spot_img
Home Blog Page 6310

ପୁରୀର ସ୍ୱର୍ଣ୍ଣିମ ବେଳାଭୂମିକୁ ମିଳିଲା ଅନ୍ତଃରାଷ୍ଟ୍ରୀୟ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା

ଭୁବନେଶ୍ୱର: ପୁରୀର ପବିତ୍ର ବେଳାଭୂମିକୁ ଅନ୍ତର୍ଜାତୀୟ ବେଳାଭୂମି ମାନ୍ୟତା ମିଳିଛି । FEE ଡେନମାର୍କ ପୁରୀ ବେଳାଭୂମିକୁ ଦେଇଛି ଏହି ସାର୍ଟିଫିକେଟ । ସୁନ୍ଦର ପରିବେଶ ଓ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସୁବିଧା ପାଇଁ ଏହି ପୁରସ୍କାର ଦିଆଯାଏ । ପୁରୀ ସହରର ଦିଗବାରେଣୀ ଛକରୁ ମେ ଫେୟାର ହୋଟେଲ ପର୍ଯ୍ୟନ୍ତ ୮୭୦ ମିଟର ବେଳାଭୂମିକୁ ବିଶ୍ୱ ବ୍ୟାଙ୍କ ସହାୟତାରେ ଇଣ୍ଟିଗ୍ରେଟେଡ୍ କୋଷ୍ଟାଲ ଜୋନ୍ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ(ICZMP)ରେ ବିକଶିତ କରିଥିଲା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ।

ପୁରୀ ବିଚକୁ ବ୍ଲୁ ଫ୍ଲାଗ ସାର୍ଟିଫିକେଟ୍ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ଗୋଲ୍ଡେନ୍ ବ୍ଲୁ ଫ୍ଲାଗ ବିଚର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ମିଳିଥିବାରୁ ପୁରୀ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ମୋ ବିଚ୍ କ୍ୟାମ୍ପେନର ମଧ୍ୟ ଏଥିରେ ଭୂମିକା ଥିବା କହିଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂ । ଏହି ମାନ୍ୟତାକୁ ବଜାୟ ରଖିବା ଦିଗରେ ସମସ୍ତେ ସହଯୋଗ କରିବେ ଜିଲ୍ଲାପାଳ ଆଶା ରଖିଛନ୍ତି ।

୩୩ଟି ମାନଦଣ୍ଡ ପୂରଣ କରୁଥିବା ବିଚକୁ ହିଁ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ମିଳିଥାଏ । ଏହି ୩୩ଟି ମାନଦଣ୍ଡକୁ ସ୍ଥିର କରିଥାଏ ଫାଉଣ୍ଡେସନ୍ ଫର ଏନଭରମେଣ୍ଟ ଏଜୁକେସନ୍ (FEE) ଡେନମାର୍କ । ମାନଦଣ୍ଡ ପ୍ରକାରେ ବେଳାଭୂମିରେ ଟଏଲେଟ, ଚେଞ୍ଜିଂ ଆଣ୍ଡ ସାୱାର ରୁମ୍, ୱାଚ୍ ଟାୱାର, ସୋଲାର ଲାଇଟିଂ ସିଷ୍ଟମ, ବସିବା ବ୍ୟବସ୍ଥା, ଯାନ୍ତ୍ରିକ ପ୍ରଦୂଷଣ ନିୟନ୍ତ୍ରଣ ସହ ନିରାପଦ ସୁଇମିଂ ଜୋନ୍, ବେଳାଭୂମି ସୁରକ୍ଷା ରହିବା ଦରକାର ।

ଶୁଆକୁ ବି ପସନ୍ଦ ଚା’ରେ ବିସ୍କୁଟ ବୁଡ଼ାଇ ଖାଇବା, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ବୋଧହୁଏ ଦୁନିଆରେ ଏମିତି କେହି ନଥିବେ ଯିଏ କି ଚା’ରେ ବିସ୍କୁଟ ବୁଡେଇକି ଖାଇନଥିବେ । ଚା’ ରେ ବିସ୍କୁଟ ବୁଡେଇ ଖାଇଲେ ବିସ୍କୁଟର ସ୍ୱାଦ ଦ୍ୱିଗୁଣିତ ହୋଇଯାଇଥାଏ । ତେବେ ଏହା ତ ଥିଲା ମଣିଷ ମାନଙ୍କ କଥା କିନ୍ତୁ ଆପଣ ଜାଣିଛନ୍ତି କି ପକ୍ଷୀମାନେ ମଧ୍ୟ ଚା’ ରେ ବିସ୍କୁଟ ବୁଡାଇ ଖାଇବାକୁ ପସନ୍ଦ କରନ୍ତି । ତେବେ ଏକ ଶୁଆର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଶୁଆଟି ଚା’ ରେ ବିସ୍କୁଟ ବୁଡାଇ ଖାଉଥିବା ନଜର ଆସିଛି ।

ଏହି ଭିଡିଓଟି ଡ. ଅବଦୁଲ କାୟୁମ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଶୁଆଟିକୁ ଅତି ସୁନ୍ଦ ଭାବରେ ଚା’ ବିସ୍କୁଲ ଖାଉଥିବାର ଦେଖି ହୁଏତ ଆପଣଙ୍କୁ ଏହା କ୍ୟୁଟ ଲାଗୁଥାଇପାରେ କିନ୍ତୁ ଏହା ପଛରେ ରହିଛି ଭିନ୍ନ ଏକ କାରଣ ।

ଶୁଆଙ୍କ ଏହି ପ୍ରଜାତି ୱାଇଲ୍ଡଲାଇଭ ପ୍ରୋଟେକସନ ଆକ୍ଟ ୧୯୭୨ ଅନ୍ତର୍ଗତ ଅଟନ୍ତି । ଏହି ଶୁଆ ମାନଙ୍କୁ ଏହିପରି ଖାଇବାକୁ ଦେବା, ଗାଧୋଇଦେବା ବା ବିକ୍ରି କରିବା ପ୍ରତିବନ୍ଧିତ ଅଟେ ।

ଏବେ ବୁଝିଲେ ତ… ଆପଣଙ୍କୁ କ୍ୟୁଟ ଲାଗୁଥିବା ଏହି ଭିଡିଓ ପଛରେ କେତେ ତଥ୍ୟ ଲୁଚି ରହିଛି । ଏହି ପ୍ରଜାତିର ଶୁଆଙ୍କୁ ଏଭଳି ଖାଇବାକୁ ଦେବା ତାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦଜନକ ଅଟେ । ତେଣୁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଆଇନ ପ୍ରସ୍ତୁତ କରାଯାଇଛି।

ଏଭଳି ଏକ ଦ୍ୱୀପ, ଯେଉଁଠାରେ ସମସ୍ତଙ୍କ ଆଖି ନୀଳ

 ଇଣ୍ଡୋନେସିଆ:  ଆଖିର ରଙ୍ଗ ସମସ୍ତଙ୍କର ସମାନ ନୁହେଁ । କାହାର କଳା ତ କାହାର ମାଟିଆ ଆଉ କାହାର ନୀଳ । ଯଦିଓ କଳା ଏବଂ ମାଟିଆ ରଙ୍ଗର ଆଖି ଅଧିକାଂଶଙ୍କର ହୋଇଥାଏ ତଥାପି ନୀଳ ରଙ୍ଗର ଆଖି ଖୁବ କମ ଦେଖିବାକୁ ମିଳେ । ଏଇ ଯେମିତି ନୀଳ ନୟନା ଔଶ୍ୱର୍ଯ୍ୟା ରୟ । ଯଦି ନୀଳ ଆଖିର ଉଦାହରଣ ଦେବାକୁ ପଡ଼େ ତେବେ ସାମ୍ନାକୁ ଆସେ ଐଶ୍ୱର୍ଯ୍ୟାଙ୍କ ଚେହେରା । କିନ୍ତୁ ନିକଟରେ ଏଭଳି କିଛି ଫଟୋ ସାମ୍ନାକୁ ଆସିଛି ଯାହା ଖୁବ ଆଶ୍ଚର୍ଯ୍ୟକର । ଜଣେ ନୁହେଁ କି ଦୁଇଜଣ ନୁହେଁ ବରଂ ଇଣ୍ଡୋନେସିଆର ଏକ ଜନଜାତିର ସମସ୍ତ ବ୍ୟକ୍ତି ବିଶେଷଙ୍କ ଆଖିର ରଙ୍ଗ ନୀଳ ହୋଇଥିବା ନଜର ଆସିଛି ।

