ଏଭଳି ଏକ ଦ୍ୱୀପ, ଯେଉଁଠାରେ ସମସ୍ତଙ୍କ ଆଖି ନୀଳ

 ଇଣ୍ଡୋନେସିଆ:  ଆଖିର ରଙ୍ଗ ସମସ୍ତଙ୍କର ସମାନ ନୁହେଁ । କାହାର କଳା ତ କାହାର ମାଟିଆ ଆଉ କାହାର ନୀଳ । ଯଦିଓ କଳା ଏବଂ ମାଟିଆ ରଙ୍ଗର ଆଖି ଅଧିକାଂଶଙ୍କର ହୋଇଥାଏ ତଥାପି ନୀଳ ରଙ୍ଗର ଆଖି ଖୁବ କମ ଦେଖିବାକୁ ମିଳେ । ଏଇ ଯେମିତି ନୀଳ ନୟନା ଔଶ୍ୱର୍ଯ୍ୟା ରୟ । ଯଦି ନୀଳ ଆଖିର ଉଦାହରଣ ଦେବାକୁ ପଡ଼େ ତେବେ ସାମ୍ନାକୁ ଆସେ ଐଶ୍ୱର୍ଯ୍ୟାଙ୍କ ଚେହେରା । କିନ୍ତୁ ନିକଟରେ ଏଭଳି କିଛି ଫଟୋ ସାମ୍ନାକୁ ଆସିଛି ଯାହା ଖୁବ ଆଶ୍ଚର୍ଯ୍ୟକର । ଜଣେ ନୁହେଁ କି ଦୁଇଜଣ ନୁହେଁ ବରଂ ଇଣ୍ଡୋନେସିଆର ଏକ ଜନଜାତିର ସମସ୍ତ ବ୍ୟକ୍ତି ବିଶେଷଙ୍କ ଆଖିର ରଙ୍ଗ ନୀଳ ହୋଇଥିବା ନଜର ଆସିଛି ।

ଇଣ୍ଡୋନେସିଆରେ ଆଜି ମଧ୍ୟ ବିଭିନ୍ନ ଜନଜାତିର ଲୋକଙ୍କୁ ଦେଖିବାକୁ ମିଳେ । ଏଠାରେ ରହିଛି ପ୍ରାୟ ୧୭ ହଜାର ଆଇଲ୍ୟାଣ୍ଡ । ନିକଟରେ ଏହି ଜନଜାତିର କିଛି ଫଟୋକୁ ନିଜ କ୍ୟାମେରାରେ କଏଦ କରିଛନ୍ତି ଜଣେ ଭୂତତ୍ତ୍ୱବିତ୍‌ । ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ତାହା ହେଉଛି ଏଠାକର ଲୋକଙ୍କ ଆଖି । ଏଠାରେ ଥିବା ସମସ୍ତ ଲୋକଙ୍କ ଆଖିର ରଙ୍ଗ ନୀଳ । ଏହି ଆଇଲ୍ୟାଣ୍ଡ ବଟନ ନାମରେ ପରିଚିତ । ଏକ ଆନୁବଂଶିକ ସ୍ଥିତି ଯୋଗୁଁ ଏମାନଙ୍କର ଆଖିର ରଙ୍ଗ ଏହିଭଳି । କୋଚନଇ ପଶରିବୁ ଯଦିଓ ପେଶାରେ ଜଣେ ଭୂବିଜ୍ଞାନୀ କିନ୍ତୁ ଫଟୋଗ୍ରାଫି ତାଙ୍କର ଏକ ସଉକ । ତେବେ ଉକ୍ତ ଜନଜାତିର ଆଖିର ରଙ୍ଗ ନୀଳ ହେବାକୁ ଓ୍ୱାଡ଼ିନବର୍ଗ ସିଣ୍ଡ୍ରୋମ କୁହନ୍ତି । ଏହା ଜେନେଟିକ ଏବଂ ପ୍ରାୟ ୪୨ ହଜାରରେ ଜଣଙ୍କ ଠାରେ ଏହା ଦେଖାଯାଏ । ଏହି ସିଣ୍ଡ୍ରୋମ ଅଧିକତର ଆଖିରେ ଦେଖାଯାଏ, ଯେଉଁ କାରଣରୁ ଆଖିର ରଙ୍ଗ ନୀଳ ହୋଇଯାଏ । କେବେ କେବେ ଗୋଟିଏ ଆଖି ନୀଳ ହୋଇଥିବା ବେଳେ ଅନ୍ୟ ଆଖିର ରଙ୍ଗ ଭିନ୍ନ ନଜର ଆସିଥାଏ । ଅବଶ୍ୟ ଦୀର୍ଘ ଦିନ ହେବ ଏମାନଙ୍କ ସହିତ ମିଳାମିଶା କରିଥିଲେ ମଧ୍ୟ ଗତ ୧୭ ସେପ୍ଟେମ୍ବର ୨୦୨୦କୁ ଉକ୍ତ ଜନଜାତିର ଫଟୋକୁ କ୍ୟାମେରାରେ କଏଦ କରିଛନ୍ତି ଜିଓଲୋଜିଷ୍ଟ । ତେବେ ଫଟୋ ମାଧ୍ୟମରେ ପର୍ଯ୍ୟାବରଣ ଏବଂ ଜନଜାତିକୁ ନେଇ ବାର୍ତ୍ତା ଦେବାକୁ ଚାହୁଁଛନ୍ତି । ତାଙ୍କର ଏହି ଫଟୋକୁ ସୋସିଅଲ ମିଡିଆରେ ବେଶ୍‌ପସନ୍ଦ କରାଯାଉଛି ।

Leave a Reply