spot_img
Home Blog Page 6290

ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବ୍ରିଟେନରେ ଭାରତୀୟ ଦୂତାବାସ ଆଗରେ ପ୍ରତିବାଦ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବ୍ରିଟେନରେ ଭାରତୀୟ ଦୂତାବାସ ବାହାରେ ପ୍ରତିବାଦ କରାଯାଇଛି। କୃଷି ଆଇନକୁ ବିରୋଧ ଓ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଭାରତୀୟ ଦୂତାବାସ ବାହାରେ ରାଲି କରାଯାଇଥିଲା । ମହାମାରୀ ସମୟରେ ସାମାଜିକ ଦୂରତା ଉଲ୍ଲଂଘନ କରି ପାଖାପାଖି ୪ ହଜାର ଲୋକ ଏକାଠି ହେବାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଭାରତୀୟ ଉଚ୍ଚ ଆୟୋଗ ।

ଶୋଭାଯାତ୍ରାରେ ସାମିଲ ହୋଇଥିବା କେତେଜଣ ଆନ୍ଦୋଳନକାରୀଙ୍କୁ ଗିରଫ ମଧ୍ୟ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଲଣ୍ଡନ ପୋଲିସ ୩୦ ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦେଇନଥିଲା । ବିନା ଅନୁମତିରେ ୭ଶହରୁ ଉର୍ଦ୍ଧ୍ୱ ଗାଡ଼ି ସାମିଲ ହୋଇଥିବା ବେଳେ ସାଢ଼େ ୩ରୁ ୪ ହାଜର ଲୋକ ସାମିଲ ହୋଇଥିଲେ ।

ତେବେ ପ୍ରଶାସନର ବିନା ଅନୁମତିରେ ଏଭଳି ଶୋଭାଯାତ୍ରା କରାଯାଇଥିବା ବେଳେ ଏହାର ବିଭିନ୍ନ ଦିଗଗୁଡିକ ଉପରେ ତଦନ୍ତ କରାଯାଉଛି । କୃଷି ଆନ୍ଦୋଳନକୁ ସମର୍ଥନ ଆଳରେ ଆନ୍ଦୋଳନକାରୀମାନେ ଭାରତ ବିରୋଧୀ ପ୍ରଦର୍ଶନ କରିଥିବା ଉଚ୍ଚ ଆୟୋଗ କହିଛନ୍ତି ।

ତୈଳ ଦର ପରେ ବଢିଲା ବସ୍ ଭଡ଼ା, ଜାଣନ୍ତୁ କେଉଁ ବସର ଭଡ଼ା କେତେ ବଢିଲା  ?

କଟକ: ଦିନକୁ ଦିନ ମହଙ୍ଗା ହେଉଛି ବଜାର । ତେଲ, ଲୁଣଠୁ ଆରମ୍ଭ କରି ସବୁ ଦର ବଢିବାରେ ଲାଗିଛି । ନିତି ଦିନିଆ ସାମଗ୍ରୀ ପରେ ଏବେ ଯାତାୟତ ମଧ୍ୟ ମହଙ୍ଗା ପଡ଼ିଛି । କାରଣ ତୈଳ ଦର ବୃଦ୍ଧି ପରେ ଏବେ ବସ୍ ଭଡ଼ା ମଧ୍ୟ ବୃଦ୍ଧି ପାଇଛି । ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପିଛା ୧ ଟଙ୍କା ବଢ଼ିଛି । ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଛି ।

ସେହିପରି ସାଧାରଣ ବସ୍ ଭଡ଼ା ୭୨ରୁ ୭୩ ପଇସାକୁ ବୃଦ୍ଧି ହୋଇଛି । ଏକ୍ସପ୍ରେସ ବସ ଭଡ଼ା ୭୫ ପଇସାରୁ ୭୬ ପଇସାକୁ ବୃଦ୍ଧି ପାଇଛି । ଏହାସହ ଅଟୋ ମେକାନିଜିମ ସିଷ୍ଟମରେ ବଢ଼ିଲା ଭଡ଼ା ଡିଲକ୍ସ ଭଡ଼ା ୧.୦୫ ଟଙ୍କାରୁ ୧.୦୭ ଟଙ୍କାକୁ ବୃଦ୍ଧି ପାଇଛି  । ଏବଂ ଏସି ଡିଲକ୍ସ ଭଡ଼ା ୧.୨୭ ଟଙ୍କାରୁ ୧.୨୯ ଟଙ୍କାକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ଘରୋଇ ବସ୍ ସଂଘ ସାଧାରଣ ସଂପାଦକଙ୍କ ସୂଚନା ଦେଇଛନ୍ତି ।

