spot_img
Home Blog Page 6346

ରାମବିଳାଶ ପାଶୱାନଙ୍କ ଦେହାନ୍ତ ଖବର ଶୁଣି ପ୍ରଥମ ସ୍ତ୍ରୀଙ୍କ ହେଲା ଏମିତି ଅବସ୍ଥା

ପାଟଣା: ଲୋକ ଜନଶକ୍ତି ପାର୍ଟି (ଏଲଜିପି)ର ପ୍ରତିଷ୍ଠାତା ତଥା କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନଙ୍କ ଗୁରୁବାର ରାତିରେ ଦେହାନ୍ତ ହୋଇଯାଇଛି । ପାଶୱାନଙ୍କ ପରଲୋକ ଖବର ଦେଶବ୍ୟାପୀ ଖେଳି ଯାଇଥିଲା । ହେଲେ ପାଶୱାନଙ୍କ ପ୍ରଥମ ପତ୍ନୀ ରାଜକୁମାରୀ ଦେବୀଙ୍କୁ ଏହି କଥା ଜଣାଇନଥିଲେ । ରାଜକୁମାର ଦେବୀ ହୃଦ୍ ରୋଗୀ ହୋଇଥିବାରୁ ମୃତ୍ୟୁଖବର ତାଙ୍କୁ ଦିଆଯାଇ ନଥିଲା । ତେବେ, ବିଳମ୍ବିତ ରାତିରେ ସେ ପାଶୱାନଙ୍କ ଦେହାନ୍ତ ଖବର ସହ ଶୁଣି କାନ୍ଦି କାନ୍ଦି ତଳେ ପଡ଼ି ଯାଇଥିଲେ ।

Rajkumari Devi The First Divorced Wife Of Ram Vilas Paswan Wept Upon Hearing The News Of Her Husband’s Demise

ଏଲଜିପି ନେତା ତଥା କେନ୍ଦ୍ରୀୟ ମନ୍ତ୍ରୀ ରାମବିଳାଶ ପାଶୱାନ ଦୁଇଥର ବିବାହ କରିଥିଲେ । ପାଶୱାନ ପ୍ରଥମେ ୧୯୬୦ ମସିହାରେ ବିହାରର ଖଗିଡ଼ୟାର ରାଜକୁମାରୀ ଦେବୀଙ୍କୁ ବିବାହ କରିଥିଲେ । ୧୯୮୨ରେ ହରିୟାଣାର ରୀନାଙ୍କୁ ବାହା ହୋଇଥିଲେ ପାଶୱାନ ।

Rajkumari Devi The First Divorced Wife Of Ram Vilas Paswan Wept Upon Hearing The News Of Her Husband’s Demise

ପ୍ରଥମ ପତ୍ନୀଙ୍କ ୨ ଝିଅ ଅଛନ୍ତି । ଝିଅଙ୍କ ନାଁ ହେଉଛି- ଉଷା ଓ ଆଶା । ଉଭୟଙ୍କ ବିବାହ ମଧ୍ୟ ସରିଛି । ଦ୍ୱିତୀୟ ପତ୍ନୀ ରୀନାଙ୍କ ଏକ ପୁଅ ଓ ଗୋଟିଏ ଝିଅ ଅଛି ।

Rajkumari Devi The First Divorced Wife Of Ram Vilas Paswan Wept Upon Hearing The News Of Her Husband’s Demise

ରାମବିଳାଶ ପାଶୱାନ ୧୯୮୧ରେ ପ୍ରଥମ ପତ୍ନୀ ରାଜକୁମାରୀ ଦେବୀଙ୍କୁ ଛାଡ଼ପତ୍ର ଦେଇଥିଲେ । ଲୋକସଭା ନିର୍ବାଚନରେ ଜେଡିୟୁ ପାଶୱାନଙ୍କୁ ଦୁଇ ପତ୍ନୀ ନେଇ ନାମାଙ୍କନରେ ଘେରିଥିଲା । ତାପରେ ପାଶୱାନଙ୍କ ଓକିଲ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦସ୍ତାବିଜ୍ ଦାଖଲ କରିଥିଲେ । ଯେଉଁଥିରୁ ରାଜକୁମାରୀଙ୍କୁ ପାଶୱାନ ଛାଡ଼ପତ୍ର ଦେଇଥିବା ଜଣାପଡ଼ିଥିଲା ।

