spot_img
Home Blog Page 6299

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି୨୦ ମ୍ୟାଚ୍; ସିରିଜ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

0

ସିଡନୀ: ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଥମ ମ୍ୟାଚ୍‌ରେ ଦମଦାର ବିଜୟ ପରେ ଭ୍ରମଣକାରୀ ଭାରତ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ପଡ଼ିଆକୁ ଓଲ୍ହାଇବ ।

ସିଡ଼ିନୀ ମଇଦାନରେ ଖେଳାଯିବାକୁ ଥିବା ମ୍ୟାଚରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତିରେ ଦଳ ମ୍ୟାଚ୍‌ରେ ଜିତିବାକୁ ଚେଷ୍ଟା କରିବ। ପ୍ରଥମ ଟି-୨୦ ମୁକାବିଲାରେ ଜାଡେଜାଙ୍କ ମୁଣ୍ଡରେ ଆଘାତ ଲାଗିବାରୁ କନକୁସନ ବିକଳ୍ପ ଭାବେ ଖେଳିଥିବା ୟୁଜବେନ୍ଦ୍ର ଚହଲ ଚମତ୍କାର ବୋଲିଂ କରି ୩ ଓ୍ଵିକେଟ୍ ନେଇ ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ସେହିପରି ଦଳ ଦ୍ଵିତୀୟ ଟି-୨୦ ଜିତି କଙ୍ଗାରୁଠାରୁ ଦିନିକିଆ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ଏପରିକି ଟେଷ୍ଟ ଶୃଙ୍ଖଳା ପୂର୍ବରୁ ଟି-୨୦ ଶୃଙ୍ଖଳା ଜିତିଲେ ଭାରତୀୟ ଦଳର ମନୋବଳ ବୃଦ୍ଧି ଘଟିବ।

ଭାରତ:- ବିରାଟ କୋହଲି (ଅଧିନାୟକ), ଶିଖର ଧୱନ, ମୟଙ୍କ ଅଗ୍ରୱାଲ, କେ.ଏଲ୍ ରାହୁଲ, ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ୍, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମରା, ମହମ୍ମଦ ଶାମି, ନବଦୀପ ସୋନି, ଦୀପକ ଚହର, ଟି ନଟରାଜନ୍ ଓ ଶାର୍ଦ୍ଦୁଲ ଠାକୁର ।

ଅଷ୍ଟ୍ରେଲିଆ:- ଆରୋନ ଫିଞ୍ଚ (ଅଧିନାୟକ), ସିନ୍ ଆବଟ, ଆଷ୍ଟନ୍ ଏଗର୍, ଆଲେକ୍ସ କେରୀ, ଜୋସ୍ ହେଜଲବୁଡ୍, ମୋଇଜେସ୍ ହେନ୍ରିକ୍ସ, ମାର୍ନସ୍ ଲାବୁସେନ୍, ଗ୍ଲେନ୍ ମ୍ୟାକ୍ସୱେଲ, ଡାନିଏଲ୍ ସାମସ୍, କେନ୍ ରିଚାର୍ଡସନ, ଷ୍ଟିଭ ସ୍ମିଥ, ମିସେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ମାଥ୍ୟୁ ୱେଡ, ଡାର୍ସି ସର୍ଟ, ଏଡମ ଜାମ୍ପା, ମିସେଲ ସ୍ୱେପସନ୍ ଓ ନାଥାନ୍ ଲିଅନ୍।

କୋଣାର୍କ ଉତ୍ସବ ଉଦ୍‌ଯାପିତ, ଓଡିଶୀ ଷ୍ଟାଇଲ୍‌ କଥକ ନୃତ୍ୟରେ ଦର୍ଶକ ବିମୁଗ୍ଧ

କୋଣାର୍କ: ଉଦ୍‌ଯାପିତ ହୋଇଛି ୩୧ ତମ କୋଣାର୍କ ଉତ୍ସବ । ଉଦ୍‌ଯାପନୀ ସନ୍ଧ୍ୟାରେ ଗୁରୁ କେଲୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ଦ୍ୱାରା ଓଡିଶୀ ଶୈଳୀରେ କଥକ ନୃତ୍ୟ ଦର୍ଶକଙ୍କୁ ବିମୁଗ୍ଧ କରିଛି । ଏହା ସହିତ ନୂଆଦିଲ୍ଲୀର ଦୃଷ୍ଟିକୋଣ ଡ୍ୟାନ୍ସ ଫାଉଣ୍ଡେସନ ଦ୍ୱାରା କଥକ ଶୈଳୀରେ ଗଣେଶ ବନ୍ଦନା, ସଂଗୀତ ସଂଯୋଜନାରେ ଗଙ୍ଗା ଯମୁନା ସରସ୍ଵତୀ ତ୍ରିବେଣୀ ଗାୟନ ଓ ବାଦନରେ କଥକ ନୃତ୍ୟ ପ୍ରେମ ପ୍ରଦର୍ଶିତ ହୋଇଥିଲା । ଶେଷ ସନ୍ଧ୍ୟାରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପ୍ରମୁଖ ଶାସନ ସଚିବ ଏବଂ ପର୍ଯ୍ୟଟନ ସଚିବ ଯୋଗଦେଇଥିଲେ ।

