spot_img
Home Blog Page 6312

କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବସୁଛି ସର୍ବଦଳୀୟ ବୈଠକ।  ଏହି ବୖେଠକରେ ଦେଶରେ କରୋନା ସ୍ଥିତି ଓ ଟିକା ବିତରଣ ନେଇ ଆଲୋଚନା ହୋଇପାରେ ।

ସୂଚନା ଅନୁଯାୟୀ କରୋନା ମହାମାରୀ ପାଇଁ ଭର୍ଚୁଆଲ୍ ମୋଡ୍‌ରେ ବୈଠକ ହେବାକୁ ଥିବାବେଳେ କଂଗ୍ରେସ, ଶିବସେନା, ଜେଡିୟୁ, ବିଜେଡି ସମେତ ବିଭିନ୍ନ ଦଳର ନେତା ଯୋଗଦେବେ। ଏପରିକି ଲୋକସଭା ଓ ରାଜ୍ୟସଭାର ସବୁ ପାର୍ଟି ମେମ୍ବରଙ୍କୁ ନିମନ୍ତ୍ରଣ କରାଯାଇଛି ।

ବିଜେଡିରୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ସର୍ବଦଳୀୟ ବୈଠକରେ ଭୁବନେଶ୍ୱରରୁ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।

ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ତଳେ ଅଧିକ କରୋନା ସଂକ୍ରମିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଏଥିସହିତ ଦେଶରେ ଟିକା ପ୍ରସ୍ତୁତି ସ୍ଥିତି ନେଇ ମଧ୍ୟ ସମୀକ୍ଷା କରିଥିଲେ।

ରଙ୍ଗ ବେରଙ୍ଗ ଆଲୋକ ମାଳାରେ ଝଲସୁଛି କୋଣାର୍କ

କୋଣାର୍କ: ଜମୁଛି କୋଣାର୍କ ମହୋତ୍ସବ । ଆଜି ଚତୁର୍ଥ ସଂଧ୍ୟାରେ କଥକ ଓ ଓଡିଶୀ ନୃତ୍ୟ ପରିବେଷିତ ହେବ । ଗତକାଲି ମହୋତ୍ସବର ତୃତୀୟ ସନ୍ଧ୍ୟାରେ କୁଚିପୁଡି ଓ ଓଡ଼ିଶୀ ନୃତ୍ୟ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାର ପ୍ରଥମାର୍ଦ୍ଧରେ ବେଙ୍ଗଳୁରୁର ନୃତ୍ୟାନ୍ତର ଅନୁଷ୍ଠାନ ଦ୍ଵାରା ଓଡିଶୀ ଶୈଳୀରେ ଈଶ୍ଵରୀ ନୃତ୍ୟାଭିନୟ, ମହ୍ଲାରପଲ୍ଲବୀ, କାଳିଦାସଙ୍କ ଋତୁ ସଂହାରରେ ବର୍ଣ୍ଣିତ ବର୍ଷା ଅଭିସାର ଓ ହରିସ୍ମରଣ ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

ପରେ ଚେନ୍ନାଇର କଳା ସମର୍ପଣ ଅନୁଷ୍ଠାନ ଦ୍ଵାରା କୁଚିପୁଡି ଶୈଳୀରେ ଶିବଲୀଳା, କ୍ଷୀର ସାଗର ମନ୍ଥନମ ଓ ଆନନ୍ଦ ତାଣ୍ଡବମ ପରିବେଷିତ ହୋଇଥିଲା । କୋଭିଡ କଟକଣା ମଧ୍ୟରେ କୋଣାର୍କ ଉତ୍ସବକୁ ମନଭରି ଉପଭୋଗ କରୁଛନ୍ତି ଦର୍ଶକ । ତୃତୀୟ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର ବାଲକ୍ରୀଷ୍ନନ ଓ ପର୍ଯ୍ୟଟନ ସଚିବ ବିଶାଳ ଦେବ ଅତିଥିଭାବେ ଯୋଗ ଦେଇଥିଲେ।

ଅନଲାଇନରେ ହେଉଛି ସଂରକ୍ଷିତ ପ୍ରାଣୀଙ୍କର ଦାନ୍ତ ବିକ୍ରି, ବାହାର ଦେଶକୁ ବ୍ୟାପିଛି ଏହାର ଚେର

ଭୁବନେଶ୍ୱର: ଅନଲାଇନ ରେ ବେଧଡକ ବିକ୍ରି ଚାଲିଛି ମୃତ ବନ୍ୟପ୍ରାଣୀଙ୍କ ଅଙ୍ଗ ପ୍ରତ୍ୟଙ୍ଗ । ଜଙ୍ଗଲୀ ବାରାହା ଦାନ୍ତ କୁ ଶୁକର ଦାନ୍ତ ନାମରେ ହେଉଛି ବିକ୍ରି । ୩ହଜାରରୁ ୧୫ ହଜାର ଟଙ୍କା ଯାଏଁ ଏହାର ଦାମ୍‌ ରହିଛି । ଡ଼ଲାର ଏବଂ ପାଉଣ୍ଡ ରେ ମଧ୍ୟ ହେଉଛି କାରବାର । ଖୁଲମ ଖୁଲା କିଣା ବିକା ଚାଲିଛି ଅନଲାଇନ ରେ । ଗରାଖ ନିଜ ପସନ୍ଦର ମାଲ ଦେଖି ଆଡ଼ଭାନ୍ସ ପେମେଣ୍ଟ କରୁଛନ୍ତି ।

ଆଉ ପେମେଣ୍ଟ ପରେ କୋରିଅରରେ ମାଲ ନିଜ ଠିକଣା ରେ କହଞ୍ଚିଯାଏ । ସବୁ କିଛି ସୁନିୟନ୍ତ୍ରିତ ଏବଂ ସୁବ୍ୟବସ୍ଥିତ ଢ଼ଙ୍ଗରେ ଚାଲେ । ବାରାହା ର ଦାନ୍ତକୁ, ମୋହିନୀ ‘”ଶୁକର ଦନ୍ତ” ନାମରେ ବିକ୍ରି କରୁଛନ୍ତି ଦଲାଲ । ଏମିତି ଅନେକ ଇ କମର୍ସ ସାଇଟ ରେ ମିଳୁଛି ଶୁକର ଦାନ୍ତ । ଦେଶ ତଥା ଦେଶ ବାହାରେ ଅଛନ୍ତି ଗରାଖ । ତେବେ ଲୋକଙ୍କ ମନରେ ବିଶ୍ୱାସ ଜନ୍ମେଇବା ପାଇଁ ଅନେକ ମନଗଢ଼ା କାହାଣୀ ତିଆରି କରିଛନ୍ତି ଦାନ୍ତ ଦଲାଲ । ବିଭିନ ୱେବ ସାଇଟ ଏବଂ ବ୍ଲଗ ଜରିଆରେ କରାଯାଉଛି ହାଇଲାଇଟ । ଶୁକର ଦାନ୍ତ ଲକେଟ ବେକରେ ପିନ୍ଧିଲେ ବା ପାଖରେ ରଖିଲେ ବେପାର ଭଲ ହେବ ବୋଲି ଅନ୍ଧବିଶ୍ୱାସକୁ  ଭେଳିକି ସୃଷ୍ଟି କରାଯାଇଛି ।

