spot_img
Home Blog Page 6289

ଏଥର ହେବନି କଲେଜ ଓ ବିଶ୍ୱବିଦ୍ୟାଳୟସ୍ତରୀୟ ପରୀକ୍ଷା

ଭୁବନେଶ୍ୱର: କରୋନା ପାଇଁ ହେବନି କଲେଜ ଓ ବିଶ୍ୱବିଦ୍ୟାଳୟସ୍ତରୀୟ ପରୀକ୍ଷା । ଯେହେତୁ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମକୁ ଶ୍ରେଣୀ ଗୃହରେ ପଢ଼ାଯାଇ ନାହିଁ ସେଥିଲାଗି ସରକାର ଏପରି ଏକ ନିଷ୍ପତ୍ତି ସରକାର ନେଇଛନ୍ତି । ଶ୍ରେଣୀଗୃହ ପାଠ୍ୟକ୍ରମ ଆରମ୍ଭ ହେବା ପରେ ପରୀକ୍ଷା ନେଇ ବିଚାର କରିବାକୁ ସମସ୍ତ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଚିଠି ଲେଖି ଜଣାଇଛନ୍ତି ।

NEET Student File Photo
FILE Photo

କରୋନା ମହାମାରୀ କାରଣରୁ ଚଳିତ ବର୍ଷର ପାଠ ପଢ଼ା ସମ୍ପୂର୍ଣ୍ଣ ବ୍ୟାଘାତ ହୋଇଛି । ସ୍କୁଲ କଲେଜ ସବୁ ବନ୍ଦ ରହିଛି । ସବୁ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ କ୍ଲାସ୍‌ର ସୁବିଧା ପାଇ ପାରି ନାହାନ୍ତି । ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଦେବା କଷ୍ଟକର ହୋଇପାରେ । ତେଣୁ ୟୁଜି ଓ ପିଜି ପରୀକ୍ଷା ନକରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ସବୁ ବିଶ୍ୱ ବିଦ୍ୟାଳୟର କୁଳପତିଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସ୍କୁଲ ଖୋଲିବା ସହ ପାଠ ପଢ଼ା ଆରମ୍ଭ ହେବ ଏବଂ କୋର୍ସ ଶେଷ ହେବା ପରେ ପରୀକ୍ଷା ହେବା ଉଚିତ୍‌ ବୋଲି ସେ କହିଛନ୍ତି ।

ମହଙ୍ଗା ମାଡ଼ ଜାରି: ପନି ପରିବା ପରେ ଏବେ ବଢ଼ିଲା ଚିନି, କ୍ଷୀର ଓ ଚା’ପତିର ଦର

0

ନୂଆଦିଲ୍ଲୀ: ଚା’ ପିଇବାରେ ରୁଚି ରଖୁଥିବା ଲୋକଙ୍କ ଉପରେ ମହଙ୍ଗା ମାଡ଼ । ଏଣିକି ଚା’ ପିଇବା ପାଇଁ ଆପଣଙ୍କୁ ଦେବାକୁ ପଡ଼ିବ ଅଧିକ ଟଙ୍କା । ଚଳିତ ମାସରେ କ୍ଷୀର, ଚିନି ଓ ଚା’ ପତି ଦର ବଢ଼ିବା ପରେ ଏହି ଆଶଙ୍କା ସୃଷ୍ଟି ହୋଇଛି । ପୂର୍ବରୁ ପନି ପରିବା ଦର ବୃଦ୍ଧି ନେଇ ଲୋକେ ହଇରାଣ ହେଉଥିବା ବେଳେ ଏବେ ପୁଣି ଏହି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମଧ୍ୟ ଦର ବୃଦ୍ଧି ଘଟିଛି । ଯାହା ସାଧାରଣ ଲୋକଙ୍କ ମୁଣ୍ଡ ବ୍ୟଥା ବଢ଼ାଇଛି ।

