ପରୀ ପ୍ରସଙ୍ଗ: ‘ସବୁଦିନ ପ୍ରତିବାଦ ନକରି ପ୍ରକୃତ ତଥ୍ୟ ଆସିବା ଯାଏଁ ଅପେକ୍ଷା କରାଯାଉ’- ଦେବୀ ମିଶ୍ର

ଭୁବନେଶ୍ୱର: ପରୀ ପ୍ରସଙ୍ଗରେ ବିଜେପିର ଧାରଣା ଉପରେ ବିଜେଡି ପ୍ରତିକ୍ରିୟା ରଖିଛି । ବିଜେଡି ଉପସଭାପତି ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ପରୀ ମୃତ୍ୟୁର ଏସ୍‌ଆଇଟି ତଦନ୍ତ ଚାଲିଛି । ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଦୁଇ ସପ୍ତାହ ମାଗିଛନ୍ତି । ତେଣୁ ଦୁଇ ସପ୍ତାହ ଅପେକ୍ଷା କରାଯାଉ । ସବୁଦିନ ପ୍ରତିବାଦ ନକରି ପ୍ରକୃତ ତଥ୍ୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଉ । ଏହା ଏକ ସମ୍ବେଦନଶୀଳ ଘଟଣା । ସମସ୍ତେ ଚାହୁଁଛନ୍ତି ପରୀକୁ ନ୍ୟାୟ ମିଳୁ । ଘଟଣାକୁ ରାଜନୀତିକରଣ କରାନଯାଉ ବୋଲି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।

ଏହାସହ ଆସନ୍ତା କାଲି ଭାରତ ବନ୍ଦ ପ୍ରସଙ୍ଗରେ ମଧ୍ୟ ବିଜେଡି ପ୍ରତିକ୍ରିୟା ରଖିଛି । ବନ୍ଦକୁ ଦଳ ସମର୍ଥନ ଦେବ କି ନାହିଁ ତାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । କିନ୍ତୁ ଚାଷୀ ସମସ୍ୟା ପ୍ରତି ଆମର ନୈତିକ ସମର୍ଥନ ରହିଛି । ଆମର ଆଭିମୁଖ୍ୟ ସଂସଦରେ ସ୍ପଷ୍ଟ କରିଛୁ । ବିଜେଡି ସବୁବେଳେ ଚାଷୀଙ୍କ ସହ ରହିଛି ବୋଲି ବୋଲି କହିଛନ୍ତି  ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ।

Leave a Reply