ତେବେ ସତରେ କଣ ଶୁକର ଦନ୍ତ ପାଖରେ ଥିଲେ ଅସମ୍ଭବ ସମ୍ଭବ ହେଇଯିବ ? ଆଦୌ ନୁହେଁ । ଏହା ହେଉଛି ସମ୍ପୂର୍ଣ୍ଣ ନିରାଧାର ଏବଂ ଘୋର ଅନ୍ଧବିଶ୍ୱାସ । ଦଲାଲ ମାନେ କେବଳ ଦାନ୍ତର ଭଲ ବ୍ୟବସାୟ ପାଇଁ ଏଭଳି ପ୍ଲାନ କରିଛନ୍ତି । ସବୁ ଆଇଟମ ର ଫୋଟୋ ଏବଂ ତାହାର ମୂଲ୍ୟ ମଧ୍ୟ ସ୍ପଷ୍ଟ ଭାବରେ ଲେଖା ଯାଉଛି । ଏମିତିକି ଡିସକାଉଣ୍ଟ ବା ରିହାତି କଥା ମଧ୍ୟ ଉଲ୍ଲେଖ ରହୁଛି । ତେବେ ଏଇ ଶୁକର ଦାନ୍ତ ପାଇଁ କ୍ୟାସ ଅନ ଡେଲିଭରି ସୁବିଧା ଆଦୌ ନାହିଁ । ଗରାଖ ସବୁ ଟଙ୍କା ଆଗୁଆ ପେମେଣ୍ଟ କଲେ ଯାଇ କଥା ଆଗକୁ ବଢିବ ! ପୁରା ମାମଲା କୁ ଅନୁଧ୍ୟାନ କଲେ ଏହା ପଛରେ ସାରା ଦେଶରେ ଯେ ଏକ ଅରଗାନାଇଜଡ କ୍ରାଇମ ବା ସଙ୍ଗଠିତ ଅପରାଧ ଚାଲିଥିବା କଥା ସ୍ପଷ୍ଟ ଜଣା ପଡୁଛି ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜଙ୍ଗଲୀ ବରାହ ବା ୱାଇଲଡ ବୋର ବନ୍ୟ ପ୍ରାଣୀ ସଂରକ୍ଷଣ  ଆଇନ ୧୯୭୨ ଅନୁଯାୟୀ ସଂରକ୍ଷିତ ପ୍ରାଣୀ । ଏମାନଙ୍କୁ ମାରି ବା ହତ୍ୟାକରି ମାଂସ ଖାଇ ଧାରା ୯ ଅନୁଯାୟୀ  ଅନେକ ଲୋକ ଗିରଫ ହୋଇ ଜେଲ ଦଣ୍ଡ ଭୋଗିଛନ୍ତି । ସେହିପରି କୌଣସି ବନ୍ୟପ୍ରାଣୀ ର କିଛି ବି ଅଙ୍ଗ ପ୍ରତ୍ୟଙ୍ଗ ଟ୍ରେଡିଂ କରିବା ଧାରା ୩୯ ଅନୁସାରେ ବେଆଇନ ।

ଏଣୁ ଏହି ବେପାର କୁ ବନ୍ଦ କରିବା ପାଇଁ ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଆଜି ୱାଇଲଡ଼ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ନିକଟରେ ଅଭିଯୋଗ କରିଛନ୍ତି । ସମସ୍ତ ତଥ୍ୟ ପ୍ରମାଣ ସହିତ କିଛି ଲିଙ୍କ ଏବଂ ୟୁଆରଏଲ ଥିବା ସ୍କ୍ରିନଶଟ ନିଜର ଅଭିଯୋଗ ସହିତ ଇମେଲ ରେ ୱାଇଲଡ଼ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ଆଡିସନାଲ ଡ଼ାଇରେକ୍ଟର ଶ୍ରୀମତୀ ତିଲୋତ୍ତମା ବର୍ମା ଙ୍କୁ ଦେଇଛନ୍ତି । ଏଥିସହ ଓଡ଼ିଶାର ମୁଖ୍ୟ ବନ୍ୟ ପ୍ରାଣୀ ତତ୍ୱାବଧାରଜ ଙ୍କୁ ମଧ୍ୟ ଏକ କପି ଦେଇଛନ୍ତି ।

