spot_img
Home Blog Page 6373

ଭାରତ କଲା ସବୁଠାରୁ ଭୟଙ୍କର ମିସାଇଲର ସଫଳ ପରୀକ୍ଷଣ; ୪୩୦୦ କିମି.ବେଗରେ କରିବ ଆକ୍ରମଣ

0

ନୂଆଦିଲ୍ଲୀ: ଭାରତ ନିଜର ସବୁଠାରୁ ବିପଦଜ୍ଜନକ ତଥା ଶକ୍ତିଶାଳୀ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ ମିସାଇଲର ଲ୍ୟାଣ୍ଡ ଆଟାକ୍ ଭର୍ସନର ସଫଳ ପରୀକ୍ଷଣ କରିଛି ।

ଏହି ପରୀକ୍ଷଣ ନଭେମ୍ବର ୨୪ ତାରିଖରେ ସକାଳ ୧୦ଟାରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଏକ ଅଜ୍ଞାତ ଦ୍ୱୀପରୁ କରାଯାଇଥିବା ସୂଚନା ମିଳିଛି । ଉକ୍ତ ଦ୍ୱୀପପୁଞ୍ଜରୁ ଅନ୍ୟ ଏକ ଦ୍ୱୀପରେ ଥିବା ଟାର୍ଗେଟକୁ ଲକ୍ଷଭେଦ କରାଯାଇଥିଲା ।

ଯାହା ପରେ ସୋସିଆଲ ମିଡିଆରେ ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ)କୁ  ଶୁଭେଚ୍ଛାର ସୁଅ ଛୁଟୁଛି । ଏହି ପରୀକ୍ଷଣ ପରେ ଭାରତର ମିସାଇଲ୍ ପରିସରକୁ ଅଧିକ ସୁଦୃଢ କରାଯାଇପାରିଛି । ଗତ କିଛି ଦିନ ଧରି ଭାରତ ଏବଂ ଚୀନ୍ ମଧ୍ୟରେ ଜାରି ରହିଥିବା ସୀମା ବିବାଦ ପରେ ଭାରତରେ ଅନେକ କ୍ଷେପଣାସ୍ତ୍ର, ଟର୍ପେଡୋ, ଆଣ୍ଟି-ମିସାଇଲ୍ ସିଷ୍ଟମ ଆଦିର ସଫଳ ପରୀକ୍ଷଣ କରାଯାଇଛି। ତେବେ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷଭେଦ କରୁଥିବା ଏହି ମିସାଇଲର ରେଞ୍ଜ ୪୦୦ କିଲୋମିଟରକୁ ବୃଦ୍ଧି କରାଯାଇଛି।

ସୂଚନା ଅନୁଯାୟୀ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ଲମ୍ବ ୨୮ ଫୁଟ ରହିଥିବା ବେଳେ ଏହାର ଓଜନ ୩୦୦୦ କିଲୋଗ୍ରାମ ରହିଛି । ଯାହା ୨୦୦ କିଲୋଗ୍ରାମର ପାରମ୍ପାରିକ ତଥା ପରମାଣୁ ଅସ୍ତ୍ରଶସ୍ତ୍ର ବହନ କରିପାରିବ । ଏହା ୩୦୦ କିଲୋମିଟରରୁ ୮୦୦ କିଲୋମିଟର ଦୂରରେ ଥିବା ଶତ୍ରୁ ଉପରକୁ ଲକ୍ଷ୍ୟଭେଦ କରିପାରିବ । ଏପରିକି ଏହା ଘଣ୍ଟା ପ୍ରତି ୪୩୦୦ କିଲୋମିଟର ବେଗରେ ଆକ୍ରମଣ କରିଥାଏ ।

 

ଯୋଗୀଙ୍କୁ ଝଟକା, ଲଭ୍ ଜିହାଦ ଆଇନ ରାସ୍ତାରେ ହାଇକୋର୍ଟଙ୍କ ବାଧା

ଲକ୍ଷ୍ନୌ: ଲଭ ଜିହାଦକୁ ନେଇ ଆଇନ ଆଣିବାକୁ ସଜବାଜ ହେଉଛନ୍ତି ଉତ୍ତର ପ୍ରେଦଶର ଯୋଗୀ ସରକାର । ତେବେ ଉତ୍ତର ପ୍ରଦେଶ ସରକାରଙ୍କ ଏହି ଉଦ୍ୟମକୁ ଆହ୍ଲାବାଦ ହାଇକୋର୍ଟଙ୍କ ଏକ ଆଦେଶ ଦେଇଛି ଝଟକା । ହାଇକୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ, ଜଣେ ବ୍ୟକ୍ତିଙ୍କର ନିଜ ଜୀବନସାଥୀ ବାଛିବା ଅଧିକାର ରହିଛି । ଏଥିରେ ସରକାର ହସ୍ତକ୍ଷେପ କରି ପାରିବେ ନାହିଁ । ଅଦାଲତ କହିଛନ୍ତି ଯେ, ଆଇନ ଦୁଇ ଜଣ ପ୍ରାପ୍ତବୟସ୍କଙ୍କୁ ଏକାଠି ରହିବା ଅଧିକାର ଦେଇଛି । ତେଣିକି ସେମାନେ ସମାନ କିମ୍ବା ବିପରୀତ ଲିଙ୍ଗି ହୁଅନ୍ତୁ ନା କାହିଁକି ।

କୁଶିନଗରର ସଲାମତ ଅନସାରୀ ଓ ପ୍ରିୟଙ୍କା ଖରବାର ମାମଲାର ଶୁଣାଣି କରି ଅଦାଲତ କହିଛନ୍ତି ଯେ, ଆଇନ ଜଣେ ପ୍ରାପ୍ତବୟସ୍କ ମହିଳା କିମ୍ବା ପୁରୁଷଙ୍କୁ ନିଜ ଜୀବନସାଥୀ ବାଛିବା ଅଧିକାର ଦେଇଛି । ସେମାନଙ୍କ ଶାନ୍ତିପୂର୍ଣ୍ଣ ଜୀବନରେ କୌଣସି ବ୍ୟକ୍ତି କିମ୍ବା ପରିବାର ହସ୍ତକ୍ଷେପ କରିପାରିବେ ନାହିଁ ।

ଅଦାଲତ ଏହା ମଧ୍ୟ କହିଛନ୍ତି ଯେ, ସରକାର ବି ଦୁଇଜଣ ପ୍ରାପ୍ତ ବୟସ୍କଙ୍କ ଜୀବନରେ ହସ୍ତକ୍ଷେପ କି ଆପତ୍ତି କରି ପାରିବେ ନାହିଁ । ସଲାମତ ଓ ପ୍ରିୟଙ୍କା ଅଗଷ୍ଟ ୧୯, ୨୦୧୯ରେ ପରିବାର ଇଛା ବିରୋଧରେ ବିବାହ କରିଥିଲେ । ବିବାହ ପରେ ପ୍ରିୟଙ୍କା ଆଲିୟା ହୋଇଥିଲେ । ଏହାକୁ ନେଇ ପ୍ରିୟଙ୍କାଙ୍କ ମା’ ଥାନାରେ ଏତଲା ଦେଇଥିଲେ । ତାଙ୍କ ଝିଅକୁ ଭୁଲାଇ ତା’ର ଧର୍ମ ପରିବର୍ତ୍ତନ କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ସଲାମତଙ୍କ ବିରୋଧରେ ପୋସ୍କୋ ଆଇନ ଅନୁସାରେ ମାମଲା ରୁଜ୍ଜ ହେଉ ବୋଲି ସେ ଅଭିଯୋଗ କରିଥିଲେ । ମାମଲାର ଶୁଣାଣି କରି ହାଇକୋର୍ଟ କହିଥିଲେ ଯେ, ପ୍ରିୟଙ୍କାଙ୍କ ବୟସକୁ ନେଇ କୌଣସି ବିବାଦ ନାହିଁ । ତାଙ୍କ ବୟସ ୨୧ । ତେଣୁ ସେ ନିଜ ସ୍ୱାମୀଙ୍କ ସହ ରହି ପାରିବେ । ଏହା ସହ ଅଦାଲତ କହିଥିଲେ ଯେ, ସେମାନଙ୍କ ନଜରରେ ଅପିଲକାରୀ ହିନ୍ଦୁ କିମ୍ବା ମୁସଲମାନ ନୁହନ୍ତି । ଏହା ସହ ଏତଲା ଖାରଜ କରିବା ପାଇଁ ହାଇକୋର୍ଟ ଆଦେଶ ଦେଇଛନ୍ତି ।

