ମାତ୍ର ୬ ବର୍ଷର ଅରହମ ହେଲେ ବିଶ୍ୱର କନିଷ୍ଠ କମ୍ପ୍ୟୁଟର ପ୍ରୋଗ୍ରାମର
ଅହମଦାବାଦ: ଛଅ ବର୍ଷ ବୟସରେ ଶିଶୁ ମାନେ ସାଧାରଣତଃ ଭଲରେ ଅକ୍ଷର ପଢ଼ିବା ସହ ସଂଖ୍ୟା ଗଣିବା ଶିଖିଥାନ୍ତି । କିନ୍ତୁ ଅହମଦାବାଦର ଜଣେ ୬ ବର୍ଷର ଶିଶୁ ଏମିତି କାମ କରିଛନ୍ତି, ଯାହାକୁ ଦେଖି ବଡ଼ ବଡ଼ ସଫ୍ଟୱେୟାର ଇଞ୍ଜିନିୟର ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି ।

ଛଅ ବର୍ଷର ଏହି ଶୁଶି କମ୍ପ୍ୟୁଟର ଜଗତରେ ଏମିତି କିଛି କାମ କରିଛନ୍ତି ଯାହା ଗିନୀଜ ବୁକ ଅଫ ୱର୍ଲଡରେକର୍ଡରେ ସ୍ଥାନ ପାଇଛି । ଅରହମ ତଲସାନିୟା ନାମକ ଏହି ଛଅ ବର୍ଷର ଶିଶୁ ଗିନୀଜ ବୁକ ଅଫ ୱାର୍ଲଡ ରେକର୍ଡରେ ସବୁଠାରୁ ଯୁବ କମ୍ପ୍ୟୁଟର ପ୍ରୋଗ୍ରାମର ରୂପରେ ସ୍ଥାନ ପାଇଛନ୍ତି । ଅରହମ ଛଅ ବର୍ଷ ବୟସରେ ସବୁଠାରୁ ଶକ୍ତିଶାଳୀ ପାଇଥନ ପ୍ରୋଗ୍ରାମିଂ ଭାଷା ପରୀକ୍ଷାକୁ କ୍ଲିୟର କରି ସେ ଗିନୀଜ ରେକର୍ଡ କରିଛନ୍ତି । ଏହି ପରୀକ୍ଷା ୨୦୨୦ ମସିହା ଜାନୁଆରୀ ୨୩ରେ ମାଇକ୍ରୋସଫ୍ଟ ଦ୍ୱାରା ଅଧିକୃତ ପିୟର୍ସନ ବ୍ୟୁ ଟେଷ୍ଟ ସେଣ୍ଟରରେ ଆଯୋଜିତ ହୋଇଥିଲା । ଏହି ପରୀକ୍ଷାକୁ ଅନେକ ଇଞ୍ଜିନିୟର କ୍ରାକ୍ କରିବାରେ ଅସଫଳ ହୋଇଥିଲେ କିନ୍ତୁ ଅହରମ ଏହା କରିଦେଖାଇଥିଲେ ।

ଅରହମ ପାକିସ୍ତାନ ମୂଳ ବ୍ରିଟିଶର ସାତ ବର୍ଷିୟ ମୁହମ୍ମଦ ହମଜା ଶହଜାଦଙ୍କ ଗିନୀଜ ୱାର୍ଲଡ ରେକର୍ଡକୁ ଭାଙ୍ଗିଛନ୍ତି । ଗୋଟିଏ ପରିକ୍ଷାରେ ଯେଉଁଠି ପରିକ୍ଷାର୍ଥୀଙ୍କୁ ପ୍ରତିଷ୍ଠିତ ପ୍ରମାଣ ପ୍ରାପ୍ତା ପାଇଁ ୧୦୦୦ରୁ ୭୦୦ ନମ୍ବର ଆବଶ୍ୟକ ହୋଇଥାଏ, ସେଇଠି ଅରହମ ୯୦୦ ମାର୍କ ରଖିଥିଲେ ଏବଂ ତାଙ୍କୁ ମାଇକ୍ରୋସୋଫ୍ଟ ଟେକ୍ନୋଲୋଜୀ ଏସୋସିଆଟ ରୂପରେ ମାନ୍ୟତା ମଧ୍ୟ ମିଳିଛି । ଅହମଦାବାଦରେ ରହୁଥିବା ଅରହମଙ୍କ ବାପା ଓମ ତଲସାନିଆୟା ବୃତ୍ତିରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଅଟନ୍ତି ଏବଂ ତାଙ୍କ ମାଆ ତୃପ୍ତି ତଲସାନିୟା ଜଣେ ଅଧ୍ୟାପିକା ସହ ଇଞ୍ଜିନିୟର ଅଟନ୍ତି । ବିଶ୍ୱର ସବୁଠାରୁ କନିଷ୍ଠ କମ୍ପ୍ୟୁଟର ପ୍ରୋଗ୍ରାମରର ମାନ୍ୟତା ପାଇବା ପରେ ପରିବାର ଲୋକ ଖୁବ ଗୌରବ ଅନୁଭବ କରୁଛନ୍ତି ।

