ଖୋଲିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ମନ୍ଦିର

ପୁରୀ: ଖୋଲିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିର । କୋଭିଡ କଟକଣା ଯୋଗୁଁ ଦୀର୍ଘ ୯ ମାସ ଧରି ମନ୍ଦିର ବନ୍ଦ ରହିଥିଲା । ହେଲେ ଆଜି ମନ୍ଦିର ଖୋଲିବା ପରେ ପୁଣି ଭକ୍ତ ଦର୍ଶନ କରିପାରିବେ ଭଗବାନଙ୍କୁ ।

ରାଜ୍ୟ ସରକାରଙ୍କ ନିଷ୍ପତି ପରେ ଆଜି ଠାରୁ ମା’ଙ୍କ ମନ୍ଦିର ଖୋଲିଛି, ଏଥିସହିତ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ଆଜି ପ୍ରତ୍ୟୁଷରେ ମାଙ୍କ ଦୈନନ୍ଦିନ ନୀତିକାନ୍ତି ପରେ ମାଙ୍କ ପହଡ଼ ଖୋଲିଥିଲା । କୋଭିଡ ନିୟମ ମାନିବା ସହ ଭକ୍ତଙ୍କ ଭକ୍ତମାନଙ୍କ ପ୍ରବେଶ ପାଇଁ ସ୍ୱତନ୍ତ୍ର ବାରିକେଟ ବ୍ୟବସ୍ଥା କରାଯାଇଛି ।

୬ ଫୁଟ ଦୂରତା , ମାସ୍କ, ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି । ଭକ୍ତ ମାନେ ମନ୍ଦିରର ପୂର୍ବ ଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଦୀର୍ଘଦିନ ପରେ ଭକ୍ତ ମାନଙ୍କ ମନରେ ମା’ଙ୍କୁ ଦର୍ଶନ ପାଇଁ ବେଶ ଉତ୍କଣ୍ଠା ଦେଖାଯାଉଥିବା ବେଳେ ମା ମଙ୍ଗଳା ପୀଠ ଏବେ ପୁଣି ଚଳଚଂଚଳ ହୋଇପଡିଛି ।

ସେହିପରି ଆଜିଠୁ ପୁରୀ ଜଗନ୍ନାଥ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି । ଯେଉଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Leave a Reply