ଭୁବନେଶ୍ୱର: ମୌସୁମୀ ଉତ୍ତର ମୁହାଁ ହେବା ପରେ ରାଜ୍ୟରେ ବର୍ଷା ଆଶଙ୍କା କମିଛି । ଏବେ ମୌସୁମୀ ଟ୍ରଫ୍ ରାଜସ୍ଥାନରୁ ମଣିପୁର ଆଡ଼କୁ ଗତି କରୁଛି । ଏଣୁ ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଯିବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ମାତ୍ର ଦୁର୍ବଳ ହେବା ପାଇଁ ସମୟ ଲାଗିବ । ଆସନ୍ତା ୩ ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ଛଡା ରାଜ୍ୟର ଉତ୍ତର, ଉପକୂଳ, ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଏହି ସବୁ ଅଞ୍ଚଳରେ ରହୁଥିବା ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଓ୍ୱାର୍ଣ୍ଣିଂ ଜାରି ହୋଇଥିବା ସ୍ଥାନରେ ସବୁ ପ୍ରକାର ପୂର୍ବ ପ୍ରସ୍ତୁତି କରିବା ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ।




ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ଆଜି ବିଧାନସଭା ପରିସରରେ ଆରମ୍ଭ ହୋଇଛି କୋଭିଡ ପରୀକ୍ଷା । ବିଧାନସଭା କର୍ମଚାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ମନ୍ତ୍ରୀ, ସାମ୍ବାଦିକଙ୍କର କୋଭିଡ ପରୀକ୍ଷା ଚାଲିଛି । କୋଭିଡ୍ ସମୟରେ ସଚେତନ ରହି ଗୃହ ଚଲାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।
