ଜ୍ୟାକ୍ ମା’ଙ୍କ ସମ୍ପତ୍ତି ଚାହୁଁଥିଲା ଚୀନ୍, ନଦେବାରୁ ଗାଏବ

ବେଜିଂ: ଚୀନର ତୃତୀୟ ଧନୀ ଓ ଦୁନିଆର ଲକ୍ଷାଧିକଙ୍କ ପ୍ରେରଣା ଆଲ୍ଲିବାବା ଗ୍ରୁପର ପ୍ରତିଷ୍ଠାତା ଜ୍ୟାକ୍ ମା’ ଗତ ଦୁଇ ମାସ ଧରି ନିଖୋଜ ଅଛନ୍ତି । ଜ୍ୟାକ୍ ମା’ ଏବେ କେଉଁଠି ଅଛନ୍ତି, କେମିତି ଅଛନ୍ତି ତାକୁ ନେଇ ଚୀନ ସରକାର ଚୁପ୍‌ ଅଛି । ଅନ୍ୟପକ୍ଷରେ ବିଶ୍ୱ ଗୁଜବ ବଜାର ଗରମ ଅଛି । ଆମେରିକୀୟ ଖବରକାଗଜ ୱାଲ ଷ୍ଟ୍ରିଟ୍ ଜେନରାଲ ରିପୋର୍ଟ ଅନୁସାରେ ଚୀନର କମ୍ୟୁନିଷ୍ଟ ସରକାର ଜ୍ୟାକ୍ ମା’ଙ୍କଠାରୁ ତାଙ୍କ ଉପଭୋକ୍ତାଙ୍କ ଡାଟା ନେବାକୁ ଚାହୁଁଥିଲେ । କିନ୍ତୁ ଜ୍ୟାକ୍ ଡାଟା ଦେବାକୁ ମନା କରିଦେଇଥିଲେ କାରଣ ଡାଟା ତାଙ୍କ ପାଇଁ ମୂଲ୍ୟବାନ ଥିଲା ।

ଉପଭୋକ୍ତାଙ୍କ ଡାଟା ପାଇଁ ଚୀନ ସରକାର ଜ୍ୟାକ୍ ମା’ଙ୍କ ଉପରେ ଚାପ ପ୍ରୟୋଗ କରୁଥିଲା । ଚୀନର ଆର୍ଥିକ ପ୍ରାଧିକରଣ ଚାହୁଁଥିଲା ଯେ, ଜ୍ୟାକ୍ ତାଙ୍କ କୋଟି କୋଟି ଗ୍ରାହକଙ୍କ କ୍ରେଡିଟ୍ ଡାଟା ତାକୁ ଦେଉ । ଚୀନ୍ ରେଗୁଲେଟରର ଏହି ଚାପ ଓ ଜ୍ୟାକଙ୍କର ରାଷ୍ଟ୍ରପତି ସି ଜିନ୍ ପିଙ୍ଗଙ୍କ ସହ ବିବାଦ କାରଣରୁ ତାଙ୍କ ପାଖରେ ଖୁବ କମ ବିକଳ୍ପ ବଂଚିଥିଲା । ଚୀନ ସରକାରର ଚିନ୍ତା ଥିଲା ଯେ, ଜ୍ୟାକ୍ ନିଜ ବ୍ୟବସାୟକୁ ଆହୁରି ଅଧିକ ପ୍ରସାରିତ କରିବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ଧ୍ୟାନ ଆର୍ଥିକ ବିପଦ ଆଡକୁ ନଥିଲା, ଯାହାକୁ ନିୟନ୍ତ୍ରିତ କରିବା ଦେଶର ଲକ୍ଷ୍ୟ ଥିଲା ।

ଏଣ୍ଟା ଗ୍ରୁପ ପର୍ସନାଲ ଡାଟା ସାହାଯ୍ୟରେ ବ୍ୟବସାୟରୁ ଫାଇଦା ଉଠାଉଥିଲା

ଚୀନ୍ରେଗୁଲେଟର୍ସଙ୍କ କହିବା ହେଉଛି ଜ୍ୟାକ୍ ମା’ଙ୍କ ଏଣ୍ଟା ଗ୍ରୁପ୍ ପର୍ସନାଲ ଡାଟା ସାହାଯ୍ୟରେ ନିଜ ବ୍ୟବସାୟ ବଢାଉଥିଲା । ଜ୍ୟାକ୍ ନିଜ ଅଲ୍ଲି ପେ’ ଆପ୍ ଜରିଆରେ ଲୋକଙ୍କୁ ଲୋନ୍ ଦେଉଥିଲେ ଓ ମଧ୍ୟସ୍ଥ ଭାବେ ଟଙ୍କା ରୋଜଗାର କରୁଥିଲେ, ଯେତେବେଳେକି ଲୋନର ସବୁ ରିସ୍କ ବ୍ୟାଙ୍କକୁ ଉଠାଇବାକୁ ପଡୁଥିଲା । ଏହି ଆପକୁ ପାଖାପାଖି ୫୦ କୋଟି ଲୋକ ବ୍ୟବହାର କରୁଥିଲେ । ନିଜ ଗ୍ରାହକଙ୍କ ଅଭ୍ୟାସ,ଲୋନ୍ ନେବା ପ୍ରବୃତ୍ତି ଓ ଲୋନ୍ ଶୁଝିବାର ପୁରୁଣା ଇତିହାସ ଆଦିର ବିସ୍ତୃତ ଡାଟା ଜ୍ୟାକଙ୍କ ଆପ୍ ପାଖରେ ଥିଲା ।

ସରକାରୀ ଅଧିକାରୀଙ୍କ ଅନୁସାରେ ଏହି ବିଜନେସ୍ ମଡେଲରୁ ଜ୍ୟାକ ମା’ଙ୍କୁ ଫାଇଦା ହେଉଥିଲା,  କିନ୍ତୁ ଏହା ଦ୍ୱାରା ଚୀନ୍ ଆର୍ଥିକ ସିଷ୍ଟମ ପ୍ରତି ବିପଦ ସୃଷ୍ଟିର ଆଶଙ୍କା ଥିଲା । ଏହାପରେ ଚୀନ୍ ଜ୍ୟାକଙ୍କ ବିଜନେସ୍ ମଡେଲରେ ସୁଧାର ଆଣିବାକୁ ଚେଷ୍ଟା କରିଥିଲେ । ଯାହାର ପରବର୍ତ୍ତୀ ପଦକ୍ଷେପ ଥିଲା ଉପଭୋକ୍ତାଙ୍କ ବ୍ୟକ୍ତିଗତ ଡାଟା ଉପରେ ଜ୍ୟାକଙ୍କ ଏକାଧିକାରକୁ ଶେଷ କରିବା । ତେଣୁ ତାଙ୍କୁ ଡାଟା ସେୟାର କରିବାକୁ କୁହାଯାଇଥିଲା । କିନ୍ତୁ ଜ୍ୟାକ୍ ଡାଟା ଦେବାକୁ ମନା କରିଦେଇଥିଲେ ।

ଏହା ସହ ଜ୍ୟାକଙ୍କର ରାଷ୍ଟ୍ରପତି ସି ଜିନପିଙ୍କଙ୍କ ସହ ମତଭେଦ ଥିଲା । ଏହି ମତଭେଦ ପାଇଁ ତାଙ୍କୁ ଗାଏବ କରି ଦିଆଯାଇଛି ବୋଲି କୁହାଯାଇଛି ।

Leave a Reply