କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବସୁଛି ସର୍ବଦଳୀୟ ବୈଠକ।  ଏହି ବୖେଠକରେ ଦେଶରେ କରୋନା ସ୍ଥିତି ଓ ଟିକା ବିତରଣ ନେଇ ଆଲୋଚନା ହୋଇପାରେ ।

ସୂଚନା ଅନୁଯାୟୀ କରୋନା ମହାମାରୀ ପାଇଁ ଭର୍ଚୁଆଲ୍ ମୋଡ୍‌ରେ ବୈଠକ ହେବାକୁ ଥିବାବେଳେ କଂଗ୍ରେସ, ଶିବସେନା, ଜେଡିୟୁ, ବିଜେଡି ସମେତ ବିଭିନ୍ନ ଦଳର ନେତା ଯୋଗଦେବେ। ଏପରିକି ଲୋକସଭା ଓ ରାଜ୍ୟସଭାର ସବୁ ପାର୍ଟି ମେମ୍ବରଙ୍କୁ ନିମନ୍ତ୍ରଣ କରାଯାଇଛି ।

ବିଜେଡିରୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ସର୍ବଦଳୀୟ ବୈଠକରେ ଭୁବନେଶ୍ୱରରୁ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।

ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ତଳେ ଅଧିକ କରୋନା ସଂକ୍ରମିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଏଥିସହିତ ଦେଶରେ ଟିକା ପ୍ରସ୍ତୁତି ସ୍ଥିତି ନେଇ ମଧ୍ୟ ସମୀକ୍ଷା କରିଥିଲେ।

Leave a Reply