spot_img
Home Blog Page 6309

ବାକି ଟଙ୍କା ପାଇଁ ବନ୍ଧା ପଡିଲା ମୃତ ଦେହ, ପୋଲିସର ହସ୍ତକ୍ଷେପ ପରେ ଛାଡିଲା ହସ୍ପିଟାଲ

ଭୁବନେଶ୍ୱର: ଘରୋଇ ହସ୍ପିଟାଲର ମନମାନି । ବକେୟା ଟଙ୍କା ପାଇଁ ରୋଗୀ ମୃତ୍ୟୁ ପରେ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କଲେନି ହସପିଟାଲ କର୍ତ୍ତୃପକ୍ଷ । ଏପରି ସାଂଘାତିକ ଅଭିଯୋଗ ଆସିଛି ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଉତ୍କଳ ହସ୍ପିଟାଲ ବିରୋଧରେ । ଶେଷରେ କମିଶନରେଟ୍ ପୋଲିସ୍ ଓ ବିଏମସିର ହସ୍ତକ୍ଷେପ ପରେ ମୃତଦେହ ନେଇ ସତ୍ୟନଗରରେ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ପରିବାର ଲୋକେ ।

ଦୁଇ ଲକ୍ଷ ଟଙ୍କା ପାଇଁ ବନ୍ଧା ପଡିଲା ଶବ । ୧୦ ଦିନରେ ମେଡିକାଲ ବିଲ ୭ ଲକ୍ଷ ଟଙ୍କା । ପୋଲିସର ହସ୍ତକ୍ଷେପ ପରେ ମିଳିଲା ମୃତଦେହ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଉତ୍କଳ ହସପିଟାଲ ବିରୋଧରେ ଆସିଛି ଏମିତି ସାଙ୍ଘାତିକ ଅଭିଯୋଗ । ବାଲେଶ୍ୱରର ୪୩ ବର୍ଷୀୟ ଲଲାଟେନ୍ଦୁ ଜେନାଙ୍କ ଗୋଡ଼ରେ ଯନ୍ତ୍ରଣା ଓ ଅର୍ଗାନ ଫେଲ୍ୟୁଅର ଯୋଗୁଁ ନଭେମ୍ବର ୧୯ ତାରିଖରେ ଉତ୍କଳ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଡମିଟ ବେଳେ କୋଭିଡ ନେଗେଟିଭ ଆସିଥିଲା । କିନ୍ତୁ ୧୦ ଦିନ ରହିବା ଆସିଲା ପଜିଟିଭ ।

ଶେଷରେ ଚିକିତ୍ସାଧିନ ଅବସ୍ଥାରେ ୧ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଗଲା । କିନ୍ତୁ ଏହାରି ଭିତରେ ବିଲ ପାଖାପାଖି ୭ ଲକ୍ଷ ଟଙ୍କା ହୋଇଥିଲା । ତେବେ ଇନ୍ସ୍ୟୁରାନ୍ସ ଓ ନଗଦ ଟଙ୍କାକୁ ମିଶାଇ ୪ ଲକ୍ଷ ୯୦ ହଜାର ଟଙ୍କା ପୈଠ କରାଯାଇଥିଲେ ସୁଦ୍ଧା ବାକି ଟଙ୍କା ନଦେବାରୁ ମୃତଦେହ ଛାଡି ନଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଶେଷରେ କମିଶନରେଟ ପୋଲିସ ଓ ବିଏମସିର ହସ୍ତକ୍ଷେପ ପରେ ମୃତଦେହ ଆଣି ସତ୍ୟନଗରରେ ଶେଷକୃତ୍ୟ କରିଛନ୍ତି ପରିବାର ଲୋକେ ।

ସେପଟେ ଅଭିଯୋଗକୁ କିନ୍ତୁ ଖଣ୍ଡନ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । କରୋନାରେ ମୃତ୍ୟୁ ହୋଇଥିବା କାରଣରୁ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ମୃତଦେହ ହସ୍ତାନ୍ତର କରାଯାଇଥିବା ହସ୍ପିଟାଲ କହିଛି । ମୃତ୍ୟୁ ହେବା ଦିନରୁ BMCକୁ ଜଣାଯାଇଥିଲେ ମଧ୍ୟ ସେମାନେ ବିଳମ୍ବରେ ମୃତଦେହ ନେଇଥିବା କହିଛନ୍ତି ହସ୍ପିଟାଲ ସିଇଓ । ଘରୋଇ ହସ୍ପିଟାଲରେ ଲୋକଙ୍କୁ ଏପରି ଶୋଷଣ କରୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି । ତେଣୁ ଘଟଣାର ତଦନ୍ତ କରି ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠିଛି ।

ଫ୍ରାନ୍ସରେ ବିଜୟ ମାଲ୍ୟା ଉପରେ EDର ବଡ଼ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧୪.୩୪ କୋଟି ଟଙ୍କାର ସମ୍ପତ୍ତି