Sand Art Festival

ସେହିଭଳି ଚନ୍ଦ୍ରଭାଗା ସ୍ଵର୍ଣ୍ଣାଭ ବେଳାଭୂମିରେ ପାଞ୍ଚ ଦିନ ଚାଲୁଥିବା ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଉଦଯାପିତ ହୋଇଛି । ପଞ୍ଚମ ଦିନରେ ବାଲୁକା ରାଶିରେ ବିଶ୍ଵ ଐତିହ୍ୟ, ପର୍ଯ୍ୟଟନ, ଓଡିଶୀ ନୃତ୍ୟ ଓ କରୋନା ସଚେତନତା ଆଦି ଉପରେ ସଚେତନତା ବାର୍ତ୍ତା ବାଲୁକା କଳା ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା । ବାଲୁକା କଳା ଉତ୍ସବରେ ରାଜ୍ୟ ଓ ରାଜ୍ୟ ବାହାରର ୭୨ ଜଣ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିଥିଲେ ।

Sand Art Festival

ଅନ୍ତରୀକ୍ଷରେ ଫଳୁଛି ମୂଳା; ନାସାର ଫଟୋ ଜାରି

ନୂଆଦିଲ୍ଲୀ: ଅନ୍ତରୀକ୍ଷରେ ପ୍ରଥମ ଥର ପାଇଁ ମୂଳା ଫଳାଇଛନ୍ତି  ବୈଜ୍ଞାନିକ ମାନେ । ଯାହାକୁ ୨୦୨୧ରେ ପୃଥିବୀକୁ ଅଣାଯିବ ।

ଅନ୍ତରୀକ୍ଷଯାତ୍ରୀ ଓ ଫ୍ଲାଇଟ୍ ଇଞ୍ଜିନିୟର କେଟ୍ ରୁବିନ୍ସ ପ୍ରଥମ ଥର ଲାଗି  ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନରେ ଫଳିଥିବା ମୂଳାର ଫଟୋ ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି। ମୂଳାର ୨୦ଟି ଛୋଟ ଗଛକୁ ପ୍ୟାକ୍ କରିକି ପୃଥିବୀକୁ ଆଣିବା ଲାଗି କୋଲ୍ଡ ଷ୍ଟୋରେଜରେ ରଖିଦେଇଛନ୍ତି କେଟ୍ ।

ଏନେଇ ନାସା ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଏହି ଏକ୍ସପରିମେଣ୍ଟର ନାମ ପ୍ଲାଣ୍ଟ୍ ହେବିଟେଟ୍-୦୨ ରଖାଯାଇଥିଲା । ଏଥିରେ ପୋଷକ ତତ୍ୱ ଭରି ରହିଥିବା ବେଳେ ବୖେଜ୍ଞାନିକ ମାନେ ଏହାକୁ ସ୍ପେସ୍ ଷ୍ଟେସନରେ ଫଳାଇବା ପାଇଁ ଚାହିଁଥିଲେ । କାହିଁକିନା ସେମାନଙ୍କୁ ବିଶ୍ୱାସ ଥିଲା ଯେ ଏହା ୨୭ ଦିନ ଭିତରେ ସମ୍ପୂର୍ଣ୍ଣ ହୋଇଯିବ ।

ଭାବି ସମୁଦୀ-ଜ୍ୱାଇଁଙ୍କ ସହ ଜେଲ୍‌ରେ ଭେଟ, ଭାବ ବିହ୍ୱଳ ହେଲେ ପ୍ରଦୀପ

ଭୁବନେଶ୍ୱର: ଜେଲ୍‌ରେ କଟୁଛି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରହୀଙ୍କ ଦିନ । କେବଳ ପ୍ରଦୀପ ନୁହେଁ ଅୟସ ଆରମ୍‌ରେ ଓ ଅତି ବିଳାସପୂର୍ଣ୍ଣ ଜୀବନ ବିତାଉଥିବ ପାଠକ୍‌ ପୁଅ ବି ଜେଲ୍‌ରେ କାଟିଛି ଦିନ । ଉଭୟ ବାପା-ପୁଅ ଓ ପ୍ରଦୀପଙ୍କ ମଧ୍ୟ ଜେଲ୍‌ ଭିତରେ ଭେଟା ଭେଟି ହୋଇଥିବା ସୂଚନା ମିଳିଛି । ପରସ୍ପରକୁ ଦେଖି ସେମାନେ ଭାବ ବିହ୍ୱଳ ହୋଇପଡ଼ିଥିବା କୁହାଯାଉଛି ।