ଦେଶରେ ଖସୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୩୬ ହଜାର ୫୯୪ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କିଛିଦିନ ହେବ ୪୦ ହଜାର ତଳେ ରହିଛି କରୋନା ସଂକ୍ରମଣ ମାମଲା। ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ଆଉ ୩୬ ହଜାର ୫୯୪ ପଜିଟିଭ କରୋନା ଆକ୍ରାନ୍ତ  ଏବଂ ମହାମାରୀରେ ଯାଇଛି ଆଉ  ୫୪୦ଙ୍କ ଜୀବନ। ଦେଶରେ

କରୋନାରେ ମୃତ୍ୟୁ ହାର ୧.୪୫ ପ୍ରତିଶତ ରହିଥିବା ବେଳେ ସୁସ୍ଥତା ହାର ୯୪.୨୦ପ୍ରତିଶତ ରହିଛି । ଏଥିସହ ସାରାଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ସମୁଦାୟ ୧ ଲକ୍ଷ ୩୯ ହଜାର ୧୮୮ରେ ପହଞ୍ଚିଛି । ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଲକ୍ଷ ୭୧ ହଜାର ୫୫୯ରେ ପହଞ୍ଚିଛି ।

ସେମଧ୍ୟରୁ ୯୦ ଲକ୍ଷ ୧୬ ହଜାର ୨୮୯ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ୪ ଲକ୍ଷ ୧୬ ହଜାର ୦୮୨ ସକ୍ରିୟ ମାମଲା ରହିଛି । ଗତ ୨୪ ଘଣ୍ଟାରେ ୪୨ ହଜାର ୯୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ଆକ୍ଟିଭ କେସ୍ ୪.୩୫% ରହିଛି ।

ବେଡ୍‌ ରୁମ ନୁହେଁ ଜେଲର ୱାର୍ଡ ରୁମରେ କଟିଲା ରାତି, ଧାଡ଼ିରେ ଠିଆ ହୋଇ ଆଣିଲେ ଉପମା ଘୁଘୁନି

ଭୁବନେଶ୍ୱର: ବଦଳିଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଠିକଣା । ଝାରପଡ଼ା ଜେଲରେ କଟିଲା ରାତି । ସଂଘରୋଧ କେନ୍ଦ୍ର ଓ୍ୱାର୍ଡ ନମ୍ବର ୧୪ ହେଲା ନୂଆ ଠିକଣା । ଏଲଇଡି ଜକମକ୍‌ ଲାଇଟରେ ନୁହେଁ, ମିଞ୍ଜିମି଼ଞ୍ଜି ଆଲୁଅର ନିବୁଜ କୋଠରୀରେ ଜେଲରେ କଟିଲା ରାତି ।  ପ୍ରଦୀପଙ୍କୁ ଖାଇବା ପାଇଁ ଗୋଟିଏ ଥାଳି, ୨ଟି ଗିନା ଓ ଶୋଇବା ପାଇଁ ୨ଟି କମ୍ବଳ ଦିଆଯାଇଛି। ରାତି ଗୋଟାଏ ଯାଏଁ ପ୍ରଦୀପଙ୍କ ଆଖିରେ ନିଦ ନଥଲା ।

Special Courts Sends Pradeep Panigrahi To 14 Days Judicial Custody

ଝାରପଡ଼ା ଜେଲରେ ପ୍ରଦୀପ ଦେଖିଥିଲେ ସକାଳର ସୂର୍ଯ୍ୟ । ଜେଲ ନିୟମ ଅନୁସାରେ ଭୋର୍‌ରୁ ଉଠି ନିତ୍ୟକର୍ମ ସାରି ୮ଟା ବେଳକୁ ଚାହା, ସୁଜି ଉପମା ଓ ଘୁଗୁନି ଜଳଖିଆ କରିଥିଲେ । ଲାଇନରେ ଠିଆ ହୋଇ ମାଗି ଖାଇବାକୁ ପଡ଼ିଥିଲା । ଆଜି ସାଢେ ୧୧ଟା ବେଳକୁ ଲଞ୍ଚ କରିବେ ପ୍ରଦୀପ । ଆଜିର ମେନ୍ୟୁ ରହିଛି ଭାତ, ରୁଟି, ଡାଲି, ତରକାରୀ, ସନ୍ତୁଳା । ଡିନରରେ ବି ସମାନ ଖାଦ୍ୟ ଦିଆଯିବ ।

