IOCL ପକ୍ଷରୁ ସିଲ୍‌ ହେଲା ପେଟ୍ରୋଲ ପମ୍ପ

1 min read

ଭୁବନେଶ୍ୱର: IOCL ପକ୍ଷରୁ ସିଲ୍‌ ହେଲା ଭୁବନେଶ୍ୱର ରାଜଭବନ ପାଖ ପେଟ୍ରୋଲ ପମ୍ପ । ବିସ୍ପୋରଣ ଘଟଣାର ତଦନ୍ତ ଆରମ୍ଭ କରିଛି ଫରେନ୍‌ସିକ୍‌ ଟିମ୍‌ । କ୍ୟାପିଟାଲ ଥାନା ଓ ଫରେନ୍‌ସିକ୍‌ ଟିମ୍ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଛି ।

ଫରେନ୍‌ସିକ୍‌ ଲ୍ୟାବ୍‌ରେ ମିଳିଥିବା ମାଂସ ଟୁକୁଡା ଓ ହାଡ଼ର ଡିଏନ୍‌ଏ ଟେଷ୍ଟ ହେବ ବୋଲି ସୂଚନା ମିଳିଛି । ନିଖୋଜ ସୀମାଞ୍ଚଳଙ୍କ ପରିବାର ଲୋକଙ୍କ ସାମ୍ପୁଲ ଅଣାଯିବ ଏବଂ ମାଂସ ଟୁକୁଡ଼ାର ଡିଏନ୍‌ଏ ଟେଷ୍ଟ କରି ସାମ୍ପୁଲ ମ୍ୟାଚ କରାଯିବ ।

ଖଣ୍ଡ ବିଖଣ୍ଡିତ ମାଂସ ଓ ହାଡ଼ ମଣିଷ ନା ଜୀବଜନ୍ତୁଙ୍କର ତାହା ଜାଣିବାକୁ ପୋଷ୍ଟମର୍ଟମ୍‌ କରାଯାଇଛି । ତେବେ ଏଭଳି ଘଟଣା କେବଳ ଏକ ବଡ଼ ଦାୟିତ୍ୱହୀନତାର ପରିଣାମ । ଅବହେଳା ପାଇଁ ଦାୟୀ କିଏ ତାର ଖୋଳତାଡ କରୁଛି କମିଶନରେଟ୍ ପୋଲିସ । ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

ଅପରପକ୍ଷେ ପେଟ୍ରାଲ ପମ୍ପ ବନ୍ଦ ହେବା ପରେ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ଚିନ୍ତା ବଢିଯାଇଛି । ପଟ୍ରୋଲ ପମ୍ପରେ କାର୍ଯ୍ୟରତ ୩୦ଜଣ କର୍ମଚାରୀଙ୍କୁ ଗତ ୪ମାସର ଦରମା ମିଳିନାହିଁ । ବର୍ତ୍ତମାନ ପରିସ୍ଥିତିରେ କେବେ ପେଟ୍ରାଲ ପମ୍ପ ଖୋଲିବ ତାହା ସ୍ପଷ୍ଟ ହୋଇନଥିବା ବେଳେ ମାଲିକ ଫୋନ୍ ମଧ୍ୟ ଉଠାଉନଥିବା ଅଭିଯୋଗ ହୋଇଛି । ଏନେଇ ପେଟ୍ରୋଲ ପମ୍ପର କର୍ମଚାରୀମାନେ କ୍ୟାପିଟାଲ ଥାନାକୁ ଯାଇ ଅଭିଯୋଗ କରିଛନ୍ତି ।

Leave a Reply