spot_img
Home Blog Page 633

ଧରା ପଡ଼ିଲା ସ୍ତ୍ରୀକୁ ହତ୍ୟା ପରେ ଖଟ ତଳେ ଲୁଚାଇ ରଖି ଫେରାର ହୋଇଥିବା ଅଭିଯୁକ୍ତ ସ୍ବାମୀ

ନନ୍ଦିଘୋଷ ବ୍ୟୁରୋ: ସ୍ତ୍ରୀକୁ ହତ୍ୟା ପରେ ଖଟ ତଳେ ଲୁଚାଇ ରଖି ଫେରାର ମାରିଥିଲା ସ୍ୱାମୀ । ଶେଷରେ ପୋଲିସ ହାତରେ ଧରାପଡ଼ିଲା ଅଭିଯୁକ୍ତ ସ୍ୱାମୀ ।  ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ କରମଟୋଲି କେନାଲପଡାରେ ଘଟିଛି ଘଟଣା । ମୃତ ମହିଳା ଫୁଲମଣୀ ମୁଣ୍ଡା। ଅଭିଯୁକ୍ତ ସ୍ଵାମୀ ଲରେନସ ମୁଣ୍ଡା । ଉଭୟଙ୍କ ଘର ଝାରଖଣ୍ଡ ରାଜ୍ୟରେ । ସେମାନେ ସମ୍ବଲପୁରରେ ଦୀର୍ଘ ବର୍ଷ ଧରି ଭଡାରେ ରହି ଶ୍ରମିକ ଭାବେ କାମ କରୁଥିଲେ । ଉଭୟଙ୍କର ଦ୍ୱିତୀୟ  ବିବାହ ହୋଇଥିଲା । ଫୁଲମଣୀ ମୁଣ୍ଡାଙ୍କ ଵିବାହିତ ଝିଅ ଘରକୁ ଆସିଥିଲେ କିନ୍ତୁ ଘର ତାଲା ପଡିଥିବା ଦେଖି ଅଇଁଠାପାଲି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିଛି ଅଧିକ ତଦନ୍ତ ଜାରି ରଖିଛି । ଫେରାର ସ୍ୱାମୀକୁ ମଧ୍ୟ ଗିରଫ କରିଥିବା ଜଣା ପଡ଼ିଛି ।

ଅପହରଣ ପରେ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ନନ୍ଦିଘୋଷ ବ୍ୟୁରୋ: ଅପହରଣ ପରେ କାରରେ ନାବାଳିକାକୁ ସାରାରାତି ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ  । କୋରାପୁଟ ସହରରେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । କାର ମଧ୍ୟରେ ସାରାରାତି  ଦୁଷ୍କର୍ମ ଅଭିଯୋଗରେ ସୁଶୀଲ ହରିଜନ ନାମକ ଯୁବକକୁ ଗିରଫ କରିଛି ପୋଲିସ ।  କୋରାପୁଟ ଟାଉନ ଥାନା ପୁଲିସ ସୁଶୀଲକୁ ଗିରଫ କରି କୋର୍ଟ ଚଲାଣ କରିଛି  ।  ସୁଶୀଲ ହରିଜନ ଗତ ୨୬ ତାରିଖ ରାତିରେ ନାବଳିକାଙ୍କୁ କାରରେ ଅପହରଣ କରି  ଦୁଷ୍କର୍ମ କରିଥିଲା । ପରେ ସକାଳୁ ଛାଡି ଦେଇଥିଲା  । ପୀଡିତା ଘରକୁ ଫେରି ପରିବାର ଲୋକଙ୍କୁ  ଜଣାଇବା ପରେ ୨୭ ତାରିଖରେ ପରିବାର ପକ୍ଷରୁ ଟାଉନ ଥାନାରେ ଅଭିଯୋଗକରି ହୋଇଥିଲା ।  ଅଭିଯୋଗ ପାଇବା ପରେ  ଥାନା ଅଧିକାରୀ ମାମଲା ରଜୁକରି ଅଭିଯୁକ୍ତ ସୁଶୀଲକୁ ଗିରଫ କରିବା ସହ କାରକୁ ଜବତ କରିଛନ୍ତି ।

ଏଣିକି ସପ୍ତାହରେ ୫ ଦିନ ପାଇଁ ଖୋଲିବ ବ୍ୟାଙ୍କ ? ସଂସଦରେ ଉତ୍ତର ରଖିଲେ କେନ୍ଦ୍ର ସରକାର

ସପ୍ତାହକୁ ବ୍ୟାଙ୍କ ୫ ଦିନ ପାଇଁ ବ୍ୟାଙ୍କ ଖୋଲିବା ପ୍ରସଙ୍ଗକୁ ନେଇ ଆସିଛି ଏକ ବଡ଼ ଖବର । ଭାରତୀୟ ବ୍ୟାଙ୍କ ସଂଘ (ଆଇବି) ତରଫରୁ ଉକ୍ତ ପ୍ରସ୍ତାବ ଉପରେ ନିଜର ସ୍ଥିତି ସ୍ପଷ୍ଟ କରାଯାଇଛି । । ଜୁଲାଇ ୨୮ରେ ଲୋକସଭାରେ ଅର୍ଥ ମନ୍ତ୍ରଣାଳୟ ତରଫରୁ ଏକ ଲିଖିତ ଉତ୍ତରରେ କୁହାଯାଇଥିଲା ଯେ, ପ୍ରତ୍ୟେକ ଶନିବାର ବ୍ୟାଙ୍କ ଛୁଟିଦିନ ଘୋଷିତ କରିବା ନେଇ ଆଇବିଏ ତରଫରୁ ପ୍ରସ୍ତାବ ଦିଆଯାଇଛି । ବର୍ତ୍ତମାନ ଏହି ପ୍ରସ୍ତାବ ବିଚାରାଧୀନ ରହିଛି । ଏବେ ସରକାରୀ ବ୍ୟାଙ୍କ (ପିଏସବି)ରେ ମାସର ଦ୍ବିତୀୟ ଓ ଚତୁର୍ଥ ଶନିବାର ଛୁଟି ରହିଛି । ଏଥିସହିତ ସରକାରୀ ବ୍ୟାଙ୍କରେ କର୍ମଚାରୀଙ୍କ ସ୍ଥିତି ସମ୍ପର୍କରେ ସରକାର କହିଥିଲେ ।

ଅଲଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ (AIBOC) ମଧ୍ୟ ପ୍ରତ୍ୟେକ ଶନିବାରକୁ ଛୁଟି ଘୋଷଣା କରିବାକୁ ପ୍ରସ୍ତାବ ରଖିଛି । ଏହାଦ୍ବାରା କର୍ମଚାରୀଙ୍କ ଉତ୍ପାଦକତା, ବିକାଶ କାର୍ଯ୍ୟ କ୍ଷମତା ବଢ଼ିବ ଓ କାର୍ଯ୍ୟାଳୟରେ କାର୍ଯ୍ୟସଂସ୍କୃତି ବଢ଼ିବ ବୋଲି କୁହାଯାଇଛି । ଏହାପୂର୍ବରୁ ୧୦ମ ଦ୍ବିପାକ୍ଷିକ ବୁଝାମଣା ଓ ସପ୍ତମ ଯୁଗ୍ମ ନୋଟ ପରେ ଆଇବିଏ ଓ କର୍ମଚାରୀ ୟୁନିୟନ / ଅଧିକାରୀ ସଂଘ ମଧ୍ୟରେ ବୁଝାମଣା ହୋଇଥିଲା । ୨୦୧୫ରେ ନୋଟିଫିକେସନ ଜାରି କରାଯାଇ ପ୍ରତି ମାସର ଦ୍ବିତୀୟ ଓ ଚତୁର୍ଥ ଶନିବାରକୁ ସାର୍ବଜନିକ ଛୁଟି ଘୋଷଣା କରାଯାଇଥିଲା ।

ଇଏ କେମିତିକା ପିଶାଚ, ସ୍ତ୍ରୀ ଓ ଶାଶୂକୁ ହତ୍ୟା କରି ମାଟିରେ ପୋତି ଦେଇଥିଲା..

ନନ୍ଦିଘୋଷ ବ୍ୟୁରୋ: ସ୍ତ୍ରୀ ଓ ଶାଶୂକୁ ହତ୍ୟା କରି ମାଟିରେ ପୋତି ଦେଇଥିଲା ପିଶାଚ ସ୍ବାମୀ । ମୃତକ ହେଲେ ସୋନାଲି ଦଳାଇ ଓ ଶାଶୂ ସୁମତା ଦଳାଇ । ଅଭିଯୁକ୍ତ ସ୍ଵାମୀ ଦେବାଶିଷ ପାତ୍ର ଗିରଫ । କୁଳିଅଣା ଥାନା ସରପଙ୍ଖା ନୂଆଁଗାଁରେ ଘଟିଛି ଏହି ଡବଲ ମର୍ଡର। କୁଳିଅଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ ସହ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ପାରିବାରିକ କଳହ ପାଇଁ ବାପଘରେ ରହୁଥିଲେ ସୋନାଲି । ଗତ ୧୨ ତାରିଖରେ  ସ୍ବାମୀ ଘରକୁ ଆସିଥିଲେ ମୃତକ ସୋନାଲି ଓ ତାଙ୍କ ମାଆ । ହେଲେ ଗତ ୧୭ଦିନ ଧରି ମାଆ ଓ ଝିଅ ନିଖୋଜ ଥିବାର ଅଭିଯୋଗ ହୋଇଥିଲା ।  କୁଳିଅଣା ପୋଲିସ ସାହାଯ୍ୟରେ ଅଭିଯୁକ୍ତ ଦେବାଶିଷ ଘରକୁ ଆସି ତନାଘନା ପରେ ଖୋଲିଛି ଗୁମର । ଉଭୟ ଝିଅ ଓ ଶାଶୂଙ୍କୁ ଗତ ୧୫ତାରିଖରୁ ହତ୍ୟା କରି ମାଟି ତଳେ ପୋତି ଦେଇଥିବା ସ୍ପିକାର କରିଛି ଅଭିଯୁକ୍ତ ଦେବାଶିଷ ।

 

ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ପ୍ରିୟଙ୍କା ଗାନ୍ଧି

ନନ୍ଦିଘୋଷ ବ୍ୟୁରୋ: ପହଲଗାଁଓ ବୈସାରନ ଭ୍ୟାଲିରେ କାହିଁକି ଜଣେ ବି ସୁରକ୍ଷାକର୍ମୀ ନ ଥିଲେ। ଏତେ ବଡ଼ ତ୍ରୁଟି ହେଲା କେମିତି । ହଜାର ହଜାର ପର୍ଯ୍ୟଟକ ସରକାରଙ୍କ ସୁରକ୍ଷା ଉପରେ ଭରସା କରି ଜାମ୍ମୁ କାଶ୍ମୀର ଆସିଥିଲେ। କିନ୍ତୁ କାହିଁକି ସେମାନଙ୍କୁ ସୁରକ୍ଷା ଦିଆଗଲାନି। ଏଥିପାଇଁ ଦାୟୀ କିଏ। ଦେଶର ନାଗରିକଙ୍କୁ ସୁରକ୍ଷା ପ୍ରଦାନ କରିବା ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ଵ ନୁହେଁ କି, କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଦାୟିତ୍ଵ ନୁହେଁ କି, ପ୍ରତିରକ୍ଷା ମନ୍ତ୍ରୀଙ୍କ ଦାୟିତ୍ଵ ନୁହେଁ କି । ଏମିତି ପ୍ରଶ୍ନବାଣରେ କେନ୍ଦ୍ର ସରକାରଙ୍କୁ ଘାଇଲା କରିଛନ୍ତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି। ଅପରେସନ ସିନ୍ଦୂର ବିତର୍କରେ ଭାଗ ନେଇ ଲୋକସଭାରେ ସେ କହିଛନ୍ତି, ସରକାର କେବଳ ଖସିବାକୁ ଚେଷ୍ଟା କରୁଛନ୍ତି। ନିଜ ଦାୟିତ୍ଵ ଖସାଇବାକୁ ଚାହୁଁଛନ୍ତି। ଦାୟିତ୍ଵ ନେବାକୁ ଚାହୁଁ ନାହାନ୍ତି। କାରଣ ଏହି ସରକାରର ମନରେ ଲୋକ ନାହାନ୍ତି। କେବଳ ପଲିଟିକ୍ସ କରୁଛନ୍ତି, ପବ୍ଲିସିଟି କରୁଛନ୍ତି। କଂଗ୍ରେସ ସାଂସଦ ସୋନିଆ ଗାନ୍ଧିଙ୍କୁ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଟାର୍ଗେଟ କରିଥିବାରୁ ଏହାର କଡ଼ା ଜବାବ ଦେଇ ପ୍ରିୟଙ୍କା କହିଛନ୍ତି, ଯେତେବେଳେ ଆତଙ୍କବାଦୀମାନେ ମୋ ବାପାଙ୍କୁ ମାରିଥିଲେ, ସେତେବେଳେ କାନ୍ଦିଥିଲେ ମୋ ମାଆ। ଯେତେବେଳେ ପହଲଗାଁଓରେ ଆତଙ୍କବାଦୀମାନେ ୨୬ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ, ସେମାନଙ୍କର ଦୁଃଖ ଆମେ ଅନୁଭବ କରିପାରୁଛୁ। କାରଣ ଆମେ ବି ସେହି ଦୁଃଖ ଭୋଗିଛୁ। ଏ ସରକାରର  କେନ୍ଦ୍ରମନ୍ତ୍ରୀମାନେ ନେହରୁଙ୍କୁ, ଗାନ୍ଧିଜୀଙ୍କୁ ଟାର୍ଗେଟ କରୁଛନ୍ତି। କିନ୍ତୁ ପହଲଗାଁଓ ସୁରକ୍ଷାରେ କେମିତି ତ୍ରୁଟି ହେଲା, ଏଥିପାଇଁ କିଏ ଦାୟୀ, ସେକଥା କହୁ ନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା ଗାନ୍ଧି।

 

ଟ୍ରେନରୁ କମ୍ବଳ, ତକିଆ, ଗାମୁଛା ଆଦି ଚୋରି କଲେ ୫ ବର୍ଷ ଜେଲ !

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ହେଉଛି ବିଶ୍ବର ଚତୁର୍ଥ ସର୍ବବୃହତ ରେଲ ନେଟଓ୍ବାର୍କ । ଦୈନିକ ଲକ୍ଷ ଲକ୍ଷ ରୋଗ ଟ୍ରେନରେ ଯାତ୍ରା କରିଥାନ୍ତି । ଲକ୍ଷ ଲକ୍ଷ ଲୋକଙ୍କୁ ସମ୍ଭାଳିବା ପାଇଁ ୧୨ ଲକ୍ଷ କର୍ମଚାରୀ କାମ କରିଥାନ୍ତି । ରେଲେଓ୍ବ ଦେଶର କୋଣ ଅନୁକୋଣକୁ ଯୋଡ଼ିଥାଏ । ସେଥିପାଇଁ ରେଳବାଇକୁ ଦେଶର ଲାଇଫଲାଇନ୍ କୁହାଯାଇଥାଏ । ଟ୍ରେନ ଯାତ୍ରା ସମୟରେ ରେଲଓ୍ବେ ତରଫରୁ ଅନେକ ସୁବିଧା ମିଳିଥାଏ । ଏହି ସୁବିଧା ପାଇଁ କିଛି ପ୍ରତ୍ୟକ୍ଷ ଓ କିଛି ପରୋକ୍ଷ ଭାବେ ଚାର୍ଜ ଲାଗୁ କରାଯାଇଥାଏ ।

ଟ୍ରେନରେ ଏସି କ୍ଲାସେସ (ଥାର୍ଡ ଏସି, ସେକେଣ୍ଡ ଏସି, ଫାଷ୍ଟ ଏସି)ର କୋଚେସରେ ଯାତ୍ରୀଙ୍କୁ କମ୍ବଳ, ଚାଦର, ତକିଆ, ଟାଓ୍ବେଲ ଆଦି ଦିଆଯାଇଥାଏ । IRCTC ତରଫରୁ ଯାତ୍ରୀଙ୍କ ସିଟରେ ଏହି ସବୁ ଜିନିଷ ଉପଲବ୍ଧ କରାଯାଇଥାଏ । ଏହାର ଚାର୍ଜ ଟିକେଟ ସହିତ ମିଶି କରି ରହିଥାଏ । ଯାତ୍ରା ସମାପ୍ତ ହେବା ପରେ ଏହିସବୁ ଜିନିଷକୁ ରେଲଓ୍ବେକୁ ଫେରାଇବାକୁ ପଡ଼ିଥାଏ । ଏହା ପ୍ରତ୍ୟେକ ଯାତ୍ରୀଙ୍କ ନୈତିକ ଦାୟିତ୍ବ । ଏହାକୁ ସାଙ୍ଗରେ ନେଇଯିବା ଏକ ଦଣ୍ଡନୀୟ ଅପରାଧ । କାରଣ ଏହା ହେଉଛି ରେଲଓ୍ବେର ସମ୍ପତ୍ତି । ଯଦି କୌଣସି ଯାତ୍ରୀ ଟ୍ରେନରୁ କମ୍ବଳ, ଚାଦର, ତକିଆ ଚୋରି କରୁଥିବା ସମୟରେ ଧରାପଡ଼ନ୍ତି, ତେବେ ତାଙ୍କୁ ଏକ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଜରିମାନା ଦେବାକୁ ଅସମର୍ଥ ହେଲେ ୧ ବର୍ଷ ଜେଲଦଣ୍ଡର ନିୟମ ରହିଛି । ତେଣୁ ଟ୍ରେନରୁ ଏହିସବୁ ଜିନିଷ କଦାପି ଚୋରି କରନ୍ତୁ ନାହିଁ । ଏହି ଅପରାଧ ବାରମ୍ବାର କଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜରିମାନା ଲାଗୁ ହୋଇପାରେ ।

କାହାର ବଢ଼ି ଯାଇଛି ଅହଂକାର ?, ଜାଣନ୍ତୁ ସଂସଦରେ କାହାକୁ ଏମିତି କହିଲେ ମଲ୍ଲିକାର୍ଜୁନ ଖଡ଼ଗେ

ନନ୍ଦିଘୋଷ ବ୍ୟୁରୋ: ସଂସଦରେ ଏବେ ‘ଅପରେସନ ସିନ୍ଦୂର’ ଉପରେ ଆଲୋଚନା ଚାଲିଛି । ଗୃହମନ୍ତ୍ରୀ ଅମିତ ଶାହା ଭାରତୀୟ ସେନାର ବିରତ୍ବ ସମ୍ପର୍କରେ ବିବୃତ୍ତି ରଖିଛନ୍ତି । ଅପରେସନ ସିନ୍ଦୂରରେ କିଭଳି ଭାବେ ଆତଙ୍କବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ଉପରେ ଆଲୋକପାତ କରିଥିଲେ । ତେବେ ଏହାପରେ ଏକ ପ୍ରଶ୍ନ କରିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଏକ ପ୍ରଶ୍ନ କରିଥିଲେ । ସେ ସରକାରଙ୍କୁ ଟାର୍ଗେଟ କରିବା ସହ କହିଥିଲେ କି, କେବଳ ନେହେରୁ ଗାଳି କରିବା ହେଉଛି ସରକାରଙ୍କ କାମ । ଏହାସହ ସେ ପ୍ରଶ୍ନ କରିଥିଲେ କି, ପହଲଗାମକୁ ଆତଙ୍କବାଦୀ ଆସିଲେ କେମିତି ? ଯେତେବେଳେ ପ୍ରଧାନମନ୍ତ୍ରୀ କହୁଛନ୍ତି ଆମେ ଆତଙ୍କବାଦକୁ ଶେଷ କରି ଦେଇଛୁ ସେତେବେଳେ ଏଭଳି ଏକ ଘଟଣା ଘଟିଲା କାହିଁକି ? ଏଥିରୁ ସ୍ପଷ୍ଠଭାବେ ଜଣା ପଡ଼ୁଛି କି, ସୁରକ୍ଷାରେ ତ୍ରୁଟି ରହିଛି ।

ଏହାସହ ଖଡ଼ଗେ କହିଛନ୍ତି କି, ଆକ୍ରମଣର ତିନିଦିନ ପୂର୍ବରୁ କାହିଁକି ଜମ୍ମୁ-କାଶ୍ମୀର ଗସ୍ତ ବାତିଲ କରିଥିଲେ ପ୍ରଧାନମନ୍ତ୍ରୀ ? ଏହାର ଲିଖିତ ଉତ୍ତର ରଖନ୍ତୁ । ଏବେ ସରକାର ଅହଂକାରରେ ବୁଡ଼ି ରହିଛନ୍ତି । ଗୋଟିଏ ଦିନ ଆସିବ ଏପରି ଜଣେ ଲୋକ ଆସିବ ଯିଏ ଏମାନଙ୍କ ଅହଂକାରକୁ ଭାଙ୍ଗିଦେବ । ସେପଟେ ଅପରେସନ ସିନ୍ଦୂର ଉପରେ ଆଲୋଚନା ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ କାହିଁକି ଅନୁପସ୍ଥିତ ରହିଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରାଯାଇଛି । ଏହାସହ ଅପରେସନ ସିନ୍ଦୂର ପୂର୍ବରୁ ଡକାଯାଇଥିବା ସର୍ବଦଳୀୟ ବୈଠକରେ ମଧ୍ୟ ଯୋଗ ଦେଇନଥିଲେ ।

 

ଚତୁର୍ଥ ଟେଷ୍ଟ ଡ୍ର ହେବା ପରେ ବଡ଼ କଥା କହିଦେଲେ ଗୌତମ ଗମ୍ଭୀର

ନନ୍ଦିଘୋଷ ବ୍ୟୁରୋ: ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ଡ୍ର ହୋଇଛି । ମାଞ୍ଚେଷ୍ଟରରେ ଖେଳାଯାଉଥିବା ଏହି ମ୍ୟାଚରେ ଏମିତି ଲାଗୁଥିଲା କି, ଭାରତ ନିଶ୍ଚିତ ଭାବେ ପରାଜୟ ବରଣ କରିବ । ଦ୍ବିତୀୟ ପାଳିରେ ଭାରତର ଖାତା ଖୋଲିବା ପୂର୍ବରୁ ୨ଟି ଓ୍ବିକେଟର ପତନ ସମସ୍ତଙ୍କୁ ଚିନ୍ତା ପକାଇ ଦେଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ରାହୁଲ, ଗିଲ୍, ଜାଡେଜା ଏବଂ ଓ୍ବାଶିଂଟନ ସୁନ୍ଦରଙ୍କ ଦୃଢ଼ ବ୍ୟାଟିଂ ବଳରେ ଦଳ ମ୍ୟାଚ ପରାଜୟକୁ ଟଳାଇ ପାରିଛି । ତେବେ ଇଠଲଣ୍ଡରେ ଟିମ ଇଣ୍ଡିଆକୁ ଭବ୍ୟ ସ୍ବାଗତ କରାଯାଇଥିବାବେଳେ ଗୌତମ ଗମ୍ଭୀର ଏହାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ।

ଗୌତମ ଗମ୍ଭୀର କହିଛନ୍ତି ଯେ ଇଂଲଣ୍ଡ ଗସ୍ତ କରିବା ସର୍ବଦା କଷ୍ଟକର। ଏହାର କାରଣ ହେଉଛି ଏହି ଦୁଇ ଦେଶର ଇତିହାସ ଏପରି ଯେ ଏହାକୁ କେବେ ଭୁଲାଯାଇପାରିବ ନାହିଁ। ଆମେ ଯେତେବେଳେ ଏଠାକୁ ଗସ୍ତ କରୁ, ଆମକୁ ଭଲ ସମର୍ଥନ ମିଳିଥାଏ। ଉଭୟ ଦଳ ଏପର୍ଯ୍ୟନ୍ତ ପରସ୍ପରକୁ କଠିନ ଚ୍ୟାଲେଞ୍ଜ ଦେଇଛନ୍ତି ଏବଂ ଏବେ ଆଉ ଗୋଟିଏ ସପ୍ତାହ ବାକି ଅଛି। ଆମେ କେବଳ ଶେଷ ଟେଷ୍ଟ ମ୍ୟାଚ୍ ଜିତି ଫ୍ୟାନ୍ସଙ୍କୁ ଖୁସି କରିବାକୁ ଚାହୁଁଛୁ। ଆମକୁ ସମର୍ଥନ କରିଥିବା ସମସ୍ତ ପ୍ରଶଂସକଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଜଣାଇବାକୁ ଚାହେଁ।

 

ଅପରେସନ୍ ’ସିନ୍ଦୂର’କୁ ନେଇ ସଂସଦରେ ଏମିତି କହିଲେ ଗୃହମନ୍ତ୍ରୀ ଅମିତ ଶାହ…

ନନ୍ଦିଘୋଷ ବ୍ୟୁରୋ : ମଙ୍ଗଳବାର ଦିନ ଲୋକସଭାରେ ଅପରେସନ ସିନ୍ଦୂର ଉପରେ ଆଲୋଚନାରେ ଅମିତ ଶାହ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ସେ ସ୍ପଷ୍ଟ କରିଥିଲେ ଯେ ଅପରେସନ ମହାଦେବରେ ନିହତ ତିନି ଆତଙ୍କବାଦୀ ପହଲଗାମ ଆକ୍ରମଣ କରିଥିବା ସେହି ଆତଙ୍କବାଦୀ ଥିଲେ। ସେ କହିଛନ୍ତି ଯେ ଆତଙ୍କବାଦୀଙ୍କଠାରୁ ଉଦ୍ଧାର ହୋଇଥିବା ଏକେ-୪୭ ଏବଂ ଏମ-୯ କାର୍ବାଇନର ପରୀକ୍ଷା ଦ୍ୱାରା ଏହା ନିଶ୍ଚିତ ହୋଇଛି। ପହଲଗାମ ଆକ୍ରମଣ ପରେ ଉଦ୍ଧାର ହୋଇଥିବା ରାଇଫଲ ବ୍ୟାରେଲ ଏବଂ ସେଲଗୁଡ଼ିକୁ ପରୀକ୍ଷା ପାଇଁ ଚଣ୍ଡିଗଡ଼ ଏଫଏସଏଲ ପଠାଯାଇଥିଲା। ପରୀକ୍ଷା ପରେ ଜଣାପଡିଲା ଯେଉଁ ଅସ୍ତ୍ରରେ ପହେଲଗାଓଁ ଆକ୍ରମଣ ହୋଇଥିଲା, ସେହି ଅସ୍ତ୍ର ଅପରେସନ ମହାଦେବ ସମୟରେ ମିଳିଥିଲା  । ସୋମବାର ଜମ୍ମୁ-କାଶ୍ମୀର ପୋଲିସ, ସିଆରପିଏଫ ଏବଂ ସେନା ମିଳିତ ଭାବରେ ଅପରେସନ ମହାଦେବ କରିଥିଲେ। ଆତଙ୍କବାଦୀ ସୁଲେମାନ, ଜିବରାନ ଏବଂ ଅଫଜଲ ନିହତ ହୋଇଥିଲେ। ଆତଙ୍କବାଦୀଙ୍କ ଠାରୁ ତିନୋଟି ରାଇଫଲ ଉଦ୍ଧାର କରାଯାଇଥିଲା। ପହଲଗାମରେ ଯେଉଁ ରାଇଫଲ ସାହାଯ୍ୟରେ ଆକ୍ରମଣ କରାଯାଇଥିଲା ତାହା ମଧ୍ୟ ଆତଙ୍କବାଦୀଙ୍କଠାରୁ ଉଦ୍ଧାର କରାଯାଇଥିଲା। ସେ କହିଛନ୍ତି ଯେ ଆତଙ୍କବାଦୀଙ୍କ ଠାରୁ ଏମ-୯ ଆମେରିକୀୟ ରାଇଫଲ ଓ ଦୁଇଟି ଏକେ-୪୭ ଉଦ୍ଧାର କରାଯାଇଛି । ଆତଙ୍କବାଦୀଙ୍କଠାରୁ ମିଳିଥିବା ସେଲ୍ ଏବଂ କାର୍ଟ୍ରିଜ୍ ବୈଜ୍ଞାନିକମାନଙ୍କ ଦ୍ୱାରା ନିଶ୍ଚିତ କରାଯାଇଛି। ପହଲଗାମ ଆକ୍ରମଣ ଏହି ଅସ୍ତ୍ରଶସ୍ତ୍ର ସହିତ କରାଯାଇଥିଲା ବୋଲି ନିଶ୍ଚିତ କରାଯାଇଛି।

ଅମିତ ଶାହ ଅପରେସନ ସିନ୍ଦୂର ଉପରେ କହିଥିଲେ, ଯେଉଁ ଦିନ ଲସ୍କର ଓ ଟିଆରଏଫ ଦାୟିତ୍ୱ ନେଇଥିଲେ, ସେହି ଦିନ ଜାତୀୟ ତଦନ୍ତ ସଂସ୍ଥାକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାର ଦୋଷୀ ସାବ୍ୟସ୍ତ ହାର ୯୬ ପ୍ରତିଶତ ଥିଲା। ଏହା ଏକ ପ୍ରାଥମିକତା ଥିଲା ଯେ ଆତଙ୍କବାଦୀମାନେ ଦେଶ ଛାଡି ଯାଇପାରିବେ ନାହିଁ। ଆମେ ଏହା ସୁନିଶ୍ଚିତ କରିଥିଲୁ। ମୃତକଙ୍କ ପରିବାରର ଫୋରେନ୍ସିକ୍ ରିପୋର୍ଟ ମେଳ ହୋଇଥିଲା । ହଜାରେରୁ ଅଧିକ ଲୋକଙ୍କ ବୟାନ ରେକର୍ଡ କରାଯାଇଥିଲା, ସ୍କେଚ୍ ପ୍ରସ୍ତୁତ କରାଯାଇଥିଲା, ଜୁନ୍ ୨୨ରେ ଆଶ୍ରୟ ଦେଇଥିବା ଲୋକଙ୍କୁ ଚିହ୍ନଟ କରାଯାଇଥିଲା। ସେମାନେ ଆତଙ୍କବାଦୀଙ୍କ ଭୂମିକା ପ୍ରକାଶ କରିଥିଲେ। ନିହତ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ଏଫଏସଏଲ ରିପୋର୍ଟ ଆସିଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ‘ନିହତ ପାକିସ୍ତାନୀଙ୍କ ଭୋଟର ନମ୍ବର, ପାକିସ୍ତାନର ରାଇଫଲ୍, ଚକୋଲେଟ୍ । ସମସ୍ତ ବିବରଣୀ ଆମ ସାମ୍ନାରେ ଅଛି। ଏହା ସତ୍ତ୍ୱେ, ଦେଶର ପୂର୍ବତନ ଗୃହମନ୍ତ୍ରୀ ପାକିସ୍ତାନକୁ କାହିଁକି କ୍ଲିନ୍ ଚିଟ୍ ଦେଉଛନ୍ତି । ଯଦି ଆତଙ୍କବାଦୀମାନେ ପାକିସ୍ତାନର ନଥିଲେ, ତେବେ ସେମାନେ ପାକିସ୍ତାନ ଉପରେ କାହିଁକି ଆକ୍ରମଣ କରିଥିଲେ । ଏହା ସେ କହିଛନ୍ତି। କଂଗ୍ରେସ ନେତା ଚିଦାମ୍ବରମ୍ ପାକିସ୍ତାନକୁ ବଞ୍ଚାଇବା ପାଇଁ ଏକ ଷଡ଼ଯନ୍ତ୍ର ରଚିଛନ୍ତି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୂର । ଗତକାଲି ରାଜନାଥ ସିଂ ଭାଷଣ ପରେ, ବିରୋଧୀ ଦଳଗୁଡ଼ିକ ଅପରେସନ୍ ସିନ୍ଦୂରର ସଫଳତା ଏବଂ ପ୍ରାସଙ୍ଗିକତା ବୁଝିବେ। ମୁଁ ମଧ୍ୟ ଭାବିଥିଲି କିନ୍ତୁ ତାହା ହୋଇନଥିଲା।’

ଅମିତ ଶାହ ଆହୁରି କହିଛନ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୫ ଜଣ ଭାରତୀୟ ଏବଂ ଜଣେ ନେପାଳୀ ପ୍ରାଣ ହରାଇଥିଲେ। ମୁଁ ତୁରନ୍ତ ଶ୍ରୀନଗରରେ ପହଞ୍ଚିଲି । ୨୩ ଏପ୍ରିଲରେ ଅନୁଷ୍ଠିତ ସିସିଏସ୍ ବୈଠକରେ, ସିନ୍ଧୁ ଜଳ ଚୁକ୍ତିନାମାର କଂଗ୍ରେସର ଭୁଲ୍ ବାତିଲ ହୋଇଗଲା। ଆମେ ଆତଙ୍କବାଦୀମାନେ ଲୁଚି ରହିଥିବା ସ୍ଥାନଗୁଡ଼ିକରେ ପହଞ୍ଚିବାକୁ ସଂକଳ୍ପ ନେଇଥିଲୁ। ସେ ଅପରେସନ୍ ସିନ୍ଦୁରର ବିବରଣୀ ଦେଇ କହିଥିଲେ ଯେ ଅପରେସନ୍ ସିନ୍ଦୁର ୨୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା ଓ ପାକିସ୍ତାନର ୯ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା। ଗୋଟିଏ ବି ସାଧାରଣ ନାଗରିକ ପ୍ରାଣ ହରାଇ ନଥିଲେ।

ଓଡ଼ିଶାରେ ମହିଳା ଅସୁରକ୍ଷିତ,ସଂସଦ ଭବନ ବାହାରେ ବିଜେଡିର ପ୍ରତିବାଦ

ନୂଆଦିଲ୍ଲୀ : ରାଜ୍ୟରେ ବଢି ଚାଲିଥିବା ନାରୀ ନିର୍ଯାତନା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଦିଲ୍ଲୀରେ ବିଜେଡିର ପ୍ରତିବାଦ। ବିଜେଡି ସାଂସଦମାନେ ସଂସଦ ଭବନ ବାହାରେ ଥିବା ଗାନ୍ଧି ପ୍ରତିମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି।  ବିଜେଡି ସାଂସଦ ମାନସ ମଙ୍ଗରାଜ, ସୁଲତା ଦେଓ, ନିରଂଜନ ବିଶି, ସସ୍ମିତ ପାତ୍ର, ଶୁଭାଶିଷ ଖୁଣ୍ଟିଆ ଓ ମୁନ୍ନା ଖାଁ ନାରୀ ନିର୍ଯାତନା ବିରୋଧରେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି ।

ବର୍ତ୍ତମାନ ସମୟରେ ନାରୀ, ଛୋଟ ଶିଶୁ ସମସ୍ତେ ଅସୁରକ୍ଷିତ ଅବସ୍ଥାରେ ରହିଛନ୍ତି । ତାର ପ୍ରତିବାଦରେ ବିଜେଡି ଆଜି ଶାନ୍ତିପୂର୍ଣ୍ଣଭାବେ ଧରଣା ଦେଇଛି । ଏହା ସମାଧାନ ତୁରନ୍ତ ରାଜ୍ୟ ସରକାର ବହାର କରନ୍ତୁ  । ରାଜ୍ୟରେ ଘଟୁଥିବା ନାରୀ ନିର୍ଯାତନା ଭଳି ଘଟଣାରେ ଦୋଷୀଙ୍କୁ ଠାବ କରିବାରେ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।  ଏ ସବୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ସାଂସଦ ମାନସ ମଙ୍ଗରାଜ ।

ଏ ସରକାରରେ ନାରୀ ସୁରକ୍ଷିତ ନାହାନ୍ତି । ରାଜ୍ୟରେ ନାରୀ ଅସୁରକ୍ଷିତ ମନେ କରୁଛନ୍ତି । ଏହି ପ୍ରସଙ୍ଗକୁ ଦିଲ୍ଲୀରେ ପହଞ୍ଚାଇବା ପାଇଁ ଆମେ ଆଜି ପ୍ରତିବାଦ କରୁଛୁ । ନାରୀଙ୍କୁ ସୁରକ୍ଷା ନ ମିଳିବା ଯାଏଁ ଲଢେଇ ଜାରି ରହିବ  । ନାରୀ ସୁରକ୍ଷା ପ୍ରସଙ୍ଗ ସଂସଦରେ ବିଜେଡି ଉଠାଇବ ବୋଲି କହିଛନ୍ତି ଶୁଭାଶିଷ ଖୁଣ୍ଟିଆ ।

ଅନ୍ୟପଟେ ବର୍ତ୍ତମାନ କେହି ସୁରକ୍ଷିତ ନାହାନ୍ତି, ସମସ୍ତଙ୍କ ଉଜ୍ଜତ କେଉଁଠି ନା କେଉଁଠି ବିପଦରେ ଅଛି । କୁମ୍ଭକର୍ଣ୍ଣ ନିଦରେ ନ ଶୋଇ ଡବଲ ଇଞ୍ଜିନ ସରକାର ନ୍ୟାୟ ଦିଅନ୍ତୁ ବୋଲି ଦାବି କରିଛନ୍ତି ସୁଲତା ଦେଓ । ସାଂସଦ ସସ୍ମିତ ପାତ୍ର କହିଛନ୍ତି , ରାଜ୍ୟରେ ଏଫଆଇଆର ରୁଜୁ ହେଉଛି କିନ୍ତୁ ନ୍ୟାୟ ମିଳୁ ନାହିଁ । ରାଜ୍ୟ ସରକାର ଲୋକଙ୍କୁ ସୁରକ୍ଷା ଦେବା ସହ ନ୍ୟାୟ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

ନାରୀ ନିର୍ଯାତନାକୁ ନେଇ ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନ କରିଥିଲା ବେଳେ ଆଜି ସଂସଦ ଭବନ ବାହାରେ ମଧ୍ୟ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ପ୍ରତିବାଦ କରିଛି। ବାଲେଶ୍ବର  FM ଛାତ୍ରୀ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିବା ସହ ବଳଙ୍ଗା ପୀଡିତାଙ୍କ ପାଇଁ ନ୍ୟାୟ ଦାବିରେ ମଧ୍ୟ ବିଜେଡି ବିକ୍ଷୋଭ କରିଛି ।