The chai walas of India | India | Al Jazeera

            ଗ୍ରାହକ ମନ୍ତ୍ରାଳୟର ଓ୍ୱେବସାଇଟରେ ଦିଆଯାଇଥିବା ଦର ଚାର୍ଟ ଅନୁଯାୟୀ ଖୁଚୁରା ବଜାରରେ ୩୦ ନଭେମ୍ୱର ସୁଦ୍ଧା ଚିନିର ମୂଲ୍ୟ ୩୯.୬୮ ପଇସା ରହିଥିବା ବେଳେ, ୭ ଡିସେମ୍ୱର ଯାଏଁ ଏହା ବଢ଼ି ୪୩ଟଙ୍କା ୩୮ ପଇସାରେ ପହଞ୍ଚିଛି । ଏଥିସହିତ ଚା’ ପତିର ଦରରେ ୧୧ଟଙ୍କା ୫୭ ପଇସାର ବୃଦ୍ଧି ଘଟିଛି । ଚା’ ପତିର ଦର ୨୩୮.୪୨ ପଇସାରୁ ୨୬୬ ଟଙ୍କାକୁ ବୃଦ୍ଧି ହୋଇଛି । ଏହି ୨ ସାମଗ୍ରୀ ବ୍ୟତୀତ କ୍ଷୀର ଦରରେ ମଧ୍ୟ ୭ ପ୍ରତିଶତର ବୃଦ୍ଧି ଦେଖିବାକୁ ମିଳିଛି । କ୍ଷୀର ଲିଟର ପିଛା ୪୬.୭୪ ପଇସାରୁ ବଢ଼ି ୫୦ ଟଙ୍କାରେ ପହଞ୍ଚିଛି ।

ଭୁବନେଶ୍ୱର ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: ହାଜର ହେବାକୁ ଓଟିଭି ଏମ୍‌ଡିଙ୍କୁ ପୁଣି ଥରେ ନୋଟିସ

SDJM କୋର୍ଟରେ ହାଜର ହେଲେ ଆକାଶ ପାଠକ୍‌

ଭୁବନେଶ୍ୱର: ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଆକାଶ ପାଠକ୍‌ଙ୍କୁ ସୋମବାର ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ କୋର୍ଟଙ୍କୁ ଅଣାଯାଇଥିଲା ।  ସାଇବର ସେଲ୍‌ରେ ହୋଇଥିବା ମାମଲାରେ କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ହାଜର କରିଛି । ସାଇବର ସେଲ୍‌ରେ ହୋଇଥିବା ମାମଲାର କେସ ନମ୍ବର ୨୬/୨୦୨୦ର ଶୁଣାଣି ପାଇଁ ତାଙ୍କୁ ହାଜର କରାଯାଇଛି । କ୍ରାଇମବ୍ରାଞ୍ଚରେ ଆକାଶଙ୍କ ନାଁରେ ଜାଲିଆତି, ଠକେଇ ଭଳି ସଙ୍ଗୀନ ମାମଲା ରହିଛି । ଏନେଇ କୋର୍ଟଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ହେଲେ ଆକାଶ ପାଠକ କହିଛନ୍ତି, ତାଙ୍କ ନାଁରେ କେଉଁ ମାମଲାସବୁ ଲାଗିଛି ସେ ଜାଣିପାରୁନାହାନ୍ତି ।

Tata Has Clarified That Akash Pathak Was Never Their Employee

ସୁଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଆଇଏଫ୍‌ଏସ୍‌ ଅଫିସର୍‌ ଅଭୟକାନ୍ତ ପାଠକଙ୍କୁ ଗିରଫ କରିବା ପରେ ତାଙ୍କ ପୁଅ ଆକାଶ ପାଠକକୁ ଭିଜିଲାନ୍ସ ଗିରଫ କରିଥିଲା । ଉଭୟଙ୍କୁ ଝାରପଡ଼ା ଜେଲ୍‌ରେ ରଖାଯାଇଛି । ଟାଟା କମ୍ପାନୀର ଏମ୍‌ଡି ବୋଲି ପରିଚୟ ଦେଇ ଆକାଶ ଲୋକଙ୍କୁ ଠକୁଥିଲେ ଆକାଶ । ଚାକିରି ଦେବା ନାଁରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ୍‌ କରୁଥିଲେ । ଏଥିରେ ତାଙ୍କୁ ଭାବି ଶ୍ୱଶୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ସହଯୋଗ କରୁଥିଲେ ବୋଲି ମଧ୍ୟ ଅଭିଯୋଗ ରହିଛି ।

ରାଜନୀତିରେ କୃଷି ତାତି; କଂଗ୍ରେସ ଉପରେ ଅଭିଯୋଗ ବର୍ଷା

ନୂଆଦିଲ୍ଲୀ: ଆନ୍ଦୋଳନ ସ୍ଥାନ ପରିବର୍ତ୍ତେ ଏବେ ରାଜନୀତିରେ ଲାଗିଲାଣି ନିଆଁ । ନୂତନ କୃଷି ଆଇନ ବିରୋଧରେ ୧୨ ଦିନ ଧରି ଆନ୍ଦୋଳନରତ ଅଛନ୍ତି ଶହସ୍ରାଧିକ ଚାଷୀ ଏବଂ ତମାମ ସଂଗଠନ । ପାଞ୍ଚ-ପାଞ୍ଚ ଥରର ବୈଠକରେ ବିଫଳ ହେଲଣି ସରକାର । ସେପଟେ ଆସନ୍ତା ୮ ତାରିଖରେ ଭାରତ ବନ୍ଦର ଡାକରା ମଧ୍ୟ ଦିଆଯାଇଛି । ଯାହାକୁ ସମର୍ଥନ କରିଛି ବିରୋଧି କଂଗ୍ରେସ ସମେତ ୨୮ଟି ରାଜନୈତିକ ଦଳ । ଏପରି ସ୍ଥଳେ ବିରୋଧି କଂଗ୍ରେସ ଉପରେ ଜୋରଦାର ବର୍ଷିଛି ଶାସକ ବିଜେପି । ଚାଷୀଙ୍କୁ ମୋହରା ସଜାଇ କଂଗ୍ରେସ ରାଜନୀତି କରୁଥିବା ନେଇ ସଙ୍ଗୀନ ଆରୋପ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ ।

ସରକାର ଗଢିବାର ହିମତ ହରାଇଥିବା କଂଗ୍ରେସ ଏବେ ଚାଷୀଙ୍କୁ ନେଇ ଚାଲାକୀ ଆରମ୍ଭ କରିଛି । ୨୦୧୪ ନିର୍ବାଚନ ସମୟରେ ଖୋଦ କଂଗ୍ରେସ ହିଁ ନିଜର ନିର୍ବାଚନୀ ଇସ୍ତାହାରରେ APMCକୁ ସମାପ୍ତ କରିଦେଇଥିଲା । । କଂଗ୍ରେସ ଯଦି ସରକାରକୁ ଆସେ ତେବେ, କୃଷି ଉତ୍ପାଦନ ବଜାର କମିଟିରେ ପରିବର୍ତ୍ତନ ଆଣିବାକୁ ନିଷ୍ପତି ନେଇଥିଲା । ବିଜେପି ବର୍ତ୍ତମାନ ତାହା ହିଁ କରିଛି । ତେଣୁ ଏହାକୁ ନେଇ ପୁଣି କାହିଁକି କଂଗ୍ରେସ ହୀନ ରାଜନୀତି କରୁଛି ବୋଲି ପ୍ରଶ୍ନ ପଚାରିଛନ୍ତି ରବିଶଙ୍କର । ସେହିପରି ୨୦୧୩ ମସିହାରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମାନଙ୍କ ସହ ରାହୁଲ ଗାନ୍ଧୀ ଏକ ବୈଠକ ନେଇଥିଲେ । APMC ଆକ୍ଟରେ ପରିବର୍ତ୍ତନ କରିବାକୁ ଉକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ କଂଗ୍ରେସର ତତ୍କାଳ ଅଧକ୍ଷ ଆଲୋଚନା କରିଥିବା ଯୁକ୍ତି ବାଢିଛନ୍ତି କେନ୍ଦ୍ର ମନ୍ତ୍ରୀ ।

କଂଗ୍ରେସର ଏହି ଦୋ-ମୁହାଁ ନୀତିକୁ ସାରା ଦେଶ ଜାଣିଛି । ଏମାନେ କୃଷକଙ୍କ ସହ କେବେ ନଥିଲେ । ସାମାନ୍ୟ ବୈଠକ ମଧ୍ୟ କରୁନଥିଲେ । କିନ୍ତୁ ଆଜି ଭାରତ ସରକାର କୃଷକଙ୍କ ହିତ ସାଧନରେ ଆଇନ ଆଣିବାରୁ ଦଳ ସହ୍ୟ କରିପାରୁନଥିବା କହିଛନ୍ତି ରବିଶଙ୍କର । କଂଗ୍ରେସ ସରକାର ଚାଷୀଙ୍କ ପାଇଁ ସାମାନ୍ୟ ମଣ୍ଡିର ବ୍ୟବସ୍ଥା କରିନଥିଲା । ବର୍ତ୍ତମାନର ସରକାର ଚାଷୀଙ୍କ ପାଇଁ ଡିଜିଟାଲ ମଣ୍ଡିବ୍ୟବସ୍ଥା କରିଛି । ଯେଉଁଥିରେ ଏକ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ କରିବାର ବ୍ୟବସ୍ଥା ରହିଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ।

