spot_img
Home Blog Page 6409

ଆସିଲା ସୁଶାନ୍ତଙ୍କ ଭିସେରା ରିପୋର୍ଟ,କ’ଣ କହୁଛି AIIMS ରିପୋର୍ଟ ? ଜାଣନ୍ତୁ..

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାମଲାରେ AIIMS ପ୍ୟାନେଲ୍ ଦ୍ୱାରା ସିବିଆଇ ନିକଟରେ ଦାଖଲ କରାଯାଇଥିବା ରିପୋର୍ଟ ସାମ୍ନାକୁ ଆସିଛି । ଏହା ଦ୍ୱାରା ଅନେକ ତଥ୍ୟ ପ୍ରକାଶ ପାଇଛି । ସୂଚନାନୁସାରେ, ସୁଶାନ୍ତଙ୍କୁ ବିଷ ଦିଆଯାଇ ନଥିଲା। ସୁଶାନ୍ତଙ୍କ ଭିସେରାରେ ବିଷ ମିଳି ନଥିଲା। AIIMS ଡାକ୍ତରମାନେ ସୁଶାନ୍ତଙ୍କ ଶରୀରରେ କୌଣସି ବିଷ ପାଇ ନାହାନ୍ତି ।

AIIMS ରିପୋର୍ଟ ସିବିଆଇ ଯାଞ୍ଚଠୁ ଭିନ୍ନ ନୁହେଁ । ତେବେ କପୁର୍ ହସ୍ପିଟାଲର ଡାକ୍ତରମାନଙ୍କୁ ସମ୍ପୂର୍ଣ୍ଣ କ୍ଲିନ୍ ଚିଟ୍ ଦିଆଯାଇ ନାହିଁ। କପୁର୍ ହସ୍ପିଟାଲର ରିପୋର୍ଟକୁ ଆହୁରି ତନାଘନା କରିବାର ଆବଶ୍ୟକ ରହିଛି ବୋଲି କୁହାଯାଇଛି। କପୁର୍ ହସ୍ପିଟାଲ୍ ଏବେବି ପ୍ରଶ୍ନଘେରରେ ରହିଛି । AIIMS ରିପୋର୍ଟ ଇଂଗିତ କରିଛି ଯେ, ସୁଶାନ୍ତଙ୍କ ମାମଲାରେ କପୁର୍ ହସ୍ପିଟାଲ୍ ଅବହେଳା କରିଥିଲା । କପୁର୍ ହସ୍ପିଟାଲର ଡାକ୍ତରମାନେ ସୁଶାନ୍ତଙ୍କ ଅଟୋପ୍ସି କରିଥିଲେ ଓ ଏନେଇ ଅନେକ ପ୍ରଶ୍ନ ଉଠିଥିଲା ​। ରିପୋର୍ଟରେ ସୁଶାନ୍ତଙ୍କ ଗଳାରେ ଥିବା ଚିହ୍ନ ନେଇ କିଛି ଉଲ୍ଲେଖ କରାଯାଇନଥିଲା । ସେଥିରେ ସୁଶାନ୍ତଙ୍କ ମୃତ୍ୟୁର ସମୟ ବିଷୟରେ ମଧ୍ୟ କୁହାଯାଇ ନଥିଲା ।

ସୁଶାନ୍ତଙ୍କ ପରିବାର ପକ୍ଷରୁ ତାଙ୍କ ଓକିଲ ଅଭିନେତାଙ୍କ ମୃତ୍ୟୁ ପୂର୍ବରୁ ତାଙ୍କୁ ବିଷ ଦେଇଥିବା ହତ୍ୟା କରାଯାଇଥିବା ପ୍ରକାଶ କରିଥିଲେ। କିନ୍ତୁ ବର୍ତ୍ତମାନ AIIMS ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ, ସୁଶାନ୍ତଙ୍କୁ କୌଣସି ପ୍ରକାର ବିଷ ଦିଆଯାଇ ନାହିଁ । ସୁଶାନ୍ତଙ୍କ ପରିବାର ତାଙ୍କ ଆତ୍ମହତ୍ୟାକୁ ହତ୍ୟା ବୋଲି କହିଥିଲେ। ସୁଶାନ୍ତଙ୍କ ପିତା ରିୟାଙ୍କୁ ତାଙ୍କ ପୁଅର ମୃତ୍ୟୁ ପାଇଁ ଦାୟୀ ବୋଲି କହିଥିଲେ । ରିୟା ସୁଶାନ୍ତଙ୍କୁ ବିଷ ଦେଇଥିବାର ଅଭିଯୋଗ କରିଥିଲେ ତାଙ୍କ ବାପା ।

ସୁଶାନ୍ତଙ୍କ ପରିବାର ରିୟା ଚକ୍ରବର୍ତ୍ତୀଙ୍କୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି କହିଛନ୍ତି। ରିୟାଙ୍କ ବିରୋଧରେ ତିନୋଟି ଏଜେନ୍ସି ତଦନ୍ତ ଚଲାଇଛନ୍ତି । ସିବିଆଇ ଦ୍ୱାରା ରିୟାଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। କୋବଳ ସେତିକି ନୁହେଁ ରିୟାଙ୍କୁ ଇଡି ଏବଂ ଏନସିବି ମଧ୍ୟ ପ୍ରଶ୍ନ କରିଥିଲେ। ବର୍ତ୍ତମାନ ରିୟା ଡ୍ରଗ୍ସ ମାମଲାରେ ଗତ ୨୨ ଦିନ ହେବ ଜେଲରେ ବନ୍ଦୀ ଅଛନ୍ତି । ରିୟାଙ୍କ ବିରୋଧରେ ଅଭିଯୋଗ କରାଯାଇଛି ଯେ, ସେ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କିଣୁଥିଲେ।

କମିଶନରେଟ ପୋଲିସ ଜାଲରେ ଏଟିଏମ୍‌ ଲୁଟେରା ଗ୍ୟାଙ୍ଗ,ଲକଡାଉନରେ ଚାଲିଥିଲା ଏଟିଏମ୍ ଲୁଟ୍

ଭୁବନେଶ୍ୱର: କରୋନା ସମୟରେ ଲୁଟପାଟ ବଢ଼ିବାକୁ ଲାଗିଛି । ଏଟିଏମ୍‌ ଠାରୁ ଆରମ୍ଭ କରି ଚେନ ସ୍ନାଚିଂ, ସବୁ ଏଇ ଲକ୍‌ଡାଉନ ସମୟରେ ବଢ଼ିଛି । ପୋଲିସ୍‌କୁ ଚ୍ୟାଲେଞ୍ଚ ଦେଉଛନ୍ତି ଲୁଟେରା । ତେବେ ପୋଲିସ ମଧ୍ୟ ଏମାନଙ୍କୁ ଧରିବା ପାଇଁ ତାର ଜାଲ ବିଛାଇଛି । ତେବେ ପୋଲିସର ଜାଲରେ ପଡ଼ିଛି ବଡ଼ ଲୁଟେରା । କମିଶନରେଟ ପୋଲିସ ହାତରେ ଏଟିଏମ ଲୁଟେରା ଗ୍ୟାଙ୍ଗ ଧରାପଡ଼ିଛି । ଏମାନେ ରାଜଧାନୀ ସମେତ ବିଭିନ୍ନ ରାଜ୍ୟକୁ ଯାଇ କରୁଥିଲେ ଏଟିଏମ୍‌ ଲୁଟ । ଲୁଟ କରିବା ପରେ ଲୁଟ ରାଜ୍ୟରୁ ଫେରାର ହୋଇଯାଉଥିଲେ ।

ତେବେ ଏମାନେ ସମସ୍ତେ ପୋଲିସର ମୋଟ ଓ୍ୱାଣ୍ଟେଡ ତାଲିକାରେ ରହିଥିଲେ । ଏହି ଗ୍ୟାଙ୍ଗର ମୋଷ୍ଟ ୱାଣ୍ଟେଡ଼ ଏଟିଏମ ଠକ ସମ୍ଭବ ଆଚାର୍ଯ୍ୟକୁ ମଧ୍ୟ ଗିରଫ କରିଛି । କମିଶନରେଟ ପୋଲିସ । ସମ୍ଭବ ସମେତ ୬ ଜଣଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ । ଗିରଫ ସମୟରେ ଏମାନଙ୍କ ପାଖରୁ ୪୨ ହଜାର ଟଙ୍କା ଜବତ କରାଯାଇଛି । ମାଷ୍ଟରମାଇଣ୍ଡ ସମ୍ଭବ ନାଁରେ ୩୦ରୁ ଉର୍ଦ୍ଦ ମାମଲା ରହିଛି । ସମ୍ଭବ ପୁନେର ମାମଲା ୫ଟି ଓ ଭୁବନେଶ୍ୱର ୮ଟି ମାମଲାରେ ୱାଣ୍ଟେଡ଼ ଥିଲା ।

ରାଜ୍ୟରେ ୩୦୬୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୪ ହଜାର ଟ୍ରେଣ୍ଡରୁ ଖସିଲା ସଂକ୍ରମଣ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଦୁଇ ଦିନ ହେବ ୪ ହଜାର ଟ୍ରେଣ୍ଡରୁ ତଳକୁ ଖସିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୩୦୬୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୮୦୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୫୮ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ ।  ନୂଆ ସଂକ୍ରମଣ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ୨ ଲକ୍ଷ ୧୫ ହଜାର ୬୭୬ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୭୭ ହଜାର ୫୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ଏବେ ୩୭ ହଜାର ୨୧୦ ଜଣ କରୋନା ରୋଗୀ ସକ୍ରିୟ ରହିଛନ୍ତି ।

ନୂଆ ସଂକ୍ରମଣଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୫୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଅନୁଗୁଳରୁ ୧୨୯, ବାଲେଶ୍୭ରରୁ ୧୪୬, ବରଗଡ଼ରୁ ୬୯, ଭଦ୍ରକରୁ ୫୯, ବଲାଙ୍ଗିରରୁ ୭୮, ବୌଦ୍ଧରୁ ୪୫, କଟକରୁ ୨୩୦, ଦେବଗଡ଼ରୁ ୧୫, ଢେଙ୍କାନାଳରୁ ୯୧, ଗଜପତିରୁ ୨୧, ଗଞ୍ଜାମରୁ ୩୪, ଜଗତସିଂହପୁରରୁ ୮୪, ଯାଜପୁରରୁ ୬୦, ଝାରସୁଗୁଡ଼ାରୁ ୯୬, କଳାହାଣ୍ଡିରୁ ୫୪, କନ୍ଧମାଳରୁ ୮୧, କେନ୍ଦ୍ରାପଡ଼ାରୁ ୯୪, କେନ୍ଦୁଝରରୁ ୮୧, କୋରାପୁଟରୁ ୫୫, ମାଲକାନାଗିରିରୁ ୨୪, ମୟୂରଭଞ୍ଜରୁ ୧୪୩, ନବରଙ୍ଗପୁରରୁ ୫୮, ନୟାଗଡ଼ରୁ ୬୮, ନୂଆପଡ଼ାରୁ ୮୫, ପୁରୀରୁ ୧୭୮, ରାୟଗଡ଼ାରୁ ୪୧, ସମ୍ବଲପୁରରୁ ୯୮, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୬୨, ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତ ।

ଆରମ୍ଭ ହେଲା ଯୁକ୍ତ ୩ କଲେଜରେ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର: ଗତକାଲି ମେଧା ତାଲିକା ପ୍ରକାଶ ପାଇବା ପରେ ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ୩ କଲେଜରେ ନାମଲେଖା ପ୍ରକ୍ରିୟା । ୨୦୨୦-୨୧ ଶିକ୍ଷାବର୍ଷରେ ୧୦୨୯ କଲେଜର ୨,୪୯, ୭୯୦ ସିଟ୍‌ ପାଇଁ ୨,୧୩,୯୫୯ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧, ୫୮, ୫୪୦ ଛାତ୍ରଛାତ୍ରୀଙ୍କୁ ମନୋନୀତ ହୋଇଛନ୍ତି । କଳାରେ ସର୍ବାଧିକ ୯୫୬୪୯ ଜଣ, ସେଲ୍ଫ ଫାଇନାନ୍ସିଂରେ ୧୦୮୧, ବାଣିଜ୍ୟରେ ୧୬୬୮୨, ସଂସ୍କୃତରେ ୩୮୧୮, ଫିଜିକାଲ ସାଇନ୍ସରେ ୨୩୮୧୭, ବାୟୋଲୋଜିକାଲ ସାଇନ୍ସରେ ୧୭୪୯୩ ଜଣ ନାମଲେଖା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି ।