ନୂଆ ବର୍ଷରୁ ଆରମ୍ଭ ହେବ ଟିକାକରଣ!: ଜୁଲାଇ ସୁଦ୍ଧା ୩୦ କୋଟି ଭାରତୀୟଙ୍କୁ ଦିଆଯିବ ଟିକା

ନୂଆଦିଲ୍ଲୀ:  କରୋନା ଟିକା ନେଇ ଆଶ୍ୱସ୍ତିକର ଖବର । ଜାନୁୟାରୀରେ ବଜାରକୁ ଆସିପାରେ ୨ ଟିକା । ଅକ୍ସଫୋର୍ଡ ଆଷ୍ଟ୍ରାଜେନିକାର ‘କୋଭିସିଲ୍ଡ’ ଓ ଭାରତ ବାୟେଟେକର ‘କୋଭାକ୍ସିନ୍’ ଜାନୁୟାରୀ ବେଳକୁ ସାଧାରଣ ଲୋକଙ୍କ ନିମନ୍ତେ ଉପଲବ୍ଧ ହୋଇପାରେ । ଏବଂ ଅପ୍ରେଲ ମାସ ବେଳକୁ ମୋଟ ୪ ଟିକାର ବ୍ୟବହାର ନେଇ ଅନୁମତି ମିଳିପାରେ । ଅପରପକ୍ଷରେ ସରକାରଙ୍କ ପକ୍ଷରୁ ଅଗ୍ରାଧିକାର ଭିତ୍ତିରେ  ଜୁଲାଇ ସୁଦ୍ଧା ପ୍ରାୟ ୩୦ କୋଟି ଲୋକଙ୍କ ଟିକାକରଣ ନେଇ ଲକ୍ଷ୍ୟ ରଖାଯାଇଛି ।

ଗତ ରବିବାର ‘କୋଭିସିଲ୍ଡ’ର ବ୍ୟବହାର ନେଇ ଜରୁରୀ ଅନୁମତି ମଗାଯାଇଥିବା ବେଳେ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ନେଇ  ଜାନୁୟାରୀ ଶେଷ କିମ୍ୱା ଫେବୃୟାରୀ  ଆରମ୍ଭ ବେଳକୁ ଅନୁମତି ମିଳିପାରେ । ଅପରପକ୍ଷରେ ଫିଜର ଟିକାର ବ୍ୟବହାର ନେଇ ଜରୁରୀକାଳୀନ ଆବେଦନକୁ ମଧ୍ୟ ବିଚାରକୁ ନେଇପାରନ୍ତି ଡ୍ରଗ୍ସ ନିୟନ୍ତ୍ରକ  ।

ଏହି ୩ଟି ଟିକା ବ୍ୟତୀତ ଋଷର ସ୍ଫୁଟନିକ୍ ଭି’କୁ ମଧ୍ୟ ଅପ୍ରେଲ ସୁଦ୍ଧା ଭାରତୀୟ ବଜାରରେ ଉପଲବ୍ଧ ହୋଇପାରେ ।  ଏହାଦ୍ୱାରା ନିହାତି ଆବଶ୍ୟକ ବର୍ଗ ଅର୍ଥାତ ସ୍ୱାସ୍ଥ୍ୟ କର୍ମୀ, ଡାକ୍ତର, ବରିଷ୍ଠ ନାଗରିକଙ୍କ ଟିକାକରଣ ନେଇ ସରକାରଙ୍କ ପକ୍ଷରୁ ଯେଉଁ ଲକ୍ଷ ଧାର୍ଯ୍ୟ ରଖାଯାଇଛି ତାହା ପୂରା କରିବାରେ ସହାୟକ ହେବ ।