ଦିନେ ଥିଲେ କ୍ରୁଜର ସେଫ୍, ହେଲେ ଲକଡାଉନରେ ରାସ୍ତା କଡରେ ବିକିବାକୁ ପଡିଲା ବିରିୟାନୀ; ଜାଣନ୍ତୁ ତାଙ୍କ ସଂଘର୍ଷ କାହାଣୀ…

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ୍ ଯୋଗୁଁ ଜନସାଧାରଣ ପ୍ରଭାବିତ ହୋଇଥିଲେ । ଏପରିକି ଏହାର ପ୍ରଭାବ ଜୀବନଜୀବିକା ଉପରେ ପଡିଥିଲା । କେହିକେହି ଚାକିରି ହରାଇବାକୁ ବାଧ୍ୟ ହୋଇଥିଲା ବେଳେ ଆଉ କେହିକେହି ଜୀବିକା ପରିବର୍ତ୍ତନ କରିବାକୁ ପଛାଇନଥିଲେ ।

ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ମୁମ୍ବାଇର ଅକ୍ଷୟ ପାର୍କର। କରୋନାଭାଇରସ୍ ପୂର୍ବରୁ ସେ ଇଣ୍ଟରନ୍ୟାସନାଲ କ୍ରୁଜରେ ଜଣେ ରୋଷେୟା ଭାବରେ କାର୍ଯ୍ୟ କରୁଥିଲେ। ଏପରିକି ତାଙ୍କର ଦରମା ମାସକୁ ୬୬ ହଜାର ଟଙ୍କା ଥିଲା । ହେଲେ ଚାକିରି ହରାଇବା ପରେ ଆଗାମୀ ଦିନରେ ସେ କିପରି ପରିବାର ପ୍ରତିପୋଷଣ କରିବେ ସେନେଇ ଚିନ୍ତାରେ ପଡିଯାଇଥିଲେ। ତଥାପି ସେ ହାର ନମାନି ନିଜର ଏକ ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ଅଣ୍ଟା ଭିଡିଥିଲେ । ଏବେ ସେ ଦାଦର ଓ୍ୱେଷ୍ଟରେ ଶିବାଜୀ ମନ୍ଦିର ସମ୍ମୁଖରେ ‘ପାରକର ବିରିୟାନୀ ହାଉସ୍’ ନାମକ ଏକ ଷ୍ଟଲ୍ ଚଲାଉଛନ୍ତି ।

ଏହି ସେଫ୍ ଜଣକ ଦିନେ ତାଜ ହୋଟେଲରେ କାମ କରୁଥିଲେ-

ହୋଟେଲ ତାଜରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଅକ୍ଷୟ ପାଖାପାଖି ଚାରି ବର୍ଷ ଧରି ସେଠାରେ କାମ କରିଥିଲେ। ତା’ପରେ ସେ ଇଣ୍ଟରନ୍ୟାସନାଲ କ୍ରୁଜରେ ଚାକିରି ପାଇଥିଲେ । ଗତ ସାତ ବର୍ଷ ଧରି ସେ ଜଣେ ରୋଷେୟା ଭାବରେ କ୍ରୁଜରେ କାମ କରୁଥିଲା ବେଳେ ତାଙ୍କ ଦରମା ମାସକୁ ୯୦୦୦ ଡଲାର (୬୬ ହଜାର ଟଙ୍କା) ଥିଲା । ହେଲେ ଏହି ମହାମାରୀ ଯୋଗୁଁ ଚାକିରି ହରାଇବାରୁ ତାଙ୍କ ଜୀବନ ଏକପ୍ରକାର ପ୍ରଭାବିତ ହୋଇଥିଲା ।

ଅକ୍ଷୟଙ୍କ ମତରେ ତାଙ୍କର ଅଧିକାଂଶ ଆୟ ମାଆ-ବାପାଙ୍କ ଚିକିତ୍ସାରେ ଖର୍ଚ୍ଚ ହେଉଥିଲା । ଚାକିରି ହରାଇବା ପରେ ସମସ୍ୟା ଆରମ୍ଭ ହୋଇଥିଲା । ସଞ୍ଚିତ ଥିବା ଅର୍ଥରେ ପ୍ରାୟ ଦୁଇ ମାସ ଭଲରେ କଟିଥିଲା । ହେଲେ ଅଗଷ୍ଟ ମାସ ବେଳକୁ ଆର୍ଥୀକ ସ୍ଥିତି ବିଗିଡିବାରେ ଲାଗିଥିଲା । ପରିବାର ପ୍ରତିପୋଷଣ ଦାୟିତ୍ୱ ମୋ ଉପରେ ପଡୁଥିବାରୁ ମୋତେ କିଛିନା କିଛି କରିବାରେ ଥିଲା ବୋଲି ସେ ପ୍ରକାଶ କରିଛନ୍ତି।

ସାଙ୍ଗମାନେ ବିରିୟାନୀ ବିକ୍ରି କରିବାକୁ ପରାମର୍ଶ ଦେଇଥିଲେ-

ସେ ସମୟରେ ସାଙ୍ଗମାନେ ପରାମର୍ଶ ଦେଇଥିଲେ ଯେ ତୁ ବିରିୟାନୀ ବହୁତ ଭଲ ବନାଉ, ତେଣୁ ନିଜର ଗୋଟିଏ ବିରିୟାନୀ ଷ୍ଟଲ୍ ଖୋଲ । ଆଉ ରାସ୍ତା କଡ଼ରେ ଲୋକମାନଙ୍କୁ କମ୍ ଦାମରେ ପାଞ୍ଚ ତାରକା ହୋଟେଲ୍ ଭଳି ଖାଇବା ମିଳିଲେ ଗ୍ରାହକଙ୍କ ଭିଡ ଜମିବ।

ମୋ ପାଖରେ ରୋଷେଇ କରିବାର ଦଶ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି । ହେଲେ ବିରିୟାନୀ ତିଆରି କଲେ କେଉଁଠି ବିକ୍ରି କରିବି, ସେନେଇ ଜାଣିପାରୁନଥିଲି। ଏଥିରେ ମୋତେ ସହଯୋଗ କରିଥିଲେ ମୋ ପଡେଶୀ । ଏମିତିକି ସେ ତାଙ୍କ ପାଓଭାଜି ଠେଲା ପାଖରେ ମୋତେ ଜାଗା ଦେଇଥିଲେ ।

ସବୁ କିଛି ଠିକ୍ ହେଲା ପରେ ଅଗଷ୍ଟରୁ ବିରିୟାନୀ କାମ ଆରମ୍ଭ କଲି । ଯେଉଁଥିପାଇଁ ଦଶରୁ ପନ୍ଦର ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା ବୋଲି ସେ ପ୍ରକାଶ କରିଛନ୍ତି ।

ମୁଁ ଉଭୟ ଭେଜ୍ ଏବଂ ଚିକେନ୍ ବିରିୟାନୀ ବନାଇବାକୁ ଲାଗିଲି । ଯଦି କେହି ଅର୍ଡର ଦିଅନ୍ତି ତାହେଲେ ଘରୁ ମଟନ୍ ବିରିୟାନୀ ପ୍ରସ୍ତୁତ କରିକି ନିଏ । ପ୍ରଥମେ ପ୍ରଥମେ କେବଳ ଦୁଇରୁ ଚାରି ଜଣ ଗ୍ରାହକ ଆସୁଥିବା ବେଳେ ଧିରେଧିରେ ଗ୍ରାହକଙ୍କ ସଂଖ୍ୟା ବଢିବାରେ ଲାଗିଲା । ଏବେ ମୁଁ ପ୍ରତିଦିନ ଅତି କମରେ ୭୦ ବିରିୟାନୀ ପ୍ୟାକେଟ୍ ବିକ୍ରି କରୁଛି।

