‘ଆତ୍ମହତ୍ୟା ନୁହେଁ ଶହୀଦ ହୋଇଛନ୍ତି ସନ୍ଥ ରାମ ସିଂହ ’

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ କେନ୍ଦ୍ରକରି ଆତ୍ମହତ୍ୟା କରିଥିବା ସନ୍ଥ ରାମ ସିଂହଙ୍କୁ ନେଇ ଏବେ ରୋଚକ ଖବର । ସେ ଆତ୍ମହତ୍ୟା କରିନାହାଁନ୍ତି ବଂର ତାଙ୍କୁ ଶହୀଦ କରିଦିଆଯାଇଛି । ଏଭଳି ମତ ପ୍ରକାଶ କରିଛନ୍ତି ବାବା ରାମ ସିଂହଙ୍କ ଶିଷ୍ୟ । ସିଙ୍ଘୁ ସୀମାରେ ଦୀର୍ଘ ଦିନ ଧରି ଚାଷୀ ଆନ୍ଦୋଳନରେ ଅଡି ରହିଥିବାବେଳେ ସରକାର ଦାବି ଶୁଣିବାକୁ ନାରାଜ । ଚାଷୀଙ୍କ ଦାବିକୁ ସରକାର କର୍ଣ୍ଣପାତ କରୁନାହାଁନ୍ତି, ଯାହା ତାଙ୍କୁ ଦୁଃଖ ଦେଇଥିବା ସୁଇସାଇଡ ନୋଟରେ ଦର୍ଶାଇଛନ୍ତି ବାବା ରାମ ସିଂ ।

କିନ୍ତୁ ବୁଧବାର ବାବାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ରୋଚକ ମନ୍ତବ୍ୟ ଦେଇଛନ୍ତି ଆଶ୍ରମର ଶିଷ୍ୟ । ସରକାର ଉପରେ ଆକ୍ରୋଶ ପ୍ରକଟ କରି ସେ କହିଛନ୍ତି, ବାବା ଗୁଳି କରି ଆତ୍ମହତ୍ୟା କରିନାହାଁନ୍ତି ବଂର ତାଙ୍କୁ ମାରି ଦିଆଯାଇଛି । ଦୁଇ ଦଶନ୍ଧି ଧରି ବାବାଙ୍କ ଅନୁଗତ ତଥା ଶିଷ୍ୟ ଗୁଲାମ ସିଂହଙ୍କ କହିବା ଅନୁଯାୟୀ, ଡିସେମ୍ବର ୮ ଏବଂ ୯ ତାରିଖରେ ବାବା ରାମ ସିଂହ କରନାଲ ଅଞ୍ଚଳରେ ଏକ କୃଷକ ସମାବେଶ କରିଥିଲେ । କୃଷକଙ୍କ ଦାବି ପ୍ରତି ସମର୍ଥନ ଜଣାଇଥିଲେ ରାମ ସିଂହ ।

ସେହିପରି ସିଙ୍ଘୁ ସୀମାରେ ଜାରି ଥିବା ଆନ୍ଦୋଳନ ପାଇଁ ବାବା ୫ଲକ୍ଷ ଟଙ୍କା ସହ କମ୍ବଳ ମଧ୍ୟ ପ୍ରଦାନ କରିଥିବା କହିଛନ୍ତି ଶିଷ୍ୟ । ବାବା ଚାଷୀଙ୍କ ଆନ୍ଦୋଳକୁ ନେଇ ଦୁଃଖିତ ରହିଥିଲେ । ଚାଷୀ ନିଜ ଅଧିକାର ପାଇଁ ପରିବାର ଏବଂ ଘର ଛାଡି ଚାଲିଆସିଛନ୍ତି । ସବୁକିଛି ସମର୍ପଣ କରିଦେଉଛନ୍ତି । ତେଣୁ ଜାବନ ରଖିବା ବ୍ୟର୍ଥ ଅନୁଭବ କରି ପ୍ରାଣ ସମର୍ପଣ କରିଥିବା ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି ବାବା ରାମ ସିଂହ । ସବୁ ସ୍ବତେ ମଧ୍ୟ ଶିଷ୍ୟଙ୍କ ମନ୍ତବ୍ୟ ଏବେ ଘଟଣାରେ ଆଣିଛି ଆଉ ଏକ ମୋଡ ।

Leave a Reply