Rajkumari Devi The First Divorced Wife Of Ram Vilas Paswan Wept Upon Hearing The News Of Her Husband’s Demise

ଗୁରୁବାର କେନ୍ଦ୍ର ମନ୍ତ୍ରୀ ରାମବିଳାଶ ପାଶୱାନଙ୍କ ନିଧନ ଖବର ଚାରିଆଡ଼େ ବ୍ୟାପି ଯାଇଥିଲା । କିନ୍ତୁ, ଏ ଖବରକୁ ପ୍ରଥମ ପତ୍ନୀ ରାଜକୁମାରୀଙ୍କୁ ପ୍ରଥମେ ଦିଆଯାଇ ନଥିଲା । ରାତି ୧୦ଟା ବେଳେ ସେ ଖବର ଜାଣିବା ପରେ କାନ୍ଦି କାନ୍ଦି ତଳେ ପଡ଼ି ଯାଇଥିଲେ ।

ସାରା ଦେଶରେ ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଓଡ଼ିଶା ନେଲା ଯୁଗାନ୍ତକାରୀ ପଦକ୍ଷେପ

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ବ୍ୟବସ୍ଥା କରାଯାଇଛି  । ସାରା ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହି ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛି  ।  ସାମ୍‌ସ ମାଧ୍ୟମରେ ଆସନ୍ତା ୧୨ ତାରିଖରୁ ଏହି ପରୀକ୍ଷା ଆରମ୍ଭ ହେବା ନେଇ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି  । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଉଚ୍ଚଶିକ୍ଷା ବିଭାଗ ବିସ୍ତୃତ ସୂଚନା ଦେଇଛି  ।

ବିଭାଗୀୟ ସଚିବ ଶାଶ୍ୱତ ମିଶ୍ର ଏବଂ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକ ଦାଶ କହିଛନ୍ତି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କଳାର ପ୍ରଶ୍ନପତ୍ର  ପ୍ରସ୍ତୁତ କରିଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ବାଣିଜ୍ୟ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବିଜ୍ଞାନର ପ୍ରଶ୍ନପତ୍ର ପ୍ରସ୍ତୁତ କରିଛନ୍ତି  । ୧୦ ଦିନ ଅର୍ଥାତ୍ ୧୨ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପରୀକ୍ଷା  । ୮୩ଟି ଷ୍ଟ୍ରିମରେ ଚଳିତ ଥର ନାମଲେଖା ହେଉଛି  । ୧୦୦ ରୁ ୭୦ ମାର୍କ ଏଣ୍ଟ୍ରାନ୍ସ ଏବଂ ୩୦ ମାର୍କ କ୍ୟାରିଅରକୁ ନେଇ ସିଲେକ୍ସନ କରାଯିବ  । ନଭେମ୍ବର ୭ ତାରିଖରେ ବାହାରିବ ମେରିଟ ଲିଷ୍ଟ  । ମୋଟ ୬୨ ହଜାର ୨୦୦ ପିଲା ଆବେଦନ କରିଛନ୍ତି  । ପିଜି ସିଟ୍ ୧୪ ହଜାର ୭୦୦ ରହିଛି  । ୨୬ ଟି କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ  ।

ଅନ୍ୟପଟେ ପ୍ରଶ୍ନପତ୍ର ଏବଂ ଓଏମଆର ସିଟ୍ ସେଣ୍ଟର ଗୁଡିକରେ ପହଞ୍ଚି ସାରିଛି  । କେବଳ ପାରଳଖେମୁଣ୍ଡିରେ ଏ ପର୍ଯ୍ୟନ୍ତ ପ୍ରଶ୍ନପତ୍ର ଏବଂ ଓଏମ୍ଆର ସିଟ୍ ପହଞ୍ଚିନି  । ତେବେ ସଂଧ୍ୟା ସୁଦ୍ଧା ପହଞ୍ଚିବା ନେଇ ଆଶା କରାଯାଉଛି  ।   ରାଜ୍ୟ ସରକାର ସ୍କୁଲ କଲେଜ ଖୋଲିବା ନେଇ ନିଷ୍ପତ୍ତି ନନେଲେ  ଅନଲାଇନ୍  ପାଠ ପଢାହେବ  । କରୋନା ନିୟମ ଅନୁସାରେ ପରୀକ୍ଷା ପରିଚାଳନା ହେବ । କୋଭିଡ ରୋଗୀ ବି ଦେଇପାରିବେ ପରୀକ୍ଷା । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆଇସୋସେଲସନ ରୁମ କରାଯାଇଛି ।

ଓଡ଼ିଶା ବନ୍ୟ ବିଭାଗ ଅଧିକାରୀ ଅଂଶୁ ପ୍ରଜ୍ଞା ଦାସଙ୍କୁ ‘ସବୁଜ ଯୋଦ୍ଧା ସମ୍ମାନ’

ଭୁବନେଶ୍ୱର: ଓଡ଼ିଶାର ସାତକୋସିଆ ଟାଇଗର ରିଜର୍ଭରେ ଥିବା ମହାନାଦୀ ବନ୍ୟପ୍ରାଣୀ ବିଭାଗର ଅଧିକାରୀ ଅଂଶୁ ପ୍ରଜ୍ଞା ଦାସଙ୍କୁ ଗୁରୁବାର ଦିନ ନାଟୱେଷ୍ଟ ଗ୍ରୁପ୍ ଆର୍ଥ ହିରୋ ପୁରସ୍କାର ୨୦୨୦ ଭର୍ଚୁଆଲ୍ ସମାରୋହରେସବୁଜ ଯୋଦ୍ଧାପୁରସ୍କାର ପ୍ରଦାନ କରାଯାଇଛି ।

ବାମପନ୍ଥୀ ଉଗ୍ରବାଦୀ କାର୍ଯ୍ୟକଳାପର ଉପସ୍ଥିତିରେ ସାତକୋସିଆ ଟାଇଗର ରିଜର୍ଭ (ମହାନାଦୀ WL ଡିଭିଜନ୍) ଦକ୍ଷିଣ ଭାଗର ପୁନରୁତ୍ଥାନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଅଂଶୁ ପଜ୍ଞା ବର୍ଷ ଧରି ଟାଇଗର ରିଜର୍ଭରେ ବ୍ୟାପକ କାର୍ଯ୍ୟ କରିଛନ୍ତି । ତାଙ୍କର Community Engagement ପଦକ୍ଷେପ ଯୋଗୁଁ ସ୍ଥାନୀୟ ସମ୍ପ୍ରଦାୟର ସମର୍ଥନ ପାଇଥିଲେ ଯାହା ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ବଢ଼ାଇଥିଲା ।

ଅଂଶୁଙ୍କ କାର୍ଯ୍ୟ ସଫଳତାର ସାତକୋସିଆ ଟାଇଗର ରିଜର୍ଭର ମୂଳ ଜୋନରେ ଚାଲୁଥିବା ବେଆଇନ ମାଛ ଧରିବା ରୋକିଥିଲା ଯାହା ଘଡ଼ିଆଳ କୁମ୍ଭୀର ମାନଙ୍କ ବାସସ୍ଥାନ ପ୍ରତି ବିପଦ ଥିଲା ।

ସେ ସ୍ଥାନୀୟ ସମ୍ପ୍ରଦାୟଙ୍କୁ ମୁଦୁଲିଗାଡିଆ ନାମକ ଓଡ଼ିଶାର ପ୍ରଥମ ଇକୋଭିଲେଜ ପ୍ରସ୍ତୁତ କରିବାକୁ ଏକତ୍ରିତ କରିଥିଲେ, ଯାହା ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ଜଙ୍ଗଲ ଉପରେ କୌଣସି ପ୍ରକାର ନିର୍ଭର ହେବାକୁ ଦେଇନଥିଲା । ୩୪ ଜଣ କମ୍ୟୁନିଟି ସଦସ୍ୟଙ୍କ ଦ୍ୱାରା ପରିଚାଳିତ ‘ସାତକୋସିଆ ସ୍ୟାଣ୍ଡ ରିସର୍ଟ ଏବଂ ପ୍ରକୃତି ଶିବିର’ ନାମକ ଇକୋଟୋରିଜିମ୍ ପ୍ରକଳ୍ପ ଗତ ୪ ବର୍ଷ ମଧ୍ୟରେ ୩ କୋଟି ଟଙ୍କା ଆୟ କରିଛି ଯାହା ଦ୍ୱାରା ସାତକୋସିଆରେ ଟାଇଗର ବାସସ୍ଥାନ ପ୍ରତି ସ୍ଥାନୀୟ ସମ୍ପ୍ରଦାୟର ସହାୟତା ଯୋଗାଇ ଦିଆଯାଇଛି ।

ଗୋଖାଦ୍ୟ ଦୁର୍ନୀତି: ଚାଇବସା ମାମଲାରେ ଲାଲୁଙ୍କୁ ବେଲ, କିନ୍ତୁ ରହିବେ ଜେଲରେ

ପାଟନା: ବିହାର ନିର୍ବାଚନକୁ ଅଳ୍ପ ଦିନ ଥିବା ବେଳେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଲାଗି ଏକ ଭଲ ଖବର ଆସିଛି । ଗୋଖାଦ୍ୟ ଦୁର୍ନୀତି ମାମଲାର ଚାଇବସା କେସରେ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଛି । ତେବେ ଏହାର ଅର୍ଥ ନୁହେଁ ଲାଲୁଙ୍କୁ ନିର୍ବାଚନ ପ୍ରଚାରରେ ଦେଖିବାକୁ ମିଳିବ । ଲାଲୁଙ୍କୁ ଏହି ମାମଲାରେ ବେଲ୍ ମିଳିଥିଲେ ମଧ୍ୟ ସେ ଅନ୍ୟ ମାମଲା କାରଣରୁ ଜେଲରେ ରହିବେ । ଦୁମକା ଟ୍ରେଜେରି ମାମଲାର ଶୁଣାଣୀ ବାକି ଥିବା ବେଳେ ଚାଇବସା କେସରେ ସେ ନିଜ ସଜାର ଅର୍ଧେକ ଅଂଶ ପୁରଣ କରିସାରିଲେଣି ।


ଚାଇବସା ମାମଲାରେ ଅଧା ସଜା ପୁରା କରିଥିବା ଯୁକ୍ତି ଦେଖାଇ ଲାଲୁ ଜାମିନ ପାଇଁ ଆବେଦନ କରିଥିଲେ । ଗତ ଶୁଣାଣି କାଳରେ ସିବିଆଇ ଯୁକ୍ତି କରିଥିଲା ଯେ, ଅଧା ସଜା ପୁରା ହେବାକୁ ୨୬ ଦିନ ବାକି ଅଛି । ଏହାପରେ ମାମଲାର ଶୁଣାଣିକୁ ଅକ୍ଟୋବର ୯ ପର୍ଯ୍ୟନ୍ତ ଘୁଂଚା ଯାଇଥିଲା । ଆଜି ଲାଲୁଙ୍କୁ ଚାଇବସା ମାମଲାରେ ଜାମିନ ମିଳିଛି ।


ତେବେ ତାଙ୍କୁ ଏବେ ମଧ୍ୟ ଜେଲରେ ରହିବାକୁ ପଡିବ । କାରଣ ଦୁମକା କେସରେ ତାଙ୍କୁ ସଜା ଶୁଣାଯାଇଛି ଓ ଏହି ମାମଲାରେ ଜାମିନ ମିଳିନାହିଁ । ନଭେମ୍ବର ମାସରେ ଏହି କେସରେ ଲାଲୁ ସଜାର ଅଧା ପୁରା କରିବେ । ତା’ପରେ ତାଙ୍କୁ ଏଥିରେ ମଧ୍ୟ ଜାମିନ ମିଳିବା ସମ୍ଭାବନା ରହିଛି । ଫଳରେ ଲାଲୁ ନଭେମ୍ବର ପରେ ଜେଲରୁ ବାହାରିବା ଆରଜେଡି ଆଶା କରୁଛି । ଏବେ ଲାଲୁ ରାଂଚିର ରିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଗରୁ ସେ ରିମ୍ସର ପେଡ୍ ୱାର୍ଡରେ ଥିଲେ କିନ୍ତୁ କରୋନା କାରଣରୁ ତାଙ୍କୁ ଡାଇରେକ୍ଟରଙ୍କ ବଂଗଳାକୁ ପରେ ସ୍ଥାନାନ୍ତରିତ କରାଯାଇଥିଲା ।

ଖସୁଛି ସଂକ୍ରମଣ ହାର, ଖୋର୍ଦ୍ଧାରେ ୫ଶହ ତଳେ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ଆସୁଛି କରୋନା ସଂକ୍ରମଣ । ଖୋର୍ଦ୍ଧାରେ ଖସିଲା କରୋନା ଗ୍ରାଫ । ଦିନକୁ ଦିନ ଟେଷ୍ଟିଂ ବଢୁଥିବା ବେଳେ ସଂକ୍ରମଣର ହାର କମିବାରେ ଲାଗିଛି । ଶୁକ୍ରବାରରେ ରାଜ୍ୟରେ ଗତ ୨୪ ଘଣ୍ଟାର ଆଉ ୨୬ ଶହ ୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଏଥିରୁ କ୍ୱାରେଣ୍ଟାଇନରୁ ୧୫ ଶହ ୭୬, ଲୋକାଲ୍ କେସ୍ ୧୧ଶହ ୨୧ ରହିଛି । ଦିନ ବଢିବା ସହ ଖୋର୍ଦ୍ଧାରେ ଅନିୟନ୍ତ୍ରୀତ ଥିବା କରୋନା ସଂକ୍ରମଣ ଏବେ ନିୟନ୍ତ୍ରଣରେ । ଖୋର୍ଦ୍ଧାରେ ପ୍ରତ୍ୟେକ ଦିନ ନୂଆ ନୂଆ ରେକର୍ଡ କରୁଥିବା କରୋନା ସଂକ୍ରମଣ କିନ୍ତୁ ଆଜି ୫ଶହ ତଳକୁ ଖସିଛି ।

ଖୋର୍ଦ୍ଧାରେ ସଂକ୍ରମଣ ପୂର୍ବରୁ ୯ଶହ ପାର୍ କରିଥିବା ଏବେ ୫ଶହ ଚଳକୁ ଖସିଛି । ଆଜି ଖୋର୍ଦ୍ଧାରୁ ୪୮୨, କଟକରୁ ୨୩୪, ମୟୂରଭଞ୍ଜରୁ ୧୩୪, ବଲେଶ୍ୱରରେ ୧୧୫, ସମ୍ବଲପୁରରୁ ଓ ଅନୁଗୁଳରୁ ୧୦୭  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ସେହିଭଳି ଅନୁଗୁଳରୁ ୧୦୭, ବାଲେଶ୍ୱରରୁ  ୧୧୫ , ବରଗଡ଼ରୁ ୮୬, ଭଦ୍ରକରୁ ୬୬, ବଲାଙ୍ଗୀରରୁ ୬୨, ବୌଦ୍ଧରୁ ୩୧, କଟକରୁ ୨୩୪, ଦେଓଗଡ଼ରୁ ୧୫, ଢେଙ୍କାନାଳରୁ ୪୫, ଗଜପତିରୁ ୮, ଗଞ୍ଜାମରୁ ୪୫, ଜଗତସିଂହପୁରରୁ ୬୫ , ଯାଜପୁର ୧୧୮, ଝାରସୁଗୁଡ଼ାରୁ ୭୭, କଳାହାଣ୍ଡିରୁ ୪୫ , କନ୍ଧମାଳରୁ ୩୪, କେନ୍ଦ୍ରାପଡ଼ାରୁ ୬୯, କେନ୍ଦୁଝରରୁ ୭୫, କୋରାପୁଟରୁ ୪୫, ମାଲକାନଗିରିରୁ ୪୦, ମୟୁରଭଞ୍ଜରୁ ୧୩୪, ନବରଙ୍ଗପୁରରୁ ୫୧, ନୟାଗଡ଼ରୁ ୩୮, ନୂଆପଡ଼ାରୁ ୧୫୩, ପୁରୀରୁ ୬୪ , ରାୟଗଡ଼ାରୁ ୩, ସମ୍ବଲପୁର ୧୦୭, ସୁନ୍ଦରଗଡ଼ରୁ ୧୨୦, ସୋନପୁରରୁ ୬୯,ଷ୍ଟେଟ ପୁଲ୍ ୯୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଲକ୍ଷ ୪୬ ହଜାର ୮୩୯ରେ ପହଞ୍ଚିଛି  । ସେହିଭଳି ଏପର୍ଯ୍ୟନ୍ତ ଦୁଇ ଲକ୍ଷ ୧୬ ହଜାର ୯୮୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି  । ଏବେ ରାଜ୍ୟରେ ୨୮ ହଜାର ୮୧୧ଟି ମାମଲା ସକ୍ରିୟ ରହିଛି  । ଗତକାଲି ୩୩୧୨ ଜଣ ସୁସ୍ଥ ହୋଇଥିଲେ  ।

ରାମବିଳାଶ ପାଶ୍ୱାନଙ୍କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳୀ

ନୂଆଦିଲ୍ଲୀ: ଦୀବଗଂତ କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶ୍ୱାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ ରଷ୍ଟ୍ରପତି ଭେଙ୍କିଆ ନାଇଡୁ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ୭୪ ବର୍ଷୀୟ ପାଶ୍ୱାନଙ୍କର ଗତକାଲି ଦିଲ୍ଲୀସ୍ଥିତ ଏକ ହସ୍ପିଟାଲରେ ପରଲୋକ ହୋଇଥିଲା । ସେ ଗତ କିଛି ଦିନ ଧରି ଆଇସିୟୁରେ ଥିଲେ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପାଶ୍ୱାନଙ୍କ ପରଲୋକରେ ଶୋକବ୍ୟକ୍ତ କରିଥିଲେ ।

ଆଜି ପାଶ୍ୱାନଙ୍କ ଦିଲ୍ଲୀ ସ୍ଥିତ ବାସଭବନକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ୧୨ ଜନପଥ ସ୍ଥିତ ବାସଭବନକୁ ଯାଇ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ଚିରାଗ ପାଶ୍ୱାନ ଓ ପରିବାର ସଦସ୍ୟଙ୍କୁ ସାକ୍ଷାତ କରି ନିଜ ସମବେଦନା ପ୍ରକଟ କରିଥିଲେ ।

 

ପାଶ୍ୱାନଙ୍କ ମରଶରୀରକୁ ଆଜି ପାଟନା ନିଆଯିବ । ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ ଅନ୍ତ୍ୟେଷ୍ଠୀରେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଯୋଗ ଦେବେ । ଅପରାହ୍ନ ୨ଟାରେ ବାୟୁସେନାର ଏକ ବିଶେଷ ବିମାନରେ ପାଶ୍ୱାନଙ୍କ ପାର୍ଥିବ ଶରୀର ସହ ତାଙ୍କ ପରିବାର ସଦସ୍ୟ ଓ ରବିଶଙ୍କର ପ୍ରସାଦ ପାଟନା ଯିବେ ।

ମିଠା ଦୋକାନୀଙ୍କୁ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ସହ ବାପା ଓ ସ୍ତ୍ରୀକୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱର ସାମନ୍ତରାପୁର ଜମ୍ଭୁ ସାହୁ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଦିଲୁ ବେହେରା ଗିରଫ । ଅଭିଯୁକ୍ତଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ ଦିଲୁ ବେହେରାଙ୍କ ବାପା ଓ ସ୍ତ୍ରୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଗତକାଲି ସୁପାରିକିଲର ରାଜା ବେହେରା SDJM କୋର୍ଟରେ ଆତ୍ମସମର୍ପଣ କରିଥିଲା । ତେବେ ଆଜି ମୁଖ୍ୟ ଅଭିଯୁକ୍ତ ଦିଲୁ ସାହୁକୁ ଗିରଫ କରାଯାଇଛି ।

ଗତ ୪ ତାରିଖରେ ମିଠା ବ୍ୟବସାୟକୁ କେନ୍ଦ୍ର କରି କପିଳପ୍ରସାଦରେ ଛକରେ ଘଟିଥିଲା ହତ୍ୟାକାଣ୍ଡ । ଫିଲ୍ମ ଷ୍ଟାଇଲରେ ବିଚ୍ ରାସ୍ତାରେ ଦୁଇ ଦୁବୃର୍ତ୍ତ ପ୍ରଭାକର ସାହୁ ଓରଫ ଜମ୍ବୁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଏଥିରେ ପ୍ରଭାକରଙ୍କ ମୃତ୍ୟୁ ହୋଇଥିଲା । ଏହି ଲୋମଟାଙ୍କୁରା ଦୃଶ୍ୟ ସିସିଟିଭରେ କଏଦ୍ ହୋଇଥିଲା । ହତ୍ୟା ପଛରେ ଦିଲୁ ବେହେରାର ହାତ ଥିବା ପରିବାର ଲୋକ ଅଭିଯୋଗ କରିଥିଲେ ।

ସିସିଟିଭି ଭିଜୁଆଲ ଏବଂ ମୃତକଙ୍କ ପରିବାର ପକ୍ଷରୁ ହୋଇଥିବା ଏତଲାକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା ଲିଙ୍ଗରାଜ ଥାନା ପୋଲିସ ଏବଂ ଆଜି ମୁଖ୍ୟ ଅଭିଯୁକ୍ତ ଦିଲୁ ବେହେରା ଗିରଫ ହେବା ସହ ଅଭିଯୁକ୍ତଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ତାଙ୍କ ବାପା ଏବଂ ସ୍ତ୍ରୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

ଅମାନିଆ ଅପରାଜିତା: କୋଭିଡ଼ ନିୟମ ଉଲ୍ଲଂଘନ କରି ନାଚୁଥିବାର ଭିଡ଼ିଓ ହେଲା ଭାଇରାଲ

ଭୁବନେଶ୍ୱର: ପୁଣି କୋଭିଡ୍ ନିୟମ ଭାଙ୍ଗିଲେ ଭୁବନେଶ୍ୱର ବିଜେପି ସାଂସଦ । କୋଭିଡ଼ରେ ଅପରାଜିତାଙ୍କ ଜନ୍ମଦିନ ଉତ୍ସବ । କୋଭିଡ଼ ନିୟମ କଣ ଆଉ କାହିଁକି ପାଳନ କରିବେ ବିଜେପି ସାଂସଦ ସେଟା ବୋଧେ ଜାଣନ୍ତିନି ଅପରାଜିତ । ଦିଲ୍ଲୀରୁ ଡେଙ୍ଗୁରା ବାଜୁଛି କରୋନା ପାଇଁ ସତର୍କ ରୁହ କିନ୍ତୁ ଓଡ଼ିଶାରେ ଅଲଗା ନିୟମ ପାଳୁଛି ବିଜେପି ।

ଅଭ୍ୟାସଗତ ଅମାନିଆ ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁଣି ନିୟମ ଉଲ୍ଲଂଘନ କରିଛନ୍ତି । ଗତକାଲି ଜନ୍ମଦିନ ପାଳନ ଅବସରରେ କୋଭିଡ୍ କଟକଣାକୁ ଫୁ କରିଛନ୍ତି ମହାସୟା । ନା ମୁହଁରେ ମାସ୍କ ନା ସାମାଜିକ ଦୂରତା । ଅପରାଜିତାଙ୍କ ଜନ୍ମଦିନ ସେଲିବ୍ରେସନ୍‌ରେ ମସଗୁଲ ଥିଲେ ଶତାଧିକ ସମର୍ଥକ । ନାଚଗୀତରେ ବିଭୋର ହୋଇଥିଲେ ସମସ୍ତେ ।

କରୋନା ସଂକଟ ସମୟରେ ଏଭଳି ନିୟମର ଖୋଲା ଉଲ୍ଲଂଘନ ଦେଖିବାକୁ ମିଳିଛି । ରାଜଧାନୀ ଛାତି ଉପରେ ଭୟଙ୍କର ପେଟ୍ରୋଲ ପମ୍ପ ବିସ୍ଫୋରଣ ବଡ଼ କ୍ଷତକୁ ଭୁଲି ପାରୁ ନଥିବା ବେଳେ ସାଂସଦ କିନ୍ତୁ ଜନ୍ମଦିନ ଖୁସିରେ ପୁରା ବିଭୋର ଥିଲେ । ସାଂସଦଙ୍କର ଏଭଳି ଜନ୍ମଦିନ ସେଲିବ୍ରେସନ୍ ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି । ଅପରାଜିତା ଷଡ଼ଙ୍ଗୀଙ୍କ ଜନ୍ମଦିନରେ ନାଚଗୀତର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ।

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଶ୍ରୀମନ୍ଦିର ଚାରିପାଖ ସୌନ୍ଦର୍ଯ୍ୟକରଣ ନେଇ ଜନଶୁଣାଣି ଆରମ୍ଭ

ଶ୍ରୀମନ୍ଦିର ଚାରିପାଖ ସୌନ୍ଦର୍ଯ୍ୟକରଣ ନେଇ ଜନଶୁଣାଣି ଆରମ୍ଭ