Special Courts Sends Pradeep Panigrahi To 14 Days Judicial Custody

ଆଜି ମଧ୍ୟ କ୍ରାଇମ ବ୍ରାଞ୍ଚା ତାଙ୍କୁ ରିମାଣ୍ଡରେ ନେଇପାରେ । ଗୋଟିଏ ଆକାଉଣ୍ଟରେ ଏତେ ଟଙ୍କା ରହିଥିବା ବେଳେ ଅନ୍ୟ ଆକାଉଣ୍ଟରେ କେତେ ପରିମାଣରେ ଟଙ୍କା ଥାଇପାରେ ତାକୁ ନେଇ ଖୋଳତାଡ଼ କରିବ କ୍ରାଇମ ବ୍ରାଞ୍ଚ । ଆଜି ତାଙ୍କୁ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏସଡିଜେଏମ୍‌ କୋର୍ଟରେ ଆବେଦନ କରାଯିବ । ଦୀପଙ୍କ ବିରୋଧରେ ଧାରା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ (ବି) ଲାଗିଛି । ଏଥିସହ ଆଇଟି ଆକ୍ଟ ୨୦୦୦ ସେକ୍ସନ ୬୬ ସି ଓ ୬୬ ଡି ଧାରା ଲାଗିଛି । ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ସହ ମିଶି ଅପରାଧିକ ଷଡ଼ଯନ୍ତ୍ର, ଠକେଇ କରିଥିଲେ ।

MDH ମସଲାରେ ଧର୍ମପାଲଙ୍କ ସୁନ୍ଦର ଚିତ୍ର; ଜଣାଇଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ମସଲା କିଙ୍ଗ ଭାବେ ପରିଚିତ ଏମଡିଏଚ ଗ୍ରୁପର ମାଲିକ  ମହାଶୟ ଧର୍ମପାଲ ଗୁଲାଟିଙ୍କର ଗୁରୁବାର ଦିନ ୯୮ ବର୍ଷ ବୟସରେ  ଦେହାନ୍ତ ହୋଇଛି ।

ସେ ଗତ କିଛି ଦିନ ହେବ ମାତା ଚନନ ଦେବୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ନିଧନ ପରେ ବହୁ ନାମୀଦାମୀ ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ବରୁଣ ଟଣ୍ଡନ ନାମକ ଜଣେ ଗ୍ରାଫିକ୍ସ ଡିଜାଇନର ମସଲା ବ୍ୟବହାର କରି ଧର୍ମପାଲଙ୍କ ଏକ ସୁନ୍ଦର ଚିତ୍ର ଆଙ୍କି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଯେଉଁ ଚିତ୍ର ଏବେ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି । ବରୁଣଙ୍କ କହିବାନୁଯାୟୀ ସେ ପ୍ରଥମେ ଏକ ସାଧା କାଗଜରେ ଧର୍ମପାଲଙ୍କ ଚିତ୍ର ଆଙ୍କିଥିଲେ ଆଉ ତା’ ଉପରେ ଏମଡିଏଚ୍ ମସଲାକୁ ଅଠା ଦେଇ ଚାପି ଦେଇଥିଲେ । ବରୁଣଙ୍କୁ ଏହି ଚିତ୍ର ବନାଇବା ଲାଗି ତାଙ୍କୁ ପ୍ରାୟ ୮ ଘଣ୍ଟା ସମୟ ଲାଗିଥିଲା ।

ତେବେ ଧର୍ମପାଲ ବରୁଣଙ୍କ ପାଇଁ ଜଣେ ରୋଲ୍ ମଡେଲ୍ ଥିଲେ ବୋଲି ସେ ପ୍ରକାଶ କରିଛନ୍ତି ।

ହ୍ୱାଟ୍ସଆପର ନୂଆ ପଲିସି ଆସେପ୍ଟ ନକଲେ ଡିଲିଟ୍ ହୋଇପାରେ ଆକାଉଣ୍ଟ୍ !

ନୂଆଦିଲ୍ଲୀ: ଆସନ୍ତା ବର୍ଷ ପ୍ରାରମ୍ଭରୁ ହ୍ୱାଟ୍ସଆପ ନିଜସ୍ୱ ଟର୍ମ୍ସ ଅଫ୍ ସର୍ଭିସକୁ ଅପଡେଟ୍ କରିବାକୁ ଯାଉଛି । ଯଦି ଆପଣ ଏହି ନୂଆ ପଲିସିକୁ ଆସେପ୍ଟ ନକରନ୍ତି ତାହେଲେ ଆପଣଙ୍କ ଆକାଉଣ୍ଟ୍ ଡିଲିଟ୍ ହୋଇପାରେ ।

ସୂଚନା ଅନୁଯାୟୀ ଏହି ନୂଆ ପଲିସି ଆସନ୍ତା ୨୦୨୧ ମସିହା ଜାନୁଆରୀରୁ ଫେବୃଆରୀ ମଧ୍ୟରେ  ଲାଗୁ ହେବାକୁ ଯାଉଛି । ସାରା ଦୁନିଆରେ ପାଖାପାଖି ୧.୫ ଅରବରୁ ଅଧିକ ହ୍ୱାଟ୍ସଆପ୍ ୟୁଜର୍ସ ରହିଛନ୍ତି ।

WABetainfo ର ଏକ ରିପୋର୍ଟ ଅନୁଯାୟୀ  ନୂଆ ଅପଡେଟ୍ ସହ ହ୍ୱାଟ୍ସଆପରେ ଇନ୍ ଆପ୍ ଆନାଉସମେଣ୍ଟ ପଠାଇବାର ଫିଚର ବି ସାମିଲ କରାଯିବ । ଯଦିଓ କମ୍ପାନୀ ପକ୍ଷରୁ ଏଯାବତ୍ ଏହି ନୂଆ ଟର୍ମ୍ସ ଅଫ୍ ସର୍ଭିସକୁ ସାଧାରଣ ଜନତାଙ୍କ ଲାଗି ଜାରି କରାଯାଇନାହିଁ ।

ସେହିପରି ବିଜନେସ୍ ଫେସବୁକ୍ ହୋଷ୍ଟେଡ୍ ସର୍ଭିସର ବ୍ୟବହାର କରି ହ୍ୱାଟ୍ସଆପ ଚାର୍ଟ୍ସକୁ ମ୍ୟାନେଜ୍ ଓ ଷ୍ଟାେର କରିପାରିବେ ।

ଏହାପୂର୍ବରୁ ହ୍ୱାଟ୍ସଆପ ନିଜ ପଲିସିକୁ ପରିବର୍ତ୍ତନ କରିବାକୁ ଚର୍ଚ୍ଚାରେ ରହିଥିଲା । ଯେଉଁ ବିବାଦ ହ୍ୱାଟ୍ସଆପ ୟୁଜର୍ସଙ୍କ ଡାଟାକୁ ଫେସବୁକ୍ ସହ ଶେୟାର କରିବାକୁ ନେଇ ହୋଇଥିଲା ।