ନୂଆଦିଲ୍ଲୀ: Kingfishers Airlines Limited ର ମାଲିକ ଏବଂ ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଶୁକ୍ରବାର ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ୧.୬ ମିଲିୟନ ୟୁରୋର ସମ୍ପତି ଜବତ କରିଛି ଇଡି । ବିଜୟ ମାଲ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଇଡି ନିଜ ଅଧିକାରୀ ଟ୍ୱିଟର ହାଣ୍ଡେଲରେ ଟ୍ୱିଟ କରି ଲେଖିଛି ଯେ,  ‘ଫ୍ରାନ୍ସ କର୍ତ୍ତୃପକ୍ଷ ଇଡିଙ୍କ ଅନୁରୋଧ କ୍ରମେ ବିଜୟ ମାଲ୍ୟାଙ୍କ ୩୨ ଏଭେନ୍ୟୁ ଫୋଚ (ଫ୍ରାନ୍ସ)ର ସମ୍ପତ୍ତି ଜବତ କରିଛି ।’

ଫ୍ରାନ୍ସରେ ଜବତ କରାଯାଇଥିବା ସମ୍ପତିର ଆନୁମାନିକ ମୂଲ୍ୟ ପ୍ରାୟ ୧.୬ ମିଲିୟନ ୟୁରୋ ( ପ୍ରାୟ ୧୪.୩୪ କୋଟି ଟଙ୍କା ) ଆକଳନ କରାଯାଇଛି । କିଙ୍ଗ ଫିସର ଏୟାରଲାଇନ୍ସ ଲିମିଟେଡର ବ୍ୟାଙ୍କ ଖାତାରେ ବଡ଼ ରକମର ବିଦେଶୀ ଟଙ୍କା ଥିବା ତଦନ୍ତ ସମୟରେ ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟା ୯ ହଜାର କୋଟି ଟଙ୍କାରୁ ଅଧିକ ବ୍ୟାଙ୍କ ଋଣ ଠକେଇ ମାମଲାରେ ଅଭିଯୁକ୍ତ ଅଟନ୍ତି । ବର୍ତ୍ତମାନ ସେ ବ୍ରିଟେନରେ ଅଛନ୍ତି । ମାଲ୍ୟାଙ୍କ ପ୍ରତ୍ୟାର୍ପଣ ପାଇଁ ଭାରତ କିଛି ମାସ ପୂର୍ବରୁ ବ୍ରିଟେନ ସରକାରଙ୍କୁ ଅନୁରୋଧ କରିଥିଲା । ତେବେ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣକୁ ନେଇ ବ୍ରିଟେନ ସରକାର ସହ ଯୋଗାଯୋଗ ବଜାର ରହିଛି ବୋଲି ଭାରତ ସରକାର ସ୍ପଷ୍ଟ କରିଛି ।

୧୦ ଦିନରେ ୧୦ ଥର ବଢ଼ିଲାଣି ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର: ସବୁଠି ପେଟ୍ରୋଲ ଦରରେ ଲାଗିଛି ନିଆଁ । କିଛି ଦିନ ହେଲା ସାରା ଦେଶରେ ତେଲ ଦର କମିବାର ନାଁ ଧରୁନାହିଁ । ଗତ ୧୦ ଦିନରେ ୧୦ ଥର ବଢ଼ିଲାଣି ଦର । ଆଜି ଭୁବନେଶ୍ୱରରେ ପ୍ଲେନ୍ ପେଟ୍ରୋଲ ଲିଟର ପିଛା ୮୩ ଟଙ୍କା ୪୯ ପଇସା ଥିବା ବେଳେ ସ୍ପିଡ୍ ପେଟ୍ରୋଲର ଦାମ ରହିଛି ୮୬ ଟଙ୍କା ୪୯ ପଇସା । ସେହିପରି ଡିଜେଲର ଦାମ ୭୯ ଟଙ୍କା ୬୦ ପଇସା ରହିଛି ।

Petrol And Diesel Price Increased 10 Time With in 10 Days In City  

ଗତ ୨ ବର୍ଷରେ ତେଲ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ସିପିଆଇ । ମହାମାରୀ କାଳରେ ଲୋକ ୨ ବେଳା ଦୁଇ ମୁଠା ଖାଇବାକୁ ପାଉନଥିବା ବେଳେ ତେଲ ଓ ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ବିରୋଧ କରିଛି ସିପିଆଇ । ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ଦର ବୃଦ୍ଧି ଯୋଗୁଁ ଦେଶରେ ତେଲ ଦର ବଢ଼ି ଚାଲିଛି ।

Petrol And Diesel Price Increased 10 Time With in 10 Days In City  

ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ୪୭.୪୪ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୪୭.୪୧ ଡଲାରକୁ ବଢିଛି । ଏହା ଫଳରେ ଅନ୍ତର୍ଜାତୀୟ ବଜାରରେ ତେଲ ଦର ବଢ଼ି ଚାଲିଥିବା କହିଛନ୍ତି ଅଲ୍ ଓଡିଶା ପେଟ୍ରୋଲ ପମ୍ପ ଡିଲର ଆସୋସିଏସନ ସାଧାରଣ ସମ୍ପାଦକ । ଅଶୋଧିତ ତୈଳ ଦର ବୃଦ୍ଧି କମିବାରେ ନାଁ ଧରୁନଥିବା ବେଳେ ସରକାର ଟିକସ କମାଇଲେ ଲୋକେ କିଛି ରିହାତି ପାଇବେ ବୋଲି ମତ ପ୍ରକାଶ ପାଇଛି ।

