ନୂଆ ବର୍ଷରୁ ଆରମ୍ଭ ହେବ ଟିକାକରଣ!: ଜୁଲାଇ ସୁଦ୍ଧା ୩୦ କୋଟି ଭାରତୀୟଙ୍କୁ ଦିଆଯିବ ଟିକା

ନୂଆଦିଲ୍ଲୀ:  କରୋନା ଟିକା ନେଇ ଆଶ୍ୱସ୍ତିକର ଖବର । ଜାନୁୟାରୀରେ ବଜାରକୁ ଆସିପାରେ ୨ ଟିକା । ଅକ୍ସଫୋର୍ଡ ଆଷ୍ଟ୍ରାଜେନିକାର ‘କୋଭିସିଲ୍ଡ’ ଓ ଭାରତ ବାୟେଟେକର ‘କୋଭାକ୍ସିନ୍’ ଜାନୁୟାରୀ ବେଳକୁ ସାଧାରଣ ଲୋକଙ୍କ ନିମନ୍ତେ ଉପଲବ୍ଧ ହୋଇପାରେ । ଏବଂ ଅପ୍ରେଲ ମାସ ବେଳକୁ ମୋଟ ୪ ଟିକାର ବ୍ୟବହାର ନେଇ ଅନୁମତି ମିଳିପାରେ । ଅପରପକ୍ଷରେ ସରକାରଙ୍କ ପକ୍ଷରୁ ଅଗ୍ରାଧିକାର ଭିତ୍ତିରେ  ଜୁଲାଇ ସୁଦ୍ଧା ପ୍ରାୟ ୩୦ କୋଟି ଲୋକଙ୍କ ଟିକାକରଣ ନେଇ ଲକ୍ଷ୍ୟ ରଖାଯାଇଛି ।

ଗତ ରବିବାର ‘କୋଭିସିଲ୍ଡ’ର ବ୍ୟବହାର ନେଇ ଜରୁରୀ ଅନୁମତି ମଗାଯାଇଥିବା ବେଳେ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ନେଇ  ଜାନୁୟାରୀ ଶେଷ କିମ୍ୱା ଫେବୃୟାରୀ  ଆରମ୍ଭ ବେଳକୁ ଅନୁମତି ମିଳିପାରେ । ଅପରପକ୍ଷରେ ଫିଜର ଟିକାର ବ୍ୟବହାର ନେଇ ଜରୁରୀକାଳୀନ ଆବେଦନକୁ ମଧ୍ୟ ବିଚାରକୁ ନେଇପାରନ୍ତି ଡ୍ରଗ୍ସ ନିୟନ୍ତ୍ରକ  ।

ଏହି ୩ଟି ଟିକା ବ୍ୟତୀତ ଋଷର ସ୍ଫୁଟନିକ୍ ଭି’କୁ ମଧ୍ୟ ଅପ୍ରେଲ ସୁଦ୍ଧା ଭାରତୀୟ ବଜାରରେ ଉପଲବ୍ଧ ହୋଇପାରେ ।  ଏହାଦ୍ୱାରା ନିହାତି ଆବଶ୍ୟକ ବର୍ଗ ଅର୍ଥାତ ସ୍ୱାସ୍ଥ୍ୟ କର୍ମୀ, ଡାକ୍ତର, ବରିଷ୍ଠ ନାଗରିକଙ୍କ ଟିକାକରଣ ନେଇ ସରକାରଙ୍କ ପକ୍ଷରୁ ଯେଉଁ ଲକ୍ଷ ଧାର୍ଯ୍ୟ ରଖାଯାଇଛି ତାହା ପୂରା କରିବାରେ ସହାୟକ ହେବ ।

Leave a Reply