ମୌସୁମୀ ଅଧିବେଶନ ପୂର୍ବରୁ ବିଧାନସଭା ପରିସରରେ ଚାଲିଛି କୋଭିଡ ପରୀକ୍ଷା

ଭୁବନେଶ୍ୱର: ନିଦ ହଜାଇଛି କରୋନା ସଂକ୍ରମଣ । କରୋନାକୁ ନିୟନ୍ତ୍ରଣରେ ଆଣିବାକୁ ଜାରି ରହିଛି ପ୍ରୟାସ । କରୋନା କାୟାରେ ପୂରା ବିଶ୍ୱ ଏଭଳି ପରିସ୍ଥିତିରେ କରୋନାକୁ ମାତ୍ ଦେବାକୁ ଚାଲିଛି ପ୍ରୟାସ । ତେଣୁ ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ବିଧାନସଭା ପରିସରରେ କରାଯାଉଛି କୋଭିଡ଼ ପରୀକ୍ଷା ।

Odisha Assembly Monsoon Session All Party Meeting Endsଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ଆଜି ବିଧାନସଭା ପରିସରରେ ଆରମ୍ଭ ହୋଇଛି କୋଭିଡ ପରୀକ୍ଷା । ବିଧାନସଭା କର୍ମଚାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ମନ୍ତ୍ରୀ, ସାମ୍ବାଦିକଙ୍କର କୋଭିଡ ପରୀକ୍ଷା ଚାଲିଛି । କୋଭିଡ୍ ସମୟରେ ସଚେତନ ରହି ଗୃହ ଚଲାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଆସନ୍ତା ୨୯ ତାରିଖ ପୂର୍ବାହ୍ନ ୧୧ଟାରୁ ଅଧିବେଶନ ଆରମ୍ଭ ହେବ । ପ୍ରଥମାର୍ଦ୍ଧରେ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହ ରହିବ ମୁଲତବୀ । ସେହିଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଗୃହକାର୍ଯ୍ୟ ପୁଣି ଚାଲିବ । ଅନ୍ୟ ଦିନମାନଙ୍କରେ ଗୃହକାର୍ଯ୍ୟ ସକାଳ ୧୦ଟା ୩୦ରୁ ଆରମ୍ଭ ହୋଇ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ସେହିଭଳି ଦ୍ୱିତୀୟାର୍ଦ୍ଧରେ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଗୃହକାର୍ଯ୍ୟ ଚାଲିବ ବୋଲି ବାଚସ୍ପତି କହିଛନ୍ତି । ତେବେ ପ୍ରଶ୍ନକାଳକୁ ନେଇ ବିବାଦ ଚାଲିଥିବା ବେଳେ ପ୍ରଶ୍ନକାଳ ରହିବ କି ନାହିଁ ତାହା ଅଧିବେଶନ ଦିନ ହିଁ ନିଷ୍ପତ୍ତି ନିଆଯିବ ।

Leave a Reply