ଆହ୍ଲାବାଦ ହାଇକୋର୍ଟଙ୍କ ଏହି ଆଦେଶକୁ ଯୋଗୀଙ୍କ ପ୍ରସ୍ତାବିତ ଲଭ୍ ଜିହାଦ ଆଇନ ରାସ୍ତାରେ ବଡ ପ୍ରତିବନ୍ଧକ ବୋଲି କୁହାଯାଉଛି ।

କରୋନା କାଳରେ ଓଡ଼ିଶା ଅନ୍ୟ ରାଜ୍ୟଙ୍କ ତୁଳନାରେ ସୁରକ୍ଷିତ,ନଭେମ୍ବରରେ ସଂକ୍ରମଣ ହାର ମାତ୍ର ୨ ପ୍ରତିଶତ

ଭୁବନେଶ୍ୱର: ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣ ମାମଲାରେ ପୁଣି ବୃଦ୍ଧି ଆସିବା କେନ୍ଦ୍ର ସରକାରଙ୍କୁ ଚିନ୍ତିତ କରାଇ ଦେଇଛି । ଯେଉଁଥିପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୮ ଜଣ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରୁଛନ୍ତି । ଯେଉଁ ୮ ରାଜ୍ୟକୁ ନେଇ କେନ୍ଦ୍ର ସରକାର ଚିନ୍ତିତ ଅଛନ୍ତି ସେହି ରାଜ୍ୟ ଗୁଡିକ ହେଉଛନ୍ତି ଦିଲ୍ଲୀ,ଗୁଜୁରାଟ,ହରିୟାନା,କେରଳ,ମହାରାଷ୍ଟ୍ର,ପଶ୍ଚିମବଙ୍ଗ,ଛତିଶଗଡ,ହିମାଚଳ ପ୍ରଦେଶ, ରାଜସ୍ତାନ ଓ ଗୋଆ ।

ଏହି ରାଜ୍ୟ ଗୁଡିକରେ ସଂକ୍ରମଣ ହାର ନଭେମ୍ବର ମାସରେ ହଠାତ ବୃଦ୍ଧି ପାଇଛି । ତାଲିକାର ଶୀର୍ଷରେ ହିମାଚଳ ପ୍ରଦେଶ ରହିଛି । ହିମାଚଳ ପ୍ରଦେଶରେ ସଂକ୍ରମଣ ହାର ୧୫.୩ ପ୍ରତିଶତ ଥିବା ବେଳେ ତାଲିକାର ସଭା ତଳେ ରହିଛି ଆସାମ ।

ଓଡ଼ିଶା ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ରାଜ୍ୟ ସରକାରଙ୍କ ଉଦ୍ୟମ କାରଣରୁ ରାଜ୍ୟରେ ନଭେମ୍ବର ମାସରେ ସଂକ୍ରମିତଙ୍କ ସଂଖ୍ୟା ୨ ପ୍ରତିଶତରୁ କମ ରହିଛି । ନଭେମ୍ବର ୮ ତାରିଖରୁ ନଭେମ୍ବର ୨୧ ତାରିଖ ମଧ୍ୟରେ ହିମାଚଳ ପ୍ରଦେଶର ପ୍ରତି ୧୦୦ ଜଣରେ ୧୫ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ଓଡ଼ିଶାରେ ଏହି ସମୟର ମାତ୍ର ୨ ଜଣ ସଂକ୍ରମିତ ହୋଇଛନ୍ତି । ବିଶେଷଜ୍ଞଙ୍କ ଅନୁସାରେ ପ୍ରତି ୧୦୦ ଜଣରେ ସଂକ୍ରମିତଙ୍କ ସଂଖ୍ୟା ୫ରୁ କମ ରହିଲେ ଲକଡାଉନ୍ କିମ୍ବା ସଟଡାଉନ ଲଗାଇବାର ଆବଶ୍ୟକତା ନଥାଏ । ବିନା ଲକଡାଉନରେ ମଧ୍ୟ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇ ପାରିବ । କିମ୍ବା ଲକଡାଉନରେ ରିହାତି ଦିଆଯାଇ ପାରିବ ।

ଅକ୍ଟୋବର ୬ରୁ ନଭେମ୍ବର ୮ ମଧ୍ୟରେ ଓଡ଼ିଶାରେ ସଂକ୍ରମଣ ହାର ୩ ପ୍ରତିଶତ ଥିବା ବେଳେ ସେହି ସମୟରେ ହିମାଚଳରେ ୮,ଦିଲ୍ଲୀରେ ୧୧ ଓ ରାଜସ୍ଥାନରେ ୯ ଓ କେରଳରେ ୧୨ ପ୍ରତିଶତ ଥିଲା । ଏହି ସବୁ ରାଜ୍ୟରେ ପରେ ସଂକ୍ରମଣ ହାର ବୃଦ୍ଧି ପାଇଥିଲା କିନ୍ତୁ ଓଡ଼ିଶାରେ ସଂକ୍ରମଣ ହ୍ରାସ ପାଇଛି ।

ସୂଚନାଯୋଗ୍ୟ ଯେ, ନଭେମ୍ବର ଓ ଡିସେମ୍ବରରେ ସଂକ୍ରମଣ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଥିଲେ । ଏହି ଆଶଙ୍କାକୁ ଗୁରୁତ୍ୱର ସହ ନେଇ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇଥିଲେ । ଯାହାର ଫଳ ସ୍ୱରୁପ ରାଜ୍ୟରେ ନଭେମ୍ବର ମାସରେ ସଂକ୍ରମଣ ହ୍ରାସ ପାଇଛି । ଅନ୍ୟପକ୍ଷରେ ଦିଲ୍ଲୀ,କେରଳ ଭଳି ରାଜ୍ୟରେ ସଂକ୍ରମଣ ମାମଲା ବଢିବାରେ ଲାଗିଛି ।

ଲୁଟେରାଙ୍କୁ ନିସ୍ତାର ନାହିଁ, ପୋଲିସ କବ୍‌ଜାରେ ବ୍ୟାଙ୍କ ଲୁଟ୍ କରିଥିବା ଦୁର୍ବୃତ୍ତ

କଟକ: ଟୁଇନ ସିଟିରେ ଚାଲିଛି ପୋଲିସ ଏବଂ ଦୁର୍ବୃତ୍ତଙ୍କ ମଧ୍ୟରେ କଡ଼ା ଟକ୍କର । ଲୁଟେରା ଲୁଟୁଛନ୍ତି ହେଲେ ଖସିପାରୁନାହାନ୍ତି ପୋଲିସର ଜାଲରୁ । କିଛି ଦିନ ପୂର୍ବରୁ ହୋଇଥିବା ନୟାସଡ଼କ ବ୍ୟାଙ୍କ ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଗିରଫ ହୋଇଛନ୍ତି ସବୁ ଅଭିଯୁକ୍ତ ।

ସେପଟେ ଲୁଟ ସମ୍ପତ୍ତିର ଉଦ୍ଧାର ପ୍ରକ୍ରିୟା ଚାଲୁ ରହିଛି । ଲୁଟରେ ବ୍ୟବହୃତ ବାଇକ ଜବତ କରିଛି ପୋଲିସ । ଏନେଇ ଟ୍ୱିଟ କରି ସୂଚନା ଦେଲେ ପୋଲିସ କମିଶନର । ତେବେ ଲୁଟର ପର୍ଦ୍ଦାଫାସ କରିଥିବାରୁ ଡିସିପିଙ୍କୁ ସିପି ଜଣାଇଲେ ଶୁଭେଚ୍ଛା ।

ଅପରାଧୀଙ୍କୁ ଧରିବାରେ ପୋଲିସକୁ ମିଳିଛି ସଫଳତା । ରେକର୍ଡ ସମୟ ମଧ୍ୟରେ ହୋଇଛି ପର୍ଦ୍ଦାଫାସ । ତଦନ୍ତ ଏବେବି ଜାରି ରହିଛି ବୋଲି ସିପି କହିଥିବା ବେଳେ ସେପଟେ ଆଇନଶୃଙ୍ଖଳା ସମ୍ପର୍କିତ ମୁଲତବି ଆଲୋଚନାରେ ଏନେଇ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିବୃତ୍ତି ରଖିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଏନେଇ ଆଉ କିଛି ସମୟ ପରେ ସୂଚନା ଦେବେ କଟକ ଡିସିପି ।

ରାଜ୍ୟରେ ଖସୁଛି କରୋନା ସଂକ୍ରମଣ, ୬୪୨ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୩୦ଜିଲ୍ଲା ଓ ଷ୍ଟେଟପୁଲରୁ ୬୪୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩୭୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୨୬୮ । ନୂଆ ସଂକ୍ରମଣ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟି ୩ ଲକ୍ଷ ୧୫ ହଜାର ୨୭୧ ଜଣ ମୋଟି ସଂକ୍ରମିତ ଚିହ୍ନଟ ହୋଇଛନ୍ତ । ଏବେ ୬୮୨୧ ଜଣ ରୋଗୀ ସୁସ୍ଥ ହୋଇ ଘରକ ଫେରିଛନ୍ତି ।  ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୬ ହଜାର ୭୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

https://twitter.com/IPR_Odisha/status/1331109902052278276

କେନ୍ଦୁଝରରୁ ସର୍ବାଧିକ ୭୦, ନୂଆପଡାରୁ ୬୯, ସୁନ୍ଦରଗଡ଼ରୁ ୬୬, ଖୋର୍ଦ୍ଧାରୁ ୬୨, ଅନୁଗୁଳରୁ ୪୬, ମୟୂରଭଞ୍ଜରୁ ୪୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆଉ ୧୪ କେରାନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୬୭୧ରେ ପହଞ୍ଚିଛି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୧୫ହଜାର ୨୭୧ ଥିବା ବେଳେ ସୁସ୍ଥ ହେଲେଣି ୩ଲକ୍ଷ ୬ହଜାର ୭୨୬ । ଆକ୍ଟିଭ କେସ୍ ୬ହଜାର ୮୨୧ ।

ପରାଜୟ ସ୍ୱୀକାର କରୁନଥିଲେ ମଧ୍ୟ ହ୍ୱାଇଟ୍‌ ହାଉସ ଛାଡ଼ିବେ ଡୋନାଲ୍ଡ ଟ୍ରମ୍ପ୍‌

ନୂଆଦିଲ୍ଲୀ: ଦ୍ୱାଇଟ୍‌ ହାଉସ୍ ଛାଡ଼ିବେ ଡୋନାଲ୍ଡ ଟ୍ରମ୍ପ । ନିଜର ପରାଜୟ ସ୍ୱୀକାର କରୁନଥିଲେ ମଧ୍ୟ ହ୍ୱାଇଟ୍‌ ହାଉସ ଛାଡ଼ିବା ପାଇଁ ଟ୍ରମ୍ପ ସଙ୍କେତ ଦେଇଛନ୍ତି । ଆମେରିକାର ଜେନେରାଲ ସର୍ଭିସ ଅଫ୍ ଆଡ୍‌ମିନଷ୍ଟ୍ରେସନ୍ ବା GSAକୁ କ୍ଷମତା ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରମ୍ପ । ଜୋ ବିଡେନ୍ ନିଜ କ୍ୟାବିନେଟ୍ ଘୋଷଣା କରିବା ପରେ ଏ ନେଇ ଚିତ୍ର ସ୍ପଷ୍ଟ ହୋଇଛି ।

ଟ୍ରମ୍ପ୍‌ କହିଛନ୍ତି, ଆମର କେସ୍ ମଜଭୁତ ଅଛି, ଲଢ଼େଇ ଜାରି ରହିଛି, ଶେଷରେ ଆମର ହିଁ ବିଜୟ ହେବ । ସେପଟେ ଜୋ ବିଡେନ୍ ନିଜର ନୂଆ ଟିମ ଘୋଷଣା କରି ଖୁବ ଶୀଘ୍ର ଦ୍ୱାଇଟ୍‌ ହାଉସରେ ପ୍ରବେଶ କରିବା ପାଇଁ ରାସ୍ତା ସଫା କରିଛନ୍ତି । ବିଡେନ୍ ଘୋଷଣା କରିଥିବା ନିଜ ଟିମରେ ବୈଦେଶିକ ସଚିବ ଭାବେ ଏଣ୍ଟୋନି ବ୍ଲିଙ୍କେନଙ୍କୁ ନିଯୁକ୍ତି ଦେଇଛନ୍ତି । ବ୍ଲିଙ୍କେନ ପୂର୍ବରୁ ବିଡେନଙ୍କ ବୈଦେଶିକ ପରାମର୍ଶଦାତା ଅଛନ୍ତି ।

ସ୍ମାର୍ଟ ସିଟିରେ ସ୍ମାର୍ଟ ବ୍ୟବସ୍ଥା, ଘରେ ଘରେ ଲାଗୁହେବ ଡିଜିଟାଲ ଡୋର ନମ୍ବରିଂ ସିଷ୍ଟମ

ଭୁବନେଶ୍ୱର: ଭୁବନେଶ୍ୱରରେ ଖୁବଶୀଘ୍ର ଲାଗୁହେବ ଡିଜିଟାଲ ଡୋର ନମ୍ବରିଂ ସିଷ୍ଟମ । ସ୍ମାର୍ଟ ସିଟିରେ କେତେ ଘର ରହିଛି ତାହା ସହଜରେ ଜାଣିହେବ । କେଉଁ ବ୍ୟକ୍ତି କେଉଁଠାରେ ରହୁଛି ତାହା ମଧ୍ୟ ଅତି ସହଜରେ ଜଣା ପଡ଼ିବ । ଏହି ବ୍ୟବସ୍ଥାକୁ ଜିଆଇଏସ୍‌ ସହ ସଂଯୋଗ କରାଯାଉଥିବାରୁ ଯେକୌଣସି ବ୍ୟକ୍ତିଙ୍କ ଘରର ଠିକଣା ଜାଣିବା ସୁବିଧା ହେବ ।

ସେପଟେ ହୋଲଡିଂ ଟ୍ୟାକ୍ସ ଓ ଟ୍ରେଡ଼ ଲାଇସେନ୍ସ ଆଦାୟରେ ବିଏମ୍‌ସିକୁ ବହୁତ ସହଜ ହେବ । ବର୍ତ୍ତମାନ ସ୍ମାର୍ଟ ସିଟିରେ ମୋଟ ୫୦ହଜାର ବ୍ୟବସାୟୀ ଥିବାବେଳେ ମାତ୍ର ୧୫ହଜାର ବ୍ୟବସାୟୀ ପଞ୍ଜିକୃତ ହୋଇ ହୋଲଡିଂ ଟ୍ୟାକ୍ସ ପଇଠ କରୁଛନ୍ତି ।

ଅବଶିଷ୍ଟ ୩୫ହଜାର ବ୍ୟବସାୟୀ ବା ବ୍ୟବସାୟୀକ ପ୍ରତିଷ୍ଠାନ ବିଏମସି ରେ ପଞ୍ଜିକୃତ ହୋଇନଥିବା ଜଣାପଡ଼ିଛି । ଡିଜିଟାଲ ଡୋର ନମ୍ବରିଂ ସିଷ୍ଟମ କାର୍ଯ୍ୟକାରୀ ହେଲେ ଅଣପଞ୍ଜୀକୃତ ବ୍ୟବସାୟୀଙ୍କୁ ଚିହ୍ନଟ ସହିତ ବିଏମ୍‌ସିର ରାଜସ୍ୱ ଆଦାୟ ବୃଦ୍ଧି ପାଇବ ବୋଲି ବିଏମସି ଲକ୍ଷ୍ୟ ରଖିଛି ।

ଟେଣ୍ଡର ମାଧ୍ୟମରେ ହାଇଦ୍ରାବାଦର ଏକ ଘରୋଇ ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯାଇଛି । ୫ରୁ ୬ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛି ବିଏମ୍‌ସି । କିନ୍ତୁ କୋଭିଡ ଯୋଗୁଁ ଏଥିରେ ବିଳମ୍ବ ହେଉଛି ।

କରୋନା ସଂକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀଙ୍କ ୮ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଜାରି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧ ଲକ୍ଷ ପାର କରିଛି । କିଛି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢିବା ଚିନ୍ତାର କାରଣ ହୋଇଛି ।  ମହାରାଷ୍ଟ୍ର ଓ ଦିଲ୍ଲୀରେ ଏହା ଅଧିକ ଚିନ୍ତାଜନକ ହୋଇଛି । ଆଜି କରୋନା ଦ୍ୱାରା ପ୍ରଭାବିତ ଦେଶର ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକ କରୁଛନ୍ତି । ପ୍ରଥମ ପର୍ଯ୍ୟାୟ ବୈଠକରେ ଦିଲ୍ଲୀ,ଗୁଜୁରାଟ,ହରିୟାନା,କେରଳ,ମହାରାଷ୍ଟ୍ର,ପଶ୍ଚିମବଙ୍ଗ,ଛତିଶଗଡ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ସାମିଲ ଅଛନ୍ତି । ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାମିଲ ହୋଇଛନ୍ତି । ବାକି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଦିନ ୧୨ଟା ପରେ ଆଲୋଚନା କରିବେ । ଏହି ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ହେଉଛି ।

ବୈଠକର ଏଜେଣ୍ଡା କ’ଣ ?

ବୈଠକର ଦୁଇଟି ମୁଖ୍ୟ ଏଜେଣ୍ଡା ରହିଛି । ପ୍ରଥମ ହେଉଛି ନିଜ ନିଜ ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସଂପୃକ୍ତ ରାଜ୍ୟ ଗୁଡିକ କ’ଣ ସବୁ ପଦକ୍ଷେପ ନେଉଛନ୍ତି । ଏଜେଣ୍ଡାରେ ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଟିକାକରଣ । ଆସନ୍ତା ବର୍ଷ ଆରମ୍ଭରୁ ଟିକାକରଣର ଆଶା ରହିଛି । ଏମିତିରେ କେମିତି ଟିକାର ସଂରକ୍ଷଣ ହେବ ଓ କେମିତି ଲୋକଙ୍କ ପାଖରେ ସହଜରେ ପହଂଚିବ ତାକୁ ନେଇ ଆଲୋଚନା ହେବ ।

ବିଅର ପାଇଁ ୨ ଲକ୍ଷ ଟଙ୍କା ଟିପ୍ସ ଦେଲେ ଗ୍ରାହକ

ଓ୍ୱାଶିଂଟନ୍: ଆମେରିକାରେ କରୋନା ଭାଇରସ୍ ସଂକ୍ରମଣ ପୁଣି ଥରେ ବଢିବାରେ ଲାଗିଛି। ଯାହାକୁ ଦୃଷ୍ଟିରେ ରଖି ସରକାରଙ୍କୁ ପୁଣି ଥରେ ଲକଡାଉନ୍ ଭଳି କଠୋର ନିଷ୍ପତ୍ତି ନେବାକୁ ପଡିପାରେ ।

ସୂଚନା ଅନୁଯାୟୀ ଆମେରିକାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସେଠାକାର ଏକ ସ୍ଥାନୀୟ ରେଷ୍ଟୁରାଣ୍ଟର ଜଣେ ମାଲିକ ସ୍ୱେଚ୍ଛାକୃତ ଭାବେ ନିଜ ରେଷ୍ଟୁରାଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଉକ୍ତ ରେଷ୍ଟୁରାଣ୍ଟକୁ ବିୟର ପିଇବାକୁ ଯାଇଥିବା ଶେଷ ଗ୍ରାହକ ଜଣକ ମାଲିକଙ୍କ ଏଭଳି  ନିଷ୍ପତ୍ତିରେ ଖୁସି ହୋଇ ୩୦୦୦ ଡଲାର୍ ଅର୍ଥାତ୍ ୨,୨୨,୫୪୦ ଟଙ୍କା ଟିପ୍ସରେ ଦେଇଛନ୍ତି।

ଏନେଇ ରେଷ୍ଟୁରାଣ୍ଟ ନାଇଟ୍ ଟାଉନର ମାଲିକ ବ୍ରେଡନ ରିଙ୍ଗ ଫେସବୁକ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ତାଙ୍କ କହିବାନୁଯାୟୀ ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟକୁ ଆସି ପ୍ରଥମେ ବିୟର ଅର୍ଡର କରିଥିଲେ ଏବଂ ପିଇବା ପରେ ସେ ବିଲ୍ ବାବଦକୁ  ୭ ଡଲାର ଦେଇଥିଲେ। ଏପରିକି ସମ୍ପୃକ୍ତ ବ୍ୟକ୍ତି ଜଣକ ଦେଇଥିବା ଟିପ୍ସକୁ ବ୍ରାଞ୍ଚ ସେବାରେ ନିୟୋଜିତ କର୍ମଚାରୀଙ୍କ ମଧ୍ୟରେ ବାଣ୍ଟିଦେବାକୁ କହିଥିଲେ ।

ରିଙ୍ଗ ଆହୁରି ମଧ୍ୟ କହିଛନ୍ତି ଯେ ସେ ଗ୍ରାହକଙ୍କ ନାମ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ଚାହୁଁନାହାଁନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ଏଭଳି କାମ ଯୋଗୁଁ ରେଷ୍ଟୁରାଣ୍ଟ କର୍ମଚାରୀମାନେ ତାଙ୍କୁ ଦୟାଳୁ ବୋଲି ଅବିହିତ କରିବା ସହ କୃତଜ୍ଞତା ଜଣାଇଛନ୍ତି।

ବିଧାନସଭା ସାମ୍ନାରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମକୁ ବିଫଳ କଲା ପୋଲିସ

ଭୁବନେଶ୍ୱର: ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ । ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ ବେଳେ କାବୁ କଲେ ସୁରକ୍ଷାକର୍ମୀ । ନାବାଳିକା ଝିଅ ହତ୍ୟା ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଥିବା ଅଭିଯୋଗ କରି ଆତ୍ମାହୁତି ଉଦ୍ୟମ କରିଛନ୍ତି ବାପା- ମା’ । ନୟାଗଡ଼ରୁ ଆସିଥିଲେ ଦମ୍ପତି  । ତାଙ୍କ ଝିଅକୁ ପୋଲିସ ନ୍ୟାୟ ଦେଇନଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସେମାନେ କହିଛନ୍ତି ।

ଦମ୍ପତ୍ତିଙ୍କ ଅଭିଯୋଗ ଯେ, ତାଙ୍କ ଝିଅ ସହ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । କିନ୍ତୁ ପୋଲିସ ତଦନ୍ତରେ ଅବହେଳା କାରଣରୁ ତାକୁ ନ୍ୟାୟ ମିଳି ପାରିନାହିଁ । ଯଥାଶୀଘ୍ର ଦୋଷୀଙ୍କୁ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି । ପୋଲିସର ଅପାରଗତାକୁ ସମସ୍ତଙ୍କର ସାମ୍ନାକୁ ଆଣିବା ପାଇଁ  ସେମାନେ ଏଭଳି କରିଛନ୍ତି ବୋଲି କହିଛନ୍ତି ଦମ୍ପତି ।

ଉଭୟ ସ୍ୱାମୀ ସ୍ତ୍ରୀ ଶାଲ ଘୋଡାଇ ହୋଇ ବିଧାନସଭା ଆଗରେ ପହଂଚିଥିଲେ । ସେମାନେ ହଠାତ ନିଜ ଦେହରେ ଜ୍ୱଳନଶୀଳ ସାମଗ୍ରୀ ଢାଳି ଆତ୍ମହୁତି ଉଦ୍ୟମ କରିଥିଲେ । ତେବେ ପାଖରେ ଥିବା ପୋଲିସ ଓ ଅନ୍ୟ ସୁରକ୍ଷାକର୍ମୀ ତୁରନ୍ତ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ଫଳରେ ଗୋଟିଏ ବଡ ଧରଣର ଦୁର୍ଘଟଣା ଘଟିନଥିଲା । ଦମ୍ପତ୍ତିଙ୍କୁ ପୋଲିସ ଏକ ଅଟୋରେ ଘଟଣାସ୍ଥଳରୁ ନେଇ ଯାଇଥିଲା । ତେବେ ଏହି ସମୟରେ ସେମାନେ ମିଡିଆକୁ ଆତ୍ମହତ୍ୟା ଉଦ୍ୟମ ପଛର କାରଣ ବାବଦରେ କହିଥିଲେ ।

ସବୁଠାରୁ ବଡ଼ କଥା ହେଉଛି ଏତେ ସୁରକ୍ଷା ବଳୟ ମଧ୍ୟରେ ବାରମ୍ବାର ଏଭଳି ଘଟଣା ଘଟୁଛି । ମୌସୁମୀ ଅଧିବେଶନରେ ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା ଏବଂ ଶୀତକାଳୀନ ଅଧିବେଶନରେ ମଧ୍ୟ ପୁଣି ଏଭଳି ଘଟଣା ଘଟିଛି । ତେବେ ପୋଲିସକୁ ଏଥିପ୍ରତି ଆହୁରି ଅଧିକ ସଚେତନ ହେବା ଆବଶ୍ୟତା ରହିଛି ।