ପାହାଡ଼ କାଟି ୫ କିଲୋମିଟରର କେନାଲ ଖୋଲିଲେ ୭୦ ବର୍ଷୀୟ ବୃଦ୍ଧ, ଲାଗିଲା ୩୦ ବର୍ଷ

1 min read
Seventy Years Old Man Made Canal With His Own Hand In Thirty Years

ପାଟଣା: ମାଉନଣ୍ଟେନ୍ ମ୍ୟାନ୍ ଦଶରଥ ମାଞ୍ଝିଙ୍କ କାହାଣୀ ଆପଣ ଶୁଣିଥିବେ ବା ସିନେମାରେ ଦେଖିଥିବେ । ଆଜି ଆମେ ଆଉ ସେହିଭଳି ଏକ ସତ ଘଟଣା ବିଷୟରେ କହୁଛୁ । ଇଏ ବି ଜଣେ ମାଉନଣ୍ଟେନ୍ ମ୍ୟାନ୍ । ଯିଏ ୩୦ ବର୍ଷର ପରିଶ୍ରମରେ କାଟିଛନ୍ତି ପାହାଡ଼, ଖୋଳିଛନ୍ତି ୫ କିଲୋମିଟର ଦୂରତ୍ୱର କେନାଲ । ବର୍ଷା ହେଲେ ପାହାଡ଼ କରୋଡ଼ରୁ ଝର ଝର ହୋଇ ପାଣି ଗାଁକୁ ଆସୁଛି, କ୍ଷେତରେ ଫସଲ ହେଉଛି । ଉପକୃତ ହେଉଛନ୍ତି ଆଖପାଖ ୩ଟି ଗାଁର ଲୋକ । ମାଉଣ୍ଟେନ୍ ମ୍ୟାନଙ୍କ କାହାଣୀ ହେଉଛି ବିହାର ଗୟା ଜିଲ୍ଲାର ।

Seventy Years Old Man Made Canal With His Own Hand In Thirty Years

ଗୟାଠାରୁ ୯୦ କିଲୋମିଟର ଦୂର ବାଙ୍କୋବଜାର ଉପଖଣ୍ଡର ଲୁଟୁଆ ପଞ୍ଚାୟତର କୋଠିଲୱା ଗାଁରେ ୭୦ ବର୍ଷୀୟ ଲୌଙ୍ଗି ଭୂଇଁୟା ୩୦ ବର୍ଷରେ କରିଛନ୍ତି କମାଲ୍ । ନିଜ ପରିଶ୍ରମରେ କାଟିଛନ୍ତି ପାହାଡ଼, ୫ କିମି ବୁହାଇଛନ୍ତି ପାଣି । ଲୌଙ୍ଗି ପ୍ରଥମେ ବର୍ଷା ପରେ ପାହାଡ଼ରୁ ଖସୁଥିବା ପାଣିକୁ ସଞ୍ଚୟ କରିଥିଲେ । ପରେ ସେହି ପାଣିକୁ ଗାଁ ଯାଏଁ ପହଞ୍ଚାଇବା ପାଇଁ ଆରମ୍ଭ କରିଥିଲେ ଉଦ୍ୟମ । ପ୍ରତିଦିନ ଘରୁ ଜଙ୍ଗଲକୁ ଯାଇ କେନାଲ ଖୋଳିବା ଆରମ୍ଭ କରିଥିଲେ ।

Seventy Years Old Man Made Canal With His Own Hand In Thirty Years

ଗାଁରେ ପାଣି ଅଭାବରୁ କେବଳ ମକା ଓ ଚଣା ଚାଷ ହୁଏ । ରୋଜଗାର ସନ୍ଧାନରେ ଲୌଙ୍ଗିଙ୍କ ପୁଅ ସହର ଯାଇଥିଲେ, କାରଣ ଗାଁର ଅଧିକାଂଶ ପୁରୁଷ ଅନ୍ୟ ରାଜ୍ୟରେ ଯାଇ କାମ କରନ୍ତି । ଆସ୍ତେ ଆସ୍ତେ ଗାଁରେ ଅଧାରୁ ଅଧିକ ଲୋକ ସହରକୁ କାମ ପାଇଁ ପଳାଇଲେ । ଏହାରି ଭିତରେ ଲୌଙ୍ଗି ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ । ସେଠାରେ ସେ ଭାବିଥିଲେ ଗାଁକୁ ପାଣି ଆସିଲେ ଲୋକ ଆଉ ବାହାରକୁ ଯିବେନି । ଫସଲ କରି ରୋଜଗାର କରିପାରିବେ ।

ତାପରେ ଆରମ୍ଭ କରିଥିଲେ ମିଶନ ପାଣି । ବଙ୍ଗେଠା ପାହାଡ଼କୁ ଆଖିରେ ରଖି ଆଙ୍କିଥିଲେ ନକ୍ସା । ନକ୍ସା ଅନୁସାରେ ବଳକା ସମୟରେ କେନାଲ ଖୋଳିବା ଆରମ୍ଭ କରି ଦେଇଥିଲେ । ୩୦ ବର୍ଷର ପରିଶ୍ରମ ପରେ ଗାଁକୁ ପହଞ୍ଚିଛି ପାଣି । ବର୍ଷା ପାଣିକୁ ଗାଁ ମୁଣ୍ଡରେ ଗଚ୍ଛିତ କରି ରଖିବା ସହ ଚାଷ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ।

Seventy Years Old Man Made Canal With His Own Hand In Thirty Years

ଅଞ୍ଚଳରେ ୩ଟି ଗାଁର ପ୍ରାୟ ୩ ହଜାର ଲୋକ ଏବେ କେନାଲ ପାଣିରୁ ଲାଭ ପାଉଛନ୍ତି । ଲୌଙ୍ଗି ଭୂଇୟାଁ କୁହନ୍ତି- ପତ୍ନୀ, ବୋହୂ ଓ ପୁଅ ସମସ୍ତେ ଏହି କାମ କରିବାକୁ ପ୍ରଥମେ ମନା କରିଥିଲେ । କହିଥିଲେ- ବିନା ମଜୁରୀ କାମ କାହିଁକି କରୁଛନ୍ତି । ଏମିତି କି କିଛି ଲୋକ ଲୌଙ୍ଗିଙ୍କୁ ପାଗଳ ବୋଲି ଭାବୁଥିଲେ । କିନ୍ତୁ ଯେବେ କେନାଲରେ ପାଣି ଆସି କ୍ଷେତରେ ମାଡ଼ିଲା ତ ସମସ୍ତେ ଲୌଙ୍ଗିଙ୍କ ପ୍ରଂଶସା କରିବାରେ ଲାଗିଲେ ।

Seventy Years Old Man Made Canal With His Own Hand In Thirty Years

ଭୂଇଁୟା କହିଛନ୍ତି- ସରକାର ଯଦି ଆମକୁ ଟ୍ରାକ୍ଟର ଦେବେ ତ ବନ ବିଭାଗର ଖାଲି ପଡ଼ିଥିବା ଚାଷ ଉପଯୋଗୀ କରି ଲୋକ ପରିବାର ପ୍ରତିପୋଷଣ କରିପାରିବେ । ସେହିପରି ଗାଁର ମୁଖିଆ ସମୋଦ କୁମାର କହିଛନ୍ତି- ସରକାର ଲୌଙ୍ଗି ଭୂଇଁୟାଙ୍କୁ ପେନସନ ଓ ଆବାସ ଯୋଜନାରେ ଘର ଦେବା ଦରକାର । ସେ ନିଜ ପାଇଁ ନୁହେଁ ବରଂ ଗାଁ ଲୋକଙ୍କ ପାଇଁ ପରିଶ୍ରମ କରିଛନ୍ତି ।

Leave a Reply