୭୦୭୯୪ ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରଥମ ପସନ୍ଦ ଅନୁଯାୟୀ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଅକ୍ଟୋବର ପହିଲା ରାତି ୧୧ଟା ୪୫ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ନାମଲେଖା ସହ ଫି’ ଦାଖଲ କରିପାରିବେ । ଅକ୍ଟୋବର ୮ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ସହ ୧୦ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ନାମଲେଖ‌ା ହେବ ।

India Corona Updates: ୨୬ ଦିନ ଭିତରେ କମିଛି କରୋନା ମୃତ୍ୟୁ ହାର, ୨୪ ଘଣ୍ଟାରେ ୭୦ହଜାର ୫୮୯ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଦିନକରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିବା ଜଣାପଡିଛି । ୨୪ ଘଣ୍ଟାରେ ୭୦ ହଜାର ୫୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୭୬ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୧ଲକ୍ଷ ୪୫ହଜାର ୨୯୨ଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୯ଲକ୍ଷ ୪୭ହଜାର ୫୭୬ । ଦେଶରେ ୫୧ଲକ୍ଷ ହଜାର ୨୯୮ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୬ହଜାର ୩୧୮ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ରହିଛି । ୧୩ ଲକ୍ଷରୁ ଅଧିକ ଲୋକ ମହାରାଷ୍ଟ୍ରରେ କରୋନା ସଂକ୍ରମିତ ହୋଇଥିବା ବେଳେ ୩୫ହଜାର ୭୫୧ଜଣଙ୍କ ମୃତ୍ୟୁ ହେଲାଣି । ଆନ୍ଧ୍ରପ୍ରଦେଶରେ ୬ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ତକାମିଲନାଡୁ ଓ କର୍ଣ୍ଣାଟକରେ ୫ଲକ୍ଷରୁ ଉର୍ଦ୍ଧ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆଇସିଏମଆର ଅନୁଯାୟୀ, ସେପ୍ଟେମ୍ବର ମାସ ଶେଷ ପର୍ଯ୍ୟନ୍ତ ମୋଟ ୭ କୋଟି ୩୧ ଲକ୍ଷ ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ଗତକାଲି ୧୧ ଲକ୍ଷ ନମୁନା ପରୀକ୍ଷା କରାଯାଇଛି। ତେବେ ଆଶ୍ୱସ୍ତିର ବିଷୟ ଏହା ଯେ, ଦେଶରେ ମୃତ୍ୟୁହାରରେ କ୍ରମାଗତ ହ୍ରାସ ହୋଇଛି । ମୃତ୍ୟୁ ହାର ୧.୫୭ ପ୍ରତିଶତ ଦ୍ରାସ ହୋଇଛି। ଏହା ବ୍ୟତୀତ ଚିକିତ୍ସିତ ହେଉଥିବା ସକ୍ରିୟ ମାମଲା ହାର ମଧ୍ୟ ୧୬ ପ୍ରତିଶତ କମିଛି । ଏହା ସହିତ ସୁସ୍ଥତା ହାର ୮୩ ପ୍ରତିଶତ ହୋଇଛି  । ଭାରତରେ ସୁସ୍ଥତା ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି ।

ତହସିଲଦାରଙ୍କ ଦେହରେ ସାଇକେଲ ବାଜିଯିବାରୁ ବ୍ୟବସାୟୀଙ୍କୁ ବସ୍‌ଉଠ୍‌ କରାଇଲେ

ଆସ୍କା: ଇଂରେଜ ଚାଲିଗଲେଣି । କିନ୍ତୁ କିଛି ବାବୁଙ୍କ ମନରୁ ସାହେବି ପଣିଆ ଜାଇନି । ସେଇଭଳି ଗୋଟିଏ ଘଚଣା ଗଂଜାମର ହିଞ୍ଜିଳିକାଟୁରେ ଘଟିଠି । ଯେଉଁଠି ଜଣେ ତହସିଲଦାରଙ୍କ ଦେହରେ ସାଇକେଲ ବାଜି ଯିବାରୁ ବାବୁ ରାଗି ଯାଇଥିଲେ । ଆଉ ନିଜ ତାକତ ଦେଖାଇବାକୁ ସାଇକେଲ ଚାଳକଙ୍କୁ ରାସ୍ତାରେ ବସଉଠ କରାଇଥିଲେ ।  ବସ୍‌ଉଠ୍‌ ନହେଲେ ମାଡ଼ ମାରିବେ ବୋଲି ଧମକ ଦେଇଥିଲେ ଏହି ଦେଶୀ ବାବୁ ।  ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି ବାବୁଙ୍କ କାରନାମା ।  ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ମାଛ ମାର୍କେଟରେ ଏହି ଘଟଣା ଘଟିଥିବା କୁହାଯାଉଛି ।

