ଏଥର ହେବନି କଲେଜ ଓ ବିଶ୍ୱବିଦ୍ୟାଳୟସ୍ତରୀୟ ପରୀକ୍ଷା

1 min read
+3 pg eXAM

ଭୁବନେଶ୍ୱର: କରୋନା ପାଇଁ ହେବନି କଲେଜ ଓ ବିଶ୍ୱବିଦ୍ୟାଳୟସ୍ତରୀୟ ପରୀକ୍ଷା । ଯେହେତୁ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମକୁ ଶ୍ରେଣୀ ଗୃହରେ ପଢ଼ାଯାଇ ନାହିଁ ସେଥିଲାଗି ସରକାର ଏପରି ଏକ ନିଷ୍ପତ୍ତି ସରକାର ନେଇଛନ୍ତି । ଶ୍ରେଣୀଗୃହ ପାଠ୍ୟକ୍ରମ ଆରମ୍ଭ ହେବା ପରେ ପରୀକ୍ଷା ନେଇ ବିଚାର କରିବାକୁ ସମସ୍ତ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଚିଠି ଲେଖି ଜଣାଇଛନ୍ତି ।

NEET Student File Photo
FILE Photo

କରୋନା ମହାମାରୀ କାରଣରୁ ଚଳିତ ବର୍ଷର ପାଠ ପଢ଼ା ସମ୍ପୂର୍ଣ୍ଣ ବ୍ୟାଘାତ ହୋଇଛି । ସ୍କୁଲ କଲେଜ ସବୁ ବନ୍ଦ ରହିଛି । ସବୁ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ କ୍ଲାସ୍‌ର ସୁବିଧା ପାଇ ପାରି ନାହାନ୍ତି । ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଦେବା କଷ୍ଟକର ହୋଇପାରେ । ତେଣୁ ୟୁଜି ଓ ପିଜି ପରୀକ୍ଷା ନକରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ସବୁ ବିଶ୍ୱ ବିଦ୍ୟାଳୟର କୁଳପତିଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସ୍କୁଲ ଖୋଲିବା ସହ ପାଠ ପଢ଼ା ଆରମ୍ଭ ହେବ ଏବଂ କୋର୍ସ ଶେଷ ହେବା ପରେ ପରୀକ୍ଷା ହେବା ଉଚିତ୍‌ ବୋଲି ସେ କହିଛନ୍ତି ।

Leave a Reply