ତହସିଲଦାରଙ୍କ ଦେହରେ ସାଇକେଲ ବାଜିଯିବାରୁ ବ୍ୟବସାୟୀଙ୍କୁ ବସ୍‌ଉଠ୍‌ କରାଇଲେ

ଆସ୍କା: ଇଂରେଜ ଚାଲିଗଲେଣି । କିନ୍ତୁ କିଛି ବାବୁଙ୍କ ମନରୁ ସାହେବି ପଣିଆ ଜାଇନି । ସେଇଭଳି ଗୋଟିଏ ଘଚଣା ଗଂଜାମର ହିଞ୍ଜିଳିକାଟୁରେ ଘଟିଠି । ଯେଉଁଠି ଜଣେ ତହସିଲଦାରଙ୍କ ଦେହରେ ସାଇକେଲ ବାଜି ଯିବାରୁ ବାବୁ ରାଗି ଯାଇଥିଲେ । ଆଉ ନିଜ ତାକତ ଦେଖାଇବାକୁ ସାଇକେଲ ଚାଳକଙ୍କୁ ରାସ୍ତାରେ ବସଉଠ କରାଇଥିଲେ ।  ବସ୍‌ଉଠ୍‌ ନହେଲେ ମାଡ଼ ମାରିବେ ବୋଲି ଧମକ ଦେଇଥିଲେ ଏହି ଦେଶୀ ବାବୁ ।  ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି ବାବୁଙ୍କ କାରନାମା ।  ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ମାଛ ମାର୍କେଟରେ ଏହି ଘଟଣା ଘଟିଥିବା କୁହାଯାଉଛି ।

ସୂଚନା ଅନୁଯାୟୀ, ଆଜି ସକାଳୁ ହିଞ୍ଜିଳି ତହସିଲଦାର କରୋନା କଟକଣାର ତଦାରଖ କରିବା ପାଇଁ ମାଛ ମାର୍କେଟରେ ପହଞ୍ଚିଥିଲେ । ସେଠାରେ ମାର୍କେଟରେ ବୁଲୁଥିବା ସମୟରେ ଜଣେ ବ୍ୟବସାୟୀଙ୍କ ସାଇକେଲ ତାଙ୍କ ଦେହରେ ବାଜି ଯାଇଥିଲା । ଯାହାକୁ ନେଇ ତହସିଲଦାର ବାବୁ ରାଗରେ ଉତକ୍ଷିପ୍ତ ହୋଇଥିଲେ । ଉକ୍ତ ବ୍ୟବସାୟୀଙ୍କୁ ମାଛ ମାର୍କେଟ ମଝିରେ ଅଟକାଇ ସମସ୍ତଙ୍କ ସାମ୍ନାରେ ବସ୍‌ଉଠ୍‌ ହେବା ପାଇଁ କହିଥିଲେ । ବ୍ୟବସାୟୀ ଜଣଙ୍କ ବସ୍‌ଉଠ୍‌ ହେବାକୁ ମନା କରିଥିଲେ । କିନ୍ତୁ ତହସିଲଦାର ବାବୁ ତାଙ୍କ ଜିଦରେ ପୁରା ଅଟଳ ଥିଲେ । ହାତରେ ଧରିଥିବା ବାଡ଼ିରେ ମାଡ଼ ମାରିବା ସହ ୨୦ ଥର ବସ୍‌ଉଠ୍‌ ହେବା ପାଇଁ କହିଥିଲେ । ଏହାପରେ ମାଡ଼ ଭୟରେ ବ୍ୟବସାୟୀ ଜଣଙ୍କ ବସ୍‌ଉଠ ହୋଇଥିଲେ । ଏହାପରେ ବ୍ୟବସାୟୀ ଜଣକ ଅଭିଯୋଗ କରିଛନ୍ତି ।

Leave a Reply