ସୂଚନା ଅନୁଯାୟୀ, ଆଜି ସକାଳୁ ହିଞ୍ଜିଳି ତହସିଲଦାର କରୋନା କଟକଣାର ତଦାରଖ କରିବା ପାଇଁ ମାଛ ମାର୍କେଟରେ ପହଞ୍ଚିଥିଲେ । ସେଠାରେ ମାର୍କେଟରେ ବୁଲୁଥିବା ସମୟରେ ଜଣେ ବ୍ୟବସାୟୀଙ୍କ ସାଇକେଲ ତାଙ୍କ ଦେହରେ ବାଜି ଯାଇଥିଲା । ଯାହାକୁ ନେଇ ତହସିଲଦାର ବାବୁ ରାଗରେ ଉତକ୍ଷିପ୍ତ ହୋଇଥିଲେ । ଉକ୍ତ ବ୍ୟବସାୟୀଙ୍କୁ ମାଛ ମାର୍କେଟ ମଝିରେ ଅଟକାଇ ସମସ୍ତଙ୍କ ସାମ୍ନାରେ ବସ୍‌ଉଠ୍‌ ହେବା ପାଇଁ କହିଥିଲେ । ବ୍ୟବସାୟୀ ଜଣଙ୍କ ବସ୍‌ଉଠ୍‌ ହେବାକୁ ମନା କରିଥିଲେ । କିନ୍ତୁ ତହସିଲଦାର ବାବୁ ତାଙ୍କ ଜିଦରେ ପୁରା ଅଟଳ ଥିଲେ । ହାତରେ ଧରିଥିବା ବାଡ଼ିରେ ମାଡ଼ ମାରିବା ସହ ୨୦ ଥର ବସ୍‌ଉଠ୍‌ ହେବା ପାଇଁ କହିଥିଲେ । ଏହାପରେ ମାଡ଼ ଭୟରେ ବ୍ୟବସାୟୀ ଜଣଙ୍କ ବସ୍‌ଉଠ ହୋଇଥିଲେ । ଏହାପରେ ବ୍ୟବସାୟୀ ଜଣକ ଅଭିଯୋଗ କରିଛନ୍ତି ।

ଆଜି ରିୟା ଓ ଭାଇ ସୋଭିକଙ୍କ ବେଲ୍ ଆବେଦନର ଶୁଣାଣି

ମୁମ୍ବାଇ: ରିୟା ଓ ସୋଭିକଙ୍କୁ ଜେଲ୍ ନା ବେଲ୍ ସେ ନେଇ ଆଜି ଶୁଣାଣି ହେବ । ବମ୍ବେ ହାଇକୋର୍ଟରେ ଆଜି ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରେ । ସେସନ୍‌ସ କୋର୍ଟ ଦ୍ୱାରା ଜାମିନ୍ ଆବେଦନ ଖାରଜ ହେବା ପରେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ ରିୟା । ଆଜି ଏନେଇ ଶୁଣାଣି ହୋଇପାରେ । ୨୨ ଦିନ ହେଲାଣି ରିୟା ଜେଲରେ ଅଛନ୍ତି । ରିୟା ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଥର ବେଲ ପାଇଁ ଆବେଦନ କରିଛନ୍ତି । କିନ୍ତୁ ପ୍ରତ୍ୟେକ ଥର କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଅପରପକ୍ଷରେ ଏନସିବି ଅନୁସାରେ ଉଭୟ ଭାଇ ଭଉଣୀ ଜେଲରୁ ବାହାରିବା ଅନୁଚିତ୍ । ଏନସିବି କହିଛି ଯେ ଯଦି ରିୟା-ସୋଭିକ୍ ଜେଲରୁ ବାହାରନ୍ତି ତାହେଲେ ତଦନ୍ତ ପ୍ରଭାବିତ ହେବ । ଏନସିଆବି ରିୟାଙ୍କୁ ଡ୍ରଗ୍ସ ସିଣ୍ଡିକେଟର ଏକ ଅଂଶ ବୋଲି ବର୍ଣ୍ଣନା କରିଛି।

