Fake News Fact Check :ସ୍କୁଲ ଖୋଲିବ ନାହିଁ ବୋଲି ନନ୍ଦିଘୋଷ ନାଁରେ ଚାଲିଥିବା ଖବରର ସତ୍ୟାସତ୍ୟ ଜାଣନ୍ତୁ

ଭୁବନେଶ୍ୱର: ନନ୍ଦିଘୋଷ ଟିଭିରେ ପ୍ରସାରିତ ଏକ ଖବରକୁ ନିଜ ଅନୁସାରେ ବଦଳାଇ କିଛି ବ୍ୟକ୍ତି ଜନ ସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ସୋସିଆଲ ମିଡିଆରେ ଏହି ବଦଳାଯାଇଥିବା ଫ୍ରେମରେ ଶେୟାର କରାଯାଇଛି । ହେଲେ ସେହିପରି କୌଣସି ଟେମ୍ପ୍ଲେଟ୍ ବା ଗ୍ରାଫିକ୍ସ ନନ୍ଦିଘୋଷ ଟେଲିଭିଜନ୍ ବା ଏହାର ଡିଜିଟାଲ୍ ଓ୍ବିଙ୍ଗ୍ ପକ୍ଷରୁ ଶେୟର କରାଯାଇ ନଥିବା ଚ୍ୟାନେଲ୍ ପକ୍ଷରୁ କୁହାଯାଇଛି । ସେଦିନ ପ୍ରସାରଣ କରାଯାଇଥିବା ନ୍ୟୁଜ୍ର ସ୍କ୍ରିନ୍ ଶଟ୍ ଦେଖିଲେ ଏହା ସ୍ପଷ୍ଟ ହେଉଛି ଆାସନ୍ତୁ ଜାଣିବା ଏହି ଖବର ସତ୍ୟତା ବାବଦରେ ।

ନନ୍ଦିଘୋଷ ଟିଭି ପକ୍ଷରୁ ପ୍ରକାଶିତ ଖବର ଫ୍ରେମ୍ରେ ଏହାକୁ କୁହାଯାଇଥିଲା ଯେ, ରାଜ୍ୟର ସମସ୍ତ ସ୍କୁଲ ଏବଂ କଲେଜ ଖୋଲିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ସହ ଶିକ୍ଷାନୁଷ୍ଠାନ ସହ ସମ୍ପୃକ୍ତ ହଷ୍ଟେଲ୍ଗୁଡ଼ିକ ବି ଖୋଲିବ । ଜାନୁଆରୀ ୩ ତାରିଖରେ ସରକାରଙ୍କ ଘୋଷଣାକୁ ଆଧାର କରି ଏହି ଖବର ପ୍ରକାଶ ପାଇଥିଲା । ଗଣଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ସୂଚନାକୁ ଏଥିରେ ଆଧାର କରାଯାଇଥିଲା । ଏହି ଖବରକୁ ନନ୍ଦିଘୋଷ ଟିଭି ଗ୍ରାଫିକ୍ସ ପ୍ଲେଟ ମାଧ୍ୟମରେ ପ୍ରସାରଣ କରିଥିଲା । କିନ୍ତୁ କୌଣସି ଦୁର୍ବୁତ୍ତ ନନ୍ଦିଘୋଷ ଟିଭିର ଏହି ବ୍ରେକିଙ୍ଗ ନ୍ୟୁଜ୍ ଫ୍ରେମକୁ ନିଜ ଅନୁସାରେ ଏଡିଟ୍ କରି ଭୁଲ୍ ତଥ୍ୟ ଉପସ୍ଥାପନା କରିଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ, ଜାଣିଶୁଣି ଏହି ଦୁର୍ବୃତ୍ତ ନନ୍ଦିଘୋଷ ଟିଭି ଚ୍ୟାନେଲ୍ର ପ୍ରତିଛବିକୁ ନଷ୍ଟ କରିବାକୁ ଉଦ୍ୟମ କରିଛନ୍ତି । ଏହା ସାଇବର ଆଇନକୁ ଉଲ୍ଲଙ୍ଘନ କରୁଛି ।


ରବିବାର ଦିନ ଏହି ଖବରକୁ ପ୍ରଥମେ ନନ୍ଦିଘୋଷ ଟିଭି ପକ୍ଷରୁ ପ୍ରକାଶ କରାଯାଇଥିଲା । ସୋମବାର ଦିନ କେହି ବ୍ୟକ୍ତି ଜାଣିଶୁଣି ଖବର ପ୍ରକାଶିତ ହୋଇଥିବା ଗ୍ରାଫିକ୍ସ ପ୍ଲେଟକୁ ଫଟୋଶପ୍ ମାଧ୍ୟମରେ ବଦଳାଇଥିବା ସାମ୍ନାକୁ ଆସିଛି । ଯେଉଁଥିରେ ନନ୍ଦିଘୋଷ ଟିଭି ଲୋଗୋ ରହିଥିବା ସ୍ପଷ୍ଟ ରହିଛି ଏଥିରେ ‘ପୁଣି ବଦଳିଲା ନିଷ୍ପତ୍ତି, ଜାନୁୟାରୀରୁ ଖୋଲିବନି ସ୍କୁଲ୍ କଲେଜ୍ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସଙ୍କ ସୂଚନା’ ବେଲି ଉଲ୍ଲେଖ ରହିଛି ।’ ଏଭଳି କପୋଳ କଳ୍ପିତ ଏବଂ ମିଥ୍ୟା ଖବର ଭାଇରାଲ ହେବା ପରେ, ଏହାର ସତ୍ୟାସତ୍ୟ ଜାଣିବା ପାଇଁ ମଧ୍ୟ ଅନେକ ୟୁଜର୍ସ ସ୍ପଷ୍ଟ ହେବାକୁ ଚାହିଁଛନ୍ତି ।

କାର୍ଟୁନିଷ୍ଟ ସୁଦାମ ଶେଖର ନାମକ ଜଣେ ଫେସବୁକ ୟୁଜର ଏହାକୁ ପୋଷ୍ଟ କରିବା ସହ ଖବର ବାବଦରେ ସ୍ପଷ୍ଟୀକରଣ ଜାଣିବାକୁ ମତାମତ ଲୋଡିଛନ୍ତି । କିନ୍ତୁ ପୁନର୍ବାର ଆମେ କହି ରଖିବାକୁ ଚାହୁଁ, ନନ୍ଦିଘୋଷ ଟିଭିର ବ୍ରେକିଂ ପ୍ଲେଟକୁ କୌଣସି ଦୁର୍ବୁତ୍ତ ନ୍ୟସ୍ତସ୍ବାର୍ଥ ରଖି ବ୍ୟବହାର କରିଛନ୍ତି । ସତ୍ୟ ଖବରକୁ ଏଡିଟିଂ କରି ମିଥ୍ୟା ଏବଂ ଭିତ୍ତିହୀନ ଖବରକୁ ଉଲ୍ଲେଖ କରିଛନ୍ତି । ଏଥିରେ ନନ୍ଦିଘୋଷ ଟିଭିର କୌଣସି ସମ୍ପୃକ୍ତି ନାହିଁ ।

Leave a Reply