍କବାଦୀ ନିକଟରୁ ଆଇଇଡି ଜବତ କରାଯାଇଛି । ଦିଲ୍ଲୀ ପୋଲିସ ସ୍ୱତନ୍ତ୍ର ସେଲ ଡିସିପି ପ୍ରମୋଦ ସିଂ କୁଶଓ୍ୱାହଙ୍କ ସୂଚନା ଅନୁସାରେ କରୋନା ସମୟରେ ଦିଲ୍ଲୀରେ ବଡ଼ ଆତଙ୍କବାଦୀ ହମଲା ଯୋଜନା ଥିଲା । ସେ କହିଛନ୍ତି ଯେ, ବର୍ତ୍ତମାନ ଆହୁରୀ ଅଧିକ ଗିରଫ ହୋଇପାରନ୍ତି ।

ସୂଚନାଯୋଗ୍ୟ ଯେ, ଧରାପଡ଼ିଥିବା ଆତଙ୍କବାଦୀ ନିକଟରୁ ଦୁଇଟି ଆଇଡି ଏବଂ ମାରଣାସ୍ତ୍ର ଜବତ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଏହାର କାର୍ଯ୍ୟ ଆରମ୍ଭ କରିଛି। ଆତଙ୍କବାଦୀ କିଛି ବଡ଼ ଯୋଜନା କରୁଥିଲେ । ତାଙ୍କ ଟାର୍ଗେଟ୍ ପୂର୍ଣ୍ଣ ହେବା ପୂର୍ବରୁ ପୋଲିସ ନିଜ ଅପରେସନ ଆରମ୍ଭ କରିଥିଲା ।

ଦିଲ୍ଲୀ ପୋଲିସ କହିଛି ଯେ, ଆଇଏସଆଇଏସ୍ ଆତଙ୍କବାଦୀମାନେ ଦିଲ୍ଲୀରେ ଏକ ବଡ଼ ଆତଙ୍କୀ ଆକ୍ରମଣ କରିବାକୁ ଯୋଜନା ଚଲାଇଥିଲେ। ଆତଙ୍କବାଦୀଙ୍କ ପ୍ଲାନ୍ ସଫଳ ହେବା ପୂର୍ବରୁ ଫ୍ଲପ୍ ହୋଇଛି ।

ପୋଲିସର ସୂଚନାନୁସାରେ, ଦିଲ୍ଲୀର କିଛି ଲୋକେ ଆକ୍ରମଣ ପାଇଁ ଅବ୍ବୁ ୟୁସୁଫ୍ କୁ ସହଯୋଗ କରିବା ସହ ତାକୁ ମାରଣାସ୍ତ୍ର ଯୋଗାଉଥିଲେ । ସେମାନଙ୍କୁ ଧରିବା ପାଇଁ ପୋଲିସର ଚଢ଼ାଉ ଏବେ ବି ଜାରି ରହିଛି ।

ବାଲେଶ୍ୱର ସୋରରେ ଜନନୀ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ, ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିଲା ଆମ୍ବୁଲାନ୍ସ

ବାଲେଶ୍ୱର ସୋରରେ ଜନନୀ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ, ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିଲା ଆମ୍ବୁଲାନ୍ସ