ହାଜର ହେଲେ ଦୀପିକା ପାଦୁକୋନ, ଧାଡିରେ ଅଛନ୍ତି ଶ୍ରଦ୍ଧା ଓ ସାରା

1 min read

ମୁମ୍ବାଇ: ଖୋଲୁଛି ବଲିଉଡ୍ ବିୟୁଟିଙ୍କ ପେଡି । ଏନସିବିର ଛାନଭିନ ପରେ ଏବେ ସତ ସାମ୍ନାକୁ ଆସିବାରେ ଲାଗିଛି । ସୁଶାନ୍ତ ସିଂ ମୃତ୍ୟୁ ମାମଲାର ସତ ଖୋଜୁ ଖୋଜୁ ବି-ଟାଉନର ବିୟୁଟିଙ୍କ କାରବାରର ପର୍ଦ୍ଦାଫାସ ହେଉଛି । ଡି ଲିଙ୍କ କାରବାର ନେଇ ଆଜି ଏନସିବିରେ ହାଜର ହେଲେ ଅଭିନେତ୍ରୀ ଦୀପିକା ପାଦୁକୋନ ।  ଡ୍ରଗ୍ସ କାରବାର ନେଇ ହୋଇଥିବା ହ୍ୱାଟସାପ୍ ଚାଟ୍ ବିଷୟରେ ପଚରାଉଚରା କରିବ ଏନସିବି ।  ଦୀପିକାଙ୍କ ସମେତ ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନ ମଧ୍ୟ ଆଜି ଏନସିବିରେ ହାଜର ହେବେ ।  ଗତକାଲି ଅଭିନେତ୍ରୀ ରକୁଲପ୍ରୀତି ସିଂଙ୍କୁ ଚାରି ଘଣ୍ଟା ଧରି ଜେରା କରିଥିଲା ଏନସିବି । ଏହି ସମୟରେ ଏନସିବିକୁ ଅନେକ ତଥ୍ୟ ଦେଇଛନ୍ତି ରକୁଲ । ଡ୍ରଗ୍ସ ହ୍ୱାଟସଆପ୍ ଗ୍ରୁପର ଆଡମିନ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଥିବା ନେଇ ତଦନ୍ତକାରୀ ସଂସ୍ଥା ଆଗରେ କହିଛନ୍ତି ରକୁଲ ।

୨୦୧୭ରେ ଏହି ହ୍ୱାଟସଆପ୍ ଗ୍ରୁପରେ ଚାଟ୍ ହୋଇଥିବା କହିଛନ୍ତି ରକୁଲ । ସେ ନିଜେ କେବେ ବି ଡ୍ରଗ୍ସ ନେଉନଥିଲେ, କି କୌଣସି ଡ୍ରଗ୍ସ ମାଫିଆଙ୍କ ସମ୍ପର୍କରେ ନଥିଲେ । ତେବେ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ନେଉଥିବା ଓ ପାଖରେ ଡ୍ରଗ୍ସ ରଖିଥିବା କଥା ଏନସିବିକୁ କହିଛନ୍ତି ରକୁଲ । ସେପଟେ  କରଣ ଜୋହରଙ୍କ ଘରେ ହୋଇଥିବା ପାର୍ଟି ଉପରେ ରହିଛି ଏନସିବିର ନଜର  । ଭିଡିଓକୁ ନେଇ ଖୋଳତାଡ କରିପାରେ ତଦନ୍ତକାରୀ ସଂସ୍ଥା |

Leave a Reply