ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ଅଙ୍ଗନୱାଡି କର୍ମୀଙ୍କ ଘରେ ଚଢ଼ାଉ

ପୁରୀ: ଭିଜିଲାନ୍ସ ଜାଲରେ ଫସିଛନ୍ତି ଅଙ୍ଗନବାଡି କର୍ମୀ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଙ୍ଗନୱାଡି କର୍ମୀଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି ।

ସମ୍ପୃକ୍ତ କର୍ମୀଙ୍କ ନାମ ସନ୍ଧ୍ୟା ରାଣୀ ଭଟ୍ଟ ବୋଲି ଜଣାପଡିଛି । ତାଙ୍କର ପୈତୃକ ଘର ସମେତ ହାତୀଶାଳରେ ଥିବା ୪ ମହଲା ବିଶିଷ୍ଟ ଅଟାଳିକାରେ ଚଢାଉ କରିଛି ଭିଜିଲାନ୍ସ । ସାମଂଗ ମୌଜା ମଙ୍ଗଳା ହାଟରେ ଥିବା ଅଟା ମିଲ୍‌ ବାଲି ସାହିରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ତଥା ଡେଲାଙ୍ଗ ହାଟ ସାହିରେ ଥିବା ଶ୍ୱଶୁର ଘରେ ଚଢ଼ାଉ ଜାରି ରହିଛି ।

ସେହିପରି ଗତକାଲି ମଧ୍ୟ ବ୍ରହ୍ମପୁରର ଜଣେ ଅଙ୍ଗନୱାଡି କର୍ମୀ ଭିଜିଲାନ୍ସ ଜାଲରେ ଫସିଥିଲେ । ନମିତା ଦଳାଇଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ଚଢାଉ କରାଯାଇଥିଲା ।

ଏକକାଳୀନ ତାଙ୍କର ୭ଟି ସ୍ଥାନରେ ଭିଜିଲାନ୍ସର ୭ଟି ଟିମ ଚଢ଼ାଉ କରୁଥିବା ସୂଚନା ମିଳିଥିଲା ।

Leave a Reply