ତାଣ୍ଡବ ଟିଜରରେ ସୈଫ ଅଲି ଖାନଙ୍କ ଧମାକାଦାର ଏଣ୍ଟ୍ରି

ନୂଆଦିଲ୍ଲୀ: କରୋନା ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ପ୍ରକାର ପ୍ରଭାବ ପଡ଼ିଥିବାବେଳେ ଆକ୍ଟରମାନେ ଓ୍ୱେବସିରିଜରେ ମନ ବଳାଉଥିବା ଦେଖିବାକୁ ମିଳିଛି । ଯେଉଁ ଟ୍ରେଣ୍ଡରେ ଯୋଡ଼ି ହୋଇଯାଇଛନ୍ତି ପଟୌଦି ପରିବାରର ନବାବ ସୈଫ ଅଲି ଖାନ । ଗୁରୁବାରକୁ ସୈଫଙ୍କ ଅଭିନୀତ ଓ୍ୱେବସିରିଜ ‘ତାଣ୍ଡବ’ର ଟିଜର ରିଲିଜ ହୋଇଛି ।

ସିରିଜର ପଲିଟିକାଲ ଡ୍ରାମାକୁ କ୍ରିଏଟ କରିଛନ୍ତି ନିର୍ଦ୍ଦେଶକ ଅଲି ଅବାସ ଜଫର । ଗୋଟିଏ ମିନିଟର ଟିଜର ଭାରି ଭିଡ଼ ଆଉ ପଲିଟିକାଲ ମାହୋଲର କୋଳାହଳ ସହିତ ଆରମ୍ଭ ହୋଇଛି । ଟିଜରରେ ସୈଫଙ୍କ ଧମାକାଦାର ଏଣ୍ଟ୍ରି ସିରିଜର କ୍ଲାଇମାକ୍ସକୁ ବଦଳେଇ ଦେଇଛି । ତା ସାଙ୍ଗକୁ ବ୍ୟାଗଗ୍ରାଉଣ୍ଡର ଭଏସଓଭରରେ ହିନ୍ଦୁସ୍ତାନର ନାରା ସିରିଜର ଚମକ ବଢାଉଛି ।

ତାଣ୍ଡବରେ ଲିଡ ରୋଲରେ ନଜର ଆସିଛନ୍ତି ସୈଫ ଅଲି ଖାନ୍‌। ସୈଫଙ୍କ ବ୍ୟତୀତ ଫିଲ୍ମରେ ଡିମ୍ପଲ କପାଡ଼ିୟା, ତିଗ୍ମାଂଶୁ ଧୁଲିୟା, ସୁନିଲ ଗ୍ରୋଭରଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ଏହା ବ୍ୟତୀତ ଜିଶାନ ଅୟୁବ ଖାନ, କୁମୁଦ ମିଶ୍ରା, ଗୌହର ଖାନ, ଅନୁପ ସୋନି, ସାରା ଜେନ, ଡିନୋ ମୋରିୟା ଏବଂ ପରେଶ ପହୁଜାଙ୍କୁ ମଧ୍ୟ ସ୍କ୍ରିନରେ ଦେଖିବାକୁ ମିଳିବ । ପଲିଟିକାଲ ଗାଦିରେ କିଏ ରାଜା ଆଉ କାହା ଇସାରାରେ ଦେଶ ଚାଲେ ତାହା ଉପରେ କାହାଣୀ ପର୍ଯ୍ୟବେଷିତ । ରାଜନୀତିର ଛକାପଞ୍ଝାରେ କିଏ ବାଜି ମାରିବ ଆଉ କିଏ ସାଜିବ ଖଳନାୟକ, ଓ୍ୱେବସିରିଜ ରିଲିଜ ହେବାପରେ ଜଣାପଡ଼ିବ ।

Leave a Reply