୯ ମାସ ପରେ ମହାପ୍ରଭୁଙ୍କ ଦର୍ଶନ, ଭାବବିହ୍ୱଳ ଶ୍ରଦ୍ଧାଳୁ

ପୁରୀ: ୯ ମାସ ପରେ ଖୋଲୁଛି ଆଜି ଶ୍ରୀମନ୍ଦିର । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆଜିଠୁ ଶ୍ରଦ୍ଧାଳୁ କରିପାରିବେ ମହାପ୍ରଭୁଙ୍କ ଦର୍ଶନ। ପ୍ରଥମେ ସେବାୟତ ପରିବାର ଦର୍ଶନ କରିବାର ସୁଯୋଗ ପାଇବେ ।

ସୂଚନା ମୁତାବକ ସକାଳ ୭ଟା ୩୦ରୁ ପହୁଡ଼ ପର୍ଯ୍ୟନ୍ତ ମିଳିବ ମହାବାହୁଙ୍କ ଦର୍ଶନ। ୨୩ , ୨୪ ଓ ୨୫ ତାରିଖ ତିନି ଦିନ ଧରି ସେବାୟତ ପରିଚୟ ପତ୍ର ଦେଖାଇ ଯେକୌଣସି ଦ୍ୱାର ଦେଇ ପ୍ରବେଶ କରିପାରିବେ । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଜୋତା ଷ୍ଟାଣ୍ଡ ନିକଟରେ ଜୋତା ରଖି ଫଟୋ ଉଠାଇ ସାନିଟାଇଜ ପରେ ଦର୍ଶନ ପାଇଁ ମନ୍ଦିରକୁ ଯିବେ । ଏହାବ୍ୟତୀତ ସ୍ୱତନ୍ତ୍ର ବ୍ୟାରିକେଡ଼ ଦେଇ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରିଛି ପ୍ରଶାସନ ।

ସେହିପରି ୨୬ ତାରିଖରୁ ୱାର୍ଡ ୱାରି ପୁରୀ ସହରବାସୀ ଦର୍ଶନ ସୌଭାଗ୍ୟ ପାଇବେ । ୩୧ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ୱାର୍ଡବାସୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ । ପ୍ରତି ସିଫ୍ଟରେ ପ୍ରତିହାରୀ ନିଯୋଗର ୧୫ଜଣ ସ୍ୱେଛାସେବୀ ନିୟୋଜିତ ହେବ ।

ଜାନୁଆରୀ ୩ରୁ ଜିଲ୍ଲା ବାହାରର ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ ।  ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବା ଲାଗି ଭାବବିହ୍ୱଳ ହୋଇପଡିଛନ୍ତି ଶ୍ରଦ୍ଧାଳୁ।

Leave a Reply