The Presidential Years : ମୋଦିଙ୍କ ବିଦେଶନୀତିକୁ ନେଇ ପ୍ରଣବ,ସର୍ଜିକାଲ ଷ୍ଟ୍ରାଇକକୁ ବଢ଼େଇ ଚଢ଼େଇ ପ୍ରଚାର କରିବାର କୌଣସି ଲାଭ ମିଳିନଥିଲା

1 min read

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଆତ୍ମଜୀବନୀ the presidential years(ଦି ପ୍ରେସିଡେନସିଆଲ ଇୟର୍ସ ୨୦୧୨-୧୦୧୭) ପ୍ରକାଶିତ ହୋଇଛି । ୨୦୨୦ରେ ଦେହାନ୍ତ ପୂର୍ବରୁ ପ୍ରଣବ ଏହାକୁ ଲେଖିଥିଲେ । ଏଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ନୀତିକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ୨୦୧୬ରେ ଭାରତୀୟ ସେନା ଦ୍ୱାରା ହୋଇଥିବା ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପ୍ରଣବ ପୁସ୍ତକରେ ନିଜ ମତବ୍ୟକ୍ତ କରିଛନ୍ତି । ତାଙ୍କ ଅନୁସାରେ ସର୍ଜିକାଲ ଷ୍ଟ୍ରାଇକ୍ ପୂର୍ବରୁ ମଧ୍ୟ ହୋଇଥିଲା । ସର୍ଜିକାଲ ଷ୍ଟ୍ରାଇକକୁ ବଢେଇ ଚଢେଇ ଉପସ୍ଥାପିତ କରିବାର କୌଣସି ଆବଶ୍ୟତା ନଥିଲା ଓ ଏହାଦ୍ୱାରା ଭାରତର କୌଣସି ଲାଭ ହୋଇନଥିଲା ବୋଲି ସେ ଲେଖିଛନ୍ତି ।


ସେ ଲେଖିଛନ୍ତି ଯେ, ଏହି ଅପରେସନକୁ ବଢେଇ ଚଢେଇ ଉପସ୍ଥାପିତ କରିବାର କୌଣସି ଆବଶ୍ୟକତା ନଥିଲା । ଏହି ଅପରେସନ ଉପରେ ଆବଶ୍ୟକତାରୁ ଅଧିକ କହି ଆମକୁ କୌଣସି ଲାଭ ମିଳିନଥିଲା । ସୀମାରେ ପାକିସ୍ତାନ ପଟୁ ଚାଲିଥିବା ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ସେନାର କାର୍ଯ୍ୟାନୁଷ୍ଠାନ ସାମାନ୍ୟ ଘଟଣା ଥିଲା ।

ମୋଦିଙ୍କ ବିଦେଶନୀତିର ବିଭିନ୍ନ ଦିଗ ଉପରେ ନିଜ ମତ ରଖି ପୂର୍ବତନ ରାଷ୍ଟ୍ରପତି ଲେଖିଛନ୍ତି ଯେ, ପାକିସ୍ତାନୀ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅର ଜନ୍ମଦିନରେ ଯେଉଁଭଳି ଭାବେ ମୋଦି ଅଚାନକ ସାମିଲ ହୋଇଥିଲେ ତାହା ଅନାବଶ୍ୟକ ଥିଲା ।

modi
ନିଜ ଆତ୍ମଜିବନୀର ଚତୁର୍ଥ ଖଣ୍ଡରେ ସେ ଲେଖିଛନ୍ତି ଯେ, ମୋଦିଙ୍କ ଠାରୁ କେବଳ ଅପ୍ରତ୍ୟାଶିତ ହିଁ ଆଶା କରାଯାଇ ପାରେ । କାରଣ ସେ କୌଣସି ବୈଚାରିକ ବିଦେଶନୀତି ସହିତ କ୍ଷମତାକୁ ଆସିନଥିଲେ । ମୋଦି ଯେଉଁଭଳି ଭାବେ ନିଜ ଶପଥ ଗ୍ରହଣ ସମାରୋହକୁ ସାର୍କ ରାଷ୍ଟ୍ରାଧ୍ୟକ୍ଷଙ୍କୁ ନିମନ୍ତ୍ରଣ କରିଥିଲେ ତାକୁ ମୁଖାର୍ଜୀ ପୁସ୍ତକରେ ପ୍ରଶଂସା କରିଛନ୍ତି । ଏହା ସହ ସେ ଲେଖିଛନ୍ତି ଯେ,ମୋଦି ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ସେ କିଛି ବିଦେଶୀ ରାଷ୍ଟ୍ର ଗସ୍ତରେ ଯାଇଥିଲେ କିନ୍ତୁ ତାହା ନିଜ ରାଜ୍ୟର ବିକାଶ ପାଇଁ ଉଦ୍ଦିଷ୍ଟ ଥିଲା । ତାଙ୍କର ସେହି ସବୁ ଗସ୍ତର ରାଷ୍ଟ୍ରୀୟ ଲକ୍ଷ୍ୟ କିଛି ମଧ୍ୟ ନଥିଲା । ଏମିତିରେ ବିଦେଶ ନୀତି ତାଙ୍କ ପାଇଁ ଅପରିଚିତ କ୍ଷେତ୍ର ଥିଲା । କିନ୍ତୁ ସେ ଏଭଳି କିଛି କରିଥିଲେ ଯାହା ତାଙ୍କ ଆଗରୁ କୌଣସି ପ୍ରଧାନମନ୍ତ୍ରୀ କରିନଥିଲେ । ସେ ନିଜ ଶପଥ ଗ୍ରହଣ ସମାରୋହକୁ ସାର୍କ ରାଷ୍ଟ୍ରମୁଖ୍ୟମାନଙ୍କୁ ନିମନ୍ତ୍ରଣ କରିଥିଲେ । ତାଙ୍କର ଏହି ଆଉଟ୍ ଅଫ୍ ବକ୍ସ ଉଦ୍ୟମ ବିଦେଶ ନୀତିର ଅନେକ ବିଶେଷଜ୍ଞଙ୍କୁ ଚକିତ କରିଦେଇଥିଲା ।

Leave a Reply