ଇଣ୍ଡୋନେସିଆରେ ଆଜି ମଧ୍ୟ ବିଭିନ୍ନ ଜନଜାତିର ଲୋକଙ୍କୁ ଦେଖିବାକୁ ମିଳେ । ଏଠାରେ ରହିଛି ପ୍ରାୟ ୧୭ ହଜାର ଆଇଲ୍ୟାଣ୍ଡ । ନିକଟରେ ଏହି ଜନଜାତିର କିଛି ଫଟୋକୁ ନିଜ କ୍ୟାମେରାରେ କଏଦ କରିଛନ୍ତି ଜଣେ ଭୂତତ୍ତ୍ୱବିତ୍‌ । ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ତାହା ହେଉଛି ଏଠାକର ଲୋକଙ୍କ ଆଖି । ଏଠାରେ ଥିବା ସମସ୍ତ ଲୋକଙ୍କ ଆଖିର ରଙ୍ଗ ନୀଳ । ଏହି ଆଇଲ୍ୟାଣ୍ଡ ବଟନ ନାମରେ ପରିଚିତ । ଏକ ଆନୁବଂଶିକ ସ୍ଥିତି ଯୋଗୁଁ ଏମାନଙ୍କର ଆଖିର ରଙ୍ଗ ଏହିଭଳି । କୋଚନଇ ପଶରିବୁ ଯଦିଓ ପେଶାରେ ଜଣେ ଭୂବିଜ୍ଞାନୀ କିନ୍ତୁ ଫଟୋଗ୍ରାଫି ତାଙ୍କର ଏକ ସଉକ । ତେବେ ଉକ୍ତ ଜନଜାତିର ଆଖିର ରଙ୍ଗ ନୀଳ ହେବାକୁ ଓ୍ୱାଡ଼ିନବର୍ଗ ସିଣ୍ଡ୍ରୋମ କୁହନ୍ତି । ଏହା ଜେନେଟିକ ଏବଂ ପ୍ରାୟ ୪୨ ହଜାରରେ ଜଣଙ୍କ ଠାରେ ଏହା ଦେଖାଯାଏ । ଏହି ସିଣ୍ଡ୍ରୋମ ଅଧିକତର ଆଖିରେ ଦେଖାଯାଏ, ଯେଉଁ କାରଣରୁ ଆଖିର ରଙ୍ଗ ନୀଳ ହୋଇଯାଏ । କେବେ କେବେ ଗୋଟିଏ ଆଖି ନୀଳ ହୋଇଥିବା ବେଳେ ଅନ୍ୟ ଆଖିର ରଙ୍ଗ ଭିନ୍ନ ନଜର ଆସିଥାଏ । ଅବଶ୍ୟ ଦୀର୍ଘ ଦିନ ହେବ ଏମାନଙ୍କ ସହିତ ମିଳାମିଶା କରିଥିଲେ ମଧ୍ୟ ଗତ ୧୭ ସେପ୍ଟେମ୍ବର ୨୦୨୦କୁ ଉକ୍ତ ଜନଜାତିର ଫଟୋକୁ କ୍ୟାମେରାରେ କଏଦ କରିଛନ୍ତି ଜିଓଲୋଜିଷ୍ଟ । ତେବେ ଫଟୋ ମାଧ୍ୟମରେ ପର୍ଯ୍ୟାବରଣ ଏବଂ ଜନଜାତିକୁ ନେଇ ବାର୍ତ୍ତା ଦେବାକୁ ଚାହୁଁଛନ୍ତି । ତାଙ୍କର ଏହି ଫଟୋକୁ ସୋସିଅଲ ମିଡିଆରେ ବେଶ୍‌ପସନ୍ଦ କରାଯାଉଛି ।

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ବାଲେଶ୍ୱରରୁ ମାନସ କୁମାର ଦତ୍ତଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ଜଗତସିଂହପୁରର ତିର୍ତ୍ତୋଲରୁ ରାଜ କିଶୋର ବେହେରାଙ୍କୁ ଦଳ ପ୍ରାର୍ଥୀ କରିଛି । ଏନେଇ କେନ୍ଦ୍ର ବିଜେପି ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି । ମାନସ କୁମାର ଦତ୍ତ ହେଉଛନ୍ତି ପୂର୍ବତନ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ।

ବିଜେପିର କେନ୍ଦ୍ରୀୟ କମିଟି ପକ୍ଷରୁ ଓଡ଼ିଶା ସମେତ ଛତିଶଗଡ଼, ଗୁଜରାଟ, ମଣିପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଏହିପରି ମୋଟ ୧୬ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ୧୬ ଜଣଙ୍କ ମଧ୍ୟରେ ଛତିଶଗଡ଼ର ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ଗୁଜରାଟର ୭, ଝାଡ଼ଖଣ୍ଡର ୨, ମଣିପୁରର ୪ ଜଣ ପ୍ରାର୍ଥୀ ରହିଛନ୍ତି ।

କ୍ୟାପଟେନସିପ୍‌ରେ ନିଜର ଦମ ଦେଖାଇବେ ରୋହିତ ଏବଂ ଶ୍ରେୟସ, ହେବ କଡ଼ା ମୁକାବିଲା

ଦୁବାଇ: ପ୍ରତିଦିନ ଆଇପିଏଲ୍‌ ମ୍ୟାଚରେ ଚାଲିଛି କଡ଼ା ଟକ୍କରର ମୁକାବିଲା । କରୋନା କଟକଣାରେ ଦୁବାଇରେ ବର୍ଷୁଛି ଛକା ଚଉକାର । ରବିବାର ଦିନ ଆଇପିଏଲର ୨୭ ତମ ମ୍ୟାଚ୍‌ ହେବାକୁ ଯାଉଛି । ଏହି ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ (ଡିସି) ଏବଂ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଦଳ ମଧ୍ୟରେ ହେବାକୁ ଯାଉଛି । ଚଳିତ ବର୍ଷ ସିଜିନରେ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରୁଥିବା ଏହି ଦୁଇ ଦଳର ଖେଳାଳିଙ୍କ ଉପରେ ନଜର ରହିବ । ଏହି ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ ମିନିଟରେ ଆବୁଧାବିରେ ଖେଳାଯିବ ।

ଯଦି ଦେଖିବା ତେ ଏହି ଦୁଇଟି ଦଳର ଓପନିଂ ଅର୍ଡର ଏବଂ ମିଡିଲ ଅର୍ଡର ବହୁତ ଷ୍ଟ୍ରଙ୍ଗ ରହିଛି । ଖାଲି ସେତିକି ନୁହେଁ ଦୁଇ ଦଳ ପାଖରେ ମଧ୍ୟ ଭଲ ବୋଲିଂ ଆକ୍ରମଣ ରହିଛି । ୬ ଟି ମ୍ୟାଚରେ ୫ ଟି ମ୍ୟାଚ୍ ଜିତି ଦିଲ୍ଲୀ କ୍ୟାପିଟାଲ ଶୀର୍ଷରେ ଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ସମାନ ସଂଖ୍ୟକ ମ୍ୟାଚରେ ୪ ଟି ବିଜୟ ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି ।

ଆଇପିଏଲ୍ ରେକର୍ଡ ବିଷୟରେ କହିବାକୁ ଗଲେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ ମଧ୍ୟରେ ଏପର୍ଯ୍ୟନ୍ତ ୨୪ ଟି ମ୍ୟାଚ୍ ହୋଇଛି । ଯେଉଁଥିରେ ଉଭୟ ଦଳ ୧୨-୧୨ ଟି ମ୍ୟାଚ୍‌ ଜିତିଛନ୍ତି । ଏହି ଦୁଇଟି ଦଳ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ତାର ବୋଲର ମାନଙ୍କ ପାଇଁ ଦିଲ୍ଲୀ କ୍ୟାପିଟାଲ ଉପରେ ଅଧିକ ପ୍ରଭାବ ପଡ଼ିପାରେ । ଜସପ୍ରୀତ ବୁମରା ଏବଂ ଟ୍ରେଣ୍ଟ ବୋଲ୍ଟଙ୍କର ବର୍ଷ ବର୍ଷର ଅଭିଜ୍ଞତା ଅଛି ଏବଂ ଏହା ନିର୍ଣ୍ଣାୟକ ହୋଇପାରେ ।

ଗାନ୍ଧିଜୀଙ୍କ ଐତିହାସିକ କାଠଯୋଡି ସଭାର, ନିଆରା ବ୍ରୋଞ୍ଜ ପ୍ରତିମୂର୍ତ୍ତି

କଟକ: କଟକ କାଠଗଡା ସାହିରେ ତିଆରି ଚାଲିଛି ଗାନ୍ଧିଜୀଙ୍କ ଐତିହାସିକ କାଠଯୋଡି ସଭାର ନିଆରା ବ୍ରୋଞ୍ଜ ପ୍ରତିମୂର୍ତ୍ତି । ୧୯୨୧ ମସିହାରେ ହୋଇଥିବା ସଭାର ଏକ ଫଟୋକୁ ଆଧାର କରି ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ତିଆରି କରାଯାଉଛି ଏହି ମୂର୍ତ୍ତି । ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୧ ମସିହା ମାର୍ଚ୍ଚ ୨୧ ତାରିଖରେ କାଠଯୋଡି କୂଳରେ ବେଲଭ୍ୟୁ ପାର୍କରେ ଏହି ବ୍ରୋଞ୍ଜ ମୂର୍ତ୍ତି ସ୍ଥାପନ କରାଯିବ ବୋଲି ସ୍ଥିର ହୋଇଛି । ତେବେ କରୋନା ପାଇଁ ଶିଳ୍ପୀଙ୍କ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ସରକାରଙ୍କ ଅଗ୍ରୀମ ସହାୟତାକୁ ଅପେକ୍ଷା କରି ରହିଛନ୍ତି ଶିଳ୍ପୀ ।

୧୯୨୧ ମସିହା ମାର୍ଚ୍ଚ ୨୧ ତାରିଖରେ କଟକ କାଠଯୋଡି ନଦୀ ବାଲିରେ ଜାତିର ପିତା ମହାତ୍ମା ଗାନ୍ଧୀ ଏକ ସଭାରେ ଉଦବୋଧନ ଦେଇଥିଲେ । ଏହି ଫଟୋଟି ଏବେ ସେହି ସଭାର ଏକ ମାତ୍ର ସ୍ମୃତି ରହିଛି ।

ଖୁସିର କଥା ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଏହାକୁ ଜନମାନସକୁ ଆଣିବା ପାଇଁ ଏକ ନିଆରା ପ୍ରୟାସ କରିଛି । ଏହି ଫଟୋର ଅବିକଳ ବିରାଟ ବ୍ରୋଞ୍ଜ ମଡେଲ ତିଆରି କରିବା ପାଇଁ ଜଣାଶୁଣା କାରିଗର ଲକ୍ଷ୍ମୀଧର ରଣାଙ୍କୁ ଦାୟିତ୍ୱ ଦେଇଛି ସଂସ୍କୃତି ବିଭାଗ । ୨୯ ଲକ୍ଷ ଟଙ୍କା ବ୍ୟୟରେ ଏହି ବ୍ରୋଞ୍ଜ ମଡେଲ ଏବେ କଟକ କାଠଗଡା ସାହିରେ ତିଆରି ଚାଲିଛି ।

IOCL ପକ୍ଷରୁ ସିଲ୍‌ ହେଲା ପେଟ୍ରୋଲ ପମ୍ପ

ଭୁବନେଶ୍ୱର: IOCL ପକ୍ଷରୁ ସିଲ୍‌ ହେଲା ଭୁବନେଶ୍ୱର ରାଜଭବନ ପାଖ ପେଟ୍ରୋଲ ପମ୍ପ । ବିସ୍ପୋରଣ ଘଟଣାର ତଦନ୍ତ ଆରମ୍ଭ କରିଛି ଫରେନ୍‌ସିକ୍‌ ଟିମ୍‌ । କ୍ୟାପିଟାଲ ଥାନା ଓ ଫରେନ୍‌ସିକ୍‌ ଟିମ୍ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଛି ।

ଫରେନ୍‌ସିକ୍‌ ଲ୍ୟାବ୍‌ରେ ମିଳିଥିବା ମାଂସ ଟୁକୁଡା ଓ ହାଡ଼ର ଡିଏନ୍‌ଏ ଟେଷ୍ଟ ହେବ ବୋଲି ସୂଚନା ମିଳିଛି । ନିଖୋଜ ସୀମାଞ୍ଚଳଙ୍କ ପରିବାର ଲୋକଙ୍କ ସାମ୍ପୁଲ ଅଣାଯିବ ଏବଂ ମାଂସ ଟୁକୁଡ଼ାର ଡିଏନ୍‌ଏ ଟେଷ୍ଟ କରି ସାମ୍ପୁଲ ମ୍ୟାଚ କରାଯିବ ।

ଖଣ୍ଡ ବିଖଣ୍ଡିତ ମାଂସ ଓ ହାଡ଼ ମଣିଷ ନା ଜୀବଜନ୍ତୁଙ୍କର ତାହା ଜାଣିବାକୁ ପୋଷ୍ଟମର୍ଟମ୍‌ କରାଯାଇଛି । ତେବେ ଏଭଳି ଘଟଣା କେବଳ ଏକ ବଡ଼ ଦାୟିତ୍ୱହୀନତାର ପରିଣାମ । ଅବହେଳା ପାଇଁ ଦାୟୀ କିଏ ତାର ଖୋଳତାଡ କରୁଛି କମିଶନରେଟ୍ ପୋଲିସ । ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

ଅପରପକ୍ଷେ ପେଟ୍ରାଲ ପମ୍ପ ବନ୍ଦ ହେବା ପରେ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ଚିନ୍ତା ବଢିଯାଇଛି । ପଟ୍ରୋଲ ପମ୍ପରେ କାର୍ଯ୍ୟରତ ୩୦ଜଣ କର୍ମଚାରୀଙ୍କୁ ଗତ ୪ମାସର ଦରମା ମିଳିନାହିଁ । ବର୍ତ୍ତମାନ ପରିସ୍ଥିତିରେ କେବେ ପେଟ୍ରାଲ ପମ୍ପ ଖୋଲିବ ତାହା ସ୍ପଷ୍ଟ ହୋଇନଥିବା ବେଳେ ମାଲିକ ଫୋନ୍ ମଧ୍ୟ ଉଠାଉନଥିବା ଅଭିଯୋଗ ହୋଇଛି । ଏନେଇ ପେଟ୍ରୋଲ ପମ୍ପର କର୍ମଚାରୀମାନେ କ୍ୟାପିଟାଲ ଥାନାକୁ ଯାଇ ଅଭିଯୋଗ କରିଛନ୍ତି ।

Flipkart ସେଲରେ Poco X2, Poco M2 Pro, Poco M2 ରେ ମିଳିବ ବଡ଼ ରିହାତି

ନୂଆଦିଲ୍ଲୀ: Poco M2, Poco M2 Pro ଏବଂ Poco X2 ଫୋନ ଉପରେ ଫ୍ଲିପକାର୍ଟର ବିଗ ବିଲିୟନ ଡେଜ ସେଲରେ ଡିସକାଉଣ୍ଟ ମିଳିବ । ଏହି ସେଲ ଅକ୍ଟୋବର ୧୬ରେ ସେଲ ଆରମ୍ଭ ହୋଇ ୨୧ ଅକ୍ଟୋବର ସରୁଛି ।

Poco M2 କଥା କହିବାକୁ ଗଲେ ଫ୍ଲିପକାର୍ଟ ବିଗ ବିଲିୟନ ଡେଜ ସେଲ ସମୟରେ ଏହାକୁ ୧୦,୪୯୯ ଟଙ୍କାରେ ପ୍ରାରମ୍ଭିକ ମୂଲ୍ୟରେ ବିକ୍ରି କରାଯିବ । ଅର୍ଥାତ ଏହା ଉପରେ ୫୦୦ ଟଙ୍କାର ରିହାତି ମିଳିବ । ଏହାର 6GB + 64GB ଭେରିଏଣ୍ଟର ଦାମ ୧୦,୯୯୯ ଟଙ୍କା ରହିଛି । ପୋକୋ ଏହି ସମସ୍ତ ସୂଚନା ଟ୍ୱିଟ କରି ଦେଇଛି ।

ସେଲରେ Poco M2 Pro ର ପ୍ରାରମ୍ଭିକ ଦାମ୍ ୧୨,୯୯୯ ଟଙ୍କା ରହିବ । ଅର୍ଥାତ ଏହି ଫୋନର ଉପରେ ୧୦୦୦ ଟଙ୍କାର ରିହାତି ମିଳିବ । ଏହାର ବେସ 4GB + 64 GB ଭେରିଏଣ୍ଟର ବର୍ତ୍ତମାନର ଦାମ ୧୩,୯୯୯ ରହିଛି ।

ସେହିଭଳି ଫ୍ଲିପକାର୍ଟର ବିଗ ବିଲିୟନ ଡେଜରେ Poco X2 ଉପରେ ମଧ୍ୟ ୧୦୦୦ ଟଙ୍କାର ରିହାତି ମିଳୁଛି । ପ୍ରାରମ୍ଭିକ ସମୟରେ ଏହାର ବିକ୍ରି ୧୬,୪୯୯ ଟଙ୍କାରେ କରାଯିବ ।ଏହାର ବେସ୍ 6GB + 64GB ଭାରିଏଣ୍ଟର ବର୍ତ୍ତମାନର ଦାମ ୧୭,୪୯୯ ରହିଛି ।

ଫ୍ଲିପକାର୍ଟରେ SBI କାର୍ଡ ହୋଲଡରଙ୍କୁ ୧୦ ପ୍ରତିଶତ ଇଣ୍ଟରେଷ୍ଟ ଡିସକାଉଣ୍ଟର ମଧ୍ୟ ଲାଭ ମିଳିବ । ଏମିତିରେ ଗ୍ରାହକ ମାନେ ଏହି ଫୋନଗୁଡ଼ିକୁ କମ ଦାମରେ କିଣିପାରିବେ । ଫ୍ଲିପକାର୍ଡ ପ୍ଲସ ୟୁଜର୍ସ ଏହି ଡିଲକୁ ପ୍ରଥମେ ଆକ୍ସେସ କରିପାରିବେ ।

ଦେଶରେ ଆରମ୍ଭ ହେଲା ସ୍ୱାମୀତ୍ୱ ଯୋଜନା, ୬ ରାଜ୍ୟର ୧ ଲକ୍ଷ ଲୋକଙ୍କୁ ଦିଆଗଲା ସମ୍ପତ୍ତି ରେକର୍ଡ

ନୂଆଦିଲ୍ଲୀ: ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ୬ ଟି ରାଜ୍ୟର ୭୬୩ ଟି ଗାଁରେ ପ୍ରପୋର୍ଟି କାର୍ଡ଼ ବଣ୍ଟନ କରିଛନ୍ତି । ସମସ୍ତ ହିତାଧିକାରୀମାନେ ସେମାନଙ୍କର ମାଲିକାନା କାର୍ଡ ଅନଲାଇନରେ ଡାଉନଲୋଡ୍ କରିଛନ୍ତି । ମାଲିକାନା ଯୋଜନା ୬ ଟି ରାଜ୍ୟର ୭୬୩ ଟି ଗାଁର ଲୋକଙ୍କୁ ଉପକୃତ କରିବ । ଏଥିରେ ଉତ୍ତରପ୍ରଦେଶର ୩୪୬ ଟି ଗାଁ, ହରିୟାଣାର ୨୨୧ ଟି, ମହାରାଷ୍ଟ୍ରର ୧୦୦ ଟି, ମଧ୍ୟପ୍ରଦେଶର ୪୪ ଟି, ଉତ୍ତରପ୍ରଦେଶର ୫୦ ଟି ଏବଂ କର୍ଣ୍ଣାଟକର ୨ ଟି ଗାଁ ଅନ୍ତର୍ଭୁକ୍ତ ରହିଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ସ୍ୱାମୀତ୍ୱ ଯୋଜନା ଗାଁରେ ରହୁଥିବା ଆମର ଭାଇ ଓ ଭଉଣୀମାନଙ୍କୁ ଆତ୍ମନିର୍ଭରଶୀଳ କରିବାରେ ବହୁତ ସାହାଯ୍ୟ କରିବ । ସବୁବେଳେ କୁହାଯାଏ ଯେ ଭାରତର ଆତ୍ମା ଗାଁରେ ରହିଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଦେଶର ବିକାଶରେ ଜମି ଏବଂ ଘରର ମାଲିକାନାର ପ୍ରମୁଖ ଭୂମିକା ରହିଛି ବୋଲି ସାରା ବିଶ୍ୱରେ ବଡ ବିଶେଷଜ୍ଞମାନେ କହିଛନ୍ତି । ଯେତେବେଳେ ସମ୍ପତ୍ତିର ରେକର୍ଡ ଏବଂ ଅଧିକାର ମିଳିଲା ପରେ ନାଗରିକଙ୍କ ଉପରେ ଆତ୍ମବିଶ୍ୱାସ ବଢ଼ିଥାଏ । ମୁଁ ଗାଁର ଲୋକଙ୍କୁ ସେମାନଙ୍କ ଭାଗ୍ୟ ଉପରେ ଛାଡି ପାରିବି ନାହିଁ ବୋଲି ସେ କହିଛନ୍ତି।

ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି – ଶୌଚାଳୟ, ବିଦ୍ୟୁତ ସମସ୍ୟା ଗାଁ ମାନଙ୍କରେ ଥିଲା । କାଠ ଚୁଲିରେ ଖାଦ୍ୟ ରାନ୍ଧିବାକୁ ଗାଁର ଲୋକେ ବାଧ୍ୟ ହେଉଥିଲେ । କାରଣ ସେମାନଙ୍କ ପାଖରେ କିଛି ବିକଳ୍ପର ପନ୍ଥା ନଥିଲା । ବହୁ ବର୍ଷ ଧରି କ୍ଷମତାରେ ଥିବା ସରକାର ବହୁତ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହାର ସମାଧାନ କରିନଥିଲେ । କିନ୍ତୁ ମୁଁ ଏହା ଆଉ କରିବାକୁ ଦାବିନାହିଁ ବୋଲି ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବିଶ୍ୱରେ ଏକ ତୃତୀୟାଂଶ ଜନସଂଖ୍ୟାଙ୍କ ପାଖରେ କେବଳ ସେମାନଙ୍କର ସମ୍ପତ୍ତିର ରେକର୍ଡ ଅଛି । ସମଗ୍ର ବିଶ୍ୱରେ ଦୁଇ ତୃତୀୟାଂଶ ଲୋକଙ୍କର ପାଖରେ ଏହା ନାହିଁ । ଏଭଳି ପରିସ୍ଥିତିରେ ଭାରତ ପରି ବିକାଶଶୀଳ ଦେଶ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଲୋକଙ୍କ ସମ୍ପତ୍ତିର ସଠିକ୍ ରେକର୍ଡ ରହିଛି ।

କମୁଛି ସଂକ୍ରମଣ ! ୨୪ ଘଣ୍ଟାରେ ୨୫୪୬ ଆକ୍ରାନ୍ତ, ଜାଣନ୍ତୁ କେଉଁଠୁ କେତେ..

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨ ହଜାର ୫୪୬ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । କ୍ୱାରେଣ୍ଟାଇନରୁ ୧ ହଜାର ୫୦୪ ଓ ଲୋକାଲ୍ କଣ୍ଟାକ୍ଟରେ ଆସି ୧ ହଜାର ୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଗତ କିଛି ଦିନ ହେବ ସଂକ୍ରମଣ ହାର କମିଥିବା ଦେଖାଯାଇଛି ।

ତେବେ ଖୋର୍ଦ୍ଧାରେ ସର୍ବାଧିକ ୪୧୦ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଅନୁଗୁଳରୁ ୨୦୮, ସୁନ୍ଦରଗଡ଼ରୁ ୧୬୧, କଟକରୁ ୧୩୪, ମୟୂରଭଞ୍ଜରୁ ୧୨୦, ବାଲେଶ୍ୱରରୁ ୧୦୩, ବରଗଡ଼ରୁ ୯୨, ଯାଜପୁରରୁ ୯୦, ନୂଆପଡାରୁ ୮୮, ଜଗତସିଂହପୁରରୁ ୮୬, ବଲାଙ୍ଗିରରୁ ୮୫, ସମ୍ବଲପୁରରୁ ୮୪, କଳାହାଣ୍ଡି ଓ କେନ୍ଦ୍ରାପଡାରୁ ୭୫ଜଣ ଲେଖାଏଁ, କୋରାପୁଟରୁ ୭୨, ପୁରୀରୁ ୭୦, ନବରଙ୍ଗପୁରରୁ ୬୦, ଝାରସୁଗୁଡାରୁ ୫୭, କେନ୍ଦୁଝରରୁ ୪୩, ବୌଦ୍ଧରୁ ୩୭, ଭଦ୍ରକ ଓ ଗଞ୍ଜାମରୁ ୩୪ଜଣ ଲେଖାଏଁ, ମାଲକାନଗିରିରୁ ୨୭, ରାୟଗଡା଼ରୁ ୨୧, ଦେବଗଡ଼ରୁ ୧୪, ଗଜପତିରୁ ୧୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ତେବେ କରୋନାରେ ରାଜ୍ୟରେ ଆଉ ୧୬ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧ ହଜାର ୨୨ରେ ପହଞ୍ଚିଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୫୨ ହଜାର ୨୩୯ରେ ପହଞ୍ଚିଛି । ଆକ୍ଟିଭ କେସ୍ ୨୬ ହଜାର ୮୯୧ ଥିବାବେଳେ ସୁସ୍ଥ ହେଲେଣି ୨ଲକ୍ଷ ୨୪ହଜାର ୨୭୩ଜଣ ।