ଓଡ଼ିଶାକୁ ପଶି ଆସୁଛି ଆନ୍ଧ୍ର, କୋରାପୁଟ ପରେ ଗଜପତିରେ ଦାଦାଗିରି

ପାରଳାଖେମୁଣ୍ଡି: କୋରାପୁଟ ପରେ ଗଜପତି ଜିଲ୍ଲାରେ ଆନ୍ଧ୍ର-ଓଡ଼ିଶା ସୀମା ବିବାଦ । ସୀମାନ୍ତ ପାତ୍‌ପାଟନମ୍‌ ମ‌ଣ୍ଡଳର ଏଏସ୍‌ କାଭିଟି ନିକଟରେ ୧୨ ଏକରରୁ ଅଧିକ ଜମିକୁ ନିଜର ବୋଲି ଦାବି କରୁଛନ୍ତି ଆନ୍ଧ୍ରଚାଷୀ । ବିଡ଼ମ୍ବନା ବିଷୟ, ଓଡ଼ିଶା ଲୋକଙ୍କୁ ରାଜ୍ୟ ସରକାର ଜମିପଟ୍ଟା ଦେଇଥିବା ବେଳେ ଆନ୍ଧ୍ର ଲୋକ ବି ଜମିପଟ୍ଟା ଦେଖାଇ ଦାଦାଗିରି କରୁଛନ୍ତି । ସେମାନଙ୍କୁ ଆନ୍ଧ୍ର ସରକାର ସାଥ୍ ଦେଉଛି । ଏହା ଆଜିର ନୁହେଁ, ଦୀର୍ଘବର୍ଷର ବିବାଦ । ଓଡ଼ିଶା ପ୍ରଶାସନର ବିଭିନ୍ନ ସ୍ତରରେ ବାରମ୍ବାର ଅଭିଯୋଗ ପରେ ବିବାଦର ସମାଧାନ ହୋଇପାରୁନାହିଁ ।

Alleged Encroachment At Gajapati By Andhra Pradesh

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ପ୍ରସ୍ତୁତ ମାନଚିତ୍ରକୁ ଆଧାର କରି ପାତ୍‌ପାଟନମ୍‌ ଅଞ୍ଚଳର ୧୨ ଏକର ଜମି ୧୨ ଜଣ ଭୂମିହୀନ ଚାଷୀଙ୍କୁ ରାଜ୍ୟ ସରକାର ପଟ୍ଟା ସହ ଦେଇଥିଲେ । ଜମିର ପଟ୍ଟା, ପାଉତି ଆଦି ଓଡ଼ିଶା ଚାଷୀଙ୍କ ପାଖରେ ଥିବା ବେଳେ ସମାନ ଭାବରେ ଆନ୍ଧ୍ର ଚାଷୀଙ୍କ ନିକଟରେ ମଧ୍ୟ ଏସବୁ ଦସ୍ତାବିଜ୍‌ ରହିଛି । ଫଳରେ ଲାଗି ରହିଛି ବିବାଦ । ଏବେ ଏ ଜମିକୁ ଆନ୍ଧ୍ର ସରକାରଙ୍କ ସହଯୋଗରେ ଆନ୍ଧ୍ରର ଚାଷୀ ନିଜର ବୋଲି ଦାବି କରୁଛନ୍ତି । ଏ ବିବାଦ ଉଗ୍ରରୂପ ନେବାରେ ଲାଗିଛି ।

Alleged Encroachment At Gajapati By Andhra Pradesh

ଆଜି ଆନ୍ଧ୍ର ରାଜସ୍ୱ ବିଭାଗର ଅଧିକାରୀ ଓ କିଛି ଚାଷୀ ବିବାଦୀୟ ଜମିରେ ଏକତ୍ରିତ ହୋଇ ଏହି ଜମି ଆମର, ଆମର ହକ୍‌ କୌଣସି ମତେ ଛାଡିବୁ ନାହିଁ, ଏଥିରେ କେହି ହସ୍ତକ୍ଷେପ କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଧମକ ଦେଇଛନ୍ତି । ଫଳରେ ସ୍ଥିତି ଅଧିକ ବିଗିଡ଼ିବାର ଆଶଙ୍କା ରହିଛି । ଓଡ଼ିଶା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ଏହି ଜମି ଆନ୍ଧ୍ରକୁ ଚାଲିଯିବ ।

ସ୍ୱପ୍ନକୁ ଭାବିଲେ ସତ, କବର ତଳୁ କାଢିଲେ ଶିଶୁର ମୃତ ଦେହ

ଝାରସୁଗୁଡ଼ା: ଆଧୁନିକତାର ଆକାଶକୁ ମାଡିଆସିଛି ଅନ୍ଧବିଶ୍ୱାସର ଅନ୍ଧାର । ସମାଜ ଶିକ୍ଷିତ ହେଉଛି କିନ୍ତୁ ମଣିଷ ନୁହେଁ । କେଉଁଠି ଝଡା ଫୁଙ୍କାର ଗଳି ଭିତରେ ମଣିଷ ହଜି ଯାଉଛି ତ, ଆଉ କେଉଁଠି ସ୍ବପ୍ନକୁ ସତ ବୋଲି ଭାବି ଅଡି ବସୁଛି । କିନ୍ତୁ ଏହାରି ଭିତରେ ସାମ୍ନାକୁ ଆସିଥିବା ଏକ ଦୃଶ୍ୟ ଯେତିକି ହୃଦୟବିଦାରକ, ସେତିକି ଦୁଃଖଦ ମଧ୍ୟ । ସ୍ୱପ୍ନକୁ ସତ ଭାବି ମୃତ ଶିଶୁକୁ ଶେଷରେ କବର ତଳୁ କାଢି କୋଳରେ ଧରିଲା ମାଆ । କେମିତି ବା ହବନି ଯେ । ସେ ପରା ମାଆ । ୧୦ ମାସର ଦୁଃଖ, ଯନ୍ତ୍ରଣା ପୁଣି କଷ୍ଟକୁ ସହ୍ୟ କରି ଦୁନିଆ ଦେଖାଇଥିବା ମଣିଷ ଟେ କେମିତି ବା ବିଶ୍ବାସ କରିପାରିବ । ତା ପିଲା ସବୁ ଦିନ ପାଇଁ ଶୋଇପଡିଛି ବୋଲି । ହଁ ଆଜ୍ଞା, ଏମିତି ଏକ ଘଟଣା ଘଟିଛି ଝାରସୁଗୁଡାରେ ।

ସ୍ୱପ୍ନାଦେଶର ଚମତ୍କାରିତାରେ ବଶୀଭୂତ ହୋଇ ଜୀବନ-ମୃତ୍ୟୁର ସତ ଜାଣିପାରିଲେନି ମହିଳା ଜଣକ । ଝାରସୁଗୁଡ଼ା କବରାସ୍ତାନପଡ଼ାର ଘଟିଛି ଏଭଳି ଅଭାବନୀୟ ଘଟଣା । ଡିସେମ୍ବର ୧ ତାରିଖରେ ମହିଳା ଜଣଙ୍କର 4 ମାସର ଶିଶୁଟି ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଇଥିଲା । ମୃତ୍ୟୁ ପରେ ସ୍ଥାନୀୟ ଶ୍ମଶାନରେ ଶିଶୁର ଶେଷକୃତ୍ୟ ବି ସରିଥିଲା । ମାତ୍ର ମହିଳାଙ୍କୁ ସ୍ବପ୍ନାଦେଶ ହୋଇଥିଲା ଯେ, ଶିଶୁଟି କବର ତଳେ ଜୀବିତ ଅଛି ।ଏହାକୁ ସତ ଭାବି ପରିବାର ଲୋକେ ମାଟି ତଳୁ ଶିଶୁର ମୃତଦେହକୁ କାଢିଥିଲେ । ଆଉ ମୃତ ଶିଶୁ ଜୀବିତ ଥିବା ଭାବି କୋଳରେ ଧରି ବସିରହିଥିଲେ ମହିଳା ଜଣଙ୍କ ।

ଏ ନେଇ ଘଟଣା ପ୍ରଘଟ ପରେ ଲୋକଙ୍କ ଭିଡ ମଧ୍ୟ ଘଟଣାସ୍ଥଲରେ ଜମିଥିଲା । ଶେଷରେ ପୋଲିସ ପହଞ୍ଚିଥିଲା । ପରେ ମାଆ ଓ ମୃତ ଶିଶୁଙ୍କୁ ନେଇ ପୁନର୍ବାର ମେଡିକାଲ ନେଇଥିଲା । କିନ୍ତୁ ଡାକ୍ତର ଶିଶୁକୁ ପୁନର୍ବାର ମୃତ ଘୋଷଣା କରିଥିଲେ । ହେଲେ ଏବେବି ମୃତ୍ୟୁକୁ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକ । ସେପଟେ ଆଧୁନିକତା ଦୁନିଆରେ ସ୍ୱପ୍ନାଦେଶକୁ ସତ ଭାବି ଏଭଳି ଅଭାବନୀୟ ଘଟଣା ଘଟିବା, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ପାଲଟିଛି ।

