ନିଜ ପାଇଁ ନରଖି ସବୁ ଚାଉଳ ବିକିଦେଇଥିଲା ଭିଏତ୍‌ନାମ୍‌,ଏବେ ଭାରତଠାରୁ କିଣିବ ୭୦ ହଜାର ଟନ୍‌ ଚାଉଳ

1 min read

ନୂଆଦିଲ୍ଲୀ: କରୋନା ପାଇଁ ପୂରା ବିଶ୍ୱରେ ହାହାକାର ପଡ଼ିଛି। ବିଶ୍ୱର ଅର୍ଥନୈତିକ ମେରୁଦଣ୍ଡକୁ ପୁରା ଦୋହଲାଇ ଦେଇଛି କରୋନାର କରାଳ ଝଡ଼। ଦୀର୍ଘ ଏକ ବର୍ଷ ଧରି କରୋନା ପାଇଁ ବିଭିନ୍ନ ଦେଶରେ ଲକଡାଉନ କାରଣରୁ ଦେଖାଦେଇଛି ଏମିତି ପରିସ୍ଥିତି। ତେବେ ଏହାରି ଭିତରେ ଭିଏତନାମ ଭାରତରୁ ଚାଉଳ କିଣିବାକୁ ଯାଉଛି। ଭିଏତନାମ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ଚାଉଳ ରପ୍ତାନି କରୁଥିବା ଦେଶ। କିନ୍ତୁ କରୋନା ପାଇଁ ସେଠାରେ ଏବେ ଖାଦ୍ୟ ସଙ୍କଟ ଦେଖା ଦେଇଛି। ଯେଉଁଥିପାଇଁ  ଏବେ ଭାରତ ଠାରୁ ଚାଉଳ କିଣିବାକୁ ବାଧ୍ୟ ହେଉଛି ଭିଏତନାମ ।  ଯଦି ଭିଏତନାମ ଭାରତ ଠାରୁ ଚାଉଳ କିଣେ ତେବେ ଏହା ଭାରତ ଇତିହାସରେ ପ୍ରଥମଥର ପାଇଁ ଘଟିବାକୁ ଯାଉଛି ।  ଭିଏତନାମ ଚାଉଳ କିଣିବାକୁ ବାଧ୍ୟ ହେବା ଯାହାର ଏକ ପ୍ରମୁଖ କାରଣ ହେଉଛି କରୋନା ସଙ୍କଟ ସହ ସେଠାରେ ଏବେ ଖାଦ୍ୟ ସଙ୍କଟ ମଧ୍ୟ ଦେଖା ଦେଇଛି।

ଚଳିତ ବର୍ଷ ଥାଇଲାଣ୍ଡ ଏବଂ ଭିଏତନାମ ଠାରୁ ଚାଉଳ କିଣୁଥିବା ଦେଶ ଗୁଡ଼ିକ ଭାରତ ଠାରୁ ଚାଉଳ କିଣିବାକୁ ଯାଉଛନ୍ତି । କିନ୍ତୁ ଯଦି ଦେଖିବା ଏସିଆ ମହାଦେଶରେ ଚାଉଳ ଯୋଗାଣ ବହୁତ କମ୍‌ ରହିଛି ସେଥିପାଇଁ ବଜାରରେ ମୂଲ୍ୟ ବଢ଼ିବା ନେଇ ମଧ୍ୟ ଆଶଙ୍କା କରାଯାଉଛି। ଏବେ ବିଶ୍ୱରେ ଚାଉଳ ଯୋଗାଣରେ ପ୍ରଥମ ସ୍ଥାନରେ ରହିଛି ଭାରତ। ତେବେ ଭିଏତ୍‌ନାମ ୭୦ ହଜାର ଟନ୍‌ ଭାରତ ଠାରୁ ଚାଉଳ କିଣିବାକୁ ଯାଉଛି । ସୂଚନା ଅନୁଯାୟୀ କରୋନା କାରଣରୁ ଭିଏତ୍‌ନାମ୍‌ର ଘରୋଇ ବଜାରରେ ଚାଉଳର ଦର ସର୍ବାଧିକ ରହିଛି । ସେଠାକାର ଲୋକଙ୍କର କହିବା କଥା ହେଉଛି ଏହି ଦର ଗତ ୯ ବର୍ଷ ଭିତରେ ସବୁଠାରୁ ଅଧିକ ରହିଛି ।

ଅଭାବର ମୁଖ୍ୟ କାରଣ କଣ-

ଖାଦ୍ୟ ସଙ୍କଟର ଆଭାସ ଭିଏତ୍‌ନାମ୍‌ ସରକାରକୁ ପୂର୍ବରୁ ପାଇ ସାରିଥିଲା। କିନ୍ତୁ ଭିଏତ୍‌ନାମ୍‌ ସରକାର। କରୋନା ସମୟରେ ନିଜ ଲୋକଙ୍କ କଥା ଚିନ୍ତା ନକରି ବୈଦେଶିକ ମୁଦ୍ରା ପଛରେ ଗୋଡ଼ାଇଥିଲା । ନିଜ ଦେଶରେ ଚାଉଳର ଘୋର ଅଭାବ ସତ୍ତ୍ୱେ ବୈଦେଶିକ ମୁଦ୍ରା ଅର୍ଜନ ଲୋଭରେ ଫିଲିଫାଇନ୍ସକୁ ଚାଉଳ ବିକ୍ରି କରିବାରେ ଲାଗିଥିଲା । ତେବେ କରୋନା କାରଣରୁ ସେଠାରେ ଯୋଗାଣ ସମସ୍ୟା ସହ ଚାହିଦାରେ ବୃଦ୍ଧି ହେବା କାରଣରୁ ଏଭଳି ପରିସ୍ଥିତି ଉପୁଜିଛି । ଆଉ ଏକ ପ୍ରମୁଖ କାରଣ ହେଉଛି ୨୦୨୦ରେ ଭିଏତ୍‌ନାମରେ ଧାନ ଉତ୍ପାଦନ ୧.୮୬ ପ୍ରତିଶତ କମିଛି।

Leave a Reply