Special Courts Sends Pradeep Panigrahi To 14 Days Judicial Custody

ଆକାଶ ସଂଗରୋଧ କେନ୍ଦ୍ର-୯, ଅଭୟକାନ୍ତ ୱାର୍ଡ ନମ୍ବର- ୧୧ ଓ ପ୍ରଦୀପ ପାଣିଗ୍ରାହୀ ୧୪ ନମ୍ବର ୱାର୍ଡରେ ରହିଛନ୍ତି । ରାତିରେ ଶୋଇବା ପାଇଁ ଦୁଇଟି କମ୍ବଳ, ଖାଇବା ପାଇଁ ଗୋଟିଏ ପ୍ଳେଟ୍‌ ଓ ୨ଟି ଗିନା ତାଙ୍କୁ ଦିଆଯାଇଛି । ଜେଲ୍‌ ମେନ୍ୟୁ ଅନୁସାରେ ସମସ୍ତଙ୍କୁ ଖାଦ୍ୟରେ ମିଳିଛି ଭାତ, ରୁଟି, ଡାଲି, ତରକାରୀ ଓ ସନ୍ତୁଳା ।

Senior Politician Damodar Rout Reacts On PradeeP Arrest

ତେବେ ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ଭଳି ଶନିବାର ମଧ୍ୟ ପ୍ରଦୀପ ବାହାରୁ ଖାଦ୍ୟ ମଗେଇବା ପାଇଁ ଉଦ୍ୟମ କରିଥିବା ସୂଚନା ମିଳିଛି । ଅନ୍ୟପଟେ ରବିବାର କୋର୍ଟ ଛୁଟି ଥିବା ଯୋଗୁଁ ଜାମିନ ଆବେଦନର ଶୁଣାଣି ହୋଇପାରି ନାହିଁ । ତେଣୁ ସୋମବାର ପ୍ରଦୀପଙ୍କ ଜାମିନ ଆବେଦନର ଶୁଣାଣି ହେବ । ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ କୋର୍ଟ ଏନେଇ ଶୁଣାଣି କରିବେ । ପୂବର୍ରୁ ଥରେ ଏସ୍‌ଡିଜେଏମ୍‌ କୋର୍ଟରେ ପ୍ରଦୀପ ଜାମିନ ପାଇଁ ଆବେଦନ କରି ନିରାଶ ହୋଇସାରିଛନ୍ତି ।

ଥମୁନି ଚାଷୀ ଆନ୍ଦୋଳନ, ଯେତେ ବୁଝାଇଲେ ବୁଝୁନାହାନ୍ତି ! କଥାରେ ନୁହେଁ ଲେଖାରେ ଦରକାର

ନୂଆଦିଲ୍ଲୀ: ଥମୁନି ଚାଷୀ ଆନ୍ଦୋଳନ । ଯେତେ ବୁଝାଇଲେ ବି ବୁଝୁନାହାନ୍ତି । ଜିଦ୍‌ରେ ଅଟଳ ରହିଛନ୍ତି ଚାଷୀ । ଖାଲି କଥାରେ ନୁହେଁ ତାଙ୍କୁ ଲେଖାରେ ଦରକାର ବୋଲି ଅଡ଼ି ବସିଛନ୍ତି ଚାଷୀ ।

ଦିଲ୍ଲୀ ଦରବାର ସମେତ ସାରା ଦେଶରେ ଏବେ ଚାଷୀ ଆନ୍ଦୋଳନ ତେଜିବାରେ ଲାଗିଛି । ଦୀର୍ଘ ୧୧ ଦିନ ଧରି ଖରା ଓ ଶୀତ କାକର ମାଡ଼ ଖାଇ ଆନ୍ଦୋଳନ କରୁଛନ୍ତି ହଜାର ହଜାର ଚାଷୀ । ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ଓ ପୋଲିସ ଦ୍ୱାରା ଆନ୍ଦୋଳନକୁ ଭଙ୍ଗ କରିବାକୁ ଚେଷ୍ଟା କରି ସରକାର ବିଫଳ ହୋଇଛନ୍ତି । ଚାଷୀଙ୍କ କହିବାନୁଯାୟୀ ତାଙ୍କୁ ନୂଆ କୃଷି ଆଇନ୍‌ରେ ସଂଶୋଧନ ନୁହେଁ ବରଂ ତାହା ରଦ୍ଦ କରାଯିବା ଆବଶ୍ୟକ ।

Farmers

ଶନିବାର ଦିଲ୍ଲୀ କୃଷି ଭବନରେ ୪୦ କୃଷକ ନେତାଙ୍କୁ ଡାକି କଥା ହୋଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀଙ୍କ ସମେତ ୩ ଅନ୍ୟ ନେତା‌ । କୃଷି ଆଇନ ରଦ୍ଦ ଦାବିରେ ଆନ୍ଦୋଳନରତ ଚାଷୀଙ୍କୁ ସେମାନେ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । ହେଲେ ଚାଷୀ ନେତାମାନେ ଜିଦ୍‌ରେ ଅଟଳ ରହିଥିଲେ । ଚାଷୀ ନେତା ଓ ମନ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ୪ ଘଣ୍ଟାର ଏହି ଆଲୋଚନା ବିଫଳ ହୋଇଛି । ଚାଷୀଙ୍କ ସମସ୍ୟାକୁ ଦେଖି ସରକାରଙ୍କ ପକ୍ଷରୁ ନିୟମରେ କିଛି ପରିବର୍ତ୍ତନ ନେଇ ପ୍ରସ୍ତାବ ରଖାଯାଇଥିଲେ ସୁଦ୍ଧା ସେମାନେ ମାନିବାକୁ ନାରାଜ ।

