ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଦୁଷ୍କର୍ମ ନୁହେଁ: ଦିଲ୍ଲୀ ହାଇକୋର୍ଟ

Delhi High Court

ନୂଆଦିଲ୍ଲୀ: ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ । ସହମତି ଭିତ୍ତିରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଲେ, ତାକୁ ଦୁଷ୍କର୍ମ ଭାବେ ଗ୍ରହଣ କରାଯିବନି । ବୁଧବାର ଏଭଳି ରାୟ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ ।

ଜଣେ ମହିଳାଙ୍କ ଦ୍ୱାରା କରାଯାଇଥିବା ଆବେଦନର ଶୁଣାଣି କରି ଏହି ରାୟ ଶୁଣାଇବା ସହ କୋର୍ଟ ମାମଲାକୁ ରଦ୍ଦ କରିଦେଇଛନ୍ତି । ଅନେକ ସମୟରେ ବିବାହ ପ୍ରତିଶ୍ରୁତି ପାଇ ଗୋଟିଏ ପକ୍ଷ ଶାରୀରିକ ସମ୍ପର୍କ ରଖିବାକୁ ରାଜି ହୋଇପାରେ । କିନ୍ତୁ ଅନିର୍ଦ୍ଦିଷ୍ଟ କାଳ ବିବାହ ପ୍ରତିଶ୍ରୁତି ପାଇ ଯଦି ଉଭୟ ପକ୍ଷର ସହମତିରେ ସମ୍ପର୍କ ରୁହେ, ତା’ହେଲେ ଏହାକୁ ଦୁଷ୍କର୍ମ କୁହାଯ଼ାଇପାରିବ ନାହିଁ ।

କେତେକ କ୍ଷେତ୍ରରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀମାନେ ପ୍ରତାରଣାର ଶିକାର ହୋଇଥାନ୍ତି । ନ୍ୟାୟ ପାଇଁ ସେମାନେ ଥାନା ଏବଂ କୋର୍ଟଙ୍କ ଆଶ୍ରୟ ନେଇଥାନ୍ତି । ସେଭଳି ସ୍ଥଳେ ଧାରା ୩୭୫ ଆଧାରରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ କହିଛନ୍ତି ।

Leave a Reply