ଅଧ ରାତିରେ ଥରି ଉଠିଲା ଉତ୍ତର ଓଡ଼ିଶା, ନିଦରୁ ଉଠି ସମସ୍ତେ ଘର ବାହାରକୁ ଧାଇଁ ଆସିଲେ

ବାଲେଶ୍ୱର: ରାତି ଅଧରେ ଭୂମିକମ୍ପରେ ଥରିଲା ଉତ୍ତର ଓଡ଼ିଶା । ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି । ରାତି ପ୍ରାୟ ୨ ଟା ୧୩ ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୯ ମ୍ୟାଗ୍ନିଚ୍ୟୁଡ୍‌ ରହିଛି । ଭୂମିକମ୍ପର ଉତ୍ପତିସ୍ଥଳ ଓଡିଶା-ଝାଡ଼ଖଣ୍ଡ ସୀମାନ୍ତ ମୟୁରଭଞ୍ଜ ବାଦାମପାହାଡ଼ ଅଞ୍ଚଳରେ । ଉତ୍ପତିସ୍ଥଳର ଗଭୀରତା ଭୂପୃଷ୍ଠରୁ ୬୩ କିମି ରହିଛି । ଏବେସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରିନାହିଁ । ଭୂମିକମ୍ପ ହେବା ପରେ ଲୋକେ ରାତିରେ ଘରୁ ବାହାରକୁ ଚାଲି ଆସିଥିଲେ ।

ସୂଚନା ଅନୁସାରେ, ଉତ୍ତର ଓଡ଼ିଶାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ବିଭିନ୍ନ ବ୍ଲକର ଭୂମିକମ୍ପ ଅନୁଭୂତ ହୋଇଥିଲା । ସମୟ ପ୍ରାୟ ରାତି ପ୍ରାୟ ୨ ଟା ୧୩ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା ।

‘ପୁଣିଥରେ ଫେରିବ ପୂର୍ବ ଅର୍ଥବ୍ୟବସ୍ଥା’

ନୂଆଦିଲ୍ଲୀ: ଧିରେ ଧିରେ କମୁଛି କୋରୋନା, ସୁଧୁରୁଛି ସ୍ଥିତି । କୋରୋନା କବଳରେ ଥିଲା ଅର୍ଥବ୍ୟବସ୍ଥା ।  ଭାଙ୍ଗି ପଡିଥିବା ଦେଶର ଅର୍ଥ ମେରୁଦଣ୍ଡ ଏବେ ପୁନର୍ବାର ଯୋଡି ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଅର୍ଥମନ୍ତ୍ରୀଙ୍କ ଏହି ବୟାନ ଏବେ ଦେଶର ଅର୍ଥ ବ୍ୟବସ୍ଥା ପାଇଁ ଆଶା ସଞ୍ଚାର କରିବ ବୋଲି କୁହାଯାଉଛି । କରୋନା କାରଣରୁ ଭୁଶୁଡିପଡିଥିବା ଅର୍ଥବ୍ୟବସ୍ଥା ୨୦୨୧-୨୨ ଆର୍ଥିକ ବର୍ଷରେ ବୃଦ୍ଧି ଘଟିବ  । ପୁଣିଥରେ ପୂର୍ବ ସ୍ଥିତି ଫେରିଆସିବ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅର୍ଥମନ୍ତ୍ରୀ କହିଛନ୍ତି, ୨୦୨୧-୨୨ ଫେବୃୟାରୀ ମାସରେ ଆସିବାକୁ ଥିବା ପୂର୍ଣ୍ଣକାଳୀନ ବଜେଟ ନୂଆ ଆଶା ନେଇ ଆସୁଛି  । ନିଶ୍ଚିତ ଅର୍ଥବ୍ୟବସ୍ଥା ପାଇଁ ସଞ୍ଜିବନୀ ସାଜିବ ।  କୋଭିଡ-୧୯ କାରଣରୁ କ୍ଷତିଗ୍ରସ୍ତ ହୋଇପଡିଥିବା ଅର୍ଥବିଭାଗ ପୁଣିଥରେ ଠିଆ ହେବ । ଆଗାମୀ ପାଞ୍ଚ ବର୍ଷ ପାଇଁ ଆସୁଥବା ବଜେଟ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହେବ ବୋଲି ମଧ୍ୟ କହିଛନ୍ତି ନିର୍ମଳା ।