ସେପଟେ ଓଡ଼ିଶାରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରିଛି ନବନିର୍ମାଣ ଛାତ୍ର ସଂଗଠନ । ଚାଷୀଙ୍କୁ ସମର୍ଥନ ଜଣାଇ ଭୁବନେଶ୍ୱରରେ ବାଇକ୍ ରାଲି କରିଛି ଦଳ । ସେହିଭଳି ଟୋକନ ଅବ୍ୟବସ୍ଥାକୁ ନେଇ ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, କେନ୍ଦୁଝର, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ମୋତେ ଭାରତୀୟ ରାଜନୀତିର ଲୈଲା କରିଦେଇଛନ୍ତି: ଓଓ୍ୱେସି

ହାଇଦ୍ରାବାଦ: ତେଲେଙ୍ଗାନାର ଗ୍ରେଟର ହାଇଦ୍ରାବାଦ ନଗର ନିଗମ ନିର୍ବାଚନର ଫଳାଫଳ ଶୁକ୍ରବାର ଦିନ ଘୋଷିତ ହୋଇଛି । ଯଦିଓ ଏଥିରେ କୗେଣସି ଦଳକୁ ବହୁମତ ମିଳିପାରିନାହିଁ ।

ସୂଚନା ଅନୁଯାୟୀ ୧୫୦ ଆସନ ବିଶିଷ୍ଟ ହାଇଦ୍ରାବାଦ ନଗର ନିଗମ ନିର୍ବାଚନରେ ଟିଆରଏସକୁ ୫୬, ବିଜେପିକୁ ୪୮ ଓ ଏଆଇଏମଆଇଏମକୁ ମିଳିଛି ୪୪ ସିଟ୍ । ହେଲେ ବହୁମତ ସଂଖ୍ୟା ୭୫ ରହିଥିବା ବେଳେ ସମସ୍ତଙ୍କ ନଜର ଏଆଇଏମଆଇଏମ ଉପରେ ରହିଛି ।

ତେବେ ଆଶାଉଦ୍ଦିନ ଓଓ୍ୱେସିଙ୍କ ପାର୍ଟି ଏଆଇଏମଆଇଏମ କେସିଆରଙ୍କ ଦଳ ଟିଆରଏସକୁ ସମର୍ଥନ କରିବା ସମ୍ବନ୍ଧିତ ଏକ ପ୍ରଶ୍ନରେ ଓବେସି କହିଛନ୍ତି, ‘‘ମୋତେ ଭାରତୀୟ ରାଜନୀତିର ଲୈଲା କରିଦେଇଛନ୍ତି ଆଉ ସବୁଠି ମଜନୁ ବୁଲୁଛନ୍ତି ।

ଗଣମାଧ୍ୟମର ଏକ ଶୋ’ରେ ବାର୍ତ୍ତାଳପ ବେଳେ ଓବେସି କହିଛନ୍ତି ଯେ ଟିଆରଏସର ନୀତି ଅଲଗା ଓ ଆମ ନୀତି ଅଲଗା। ସମୟ ଆସିଲେ ଏସମ୍ପର୍କରେ ନିଷ୍ପତ୍ତି ନିଆଯିବ, କିଛି ନିଷ୍ପତ୍ତି ହେଲେ ଆପଣଙ୍କୁ ଜଣାଇବୁ’’ ।

ଆଜି ଏହି ରାଶିର ଲୋକେ ସମସ୍ତ କାର୍ଯ୍ୟରେ ହେବେ ସଫଳ, ଜାଣନ୍ତୁ…

୬ ଡିସେମ୍ବର, ୨୦୨୦ , ରବିବାର

ମାର୍ଗଶିର କୃଷ୍ଣପକ୍ଷ, ଷଷ୍ଠୀ ତିଥି

ଅଶ୍ଳେଷା ନକ୍ଷତ୍ର ଦିନ ୨ଟା ୪୯ ପର୍ଯ୍ୟନ୍ତ ରହିବ

ଏହା ପରେ ମଘା ନକ୍ଷତ୍ର ଆରମ୍ଭ ହେବ

ସୂର୍ଯ୍ୟ ବିଛା ରାଶିରେ ଏବଂ ଚନ୍ଦ୍ର କର୍କଟ ରାଶିରେ ଦିନ ୨ଟା ୪୯ ପର୍ଯ୍ୟନ୍ତ ରହିବେ

ଏହା ପରେ ଚନ୍ଦ୍ର ସିଂହ ରାଶିରେ ଅବସ୍ଥାନ କରିବେ

ଯୋଗିନୀ ଆଜି ପଶ୍ଚିମ ଦିଗରେ  ସନ୍ଧ୍ୟା ୭ଟା ୪୮ ପର୍ଯ୍ୟନ୍ତ ରହିବେ

ଏହା ପରେ ଯୋଗିନୀ ବାୟବ୍ୟକୁ ଯିବେ

ପୁଷ୍କର ଦୋଷ ୧ ପାଦ ,ରାତି ୭ଟା ୪୮ ପରେ ଦ୍ୱିପାଦ

ପ୍ରତିକାର ପାଇଁ ରୂପା,ଶୁକ୍ଳ ବସ୍ତ୍ର ଦାନ କରନ୍ତୁ

ଶୁଭ ସମୟ- ଦିନ ୧୨ଟା ୦୧ ରୁ  ଦିନ ୨ଟା ୧୧ ମଧ୍ୟରେ

ଶୁଭ ସମୟ-ଦିନ ୩ଟା ୩୯ ରୁ ଦିନ ୪ଟା ୨୨

ଶୁଭ ସମୟ- ସନ୍ଧ୍ୟା ୬ଟା ୫୧ ରୁ ରାତି ୮ଟା ୩୫ ମଧ୍ୟରେ

ଅଶୁଭ ସମୟ- ଦିନ ୩ଟା ୪୪ ରୁ ସନ୍ଧ୍ୟା ୫ଟା ୦୬

 

ମେଷ ରାଶି

ଅଶ୍ୱିନୀ- ବଡ ଭାଇଙ୍କ ସହ ମତାନ୍ତର ହୋଇପାରେ

ଦ୍ୱିଜା- କୌଣସି ମାନସିକ ଅଶାନ୍ତିରୁ ମୁକ୍ତି ପାଇ ପାରନ୍ତି

କୃତ୍ତିକା- କର୍ମ କ୍ଷେତ୍ରରେ ଉଚ୍ଚ ପଦବୀ ପ୍ରାପ୍ତି ହୋଇପାରେ

ରକ୍ତଚନ୍ଦନ ମହାଦେବଙ୍କୁ ଅର୍ପଣ କରିବା ସହିତ ନିଜେ ମଥାରେ ଲଗାନ୍ତୁ

ବୃଷ ରାଶି

କୃତ୍ତିକା- କର୍ମ କ୍ଷେତ୍ରରେ ସତର୍କ ରୁହନ୍ତୁ, ନିଜ ଲୋକ ଦ୍ୱାରା ସମ୍ମାନରେ ହାନୀ ହୋଇପାରେ

ରୋହିଣୀ- କର୍ମ କ୍ଷେତ୍ରରେ ଉନ୍ନତି ସହ ସମ୍ମାନ ପ୍ରାପ୍ତି ହୋଇପାରେ

ମୃଗଶିରା- ଗୃହିଣୀମାନଙ୍କ ପାଇଁ ଦିନଟି ଭଲ ରହିଛି

କର୍ପୂର ଆଳତି କରିବା ସହ ସନ୍ଧ୍ୟାରେ ଶ୍ରୀସୁକ୍ତ ପାଠ କରନ୍ତୁ

ମିଥୁନ ରାଶି

ମୃଗଶିରା- ବହୁ ଦିନରୁ ରହିଥିବା ଗଣ୍ଡଗୋଳ ଆଜି ସମାଧାନ ହୋଇଯିବ

ଆର୍ଦ୍ରା- ପରିଶ୍ରମ ଅନୁଯାୟୀ ଫଳ ମିଳିବ ନାହିଁ

ପୁନର୍ବସୁ- ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଶୁଭ ରହିବ

ଘରୁ ବାହାରିବା ପୂର୍ବରୁ ଗୋ-ମୂତ୍ର ଅର୍କ ଛିଞ୍ଚି ହୁଅନ୍ତୁ

କର୍କଟ ରାଶି

ପୁନର୍ବସୁ-  ନିଜର ଉପସ୍ଥିତି ବୁଦ୍ଧି ଯୋଗୁ ସମସ୍ତ ବିପଦରୁ ମୁକ୍ତି ପାଇପାରିବେ

ପୁଷ୍ୟା- ପୁଞ୍ଜି ନିବେଶ କରିଥିବା ସ୍ଥାନରେ ସାମାନ୍ୟ ମତଭେଦ ହୋଇପାରେ

ଅଶ୍ଲେଷା- ଶାରୀରିକ କଷ୍ଟରୁ ମୁକ୍ତି ପାଇବେ

ଘର ପାଖରେ ଥିବା ଅଁଳା ଗଛରେ କ୍ଷୀର ଢାଳି ପ୍ରଣାମ କରନ୍ତୁ

ସିଂହ ରାଶି

ମଘା- ସର୍ତକ ରହିଥିବେ, ବିଦ୍ୟୁତଜନିତ ଆଘାତ ଲାଗିପାରେ

ପୂର୍ବାଫାଲଗୁନି- ଗୃହିଣୀମାନଙ୍କ ପାଇଁ ଦିନଟି ଭଲ ରହିବ

ଉତ୍ତରାଫାଲଗୁନି- ସତର୍କ ରହିବେ ଦିନ ସାରା, କିଛି ଚୋରି ହୋଇପାରେ

ନାଣ୍ଡିବଗୁଲି ମଞ୍ଜି କିଛି ଚଉରା ମୂଳରେ ରଖି ଗଙ୍ଗାଜଳ ଛିଞ୍ଚନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନି- ନିଜର ଭୁଲ ଯୋଗୁ କାମରେ ସବୁ ବାଧା ରହିବ

ହସ୍ତା- ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ କିଛି ସୁଫଳ ପାଇପାରନ୍ତି

ଚିତ୍ରା- ପାରିବାରିକ ସଂପତ୍ତି ବିବାଦର ସମାଧାନ ହେବ

ନାଲି ଲିଚୁ କୋଳି ନିଜ ଉପରେ ବୁଲାଇ କୌଣସି ମନ୍ଦିରରେ ରଖି ଦିଅନ୍ତୁ

ତୁଳା ରାଶି

ଚିତ୍ରା- ନିଜ ବନ୍ଧୁଙ୍କୁ ସାହାଯ୍ୟ କରିବା ସହିଚ ନିଜେ କିଛି ସାହାଯ୍ୟ ମଧ୍ୟ ପାଇବେ

ସ୍ୱାତୀ- ନିଜର ଖାଦ୍ୟ,ପାନୀୟ ପ୍ରତି ଯତ୍ନ ରୁହନ୍ତୁ

ବିଶାଖା- ପରିବାରରେ ଖୁସିରେ ମାହୋଲ ରହିବ

ନିଜ ଖାଦ୍ୟରେ ଅଧିକ ଅଁଳା ବ୍ୟବହାର କରନ୍ତୁ

ବିଛା ରାଶି

ବିଶାଖା- ନୂଆ ଚାକିରୀ କିମ୍ବା ବ୍ୟବସାୟୀ କରିବା ପାଇଁ ଭଲ ସୁଯୋଗ ମିଳିବ

ଅନୁରାଧା- ଛୋଟ ପିଲାଙ୍କ ପ୍ରତି ବିଶେଷ ଧ୍ୟାନ ରଖନ୍ତୁ

ଜ୍ୟୋଷ୍ଠା- ନୂଆ ଘର କାମ କରିବା ପାଇଁ କୌଣସି ବାଧା ରହିବ ନାହିଁ

ଉଭୟ ମହିଳା, ପୁରୁଷମାନେ ଗୋଲାପ ଅତର ବ୍ୟବହାର କରନ୍ତୁ

ଧନୁ ରାଶି

ମୂଳା- ଅନ୍ୟକୁ ସାହାଯ୍ୟ କରି ଶାରୀରିକ କଷ୍ଟ ଭୋଗ ପାରନ୍ତି

ପୂର୍ବାଷାଢା- ଘରର କିଛି ଦାୟିତ୍ୱ ନେଇ ପାରନ୍ତି

ଉତ୍ତରାଷାଢା- ବାପା, ମା’ଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ

ନିଜ ଘରେ ବ୍ରାହ୍ମଣଙ୍କୁ ଭୋଜନ କରନ୍ତୁ

ମକର ରାଶି

ଉତ୍ତରାଷାଢା- ବକେୟା ଅର୍ଥକୁ ନେଇ ଅଶାନ୍ତିରେ ରହିବେ

ଶ୍ରବଣା- ନିଜ ଭାଇଙ୍କ ସହ ବିବାଦ ହୋଇପାରେ

ଧନିଷ୍ଠା- ସ୍ୱାଦିଷ୍ଟ ଭୋଜନର ଯୋଗ ରହିଛି

ପ୍ରଭୁ ଜଗନ୍ନାଥଙ୍କୁ ବିଡିଆ ପାନ ସମର୍ପି ଦିଅନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ଲୁହା, କୋଇଲା ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ

ଶତଭିଷା- କର୍ମକ୍ଷେତ୍ରରେ ପ୍ରତିଯୋଗିତା ବଢିବ

ପୂର୍ବଭାଦ୍ର- ପରିବାରରେ ରହିଥିବା ତିକ୍ତତାର ସମାଧାନ ହେବ

ସନ୍ଧ୍ୟା ସମୟରେ ଘରେ ଝୁଣା,ଆଳତି କରନ୍ତୁ

ମୀନ ରାଶି

ପୂର୍ବଭାଦ୍ର- ମା’ଙ୍କ ସହିତ ସମୟ ବିତାଇବେ, ଅନେକ କିଛି ସମାଧାନ ହୋଇଯିବ

ଉତ୍ତରଭାଦ୍ର- ଆପଣଙ୍କର ଶରୀର ସୁସ୍ଥ ହେବା ସହିତ ସଂର୍ପକରେ ତିକ୍ତତା ଦେଖାଦେବ

ରେବତୀ- ଗୁରୁଜନଙ୍କର ଆଶିର୍ବାଦ ପାଇଁ ସମସ୍ତ କାର୍ଯ୍ୟରେ ସଫଳ ହେବେ

ବ୍ରହ୍ମଜ୍ୟେଷ୍ଠି ଚେରରେ କ୍ଷୀର, ହଳଦିଆ କନିଆର ଫୁଲ ଅର୍ପଣ କରନ୍ତୁ

ଯଦି ନିଜ ଶତ୍ରୁଙ୍କ ଦ୍ୱାରା ପୀଡିତ ଅଛନ୍ତି

ଶତ୍ରୁମାନେ ଯଦି କୌଣସି ପ୍ରକାରରେ ଅସୁବିଧାରେ ପକାଉଛନ୍ତି

ତେବେ କୌଣସି ଗୋଟିଏ ଶନିବାର ଠାରୁ କରନ୍ତୁ ଏହି ଉପାୟ

ମୁଠାଏ ଗୋଲମରିଚ ନିଜେ ଶୋଇବା ତକିଆ ତଳେ ରଖନ୍ତୁ

ପରଦିନ ସକାଳୁ ଉଟି କାହାରିକୁ ନ ଚାହିଁ ତାକୁ ନେଇ ଘରର

ପଶ୍ଚିମ ଦିଗକୁ ଫିଙ୍ଗି ଦିଅନ୍ତୁ

ଫିଙ୍ଗିବା ପୂର୍ବରୁ ନିଜ ଉପରେ

ଓଲଟା ଘଡି ଆକାରରେ ୭ ଥର ବୁଲାଇ ଦିଅନ୍ତୁ

ଏହି ଉପାୟ ୭ ଥର କରିଚାଲନ୍ତୁ

 

ଜ୍ୟୋତିର୍ବିଦ୍ ସନ୍ଧ୍ୟାରାଣୀ ମିଶ୍ର

ଯୋଗାଯୋଗ ନମ୍ବର- ୮୪୫୬୦୧୪୪୭୭

ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ଟ୍ରେନ୍ ଧକ୍କାରେ ହାତୀ ମୃତ

ସମ୍ବଲପୁର: ଟ୍ରେନ୍ ଟ୍ରାକରେ ଟଳିଲା ହାତୀ । ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ଟ୍ରେନ ଧକ୍କାରେ ଗୋଟିଏ ହାତୀର ମୃତ୍ୟୁ ହୋଇଛି । ସମ୍ବଲପୁର ଜିଲ୍ଲା ଯୁଯୁମୁରା-ହାତୀବାରୀ ମଧ୍ୟରେ ଥିବା ଗରଗଡ଼ବାହାଲ ନିକଟରେ ଦୁର୍ଘଟଣା ଘଟିଛି । ଟ୍ରେନ ଧକ୍କା ଦେବା ପରେ ଗରଗଡ଼ବାହାଲ ନିକଟରେ ମୃତଦେହ ପଡ଼ି ରହିଛି ।

Elephant Killed In Jujumura Hit By BBSR RKl Intercity Express

ଖବର ପାଇ ଘଟଣା ସ୍ଥଳରେ ରେଳ ବିଭାଗ, ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ, ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁର ଏ ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଯାଜପୁର, କେନ୍ଦୁଝର, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ପୁରୀ, ଝାରସୁଗୁଡ଼ା ଓ କଟକର ଟ୍ରେନ୍ ଟ୍ରାକରେ ଏକାଧିକ ହାତୀଙ୍କ ଜୀବନ ଯାଇଛି ।

Elephant Killed In Jujumura Hit By BBSR RKl Intercity Express

ତେବେ, ଟ୍ରେନ୍ ଟ୍ରାକରେ ହାତୀ ମୃତ୍ୟୁକୁ ନେଇ ରେଳବାଇକୁ ଦାୟୀ କରିବା ଅନୁଚିତ୍ ବୋଲି କହିଛନ୍ତି ଅଧିକାରୀ । ହାତୀ ଟ୍ରେନ୍ ଟ୍ରାକ୍ ପାରିହେବା ବେଳେ ସ୍ଥାନୀୟ ବନ ବିଭାଗ ଅଧିକାରୀ ଷ୍ଟେସନ ମାଷ୍ଟରଙ୍କୁ ଅବଗତ କରାଇବା ଦରକାର । ଫଳରେ ଟ୍ରେନର ବେଗ ଧିମା କରିବା ସହ ଅଟକାଇ ଯାଇପାରିବ । ବ୍ରେକ୍ ଦେବାର ୭୫୦ରୁ ଏକ ହଜାର ମିଟର ପରେ ଟ୍ରେନ୍ ରହିଥାଏ ବୋଲି ରେଳବାଇ ଅଧିକାରୀ କହିଛନ୍ତି ।

ୟୁଜିସି ନିୟମରେ ପରିବର୍ତ୍ତନ, ପ୍ରତିମାସରେ ମିଳିବ ଫେଲୋସିପ୍ ଓ ସ୍କଲାରସିପ୍ ରାଶି

ନୂଆଦିଲ୍ଲୀ: ୟୁଜିସି ଫୋଲୋସିପ ପ୍ରଦାନରେ ନୂଆ ନିୟମ । ଆଗ ପରି ଆଉ ଅର୍ଥରାଶି ପାଇଁ ତିନି ମାସ କରିବାକୁ ପଡିବ ନାହିଁ ଅପେକ୍ଷା । ଏବେ ପ୍ରତି ମାସରେ ମିଳିବ ଫେଲୋସିପ୍ ଓ ସ୍କଲାରସିପ୍ । ପୂର୍ବ ନିୟମରେ ବ୍ଯାପକ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ । ଫଳରେ ମେଧାବୀ ଛାତ୍ରଛାତ୍ରୀ ଏବଂ ରିସର୍ଚ୍ଚ କରୁଥିବା ଛାତ୍ରଛାତ୍ରୀ ନିଜ ନିଜର ଫେଲୋସିପ୍ ଓ ସ୍କଲାରସିପ୍ ପ୍ରତି ମାସରେ ପାଇବେ ।

ପୂର୍ବରୁ ତିନି ମାସକୁ ଥରେ ମିଳୁଥିବା ଆର୍ଥିକ ସହଯୋଗ ଏବେ ପ୍ରତି ମାସରେ ପ୍ରଦାନ କରାଯିବ । ସେହିପରି ସିଧାସଳଖ ରିସର୍ଚ୍ଚଙ୍କ ଆକାଉଣ୍ଟକୁ ପଛାଯିବ ଏହି ଅର୍ଥ ରାଶି । ଅନ୍ୟପଟେ ମେଧାବୀ ଛାତ୍ରଛାତୀଙ୍କ ଆକାଉଣ୍ଟକୁ DBT ମୋଡରେ ଅର୍ଥ ଟ୍ରାନ୍ସଫର ହେବ । ଗତ ଅକ୍ଟୋବରରୁ ମାସିକିଆ ବ୍ୟବସ୍ଥା ହେଉଛି କାର୍ଯ୍ୟକାରୀ । ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗଙ୍କ ପକ୍ଷରୁ ପତ୍ର ମାଧ୍ୟମରେ ମିଳିଛି ସୂଚନା ।

ମୋବାଇଲ ନଦେବାରୁ ଆତ୍ମହତ୍ୟା କଲେ ୧୩ ବର୍ଷର ଛାତ୍ର

ଭୁବନେଶ୍ୱର: ବେଗୁନିଆ ଥାନା ଗଡ଼ ମାଣୀତ୍ରୀ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ୧୩ ବର୍ଷର ବାଳକକୁ ମାଆ ମୋବାଇଲ୍ ଫୋନ୍ ନଦେବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଛି ।

ସୂଚନା ଅନୁଯାୟୀ କରୋନା ମହାମାରୀ ସମୟରେ ଏବେ ସରକାର ଅନଲାଇନରେ ଶିକ୍ଷାଦାନ କରୁଛନ୍ତି । ଯେଉଁଥିପାଇଁ ଛାତ୍ରଛାତ୍ରୀ ମାନେ ଏବେ ମୋବାଇଲରେ ପାଠପଢା କରୁଛନ୍ତି । ହେଲେ ଦୈନଦିନ କାର୍ଯ୍ୟ ଆଦିକୁ ଭୁଲି ମୋବାଇଲ ଖେଳରେ ମସଗୁଲ ରହୁଛନ୍ତି ଛାତ୍ରଛାତ୍ରୀ ଓ ଯୁବପିଢି।

ଫଳରେ ପିତାମାତା ପିଲାଙ୍କ ପାଇଁ ଧାରକରଜ କରି ମୋବାଇଲ କିଣିଦେଉଛନ୍ତି ।  ପିଲାମାନେ ପାଠପଢା ପରେ ମୋବାଇଲରେ ବିଭିନ୍ନ ପ୍ରକାର ଖେଳ ଖଳୁଛନ୍ତି । ଯେଉଁଥିପାଇଁ ଅଭିଭାବକ ସେମାନଙ୍କୁ ଆକଟ ମଧ୍ୟ କରୁଛନ୍ତି । ହେଲେ ବେଳେବେଳେ ପିଲାମାନେ ଆତ୍ମହତ୍ୟା ଭଳି ରାସ୍ତାକୁ ଆପଣେଇବାକୁ ବି ପଛାଉ ନାହାଁନ୍ତି ।

ଅକ୍ଷୟ ସୁବୁଦ୍ଧିଙ୍କ ପୁଅ ଅଶୋକ ସୁବୁଦ୍ଧ (୧୩) ଗାଁ ସ୍କୁଲର ୯ମ ଶ୍ରେଣୀର ଛାତ୍ରରେ ପଢନ୍ତି।

ସୂଚନା ମୁତାବକ ଗତ ଶନିବାର ଅପରାହ୍ନ ସମୟରେ ଅଶୋକ ମୋବାଇଲରେ ଖେଳୁଥିବା ବେଳେ ମାଆ ତାଙ୍କୁ ବାରଣ କରିବା ସହ ବାପାଙ୍କୁ ଫୋନ କରିବାକୁ ମୋବାଇଲ ମାଗିଥିଲେ । ହେଲେ ଅଶୋକ କିଛି ନ ଶୁଣି ଖେଳି ଚାଲିଥିଲେ । ମାଆ ଅଶୋକଠାରୁ ମୋବାଇଲ ଛଡାଇ ନେଇ ଗାଳିମନ୍ଦ କରିବା ପରେ ଅଶୋକ ପାଇଖାନା ଘରେ ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ତେବେ ଖବର ପାଇ ବେଗୁନିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି ।