spot_img
Home Blog Page 631

ସୁନା ଅଳଙ୍କାର ଲୁଟ୍ ଘଟଣାରେ ୩ ଅଭିଯୁକ୍ତ ଗିରଫ

ରାଉରକେଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଉଦିତନଗର ଥାନା ପୋଲିସ। ୨ ଅଭିଯୁକ୍ତ ରାଉରକେଲା ସହରର ବିଭିନ୍ନ ସ୍ଥାନରୁ ସୁନା ଅଳଙ୍କାର ଲୁଟ୍ କରୁଥିଲେ। ଚୋରି ସୁନା ଅଳଙ୍କାର କିଣୁଥିବା ଅଭିଯୋଗରେ ଜଣେ ସୁନା ଦେକାନୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ସୁନା ଚେନ ଓ ୮ ଟି ସୁନା ଲକେଟ ଜବତ କରାଯାଇଛି। ତିନି ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି ଉଦିତନଗର ଥାନା ପୋଲିସ। ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଦୁଇ ଲୁଟେରା ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।

୧୧ ବିଇଓଙ୍କ ଦରମା ବନ୍ଦ: ଜୁଲାଇ ମାସର ଦରମା ବନ୍ଦ କଲେ ଜିଲ୍ଲା ଶିକ୍ଷାଧିକାରୀ

ବଲାଙ୍ଗୀର ଜିଲ୍ଲାର ୧୧ ବିଇଓଙ୍କ ଦରମା ବନ୍ଦ। ଜୁଲାଇ ମାସର ଦରମା ବନ୍ଦ କଲେ ଜିଲ୍ଲା ଶିକ୍ଷାଧିକାରୀ । ବନୀକରଣ ଟାର୍ଗେଟ ପୂରଣ ନହେବାରୁ ଦରମା ବନ୍ଦ ନିର୍ଦ୍ଦେଶ। ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମରେ ବୃକ୍ଷରୋପଣ ପାଇଁ ଥିଲା ଟାର୍ଗେଟ। କାର୍ଯ୍ୟରେ ଅବହେଳା ଯୋଗୁଁ ଦରମା ବନ୍ଦ କଲେ ଡିଇଓ। ଆଗଲପୁର, ସଇଁତଳା, ଟିଟିଲାଗଡ଼, ଦେଓଗାଁ, ଗୁଡଭେଲା, ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲା, ବେଲପଡା,ପାଟଣାଗଡ଼, ପୁଇଁତଳା ବ୍ଲକର ବିଇଓଙ୍କ ଉପରେ ହୋଇଛି କାର୍ଯ୍ୟାନୁଷ୍ଠାନ।

ରୁଷରେ ଶକ୍ତିଶାଳୀ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ୮.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ

ରୁଷରେ ଶକ୍ତିଶାଳୀ ଭୂକମ୍ପର ଝଟକା। ରିକ୍ଟର ସ୍କେଲରେ ୮.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ। ଭୂକମ୍ପର କେନ୍ଦ୍ରସ୍ଥଳ କୈମଚଟକା ବୋଲି ଜଣାପଡିଛି। ବଡ଼ଧରଣର ଭୂକମ୍ପ ଅନୁଭୂତ ହୋଇଥିବାରୁ ସୁନାମୀ ଆଲର୍ଟ ଜାରି କରାଯାଇଛି। ଜାପାନ ଓ ଆମେରିକା ଉପକୂଳ ଲାଗି ସୁନାମୀ ଆଲର୍ଟ ଜାରି କରାଯାଇଛି। ଆମେରିକାର ହାୱାଇ ଏବଂ କାଲିଫର୍ଣ୍ଣିଆ ଉପକୂଳକୁ ସୁନାମି ଚେତାବନୀ ଜାରି କରାଯାଇଛି। ସ୍ଥାନୀୟ ସମୟ ସନ୍ଧ୍ୟା ୭ଟା ସମୟରେ ପ୍ରଥମ ଲହଡ଼ି ଆସିବା ଆଶଂକା କରଯାଇଛି। ୨ରୁ ୩ ମିଟର ଉଚ୍ଚର ଆସିପାରେ ଲହଞ୍ଚି। ଜାପାନର ପାଣିପାଗ ସଂସ୍ଥା ଅନୁସାରେ ଭୂକମ୍ପର ପ୍ରାଥମିକ ତୀବ୍ରତା ୮ ରହିଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଅନୁସାରେ ୧୯.୩ କିଲୋମିଟର ଭିତରେ ଏହାର କେନ୍ଦ୍ରସ୍ଥଳ ରହିଛି।

ପୋଲିସ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ କରିପାରିବ କି?

ରାସ୍ତାରେ ଗାଡ଼ି ଚଳାଉଥିବା ସମୟରେ ଟ୍ରାଫିକ ଚାଲାଣ କଟିବା ଏକ ସାଧାରଣ କଥା । ସେଥିପାଇଁ ଟ୍ରାଫିକ୍ ନିୟମ ମାନିବାକୁ ପରାମର୍ଶ ଦିଆଯାଇଥାଏ । ତେବେ କିଛି ଗମ୍ଭୀର ମାମଲାରେ ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନନ୍ସ ସସପେଣ୍ଡ ବା ରଦ୍ଦ କରିଦିଆଯାଇଥାଏ । କୋର୍ଟଙ୍କ ଅନୁସାରେ, ପୋଲିସ ପାଖରେ ଏହି ଅଧିକାର ନାହିଁ ଯେ, ସେ ଗାଡ଼ି ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିପାରିବେ । ମାତ୍ର ପୋଲିସ ଆପଣଙ୍କର ଡିଏଲ ଜବତ କରିପାରେ ।

ନିକଟରେ କୋଲକାତା ହାଇକୋର୍ଟ ଏକ ମାମଲାର ଶୁଣାଣି କରି କହିଛନ୍ତି, ଟ୍ରାଫିକ ପୋଲିସ ପାଖରେ ଡିଏଲ ଜବତ କରିବା, ନିଲମ୍ବିତ କରିବା, ରଦ୍ଦ କରିବାର ଅଧିକାର ନାହିଁ । ମୋଟର ବାହନ ଅଧିନିୟମ, ୧୯୯୮ର ଧାରା (୨୦୬(୪) ଓ ସମ୍ବନ୍ଧିତ ଧାରା ଅନୁସାରେ, କୌଣସି ଠୋସ୍ କାରଣ ପାଇଁ ଡିଏଲ ଜବତ କରିବାର ଅଧିକାର ପୋଲିସର ଅଛି । ସେଥିରେ ବିପଜ୍ଜନକ ଡ୍ରାଇଭିଂ, ନିଶାରେ ଗାଡ଼ି ଚଳାଇବା ବା ଦ୍ରୁତ ଗତିରେ ଗାଡ଼ି ଚଳାଇବା ଆଦି ସାମିଲ ରହିଛି । ଗତ ୨୪ ତାରିଖରେ କୋଲକାତା ହାଇକୋର୍ଟ ଏକ ମାମଲାରେ ନିଷ୍ପତ୍ତି ଶୁଣାଇଥିଲେ ଯେ, ପୋଲିସ ଅଧିକାରୀଙ୍କ ପାଖରେ ଡିଏଲ ଜବତ କରିବାର ଅଧିକାର ନାହିଁ । ଏହାର ପ୍ରୟୋଗ କେବଳ ମୋଟର ଯାନ ଅଧିନିୟମର ଅନୁସାରେ କିଛି ଖାସ୍ ପରିସ୍ଥିତିରେ କରାଯାଇପାରେ ।

ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ: ସୁରତରୁ ୩ ଠକ ଗିରଫ

ଗାରମେଣ୍ଟ ଦେବା ବାହାନାରେ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ। ଗୁଜୁରାଟର ସୁରତରୁ ୩ ଜଣଙ୍କୁ ଗିରଫ କଲା ସାଇବର ଥାନା ପୋଲିସ। ଫେକ ଆପରେ ୫୦ ପ୍ରତିଶତ ରିହାତିରେ ପୋଷାକ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ବିଭିନ୍ନ ଉପାୟରେ ୧୪ ଲକ୍ଷ ୫୫ ହଜାର ଟଙ୍କା ନେଇଥିଲା ଠକ। ଟଙ୍କା ନେବା ପରେ ମଧ୍ୟ ପୋଷାକ ମିଳି ନଥିଲା। ଏନେଇ ମହିଳା ବ୍ୟବସାୟୀ ଏପ୍ରିଲ ମାସରେ ସାଇବର ଥାନାରେ ଅଭିଯୋଗ କରିଥଲେ। ଟଙ୍କା ଯାଇଥିବା ଆକାଉଣ୍ଟକୁ ଟ୍ରାକ କରି ସାଇବର ପୋଲିସ ସୁରତରେ ପହଞ୍ଚିଥିଲା । ସୁରତର କାମରେଶ ଥାନା ପୋଲିସ ସହାୟତାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଫେଲ । ତଦନ୍ତ ସମୟରେ ୮ ଟି ରାଜ୍ୟରେ ଅଭିଯୁକ୍ତମାନେ ଠକେଇ କରିଥିବା ସୂଚନା ପାଇଛି ସାଇବର ପୋଲିସ ।

ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ: ଅସୁସ୍ଥ ମହିଳା କର୍ମଚାରୀଙ୍କୁ ସାକ୍ଷାତ କଲା କଂଗ୍ରେସ ଟିମ୍

ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ଭିତରେ ଜଣେ ମହିଳା କର୍ମଚାରୀ କବାଟ ବନ୍ଦ କରି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରାଉରକେଲା ମହାନଗର ନିଗମର ଜଏଣ୍ଟ କମିଶନର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଆତ୍ମହତ୍ୟା ଉଦ୍ୟମ କରି ଅସୁସ୍ଥ ଥିବା ମହିଳା କର୍ମଚାରୀ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅସୁସ୍ଥ ମହିଳା କର୍ମଚାରୀଙ୍କୁ କଂଗ୍ରେସର ଏକ ପ୍ରତିନିଧି ଦଳ ସାକ୍ଷାତ କରିଛନ୍ତି। ମହିଳା କର୍ମଚାରୀଙ୍କ ଦାବି ପୂରଣ କରିବା ପାଇଁ କଂଗ୍ରେସ ଦଳ ଲଢିବ ଵୋଲି ରାଉରକେଲା ଜିଲ୍ଲା କଂଗ୍ରେସ ସଂଯୋଜକ ଜ୍ଞାନେନ୍ଦ୍ର କୁମାର ଦାସ କହିଛନ୍ତି। ମହିଳା କର୍ମଚାରୀଙ୍କ ସ୍ବାମୀ RMCରେ ଲାଇନମ୍ୟାନ ଭାବେ କାର୍ଯ୍ୟ କରୁଥିବା ସମୟରେ ୨୦୧୬ରେ ମୃତ୍ୟୁ ହୋଇଥିଲା । ସ୍ଵାମୀଙ୍କ ମୃତ୍ୟୁ ପରେ ମହିଳା ଅସ୍ଥାୟୀ କର୍ମଚାରୀ ଭାବେ ରାଉରକେଲା ମହାନଗର ନିଗମରେ କାର୍ଯ୍ୟ କରୁଛନ୍ତି । ବିଭିନ୍ନ ସମସ୍ୟା ସମାଧାନ କରିବା ପାଇଁ ବାରମ୍ବାର ଦାବି କରି ଵିଫଳ ହେବା ପରେ ସୋସିଆଲ ମିଡିଆରେ ନିଜର ମନ୍ତବ୍ୟ ରଖି ଗତକାଲି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଆଜି ବି ରାଜ୍ୟରେ ପ୍ରବଳ ବର୍ଷା: ଆଲର୍ଟ ଜାରି କଲା ବିଭାଗ

ଆଜି ବି ରାଜ୍ୟରେ ପ୍ରବଳ ବର୍ଷା । ଦକ୍ଷିଣ ବାଂଲାଦେଶ ଏବଂ ତାହାର ଆଖପାଖ ଅଞ୍ଚଳର ବାୟୁ ମଣ୍ଡଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ଯାହାର ଉତ୍ତର ଆଭ୍ୟନ୍ତରଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ବିଭାଗ। ସେପଟେ ଗତ ୨୪ ଘଣ୍ଟାରେ ଅନେକ ସ୍ଥାନରେ ବର୍ଷା ଅଧିକ ହୋଇଥିବା ବେଳେ, ରାଜ୍ୟରେ କଳାହାଣ୍ଡି ଜିଲ୍ଲା ୫୫ ମିଲି ମିଟର ବର୍ଷା ରେକର୍ଡ ହୋଇଛି । ସେପଟେ ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟରେ ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ଗୋଟେ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ବର୍ଷା ସହ ବିଜୁଳି ଘଡଘଡି ଓ ଘଣ୍ଟା ପ୍ରତି ୩୦ ରୁ ୩୫ କିମି ବେଗରେ ପବନ ବହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ହେବ ବନକଲାଗି ନୀତି

ଆଜି ଶ୍ରାବଣ ଶୁକ୍ଳ ଷଷ୍ଠୀ ତିଥି। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ହେବ ବନକଲାଗି ନୀତି  । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟାରୁ ଠାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ପ୍ରାୟ ୪ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ ମାମଲା। ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ ଅତିରିକ୍ତ ଜିଲ୍ଲା ଦୌରାଜଜ । ୨୮ ଅଗଷ୍ଟ ୨୦୨୨ କାଠପାଳ ଗ୍ରାମର ଧବଳ ମାଝୀ ଛେଳି ଚରାଇଥିବା ଜନୈକା ଯୁବତୀଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା l ଏନେଇ ଯୁବତୀ ଜଣଙ୍କ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ  । ପୋଲିସ ଧବଳ ମାଝୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l ଅନୁଗୋଳ ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟର ବିଚାରପତି ହୃଷିକେଶ ଆଚାର୍ଯ୍ୟ ମାମଲାର ଶୁଣାଣି କରି ୧୦ଜଣ ସାକ୍ଷୀଙ୍କ ବୟାନକୁ ଆଧାରକରି କୋର୍ଟ ଧବଳ ମାଝୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଧବଳକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି କୋର୍ଟ  । ଜୋରିମାନା ଅନାଦେୟ ଅଧିକ ୬ମାସ ଜେଲଦଣ୍ଡ ଆଦେଶ ଦିଆଯାଇଛି । ମାମଲାକୁ ସରକାରୀ ଓକିଲ ତାପସ ରଞ୍ଜନ ମିଶ୍ର ପରିଚାଳନା କରିଥିଲେ।

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଜଣେ ଶିକ୍ଷକଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଜଣେ ଶିକ୍ଷକଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ। ରାୟଗଡ଼ା, ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ କ୍ରାଇମବ୍ରାଞ୍ଚ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗାଁର ଜଣେ ଶିକ୍ଷକଙ୍କୁ ଉଠାଇନେଇଥିବା ଜଣାପଡିଛି। ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ ଓଟିଇଟି ପରୀକ୍ଷା ବାତିଲ କରାଯାଇଥିଲା। ତେବେ ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ରାୟଗଡ଼ା ଜିଲ୍ଲା ଏକ୍ସ କ୍ୟାଡର ଶିକ୍ଷକ ସଂଘର ସଭାପତି ତଥା ଡ଼ଙ୍ଗରବୋରି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବିଜୟ ମିଶ୍ରଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା।ସ୍ଥାନୀୟ ପୋଲିସ ସାହାଯ୍ୟରେ କ୍ରାଇମବ୍ରାଞ୍ଚ ବିଜୟଙ୍କୁ ଉଠାଇ ନେଇଥିବା ଜଣାପଡିଛି। କ୍ରାଇମବ୍ରାଞ୍ଚ ତାଙ୍କୁ କେଉଁଠିକି ନେଇଛନ୍ତି ସେନେଇ କୌଣସି ସୂଚନା ମିଳିପାରିନାହିଁI