ଦେଶର ସବୁଠୁ ଧନୀ ମହିଳା ରୋଶନୀ ନାଡାର ! ଜାଣନ୍ତୁ କେତେ କୋଟି ଟଙ୍କାର ମାଲିକାଣୀ

ନୂଆଦିଲ୍ଲୀ: କୋଟକ ୱେଲ୍ଥ ଏବଂ ହୁରୁନ ଇଣ୍ଡିଆ ପକ୍ଷରୁ ୨୦୨୦ ମିସିହାର ଦେଶର ସବୁଠୁ ଧନୀ ମହିଳାଙ୍କ ତାଲିକା ଜାରି କରାଯାଇଛି । ଏହି ତାଲିକାରେ ସବୁଠୁ ଆଗରେ ଅଛନ୍ତି ରୋଶନୀ ନାଡାର ମଲହୋତ୍ରା । HCL Technologiesର ଚେୟାରମ୍ୟାନ ରୋଶନୀଙ୍କ ପାଖରେ ପ୍ରାୟ ୫୪,୮୫୦ କୋଟି ଟଙ୍କାର ସମ୍ପତି ରହିଛି । ୩୮ ବର୍ଷିୟ ରୋଶନୀଙ୍କୁ ଗତବର୍ଷ ଫୋବର୍ସ ପକ୍ଷରୁ ବିଶ୍ୱର ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ୫୪ତମ ସ୍ଥାନ ମିଳିଥିଲା ।

ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବାୟୋକୋନକ ଫାଉଣ୍ଡର ଏବଂ ମ୍ୟାନେଜିଂ ଡାଇରେକ୍ଟର କିରଣ ମଜୁମଦାର ଶା । ତାଙ୍କ ପାଖରେ ପ୍ରାୟ ୩୬୬୦୦ କୋଟି ଟଙ୍କାର ସମ୍ପତି ରହିଛି । ଏହାପରେ ତୃତୀୟ ସ୍ଥାନରେ ଅଛନ୍ତି ଲୀନା ଗାନ୍ଧି ଯିଏ କି ଏକ ଫାର୍ମା କମ୍ପାନୀ USV ର ମାଲିକାଣୀ ଅଟନ୍ତି । ତାଙ୍କ ମୋଟ ସମ୍ପତି ୨୧୩୪୦ କୋଟି ଟଙ୍କା ଅଟେ ।

ତେବେ ଆଇଟି କମ୍ପାନୀ HCLର ଫାଉଣ୍ଡର ଶିବ ନାଡାରଙ୍କ ଝିଅ ରୋଶନୀ ନାଡାର ଦିଲ୍ଲୀରେ ହିଁ ବଡ଼ ହୋଇଥିଲେ । ଦିଲ୍ଲୀର ବସନ୍ତ ବୋଲୀ ସ୍କୁଲରୁ ନିଜ ସ୍କୁଲିଂ ସାରିବା ପରେ ରୋଶନୀ ନର୍ଥ ୱେଷ୍ଟର୍ଣ୍ଣ ୟୁନିଭର୍ସିଟିରୁ ଗ୍ରାଜୁଏସନ କରିଥିଲେ । ସେଠାରେ ସେ ବିଜିନେସ ଆଡମିନିସଟ୍ରେସନରେ ପୋଷ୍ଟ ଗ୍ରାଜୁଏସନ ମଧ୍ୟ କରିଥିଲେ ।

ସାମ୍ବାଦିକତାରେ ରୁଚୀ ରଖୁଥିବା ରୋଶନୀ ବାପାଙ୍କ ବିଜନେସକୁ ଆଗକୁ ବଢ଼ାଇବା ପରିବର୍ତ୍ତେ ପ୍ରଥମେ ସାମ୍ବାଦିକତା କରିଥିଲେ । ସେ ସିଏନଏନ ଏବଂ ସ୍କାଇ ନ୍ୟୁଜରେ କାମ କରିଥିଲେ । ପରେ ୨୦୦୯ ମସିହାରେ ସେ ଦେଶକୁ ଫେରି ବାପାଙ୍କ କମ୍ପାନୀ ସମ୍ଭାଳିଥିଲେ । ମାତ୍ର ୨୭ ବର୍ଷ ବୟସରେ ରୋଶନୀ କମ୍ପାନୀର ସିଅଓ ହୋଇଥିଲେ । କେବଳ ସେତିକି ନୁହେଁ ଏକ ନାମୀ ଆଇଟି କମ୍ପାନୀକୁ ସମ୍ଭାଳୁଥିବା ଦେଶର ପ୍ରଥମ ମହିଳା ଭାବରେ ଉଭା ହୋଇଥିଲେ ରୋଶନୀ ।

୨୦୧୦ ମସିହାରେ ରୋଶନୀ ନିଜ କମ୍ପାନୀର ହେଲ୍ଥକେୟାର ଚେୟାରମ୍ୟାନ ଶିଖର ମଲହୋତ୍ରାଙ୍କୁ ବିବାହର କରିଥିଲେ । ଏହାପରେ ରୋଶନୀଙ୍କ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲା । ତାଙ୍କ ତତ୍ତ୍ୱାବଧାନରେ HCL ଉନ୍ନତି ପଥରେ ଆଗେଇବାକୁ ଲାଗିଲା । କରୋନା କାଳରେ ଗୋଟେପଟେ କମ୍ପାନୀ ଗୁଡ଼ିକ କ୍ଷତି ସହୁଥିବାବେଳେ HCLର ତ୍ରୈମାସିକ ଲାଭ ୩୧.୭ ପ୍ରତିଶତରୁ ବୃଦ୍ଧି ପାଇ ୨,୯୨୫ କୋଟି ଟଙ୍କାରେ ପହଁଞ୍ଚିଥିଲା ।

ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ, ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନେକ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲା ମହାନଗର ନିଗମର ୪ଟି ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ର, ୨୨ଟି ମିଶନ ଶକ୍ତି ଗୃହ ଏବଂ ପାନପୋଷ ଠାରେ ନର୍ମିତ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ କୋଠାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି ନବୀନ ।

CM Naveen Patnaik Inaugurated Different Development Projects For Sundergarh

ଏହି ପ୍ରକଳ୍ପ ଅଧୀନରେ ରାଉରେକଲା ମହାନଗର ନିଗମ, ବୀରମିତ୍ରପୁର ପୈାରପାଳିକା ଓ କୋଇଡ଼ା ବ୍ଲକ ଅଞ୍ଚଳର ପରିମଳକୁ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ୨୪ ପ୍ରକାର ୧୯୦ଟି ଗାଡ଼ି ଏବଂ ଅତ୍ୟାଧୁନିକ ମେସିନ୍ ପ୍ରଦାନ କରାଯିବ । ଏଣିକି ମେସିନ୍ ସହାୟତାରେ ଆବର୍ଜନା ସଂଗ୍ରହ କରାଯିବ । ଏଥିପାଇଁ ଆସନ୍ତା ତିନି ବର୍ଷରେ ୬୭ କୋଟି ୬୪ ଲକ୍ଷ ଟଙ୍କା ବ୍ୟୟବରାଦ କରାଯିବ ।

ଭୋଟର ପରିଚୟପତ୍ରରେ ରହିଛି କି ତ୍ରୁଟି ? ଜାଣନ୍ତୁ କେବେ, କେଉଁଠି କରିବେ ସଂଶୋଧନ

ଭୁବନେଶ୍ୱର: ରାଜ୍ୟରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଚାଲିବ । ନାମ ସଂଶୋଧନ, ନୂଆ ପଞ୍ଜିକରଣ କିମ୍ବା ହଟାଇବା ପାଇଁ ଆବେଦନ କରିପାରିବେ । ଉଭୟ ଅଫଲାଇନ ଓ ଅନଲାଇନରେ ମାଧ୍ୟମରେ ଆବେଦନ କରି ହେବ । ଅନଲାଇନ୍ ପାଇଁ ୱେବସାଇଟ୍ ହେଉଛି www.nvsp.in । ଡିସେମ୍ବର ୧୫ରୁ ଜାନୁଆରୀ ୫ ତାରିଖ ଯାଏଁ ଆବେଦନର ଯାଞ୍ଚ ହେବ । ବିଡିଓ ଓ ତହସିଲଦାର ଏହି ଦାୟିତ୍ୱରେ ରହିବେ ।

Voter Identity Correction Drive Till 15th December

ପ୍ରତି ବୁଥ୍ ସ୍ତରରେ ବିଏଲଓ ସ୍ପଟ ଭେରିଫିକେସନ କରିବେ । ଭୋଟର ହେଲ୍ପ ଲାଇନ୍ ମୋବାଇଲ ଆପ୍ ମାଧ୍ୟମରେ ମଧ୍ୟ ଆବେଦନ କରି ହେବ । ଆସନ୍ତାକାଲି ଠାରୁ ୬ ତାରିଖ ଯାଏଁ ଦୁଇ ଦିନ ଧରି ବିଏଲଓମାନେ ଉପସ୍ଥିତ ରହି ମତଦାନ କେନ୍ଦ୍ରରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବେ । ସେଠାରେ ନାଁ ପଞ୍ଜିକରଣ କିମ୍ବା ସଂଶୋଧନ କରିବାକୁ ଆବେଦନ କରିପାରିବେ ।

Voter Identity Correction Drive Till 15th December

ଯେଉଁ ଭୋଟର ମାନଙ୍କର ମୃତ୍ୟୁ ହୋଇଥିବ ସେମାନଙ୍କ ନାଁ କାଟିବା କିମ୍ବା ଦୁଇଟି ଜାଗାରେ ନାଁ ରହିଛି ସେମାନେ ମଧ୍ୟ ସଂଶୋଧନ ଲାଗି ଆବେଦନ କରିପାରିବେ । ଏହାସହିତ ଯେଉଁମାନଙ୍କ ଭୋଟର ପରିଚୟ ପତ୍ରରେ ନାମଗତ ତ୍ରୁଟି କିମ୍ବା ତାଙ୍କ ଫୋଟ ଅଲଗା ବଦଳାଇବାର ଅଛି ସେମାନେ ମଧ୍ୟ ସଂଶୋଧନ କରି ପାରିବେ । ଏନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ.କେ ଲୋହାନୀ ସୂଚନା ଦେଇଛନ୍ତି ।