ନନ୍ଦିଘୋଷ ଟିଭିର ମହାପ୍ରଭାବ: କପିଳାଶ ଜଙ୍ଗଲରେ ବନ ବିଭାଗର ଜୋରଦାର ଚଢ଼ାଉ

ଢେଙ୍କାନାଳ: ନନ୍ଦିଘୋଷ ଟିଭିର ମହାପ୍ରଭାବ । ଢେଙ୍କାନାଳ ଜିଲ୍ଲା କପିଳାଶ ଜଙ୍ଗଲରେ ବନ ବିଭାଗର ଜୋରଦାର ଚଢ଼ାଉ ଚାଲିଛି । ଆଜି ପୁଣି ବାଘଛାଲ, ବାଘମୁଣ୍ଡ ଓ ହାତୀଦାନ୍ତ ସହ ତିନି ଶିକାରୀକୁ ଗିରଫ କରିଛି ବନ ବିଭଆଗ । ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଏହି ସୂଚନା ଦେଇଛନ୍ତି । ପୂର୍ବରୁ ଏହି ଅଞ୍ଚଳରୁ ବଜ୍ରକାପ୍ତା ଚୋରା ଚାଲାଣ ଅଭିଯୋହ ହୋଇଥିଲା । ବଜ୍ରକାପ୍ତା ଚୋରା ଚାଲାଣର ଖବର ନନ୍ଦିଘୋଷ ଟିଭିରେ ପ୍ରସାରଣ ପରେ ୨ଜଣଙ୍କୁ ଗିରଫ କରାଯାଇଥିଲା । ଏହାପରେ ଚଢ଼ାଉ ଜାରି ରହିଛି ।

ସେହିଭଳି ଆଜି ବନବିଭାଗର ଚଢାଉ ବେଳେ ଦୁଇଟି କଲରାପତରିଆ ବାଘ ଛାଲ ସହ , ବର୍ ହା ଖପୁରି, ହାତୀ ଦାନ୍ତ, ଓ ବାଘ ମୁଣ୍ଡ ଓ ନଖ ଜବତ କରାଯାଇଛି । ଏତିରେ ୩ଜଣଙ୍କୁ ଗିରଫ କରିଛି ପୋଲିସ  କେବଳ ସେତିକି ନୁହେଁ ଏହି ତିନିଜଣଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଜଣେ ଶିକ୍ଷକ । ଏନେଇ ସୂଚନା ଦେଇଛନ୍ତି କରାଇମବ୍ରାଞ୍ଚର ଏସଟିଏଫ ଟିମ ।

ଭୁବନେଶ୍ୱର ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: ହାଜର ହେବାକୁ ଓଟିଭି ଏମ୍‌ଡିଙ୍କୁ ପୁଣି ଥରେ ନୋଟିସ

ଭୁବନେଶ୍ୱର: ଭୁବନେଶ୍ୱର ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ହାଜର ହେବାକୁ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କୁ ପୁଣି ନୋଟିସ କରାଯାଇଛି । ଡିସିପିଙ୍କ ମାଧ୍ୟମରେ ହାଜର ପାଇଁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନୋଟିସ ଜାରି କରିଛନ୍ତି । ବ୍ୟକ୍ତିଗତ କିମ୍ବା ଭର୍ଚୁଆଲରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି ।

OTV MD Jagi Panda Threatened Victim And His Mother Not To Tell Gang Rape Matter To Others  

 

୧୪ ତାରିଖରେ ରାଜ୍ୟ ଶିଶୁ ଅଧିକାର ଆୟୋଗ ମାମଲାର ଶୁଣାଣି କରିବେ । ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ଏହି ସୂଚନା ଦେଇଛନ୍ତି । ଗତ ୨ ତାରିଖରେ ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିଲା। ମାତ୍ର ବାରମ୍ବାର ନୋଟିସ ପରେ ଜଗି ପଣ୍ଡା ହାଜର ନହୋଇ ପ୍ରତିନିଧିଙ୍କୁ ପଠାଇଥିଲେ। ପ୍ରତିନିଧିଙ୍କ ପକ୍ଷ ଗ୍ରହଣ ନକରି ଆୟୋଗ ଜଗିଙ୍କ ବିରୋଧରେ cost impose କରିଥିଲେ ।

ପରୀ ମୃତ୍ୟୁ ମାମଲାକୁ ନେଇ ବିଜେପି ହାଇଭୋଲଟେଜ୍ ଡ୍ରାମା କରୁଛି: ପିସିସି ସଭାପତି

ଭୁବନେଶ୍ୱର: ପରୀ ମାମଲାକୁ ନେଇ ବିଜେପି ହାଇଭୋଲଟେଜ୍ ଡ୍ରାମା କରୁଥିବା କହିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  । ପରୀ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ କହିଛନ୍ତି, ବିଜେପି ଡ୍ରାମା କରୁଛି । ନିଜ ଫେସ୍‌ ଭାଲ୍ୟୁ ପାଇଁ ବିଜେପି ଏପରି କରୁଛି । ଏହା ପଛରେ ରହିଛି ରାଜନୈତିକ ଅଭିସନ୍ଧି । କାରଣ ନ୍ୟାୟପାଳିକା ଉପରେ ବିଜେପିର ବିଶ୍ୱାସ ନଥିବା କହିଥିବା ବେଳେ କଂଗ୍ରେସ ନ୍ୟାୟପାଳିକାକୁ ବିଶ୍ୱାସ କରେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି  ।

ଅନ୍ୟପଟେ, କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଆସନ୍ତା ୮ ତାରିଖରେ ଚାଷୀ ସଂଗଠନଙ୍କ ଭାରତ ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିବ । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଚାଷୀ ହେଉଛନ୍ତି ଦେଶର ମେରୁଦଣ୍ଡ । ଚାଷୀଙ୍କୁ ଦୁର୍ବଳ କଲେ ଦେଶ ଆଗକୁ ଯାଇପାରିବାନି । ଆମେ ସମ୍ପୂର୍ଣ୍ଣ ମାତ୍ରାରେ ବନ୍ଦକୁ ସମର୍ଥନ କରୁଛୁ । ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟ ସହ ପ୍ରମୁଖ ସ୍ଥାନରେ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯିବ । ଏଥିରେ କଂଗ୍ରେସ ନେତାମାନେ ମଧ୍ୟ ସାମିଲ ରହିବେ ।

 

 

ରାଜ୍ୟରେ ୨୪ ଘଣ୍ଟା ଭିତରେ ୩୬୮ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଧିରେଧିରେ ତଳମୁହାଁ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟାରେ ମଧ୍ୟରେ ଓଡିଶାରୁ ପାଖାପାଖି ୩୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

୩୬୮ କରୋନା ସଂକ୍ରମିତଙ୍କ ମଧ୍ୟରୁ ୨୬ ଜିଲ୍ଲା ଓ ଷ୍ଟେଟପୁଲରୁ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୧୨ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୧୫୬ ।

ଖୋର୍ଦ୍ଧାରୁ ସର୍ବାଧିକ ୪୯ ଜଣ ରହିଥିବା ବେଳେ ତା’ ତଳକୁ ସୁନ୍ଦରଗଡ଼ରୁ ୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ଓଡିଶାରୁ ଆଉ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ତେବେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୫୬୪ ଥିବା ବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୧୫ ହଜାର ୮୪୦ କରୋନା ରୋଗୀ। ଏହାବ୍ୟତୀତ ଆକ୍ଟିଭ କେସ୍ ୩ ହଜାର ୮୯୩ ରହିଥିବା ବେଳେ ମୋଟ୍ ମୃତ୍ୟୁସଂଖ୍ୟା ୧୭୭୮କୁ ବୃଦ୍ଧି ପାଇଛି ।

 

ପରୀ ପ୍ରସଙ୍ଗ: ‘ସବୁଦିନ ପ୍ରତିବାଦ ନକରି ପ୍ରକୃତ ତଥ୍ୟ ଆସିବା ଯାଏଁ ଅପେକ୍ଷା କରାଯାଉ’- ଦେବୀ ମିଶ୍ର

ଭୁବନେଶ୍ୱର: ପରୀ ପ୍ରସଙ୍ଗରେ ବିଜେପିର ଧାରଣା ଉପରେ ବିଜେଡି ପ୍ରତିକ୍ରିୟା ରଖିଛି । ବିଜେଡି ଉପସଭାପତି ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ପରୀ ମୃତ୍ୟୁର ଏସ୍‌ଆଇଟି ତଦନ୍ତ ଚାଲିଛି । ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଦୁଇ ସପ୍ତାହ ମାଗିଛନ୍ତି । ତେଣୁ ଦୁଇ ସପ୍ତାହ ଅପେକ୍ଷା କରାଯାଉ । ସବୁଦିନ ପ୍ରତିବାଦ ନକରି ପ୍ରକୃତ ତଥ୍ୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଉ । ଏହା ଏକ ସମ୍ବେଦନଶୀଳ ଘଟଣା । ସମସ୍ତେ ଚାହୁଁଛନ୍ତି ପରୀକୁ ନ୍ୟାୟ ମିଳୁ । ଘଟଣାକୁ ରାଜନୀତିକରଣ କରାନଯାଉ ବୋଲି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।

ଏହାସହ ଆସନ୍ତା କାଲି ଭାରତ ବନ୍ଦ ପ୍ରସଙ୍ଗରେ ମଧ୍ୟ ବିଜେଡି ପ୍ରତିକ୍ରିୟା ରଖିଛି । ବନ୍ଦକୁ ଦଳ ସମର୍ଥନ ଦେବ କି ନାହିଁ ତାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । କିନ୍ତୁ ଚାଷୀ ସମସ୍ୟା ପ୍ରତି ଆମର ନୈତିକ ସମର୍ଥନ ରହିଛି । ଆମର ଆଭିମୁଖ୍ୟ ସଂସଦରେ ସ୍ପଷ୍ଟ କରିଛୁ । ବିଜେଡି ସବୁବେଳେ ଚାଷୀଙ୍କ ସହ ରହିଛି ବୋଲି ବୋଲି କହିଛନ୍ତି  ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ।

ଜବତ ହେଲା ଶତାଧିକ ମୋବାଇଲ, ଜାଣନ୍ତୁ କେଉଁଠୁ କେଉଁଠୁ ହୋଇଥିଲା ଚୋରି ?

ଭୁବନେଶ୍ୱର: ସହିଦନଗର ଅଞ୍ଚଳରେ ମୋବାଇଲ ଲୁଟେରା ଗ୍ୟାଙ୍ଗ୍‌ ଠାବ । ୧୦୨ଟି ମୋବାଇଲ ଜବତ କରିଛି ପୋଲିସ । ଅନୁଗୁଳ, ଯାଜପୁର, ରାଉରକେଲାରୁ ଏ ସମସ୍ତ ମୋବାଇଲ୍ ଚୋରି ହୋଇଥିଲା ଜଣାପଡ଼ିଛି । ସଞ୍ଜୟ ଗଡ଼ନାୟକ ଓ ଲିପୁନ ସାହୁ ନାମକ ୨ଜଣଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି ।

ଉଭୟ ଲୁଟେରାଙ୍କ ଘର ଅନୁଗୁଳରେ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ରାଉରକେଲା ଯାଉଥିବା ବସରୁ ମୋବାଇଲ ଚୋରି ହୋଇଥିବା ପ୍ରଥମେ ଅଭିଯୋଗ ହୋଇଥିଲା । ଏ ଦୁଇଜଣ ୮୨ ଜଣଙ୍କୁ ଚୋରି ମୋବାଇଲ୍ ଫୋନ ବିକ୍ରି କରିଥିବା ସୂଚନା ମିଳିଛି । ତେବେ ଏହି ଚୋରି ମୋବାଇଲକୁ କିଣିଥିବା ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ।

କେବଳ ସେତିକି ନୁହେଁ ଏହି ଚୋରିରେ ଅନ୍ୟ କେତେଜଣ ସାମିଲ ଅଛନ୍ତି । କିଭଳି ଭାବେ ଲୁଟକୁ ସଫଳ କରାଯାଉଥିଲା ଏସମସ୍ତ ତଥ୍ୟ ପାଇବାକୁ ପ୍ରୟାସ କରୁଛି ପୋଲିସ । ଏବଂ ଗ୍ୟାଙ୍ଗ୍‌ ସହ ଜଡିତ ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛି ପୋଲିସ । ପୂର୍ବରୁ ସଞ୍ଜୟ ଗଡ଼ନାୟକ ଓ ଲିପୁନ ସାହୁ ଲିଙ୍କ୍‌ରେ ୬ଜଣଙ୍କୁ ଗିରଫ କରାଯାଇଥିଲା ।

କୁମ୍ଭୀର ଆକ୍ରମଣରେ ବୃଦ୍ଧ ମୃତ

ଭଦ୍ରକ: କୁମ୍ଭୀର ଆକ୍ରମଣରେ ବୃଦ୍ଧ ମୃତ । ଭଦ୍ରକ ଜିଲ୍ଲା ପଞ୍ଚୁଟିକ୍ରି ଗାଁରେ କୁମ୍ଭୀର ଆକ୍ରମଣରେ ନବଘନ ନାୟକଙ୍କ ମୃତ୍ୟୁ ହୋଇଛି । ମାଛ ଧରିବା ପାଇଁ ଯାଇଥିବା ବେଳେ ଜୁଆରିଆ ମନ୍ତେଇ ନଦୀରେ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା । ନବଘନ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ତାଙ୍କୁ ନଦୀ ନିକଟରେ ଖୋଜାଖୋଜି କରିଥିଲେ ।

ହେଲେ ତାଙ୍କର ସନ୍ଧାନ ମିଳି ନଥିଲା । କୁମ୍ଭୀର ତାଙ୍କୁ ଟାଣି ନେଇଥିବା ସନ୍ଦେହ କରି ନଦୀର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଧାମରା ଦମକଳ ବିଭାଗ ପକ୍ଷରୁ ବୋଟ୍‌ ଯୋଗେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ପାଇ ନଥିଲେ । ଆଜି ନବଘନଙ୍କ ମୃତଦେହ ଭାସିବାରୁ ପରିବାର ଲୋକ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି ।