୨୫ ବର୍ଷ ପରେ ପାକିସ୍ତାନରୁ ଫେରିଥିବା ବିରଜୁ କୁଲୁ ନିଖୋଜ

ରାଉରକେଲା: ପୁଣି ନିଖୋଜ ହୋଇଗଲେ ରାଉରକେଲାର ବହୁଚର୍ଚ୍ଚିତ ବିରଜୁ କୁଲୁ । ଶନିବାର ରାତିରୁ ବିରଜୁ କୁଲୁ ନିଖୋଜ ଥିବା ନେଇ କୁତ୍ରା ଥାନାରେ ମାମଲା ରୁଜୁ ହୋଇଛି । ଆଖ ପାଖ ଥାନାକୁ ବି ଏନେଇ ସୂଚନା ଦିଆଯାଇଛି । ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡ ପୋଲିସକୁ ମଧ୍ୟ ବିରଜୁ ନିଖୋଜ ନେଇ ପ୍ରଶାସନ ପକ୍ଷରୁ ଜଣାଯାଇଛି । ବିରଜୁଙ୍କୁ ଠାବ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା ସୁନ୍ଦରଗଡ଼ ଏସପି ସାଗରିକା ନାଥ ସୁଚନା ଦେଇଛନ୍ତି ।

Pak Returnee Birju Kulu Goes Missing, FIR Lodged

ଦୀର୍ଘ ୨୫ ବର୍ଷ ପରେ ଗତ ନଭେମ୍ବର ମାସ ୧୩ ତାରିଖରେ ଜନ୍ମମାଟି ସୁନ୍ଦରଗଡ଼ ଜିଲ୍ଲା ଜଙ୍ଗରପଡ଼ାକୁ ଫେରିଥିଲେ ବିରଜୁ କୁଲୁ । ସେ ପାକିସ୍ତାନ ଜେଲ୍‌ରେ ୨୦ ବର୍ଷ କଟାଇବା ପରେ ଗାଁକୁ ଫେରିଥିଲେ । ତାଙ୍କୁ ପ୍ରଶାସନ ଓ ତାଙ୍କ ପରିବାର ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏନେଇ ବିଭିନ୍ନ ଗଣମାଧ୍ୟରେ ଖବର ପ୍ରସାରଣ ପରେ ଚର୍ଚ୍ଚା ପରିସରକୁ ଆସିଥିଲେ ବିରଜୁ ।

Leave a Reply