ମଉଜ ସରିଲା, ଏବେ ଜେଲରେ କଟିବ ପ୍ରଦୀପଙ୍କ ରାତି

ଭୁବନେଶ୍ୱର: ଲୋକଙ୍କ ଟଙ୍କାରେ ବେଶ୍ ହେଲା ମଉଜ । ଏବେ ଜେଲର ଅନ୍ଧାର କୋଠରୀରେ କଟିବ ପ୍ରଦୀପ ପାଣିଗ୍ରାହୀଙ୍କ ରାତି । ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ଭାବି ଜ୍ୱାଇଁଙ୍କ ସହ ମିଶି କୋଟି କୋଟି ଟଙ୍କାର ଠକେଇ କରିଥିବା ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ୍ ଖାରଜ ହୋଇଛି । ସ୍ୱତନ୍ତ୍ର କୋର୍ଟ ପ୍ରଦୀପଙ୍କ ଜାମିନ୍ ଆବେଦନ ଖାରଜ କରିବା ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ପ୍ରଦୀପ ପାଣିଗ୍ରାହୀଙ୍କୁ ଝାରପଡ଼ା ଜେଲର ଆଇସୋଲେସନ୍ ୱାର୍ଡରେ ରଖାଯାଇଛି । ଜେଲ ମାନୁଆଲ୍ ଅନୁସାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ।

Special Courts Sends Pradeep Panigrahi To 14 Days Judicial Custody

ଏଥିସହ ପଢ଼ନ୍ତୁ- ଗିରଫ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲାନି ବେଲ୍, ଝାରପଡ଼ା ଜେଲରେ କଟିବ ଆଜି ରାତି

ପ୍ରଦୀପ ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ଥିବା ତାଙ୍କ ଓକିଲ ଦର୍ଶାଇଛନ୍ତି । ପ୍ରଦୀପଙ୍କର ଉପଯୁକ୍ତ ଯତ୍ନ ପାଇଁ କୋର୍ଟଙ୍କୁ ଆବେଦନ କରିଛନ୍ତି ଓକିଲ । ତେବେ, ଆଜି ସମୟ ହୋଇ ଯାଇଥିବାରୁ ଶୁଣାଣି ହୋଇପାରିନାହିଁ । ପ୍ରଦୀପଙ୍କୁ ରିମାଣ୍ଡରେ ନେବା ଲାଗି ଆସନ୍ତାକାଲି (ଶୁକ୍ରବାର) କ୍ରାଇମବ୍ରାଞ୍ଚ ଆବେଦନ କରିପାରେ । ପୂର୍ବରୁ SIT ଟିମ୍ ଆକାଶ ପାଠକ ଓ ଅଭୟକାନ୍ତ ପାଠକଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ।

Special Courts Sends Pradeep Panigrahi To 14 Days Judicial Custody

ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ ପ୍ରଦୀପଙ୍କୁ ରିମାଣ୍ଡରେ ନେଇ ଆକାଶଙ୍କ ସହ ମୁହାଁମୁହିଁ ଜେରା କରିବାର ସମ୍ଭାବନା ରହିଛି । ମୁହାଁମୁହିଁ ଜେରା କଲେ ଠକେଇର ଗୁମର ଖୋଲିବ । ଭାବି ଜ୍ୱାଇଁଙ୍କ ସହ ମିଶି କିଭଳି ପ୍ରଦୀପ ଗଞ୍ଜାମ ଜିଲ୍ଲାର ଲୋକଙ୍କୁ ଟାଟା ମୋଟର୍ସରେ ଚାକିରି ନାଁରେ ଠକିଥିଲେ ତାହା ଧରା ପଡ଼ିବ ।