ଖସୁଛି ସଂକ୍ରମଣ ହାର, ଖୋର୍ଦ୍ଧାରେ ୫ଶହ ତଳେ କରୋନା ସଂକ୍ରମଣ

1 min read

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ଆସୁଛି କରୋନା ସଂକ୍ରମଣ । ଖୋର୍ଦ୍ଧାରେ ଖସିଲା କରୋନା ଗ୍ରାଫ । ଦିନକୁ ଦିନ ଟେଷ୍ଟିଂ ବଢୁଥିବା ବେଳେ ସଂକ୍ରମଣର ହାର କମିବାରେ ଲାଗିଛି । ଶୁକ୍ରବାରରେ ରାଜ୍ୟରେ ଗତ ୨୪ ଘଣ୍ଟାର ଆଉ ୨୬ ଶହ ୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଏଥିରୁ କ୍ୱାରେଣ୍ଟାଇନରୁ ୧୫ ଶହ ୭୬, ଲୋକାଲ୍ କେସ୍ ୧୧ଶହ ୨୧ ରହିଛି । ଦିନ ବଢିବା ସହ ଖୋର୍ଦ୍ଧାରେ ଅନିୟନ୍ତ୍ରୀତ ଥିବା କରୋନା ସଂକ୍ରମଣ ଏବେ ନିୟନ୍ତ୍ରଣରେ । ଖୋର୍ଦ୍ଧାରେ ପ୍ରତ୍ୟେକ ଦିନ ନୂଆ ନୂଆ ରେକର୍ଡ କରୁଥିବା କରୋନା ସଂକ୍ରମଣ କିନ୍ତୁ ଆଜି ୫ଶହ ତଳକୁ ଖସିଛି ।

ଖୋର୍ଦ୍ଧାରେ ସଂକ୍ରମଣ ପୂର୍ବରୁ ୯ଶହ ପାର୍ କରିଥିବା ଏବେ ୫ଶହ ଚଳକୁ ଖସିଛି । ଆଜି ଖୋର୍ଦ୍ଧାରୁ ୪୮୨, କଟକରୁ ୨୩୪, ମୟୂରଭଞ୍ଜରୁ ୧୩୪, ବଲେଶ୍ୱରରେ ୧୧୫, ସମ୍ବଲପୁରରୁ ଓ ଅନୁଗୁଳରୁ ୧୦୭  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ସେହିଭଳି ଅନୁଗୁଳରୁ ୧୦୭, ବାଲେଶ୍ୱରରୁ  ୧୧୫ , ବରଗଡ଼ରୁ ୮୬, ଭଦ୍ରକରୁ ୬୬, ବଲାଙ୍ଗୀରରୁ ୬୨, ବୌଦ୍ଧରୁ ୩୧, କଟକରୁ ୨୩୪, ଦେଓଗଡ଼ରୁ ୧୫, ଢେଙ୍କାନାଳରୁ ୪୫, ଗଜପତିରୁ ୮, ଗଞ୍ଜାମରୁ ୪୫, ଜଗତସିଂହପୁରରୁ ୬୫ , ଯାଜପୁର ୧୧୮, ଝାରସୁଗୁଡ଼ାରୁ ୭୭, କଳାହାଣ୍ଡିରୁ ୪୫ , କନ୍ଧମାଳରୁ ୩୪, କେନ୍ଦ୍ରାପଡ଼ାରୁ ୬୯, କେନ୍ଦୁଝରରୁ ୭୫, କୋରାପୁଟରୁ ୪୫, ମାଲକାନଗିରିରୁ ୪୦, ମୟୁରଭଞ୍ଜରୁ ୧୩୪, ନବରଙ୍ଗପୁରରୁ ୫୧, ନୟାଗଡ଼ରୁ ୩୮, ନୂଆପଡ଼ାରୁ ୧୫୩, ପୁରୀରୁ ୬୪ , ରାୟଗଡ଼ାରୁ ୩, ସମ୍ବଲପୁର ୧୦୭, ସୁନ୍ଦରଗଡ଼ରୁ ୧୨୦, ସୋନପୁରରୁ ୬୯,ଷ୍ଟେଟ ପୁଲ୍ ୯୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଲକ୍ଷ ୪୬ ହଜାର ୮୩୯ରେ ପହଞ୍ଚିଛି  । ସେହିଭଳି ଏପର୍ଯ୍ୟନ୍ତ ଦୁଇ ଲକ୍ଷ ୧୬ ହଜାର ୯୮୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି  । ଏବେ ରାଜ୍ୟରେ ୨୮ ହଜାର ୮୧୧ଟି ମାମଲା ସକ୍ରିୟ ରହିଛି  । ଗତକାଲି ୩୩୧୨ ଜଣ ସୁସ୍ଥ ହୋଇଥିଲେ  ।

Leave a Reply