ସେପଟେ ଏନସିବି ରିୟାଙ୍କ ବେଲ୍ ଆବେଦନକୁ ଚ୍ୟାଲେଞ୍ଜ କରିଛି । ଅବଦୁଲ ବାସିତ, କୈଜାନ୍ ଓ ଜୈଦଙ୍କ ଠାରୁ ଡ୍ରଗ୍‌ସ କିଣୁଥିବା ପଚରାଉଚରା ବେଳେ କହିଛନ୍ତି ରିୟାଙ୍କ ଭାଇ ସୌଭିକ । ସୁଶାନ୍ତ ସିଂ ରାଜପୁତଙ୍କ ଅର୍ଥରେ ଏସବୁ କିଣାଯାଉଥିଲା । ଏସଂପର୍କରେ ରିୟା ଜାଣିଥିଲେ । ସୁଶାନ୍ତ ଓ ରିୟାଙ୍କ କହିବା ଅନୁସାରେ ଡ୍ରଗ୍‌ସ କିଣାଯାଉଥିବା ସାମୁଏଲ୍ ମିରାଣ୍ଡା ମଧ୍ୟ କହିଥିଲେ । ଏସବୁ ତଥ୍ୟ ଦର୍ଶାଇ ରିୟାଙ୍କ ଜାମିନ୍ ଆବେଦନକୁ ଏନସିବି ଚ୍ୟାଲେଞ୍ଜ କରିଛି । ଅକ୍ଟୋବର ୬ ଯାଏଁ ବିଚାର ବିଭାଗୀୟ ହେପାଜତରେ ଅଛନ୍ତି ରିୟା ଓ ସୋଭିକ ।

ଦେଶରେ କମୁଛି କରୋନା… ଦିନକରେ ୭୭୬ ମୃତ, ଚଳିତ ମାସ ପ୍ରଥମ ଥର ହଜାରେ ତଳକୁ ଖସିଲା, ୭୦ହଜାର ୫୮୯ ଆକ୍ରାନ୍ତ

ଦେଶରେ କମୁଛି କରୋନା… ଦିନକରେ ୭୭୬ ମୃତ, ଚଳିତ ମାସ ପ୍ରଥମ ଥର ହଜାରେ ତଳକୁ ଖସିଲା, ୭୦ହଜାର ୫୮୯ ଆକ୍ରାନ୍ତ

କିଛି ସମୟ ପରେ ବିଧାନସଭାର ମୌସୁମୀ ଅଧିବେଶନ…ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧି ପ୍ରସ୍ତୁତ

କିଛି ସମୟ ପରେ ବିଧାନସଭାର ମୌସୁମୀ ଅଧିବେଶନ…ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧି ପ୍ରସ୍ତୁତ

Sushant Singh Rajput Death Case: ସିବିଆଇକୁ ଅଟୋପ୍ସି ଓ ଭିସେରା ରିପୋର୍ଟ ଦେଲା ଦିଲ୍ଲୀ AIIMS ପ୍ୟାନେଲ୍

