କଟକଣା ନଭାଙ୍ଗି ପ୍ରତିଷ୍ଠା ଦିବସ ପାଳନ ପାଇଁ କହିଲେ ବିଜେଡି ସୁପ୍ରିମୋ

BJD Is People’s Party, Committed For People’s Service Said Naveen Patnaik

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳ ପାଳନ କରିବ ତା’ର ୨୪ତମ ପ୍ରତିଷ୍ଠା ଦିବସ । ରାଜ୍ୟସ୍ତରରେ ଏବଂ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ କୋଭିଡ୍‌ ନିୟମକୁ ମାନି ପ୍ରତିଷ୍ଠା ଦିବସ ପାଳନ କରାଯିବ । ଏଥିରେ ଦଳୀୟ କର୍ମକର୍ତ୍ତା, ପ୍ରମୁଖ ଦଳୀୟ ସଂଗଠନ ସଦସ୍ୟ ଓ ବିଜେଡି ସାମିଲ ହେବେ ।

୨୩ବର୍ଷ ଧରି ବିଜେଡିକୁ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ରାଜ୍ୟବାସୀଙ୍କୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଦେଇଛନ୍ତି । ନବୀନ କହିଛନ୍ତି, ରାଜ୍ୟବାସୀଙ୍କ ଆସ୍ଥା ବଜାୟ ରଖିବା ଓ ଜନସେବାକୁ ମୂଳମନ୍ତ୍ର ଭାବରେ ଗ୍ରହଣ କରି କାମ କରିବା । ଏହା ସହ କରୋନା ସଂକ୍ରମଣ ବେଳେ ରାଜ୍ୟବାସୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ରାଜ୍ୟବାସୀଙ୍କୁ ନୂଆବର୍ଷର ଶୁଭକାମନା ଜଣାଇଛନ୍ତି ନବୀନ ପଟ୍ଟନାୟକ ।

ସେହିଭଳି ଆଗାମୀ ବର୍ଷସାରା ଲୋକଙ୍କ ସହ ରହି ଉନ୍ନୟନ ମୂଳକ କାର୍ଯ୍ୟରେ ସହଯୋଗ କରିବାକୁ ଏବଂ ଲୋକଙ୍କ ଆହୁରି ନିକଟତର ହେବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି  ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply