ଝିମିଟି ଖେଳରୁ ମହାଭାରତ: ନ ଖେଳାଇବାରୁ ଘଟିଲା ଅଘଟଣ

1 min read

ବୁର୍ଲା: ଝିମିଟି ଖେଳରୁ ମହାଭାରତ । ପିଲାଙ୍କ ଖେଳରୁ ଚାଲିଗଲା ଜଣଙ୍କ ଜୀବନ । ସାଙ୍ଗରେ ଖେଳିବାକୁ ନଦେବାରୁ ଘଟିଲା ଦୁଃଖଦ ଘଟଣା ।  ବୁର୍ଲା ଥାନା ବିଷ୍ଣୁମନ୍ଦିର ପଡ଼ାର ଦୀପକ ପ୍ରଧାନଙ୍କ ୧୦ବର୍ଷର ଝିଅ ତାଙ୍କ ସାନଭାଇ ସହ ଘର ପାଖରେ ଖେଳୁଥିଲା । ଏହି ସମୟରେ ଘରପାଖର ୧୩ ବର୍ଷର ଜଣେ ନାବାଳକ ସେମାନଙ୍କ ସହିତ ଖେଳିବା ପାଇଁ ଆସିଥିଲା । କିନ୍ତୁ ଭାଇ-ଭଉଣୀ ଖେଳିବାକୁ ଚାହୁଁଥିବା ପୁଅଟିକୁ ମନା କରିଦେଲେ । ଭାଇ-ଭଉଣୀଙ୍କ କଥା କିନ୍ତୁ ମାନିବାକୁ ନାରାଜ ଥିଲା ପୁଅ । ସେମାନଙ୍କ ସହ ଖେଳିବାକୁ ନେଇ ଜିଦରେ ଅଟଳ ଥିଲା । ଏଭଳି କି ସେମାନଙ୍କୁ ଖେଳାଇବାକୁ ପାଇଁ ବାଧ୍ୟ କଲା । ସେମାନେ ଯେଭଳି ପୁଅଟିକୁ ଖେଳାଇବେ ଏଥିଲାଗି ବାଉଁଶ ବାଡ଼ି ବୁଲାଇ ଭୟଭୀତ ମଧ୍ୟ କଲା । ଆଉ ଏତିକି ବେଳେ ଘଟିଥିଲା ଅଘଟଣ । ବାଉଁଶ ବାଡ଼ିଟି ଝିଅ ମୁଣ୍ଡରେ ବାଜିଥିଲା ।  ଏବଂ ଘଟଣାସ୍ଥଳରେ ହିଁ ଝିଅର ମୃତ୍ୟୁ ଘଟିଥିଲା । ନାବାଳିକାଙ୍କ ବାପା ଏନେଇ ବୁର୍ଲା ଥାନାରେ ଏକ ହତ୍ୟା ମାମଲା ରୁଜୁ କରିଛନ୍ତି। ତାଙ୍କ ଝିଅକୁ ହତ୍ୟା ହୋଇଥିବା ବାପା ବୁର୍ଲା ଥାନାରେ ଅଭିଯୋଗ କରିଛନ୍ତି। ଘଟଣାରେ ସଂପୃକ୍ତ ନାବାଳକର ପରିବାର ଲୋକ ଘର ଛାଡ଼ି କେଉଁ ଆଡେ ଚାଲିଯାଇଛନ୍ତି । ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।

 

Leave a Reply