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏବେ ଉତ୍ତେଜନା ବଢ଼ିବାରେ ଲାଗିଛି । ଏହାରି ଭିତରେ ସିବିଆଇକୁ ରିପୋର୍ଟ ଦେଇଛି ଦିଲ୍ଲୀ ଏମ୍ସ । ଅଟୋପ୍ସି ଓ ଭିସେରା ରିପୋର୍ଟ ଦେଇଛି AIIMS । ଏମ୍ସର ରିପୋର୍ଟ ଆଧାରରେ CBI ଚୂଡାନ୍ତ ନିଷ୍ପତ୍ତି ନେବ । ସୁଶାନ୍ତଙ୍କ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ସେ ନେଇ ସସପେନ୍ସ ଜାରି ରହିଥିବା ବେଳେ ଏହାରି ଭିତରେ ଆସିଛି ଏମ୍ସ ରିପୋର୍ଟ । ଏଭଳି ସ୍ଥଳରେ AIIMSର ବିଶେଷଜ୍ଞ ଟିମ୍‌ର ରିପୋର୍ଟ ଅନେକ ଗୁରୁତ୍ୱ ବହନ କରୁଛି । ରିପୋର୍ଟକୁ ଆଧାର କରି ସିବିଆଇ ତଦନ୍ତର ଦିଗ ବଦଳାଇବ ବୋଲି କୁହାଯାଉଛି । ଅଭିନେତା  ସୁଶାନ୍ତ ସିଂଙ୍କ ମୃତ୍ୟୁର ତଦନ୍ତ ସିବିଆଇ କରୁଥିବାବେଳେ ଆଗକୁ ତଦନ୍ତର ଅଭିଯାନ ଆହୁରି ଜୋରଦାର ହେବ ବୋଲି ଜଣାପଡିଛି । ଏଭଳି ପରିସ୍ଥିତିରେ ସୁଶାନ୍ତଙ୍କ ମୃତ୍ୟୁ ସହ ଜଡିତ ଅନୁସନ୍ଧାନରେ ସିବିଆଇ କିଛି ସଫଳତା ପାଇବ।

ଏହି ରିପୋର୍ଟ AIIMS ଦ୍ୱାରା ସିବିଆଇ ନିକଟରେ ଦାଖଲ କରାଯାଇଛି। ସୁଶାନ୍ତ ମାମଲାର ତଦନ୍ତ କରୁଥିବା ଏଆଇଏମଏସ ମେଡିକାଲ ବୋର୍ଡର ମୁଖ୍ୟ ଡ Dr. ସୁଧୀର ଗୁପ୍ତାଙ୍କ କହିବାନୁସାରେ, ଉଭୟ AIIMS ଏବଂ ସିବିଆଇ ଏହି ମାମଲାରେ ଏକାଠି କାମ କରିଛନ୍ତି । ବର୍ତ୍ତମାନ ଏହି ମାମଲାରେ କିଛି ଆଇନଗତ ପ୍ରତିବନ୍ଧକକୁ ଦେଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଡାକ୍ତରଙ୍କ ଅନୁଯାୟୀ, ଏହି ମାମଲା ସହ ଜଡିତ କିଛି ତଥ୍ୟ ସିବିଆଇକୁ ହସ୍ତାନ୍ତର କରାଯାଇଛି । ଯଦି ଅଧିକ କୌଣସି ତଥ୍ୟ ଜରୁରୀ ହେବ ତାହେଲେ ପୁଣି ଦୁଇଟି ଟିମ୍ ଏକାଠି ହେବେ।

Sushant Singh Viscera Report Aiims Forensic Team Suicide Or Murder Truth Will Out

AIIMS ରୁ ରିପୋର୍ଟ ପାଇବା ପରେ ଏବେ ସମସ୍ତଙ୍କ ଆଖି ସିବିଆଇ ଉପରେ ରହିଛି । AIIMS ରିପୋର୍ଟରୁ ଜଣା ପଡ଼ିଥିବା ନୂଆ ତଥ୍ୟ ଏବଂ ସିବିଆଇର ପୁରୁଣା ତଥ୍ୟ, ରିପୋର୍ଟ କ୍ରାଇମ୍ ସିନ୍ ଭଳି ପରିସ୍ଥିତିକୁ ମିଶାଇବେ । ସୂଚନାଯୋଗ୍ୟ ଯେ, AIIMS ଦଳ କେବଳ ସୁଶାନ୍ତ ସିଂ ରାଜପୁତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ଭିସେରା ରିପୋର୍ଟ ଏବଂ ଅନ୍ୟାନ୍ୟ ଚିକିତ୍ସା ରିପୋର୍ଟ ମିଶାଇଛନ୍ତି। ସୁଶାନ୍ତଙ୍କ ମାମଲାରେ ଜାଞ୍ଚ ବିଳମ୍ବକୁ ନେଇ ପ୍ରଶ୍ନ ଉଠିଥିବାବେଳେ, ସିବିଆଇ ଏହା ସ୍ପଷ୍ଟ କରିଛି ଯେ ସେମାନେ ସଠିକ୍ ଭାବରେ ତଦନ୍ତ ଜାରି ରଖିଛନ୍ତି ।