ହାର୍ଦ୍ଦିକ ଅପହରଣରେ ଟଙ୍କା କ୍ଲାଇମାକ୍ସ, ସାଢ଼େ ୭ ଲକ୍ଷ ମାଗିଥିଲେ ୮ ଅଭିଯୁକ୍ତ

1 min read

ଗଜପତି: ଚର୍ଚ୍ଚିତ ୭ ବର୍ଷର ହାର୍ଦ୍ଦିକ ଅପହରଣ ଉପରୁ ପରଦା ଉଠାଇଲା ପୋଲିସ । ଗଜପତି ପୋଲିସ ହାର୍ଦ୍ଦିକ ଅପହରଣ ମାମଲାରେ ଜଣେ ନାବାଳକ ସହ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅପହରଣ ପଛର କାରଣ ଟଙ୍କା ବୋଲି ସ୍ପଷ୍ଟ କରିଛି ପୋଲିସ । ବାପାଙ୍କ କାଜୁ ବ୍ୟବସାୟରୁ ପୁଅକୁ ଅପହରଣ ମାମଲାରେ ପୋଲିସ ହାତରେ ବଡ଼ ପ୍ରମାଣ ଲାଗିଥିବା ବେଳେ ଗିରଫଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Police Arrested 8 Accused In Hardhik Kidnapping Case Kashinagar

ମାମଲାରେ କାଶୀନଗର ପୋଲିସ ସ୍ଥାନୀୟ ଅଞ୍ଚଳର କର୍ମୀ ଚୈତନ୍ୟ, ଗୁନାପୁ କଲ୍ୟାଣ କୁମାର, ପ୍ରଶାନ୍ତ ଲିମା, ବିନୋଦ ଲିମା, ରବି ମାଛ, ଜାକୋବ ମିଶାଲ, ପୂର୍ଣ୍ଣ ଚନ୍ଦ୍ର ସୌରାଙ୍କ ସହ ଜଣେ ନାବାଳକଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ନଗଦ ୨ ଲକ୍ଷ ୨୧ ହଜାର ୨୦୦ ଟଙ୍କା, ଗୋଟିଏ କାର, ୫ଟି ବାଇକ ସହ ଏକାଧିକ ମୋବାଇଲ ଜବତ କରିଛି ପୋଲିସ ।

ଏଥିସହ ପଢ଼ନ୍ତୁ- ବାଇକରେ ଆସି ବାପାକୁ ଖୋଜୁଥିଲେ, ପୁଅକୁ ଉଠାଇ ନେଲେ

Police Arrested 8 Accused In Hardhik Kidnapping Case Kashinagar

ଗତ ଡିସେମ୍ବର ୧୬ ତାରିଖ ସନ୍ଧ୍ୟାରେ କାଶୀନଗରର ଜାମି ଗୋପୀଙ୍କ ପୁଅ ଘର ଆଗରେ ଖେଳୁଥିବା ବେଳେ ବାଇକରେ ଆସି ଦୁର୍ବୃତ୍ତ ଅପହରଣ କରି ନେଇଯାଇଥିଲେ । ପୂରା ଫିଲ୍ମ ଷ୍ଟାଇଲରେ ବାପା କେଉଁଠି ବୋଲି ପଚାରିବା ସହ ବାପାଙ୍କୁ ଦେଖାଇବାକୁ କହି ହାର୍ଦ୍ଦିକ ଅପହରଣ କରି ନେଇଥିଲେ ଦୁର୍ବୃତ୍ତ । ଆଉ ୧୮ ତାରିଖରେ ଘରଠାରୁ ୩ କିଲୋମିଟର ଦୂର କଇଠପଦରର ଜାମିଙ୍କ ନିର୍ମାଣାଧିନ ଘରୁ ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିଲା ହାର୍ଦ୍ଦିକ । ପୋଲିସ ଏହି ମାମଲାରେ ଅପରାଧିକ ଗନ୍ଧ ବାରି ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଜାରି ରଖିଥିଲା ।

Police Arrested 8 Accused In Hardhik Kidnapping Case Kashinagar

ଏଥିରେ ଗଜପତି ପୋଲିସକୁ ସଫଳତା ମିଳିଛି । ଗଜପତି ଏସପି ତପନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଗଠିତ ସ୍ୱତନ୍ତ୍ର ଟିମ୍ ତଦନ୍ତ କରୁଥିଲା । ପୋଲିସ ଅପହରଣ ମାମଲା ଉପରୁ ପରଦା ହଟାଇଛି । ଅପରାଧୀ ପ୍ରଥମେ ହାର୍ଦ୍ଦିକର ମୁଣ୍ଡଜାମିନ ରଖି ୫୦ ଲକ୍ଷ ଟଙ୍କା ଦାବି କରିଥିଲେ । ପରେ ୭ ଲକ୍ଷ ୫୦ ହଜାର ଟଙ୍କାରେ ଡିଲ୍ ତୁଟିଥିଲା । ଜାମି ଗୋପୀ ଜଣେ କାଜୁ ବ୍ୟବସାୟୀ ହୋଇଥିବାରୁ ପୁଅକୁ ଅପହରଣ କରି ବାପାଙ୍କୁ ଟଙ୍କା ମାଗିଥିଲେ ଅଭିଯୁକ୍ତ । ଅପହରଣରେ ନିଶାଦ୍ରବ୍ୟର ବ୍ୟବହାର କରାଯାଇଥିବା ଏସପି ସୂଚନା ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ- ଅପହରଣର ୪୦ ଘଣ୍ଟା ପରେ ମିଳିଲା ହାର୍ଦ୍ଦିକ, ନିର୍ମାଣାଧିନ ଘରୁ ଉଦ୍ଧାର କଲେ ସମ୍ପର୍କୀୟ

Leave a Reply