ଆଇଏନଏସ ଚିଲିକାରେ ନୌସେନା ଦିବସ

ଭୁବନେଶ୍ୱର: ଆଜି ୪ ଡିସେମ୍ବର ଅର୍ଥାତ ଭାରତୀୟ ନୌସେନା ଦିବସ । ଦେଶର ପ୍ରତିଟି ନୌସେନା କ୍ୟାମ୍ପରେ କରାଯାଉଛି ପାଳନ । ସେହି କ୍ରମରେ ଆଇଏନଏସ ଚିଲିକା ମଧ୍ୟ ନୌସେନା ଦିବସକୁ ଭୁଲିଯାଇନି । ଖୁରଡା ଜିଲ୍ଲାର ଚିଲିକା ହ୍ରଦ କୂଳରେ ଅବସ୍ଥିତ ଭାରତୀୟ ନୌସେନାର ପ୍ରାଥମିକ ତାଲିମ ପ୍ରତିଷ୍ଠାନ । ‘ଭାରତୀୟ ନୌସେନା ଯୁଦ୍ଧ ପ୍ରସ୍ତୁତ ‘ଥିମ୍ ସହିତ ଭାରତୀୟ ନୌସେନା ଦିବସକୁ ସମ୍ମାନର ସହକାରେ ପାଳନ କରିଛି ।

 

ବିଶ୍ୱସନୀୟ ଏବଂ ସମନ୍ୱୟ ସହକାରେ 1971ର ଇଣ୍ଡୋ-ପାକ୍ ଯୁଦ୍ଧରେ ଭାରତ ଉଡାଇଥିଲା ବିଜୟର ଧ୍ବଜା । ଗୌରବମୟ ବିଜୟର 50 ତମ ବାର୍ଷିକୀ ଚଳିତ ଚାଲୁଅଛି ଏବଂ ଏହା ‘ ସ୍ୱର୍ଣ୍ଣ  ବିଜୟ’ ଭାବରେ ଦେଶବ୍ୟାପୀ ପାଳନ କରାଯାଉଛି । ସୀମାରେ ସର୍ବୋଚ୍ଚ ବଳିଦାନ ଦେଇଥିବା ନାଭାଲ୍ ୱାରିୟର୍ସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କମୋଡୋର ରିତୁରାଜ ସାହୁ, ନୌସେନା ଅଧିକାରୀ-ଇନ୍-ଚାର୍ଜ (ଓଡ଼ିଶା) ଏବଂ କମାଣ୍ଡିଂ ଅଫିସର ଆଇଏନ୍ଏସ୍ ଚିଲ୍କା ଯୁଦ୍ଧ ମେମୋରିଆଲ୍ – ପ୍ରେର୍ନା ଷ୍ଟାଲରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଏହି ଅବସରରେ ନୌସେନା ଅଧିକାରୀଙ୍କୁ ସମ୍ବୋଧିତ କରାଯାଇଛି । ସମଗ୍ର ନୌସେନା କର୍ମଚାରୀ ସର୍ବଦା ବିପର୍ଯ୍ୟୟରେ ତଥା ଫ୍ରଣ୍ଟଲାଇନ ଡ୍ୟୁଟିରେ ଜାରି ରଖିଛନ୍ତି ନିଷ୍ଠାପର କର୍ତ୍ତବ୍ୟ । ସେମାନଙ୍କର ନିସ୍ୱାର୍ଥପର ସେବା ପାଇଁ କୃତଜ୍ଞତା ଜଣାଇଛି ଆଇଏନଏସ ଚିଲିକା । ସେହିପରି COVID 19 ମହାମାରୀ ସମୟରେ ଚିଲ୍କା ନାଭାଲ୍ ବେସ୍ ଏବଂ ଅର୍ଫେଞ୍ଜରେ ଆଖପାଖରେ ଥିବା ଅଭାବୀ ଲୋକଙ୍କୁ ସାହାଯ୍ୟ ପ୍ରଦାନ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଯାଇଛି ।

COVID-19 ପ୍ରୋଟୋକଲ୍କୁ କଡାକଡି ପାଳନ କରାଯାଇ ଆଜି ସମସ୍ତ କାର୍ଯ୍ୟକ୍ରମ କରାଯାଇଥିବାବେଳେ ଦେଶଭକ୍ତ ମାର୍ସଲ୍ ମାନଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା । ଏଥିସହ, 1971 ଯୁଦ୍ଧରେ ଭାରତୀୟ ନୌସେନାର ଭୂମିକା ଉପରେ ଏକ ‘ଉପସ୍ଥାପନା-କମ-ପ୍ୟାନେଲ୍ ଆଲୋଚନା’ ଆୟୋଜିତ ହୋଇଥିଲା । ଯାହାକି ଅବ-ଇନିଟିଓ ନାଭାଲ୍ ଟ୍ରେଂନି ନାବିକମାନଙ୍କ ପାଇଁ ହୋଇଥିଲା ଭାରତୀୟ ନୌସେନାର ରଣନୀତି । ତଥା ନିର୍ଣ୍ଣାୟକ ଯୁଦ୍ଧ ଉପରେ ଗୁରୁତ୍ୱାରୋପ କରାଯାଇଥିଲା, ​​ଯାହା ବିଜୟ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।

‘Time’ ପତ୍ରିକାର ‘Kid Of The Year’ ହେଲେ ଭାରତୀୟ-ଆମେରିକୀୟ ଝିଅ ଗୀତାଞ୍ଜଳି ରାଓ

ନ୍ୟୁୟର୍କ: ବିଚକ୍ଷଣ କିଶୋରୀ ବୈଜ୍ଞାନିକ ତଥା ଉଦ୍ଭାବକ ଭାରତୀୟ-ଆମେରିକୀୟ ୧୫ ବର୍ଷୀୟ ଗୀତାଞ୍ଜଳି ରାଓଙ୍କୁ ‘ଟାଇମ୍‌’ ପତ୍ରିକା ପ୍ରଥମ କରି ‘କିଡ୍‌ ଅଫ୍‌ ଦି ଇୟର୍‌’ ଭାବେ ନାମିତ କରିଛି। ଦୂଷିତ ପାନୀୟଜଳ ଠାରୁ ଆରମ୍ଭ କରି, ଯନ୍ତ୍ରଣା ଉପସମକାରୀ ଔଷଧାଭ୍ୟାସ ଏବଂ ‘ସାଇବର୍‌ ହାରାସ୍‌ମେଣ୍ଟ୍‌’ କ୍ଷେତ୍ରରେ ତାଙ୍କର ବିସ୍ମୟକର କାର୍ଯ୍ୟ ନିମନ୍ତେ ସେ ଏହି ସମ୍ମାନର ଅଧିକାରିଣୀ ହୋଇଛନ୍ତି।

ଏ ସଂକ୍ରାନ୍ତରେ ‘ଟାଇମ୍‌’ ପତ୍ରିକା କହିବାର ସାରମର୍ମ ହେଲା, ଦୁନିଆ ସେହିମାନଙ୍କର ଯେଉଁମାନେ ଏହାକୁ ରୂପ ଦିଅନ୍ତି। ଅସୁବିଧା ସମୟରେ ଦୁନିଆ ଖୁବ୍‌ ତୁଚ୍ଛ ଲାଗେ। ଅସୁବିଧାର ମୁକାବିଲା ପାଇଁ ନୂଆ ପିଢ଼ିର ପିଲାମାନେ ଉପାୟ ଉଦ୍ଭାବନ କରନ୍ତି। ଜଟିଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ଏହି ଉଦ୍ଭାବିତ ଉପାୟ ହିଁ ସକାରାତ୍ମକ ପ୍ରେରଣା ଦେଇଥାଏ।

‘ଟାଇମ୍‌’ ପତ୍ରିକାର ଏହି ପ୍ରଥମ ‘କିଡ୍‌ ଅଫ୍‌ ଦି ଇୟର୍‌’ ମନୋନୟନ ଲାଗି ୮ରୁ ୧୬ ବର୍ଷ ବୟସ ମଧ୍ୟରେ ଆସିଥିବା ୫ ହଜାର ଆମେରିକୀୟ ପିଲାଙ୍କ ନାମାଙ୍କନ ମଧ୍ୟରୁ କୁମାରୀ ରାଓ ମନୋନୀତ ହୋଇଥିଲେ। ‘ଟାଇମ୍‌’ର ସ୍ୱତନ୍ତ୍ର ସଂଖ୍ୟା ନିମନ୍ତେ ଅଭିନେତ୍ରୀ ଏବଂ ସାମାଜିକ କର୍ମୀ ଆଞ୍ଜେଲିନା ଜୋଲି କୁମାରୀ ରାଓଙ୍କ ସହ ସାକ୍ଷାତ୍‌କାର କରିଥିଲେ।

କଲୋରାଡୋସ୍ଥିତ ତାଙ୍କ ଘରୁ ରାଓ ଜୋଲିଙ୍କ ସହ ଭର୍ଚ୍ୟୁଆଲ୍‌ ଆଲୋଚନାରେ କହିଥିଲେ ଯେ, ବହୁ ସମସ୍ୟାର ସମାଧାନ ନିମନ୍ତେ ସେ ପ୍ରଯୁକ୍ତି ବିଦ୍ୟା ଉପଯୋଗ କରୁଛନ୍ତି। ସମସ୍ୟା ସମାଧାନ ନିମନ୍ତେ ଇଚ୍ଛୁକ ପିଲାମାନଙ୍କୁ ନେଇ ଏକ ଆନ୍ତର୍ଜାତିକ ସଂଗଠନ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି।

ତାଙ୍କ ପିଢ଼ି କୋଭିଡ୍‌-୧୯ ମହାମାରୀ ଏବଂ ମାନବ ଅଧିକାର ଭଳି ଯେଉଁ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛି ସେ ଭଳି ସମସ୍ୟା ପୂର୍ବରୁ ଦେଖା ଯାଇ ନ ଥିଲା ବୋଲି ସେ କହିଛନ୍ତି।