ମାତ୍ର ୨ ବର୍ଷ ବୟସରେ ଅରହମଙ୍କର କମ୍ପ୍ୟୁଟର ପ୍ରତି ଖୁବ ଦୁର୍ବଳତା ଥିଲା ଯାହା ଆଗକୁ ଯାଇ ବଢ଼ିବାରେ ଲାଗିଲା । ଯେତେବେଳେ ଅରହମଙ୍କ ବାପା ଘରୁ କାମ କରୁଥିଲେ ସେତେବେଳେ ମଧ୍ୟ ଅରହମ ବାପାଙ୍କ ଠାରୁ ବହୁତ କିଛି ଶିଖିବାକୁ ପାଇଥିଲେ । ଏହାପରେ ଅହରମ ନିଜେ ଏକ ଭିଡିଓ ଗେମ ପ୍ରସ୍ତୁତ କରିବେ ବୋଲି ବାପାଙ୍କୁ କହିଥିଲେ । ପୁଅର ଏହି ଆଗ୍ରହକୁ ଦେଖି ବାପା ବୁଝିସାରିଥିଲେ କାରଣ ଅହରମ ଖୁବ ଦୃତ ଗତିରେ ସବୁଖିଛି ଶିଖୁଥିଲେ । ଏମିତିରେ ଅହରମ ମାଇକ୍ରୋସୋଫ୍ଟ ଅଧିକୃତ ପରୀକ୍ଷା ଦେବ ବୋଲି ବାପା ନିଷ୍ପତ୍ତି ନେଇଥିଲେ ।

ପୁଅର ଏହି ସଫଳତାରେ ବାପା କହିଛନ୍ତି ଯେ, ‘ଅରହମଙ୍କୁ ପ୍ରଥମରୁ ଏହି ସବୁ ଜିନିଷ ପ୍ରତି ଖୁବ ଆଗ୍ରହ ଥିଲା । ଏହା ପରେ ମୁଁ ତାକୁ ସମସ୍ତ ଜିନିଷ ଶିଖାଇଲି ଏବଂ ସେ ଦୃତ ଗତିରେ ଏସବୁକୁ ଶିଖିବାକୁ ଲାଗିଲା । ସେ ପ୍ରତିଦିନ ୧-୧ ଘଣ୍ଟା ଟ୍ରେନିଂ ନେଉଥିଲା । ପରବର୍ତ୍ତୀ ସମୟରେ ସେ ଧିରେ ଧରେ ପ୍ରୋଗ୍ରାମିଂ କରିବା ଆରମ୍ଭ କରିଥିଲା । ପୁଅର ଏହି ସଫଳତାକୁ ନେଇ ବାପା ମାଆ ଖୁବ ଖସି ଥିବା ସେ କହିଛନ୍ତି । ତେବେ ଆଗାମୀ ଦିନରେ ଅରହମ କମ୍ପ୍ୟୁଟର ଜଗତରେ ଆହୁରି ଅନେକ ସଫଳତା ପାଇବେ ବୋଲି ପରିବାର ଲୋକଙ୍କ ଆଶା ।
ଦୀର୍ଘ ୪୯୯ ବର୍ଷ ପରେ ପଡ଼ିଛି ଧନତରାସର ଏମିତି ସଂଯୋଗ, ଜାଣନ୍ତୁ କେଉଁ ସମୟରେ ମାଆ ଲକ୍ଷ୍ମୀଙ୍କୁ ପୂଜା କଲେ ମିଳିବ…
ନୂଆଦିଲ୍ଲୀ: ଦୀପାବଳିର ଦୁଇ ଦିନ ପୂର୍ବରୁ ପଡ଼ୁଥିବା ଧନତରାସ ପର୍ବ ଦୀପାବଳିର ଠିକ୍ ଗୋଟିଏ ଦିନ ପୂର୍ବରୁ ପାଳନ କରାଯିବ। ତ୍ରୟୋଦଶୀର ଉଦୟା ତିଥି ଏବଂ ପ୍ରଦୋଷ କାଳ କାରଣରୁ ୪୯୯ ବର୍ଷ ପରେ ଏହିପରି ଯୋଗ ସୃଷ୍ଟି ହେଉଛି । ଏହା ପୂର୍ବରୁ ୧୫୨୧ ମସିହାରେ ଏହିପରି ଯୋଗ ସୃଷ୍ଟି ହୋଇଥିଲା । ଏଥର ୧୩ ନଭେମ୍ବରରେ ଧନତରାସ ସହ ସନ୍ଧ୍ୟାରେ ନରକ ଚତୁର୍ଦଶୀ ପାଇଁ ମଧ୍ୟ ପୂଜା କରାଯିବ। ୧୪ତାରିଖ ଦିନ ସ୍ୱାତୀ ନକ୍ଷତ୍ରରେ ଦୀପାବଳିଙ୍କୁ ପୂଜା କରାଯିବ ।

ଚିନ୍ତକ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବୈଦିକ ବିଜ୍ଞାନର ପ୍ରତିଷ୍ଠାତା ସଭାପତି କହିଛନ୍ତି ଯେ ତ୍ରୟୋଦଶୀ ନଭେମ୍ବର ୧୨ର ରାତି ୯:୩୦ ରୁ ଆରମ୍ଭ ହେବ ଏବଂ ନଭେମ୍ବର ୧୩ ରେ ଅପରାହ୍ନ ୫:୫୯ ପର୍ଯ୍ୟନ୍ତ ଚାଲିବ। ତ୍ରୟୋଦଶୀ ଉଦୟା ତିଥି ଏବଂ ପ୍ରଦୋଶ କାଲରେ ପଡୁଛି । ଏହି କାରଣରୁ ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ଦିନ ଧନତରାସ ପାଳନ କରାଯିବ। ସେହି ଦିନ ଅପରାହ୍ନ ୫:୫୯ ରୁ ଚତୁର୍ଦଶୀ ଆରମ୍ଭ ହେବ, ଯାହାକି ୧୪ତାରିଖ ଅପରାହ୍ନ ୨.୧୮ ପର୍ଯ୍ୟନ୍ତ ରହିବ । ଏପରି ପରିସ୍ଥିତିରେ, ଯେଉଁମାନେ ମାସିକ ଶିବରାତ୍ରୀ ଉପବାସ ପାଳନ କରନ୍ତି, ସେମାନେ ୧୩ ନଭେମ୍ବରରେ ଉପବାସ କରିବା ଉଚିତ୍ ।

କାର୍ତ୍ତିକ ମାସର ଅମାବାସ୍ୟା ଦିନ ସ୍ୱାତୀ ନକ୍ଷତ୍ରରେ ମାଆ ଲକ୍ଷ୍ମୀ ପୃଥିବୀକୁ ଆସନ୍ତି। ନଭେମ୍ବର ୧୪ ରେ, ଅମାବାସ୍ୟା ରାତି ୨:୧୮ ରୁ ଆରମ୍ଭ ହୋଇଯିବ । ସ୍ୱାତୀ ନକ୍ଷତ୍ର ରାତି ୮:୨୦ ପର୍ଯ୍ୟନ୍ତ ରହିବ। ଏହି ପରିପ୍ରେକ୍ଷୀରେ, ଲକ୍ଷ୍ମୀ ପୂଜାର ଶୁଭ ସମୟ ଅପରାହ୍ନ ୫:୨୨ ରୁ ସନ୍ଧ୍ୟା ୭:୧୨ ପର୍ଯ୍ୟନ୍ତ ଭଲ ରହିବ । ବାଣିଜ୍ୟିକ ସ୍ଥାନରେ ଲକ୍ଷ୍ମୀଙ୍କୁ ରାତି ୩ ଟାରୁ ରାତି ୮:୦୯ ପର୍ଯ୍ୟନ୍ତ ପୂଜା କରାଯାଇପାରେ । ଧନତରାସରେ ନୂତନ ଜିନିଷ କିଣିବା ହିନ୍ଦୁ ଧର୍ମରେ ଶୁଭ ବୋଲି ବିବେଚନା କରାଯାଏ। ସପିଂର ଶୁଭ ସମୟ ସକାଳ ୬.୦୧ ରୁ ରାତି ୮.୩୩ ପର୍ଯ୍ୟନ୍ତ ହେବ ।
ପ୍ରଥମଥର ପାଇଁ IPL ଫାଇନାଲରେ ପହଞ୍ଚିଛି ଦିଲ୍ଲୀ
ଆବୁଧାବି: ଆଜି ଆଇପିଏଲ ମହାସମରର ଗ୍ରାଣ୍ଡ୍ ଫିନାଲେ । ଟାଇଟଲ୍ ଟକ୍କର ପାଇଁ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲସ୍ ଏବଂ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମ ଥର ପାଇଁ ଟାଇଟଲ ହାତେଇବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଶ୍ରେୟସ ଆୟାରଙ୍କ ଦିଲ୍ଲୀ । ସନ୍ଧ୍ୟା ୭.୩୦, ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ବହୁ ପ୍ରତୀକ୍ଷିତ ଗ୍ରାଣ୍ଡ ଫିନାଲେ । ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଫାଇନାଲରେ ପହଞ୍ଚିଥିବା ବେଳେ ୪ଥର ବିଜୋତା ମଧ୍ୟ ହୋଇସାରିଛି।
ପଟେ ଆଇପିଏଲ ଇତିହାସରେ ଦିଲ୍ଲୀ କ୍ୟାପିଟାଲ ପ୍ରଥମ ଥର ଫାଇନାଲକୁ ପ୍ରବେଶ କରି ଟ୍ରଫି ହତେଇବାକୁ ଲକ୍ଷ ରଖିଛି। ଉଭୟ ଟିମ୍ ମଧ୍ୟରେ ଚଳିତ ସଂସ୍କରଣରେ ୩ଟି ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିଥିଲା । ୩ଟି ଯାକ ମ୍ୟାଚରେ ସାନ୍ଦାର ବିଜୟ ହାସଲ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଆଇପିଏଲ ଇତିହାସରେ ଏପର୍ଯ୍ୟନ୍ତ ୨୭ଟି ମ୍ୟାଚ୍ ଖେଳାଯାଇଛି । ଯେଉଁଥିରେ ୧୫ ମ୍ୟାଚ୍ ମୁମ୍ବାଇ ହାତେଇଥିବା ବେଳେ ୧୨ଟି ମ୍ୟାଚ୍ ହାତେଇଛି ଦିଲ୍ଲୀ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କ୍ୱିଣ୍ଟନ ଡିକକ୍ ଚଳିତ ଆଇପିଏଲରେ ଭଲ ଫର୍ମରେ ରହିଛନ୍ତି । ଫାଇନାଲରେ ରୋହିତଙ୍କ ପ୍ରଦର୍ଶନ ଉପରେ ରହିବ ସମସ୍ତଙ୍କର ନଜର ।
ସେପଟେ ଦିଲ୍ଲୀ ପାଇଁ ଚଳିତ ସଂସ୍କରଣରେ ସବୁଠାରୁ ଅଧିକ ରନ୍ କରିଛନ୍ତି ଶିଖର ଧାୱନ । ଅଜିଙ୍କ୍ୟ ରାହାଣେଙ୍କ ଠାରୁ ମଧ୍ୟ ଦଳ ବହୁତ କିଛି ଆଶା ରଖିଛି । ତେବେ ଅଧିନାୟକ ଶ୍ରେୟାସ ଆୟାର ଓ ରିଷଭ ପନ୍ଥଙ୍କ ପ୍ରଦର୍ଶନ ଚିନ୍ତାର କାରଣ ପାଲଟିଛି । ପ୍ରଦର୍ଶନ ମୁତାବକ ଏବଂ ରେର୍କଡ ହିସାବରେ ମୁମ୍ବାଇ ଇଣ୍ଡିଆନ୍ସର ପଲା ଭାରି ରହିଥିବା ବେଳେ ନିଜର ଶତପ୍ରତିଶତ ପ୍ରଦର୍ଶନକୁ ନେଇ ଆଶା ରଖିଛି ଦିଲ୍ଲୀ ।