ନିଜର ବିରିୟାନୀ ଷ୍ଟଲ୍ କରିବା ପରେ ଆଉ ଚାକିରି କରିବାକୁ ଇଚ୍ଛା ହେଉନାହିଁ । ମୋ ବିରିୟାନୀ ଟେଷ୍ଟକୁ ଗ୍ରାହକଙ୍କ ଭଲ ରେସପୋନ୍ସ ମିଳିବାରେ ଲାଗିଛି । ଏବେ ମୁଁ ଅନଲାଇନ୍ ଅର୍ଡର ଯୋଗାଇବା ଲାଗି ପ୍ରଚେଷ୍ଟା ଚଳାଇଛି ।

ତେବେ ଏହି ଅବଧି ଭିତରେ ଜାଣିପାରିଲି ଯେ ଯଦି ଆପଣଙ୍କର ଦକ୍ଷତା ରହିଛି ତାହେଲେ ଚେଷ୍ଟା କଲେ ସଫଳତା ନିଶ୍ଚୟ ମିଳିବ ବୋଲି ଅକ୍ଷୟ କହିଛନ୍ତି।

ଲୋକାୟୁକ୍ତ ଖୋଲିବେ ବିଧାୟକ ପ୍ରଦୀପଙ୍କ ଦୁର୍ନୀତି ପେଡ଼ି, ମୁଖ୍ୟମନ୍ତ୍ରୀ କଲେ ସୁପାରିଶ

ଭୁବନେଶ୍ୱର: ଲୋକାୟୁକ୍ତ ଖୋଲିବେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ପେଡ଼ି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତିର ତଦନ୍ତ କରିବ ଲୋକାୟୁକ୍ତ । ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ସୁପାରିଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାୟୁକ୍ତ ଗଠନ ହେବା ପରେ କୌଣସି ଦୁର୍ନୀତି ମାମଲାର ତଦନ୍ତ ପାଇଁ ଏହା ହେଉଛି ରାଜ୍ୟ ସରକାରଙ୍କ ପ୍ରଥମ ସୁପାରିଶ । ସରକାରରେ କୌଣସି ପ୍ରକାର ଦୁର୍ନୀତିକୁ ପ୍ରଶ୍ରୟ ନ ଦିଆଯିବାର ଏହା ଏକ ବଳିଷ୍ଠ ଉଦାହରଣ । ଦୁର୍ନୀତି ନେଇ କୌଣସି ଅଭିଯୋଗ ହେଲେ ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଥିବା ଏହା ପ୍ରମାଣିତ କରୁଛି ।

Jail Or Bail For Gopalpur MLA Pradeep Panigrahi

ସୂଚନାଯୋଗ୍ୟ, ଟାଟା ମୋଟର୍ସ ନାଁରେ ଜାଲ ନିଯୁକ୍ତି ଓ ଅର୍ଥ ଠକେଇ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଛି । ସେ ଜାମିନ ପାଇଁ ଆବେଦନ କରିଥିଲେ । ସୋମବାର ଜାମିନ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ଶୁଣାଣି ବେଳେ ପ୍ରଦୀପଙ୍କ ଓକିଲ ଜାମିନ ଦେବା ପାଇଁ କହିଥିବା ବେଳେ ତଦନ୍ତ ଚାଲିଥିବାରୁ ଜାମିନ ନଦେବା ପାଇଁ ମତ ରଖିଥିଲା କ୍ରାଇମବ୍ରାଞ୍ଚ । ପୂର୍ବରୁ ଜାମିନ ପାଇଁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରିଥିଲେ ପ୍ରଦୀପ । କିନ୍ତୁ ଏହା ଖାରଜ ହୋଇଥିଲା । ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆଇପିସି ଧାରା ୪୧୯, ୪୨୦, ୪୬୭, ୪୬୯, ୪୭୧ ଓ ଧାରା ୧୨୦-ବି ଭଳି ସଂଗୀନ ଦଫା ଲାଗିଛି ।

ନୂଆ ବ୍ୟବସ୍ଥା: ଜେଲରେ ଚଳଚ୍ଚିତ୍ରର ମଜା ନେବେ କଏଦୀ

ଭୁବନେଶ୍ୱର: ଏଣିକି ଜେଲରେ ଚଳଚ୍ଚିତ୍ରର ମଜା ନେବେ କଏଦୀ । ପ୍ରତି ରବିବାର ସନ୍ଧ୍ୟାରେ ବଡ଼ ପରଦାରେ ବଲିଉଡକୁ ଦେଖିବେ ଜେଲ ଅନ୍ତେବାସୀ । ଏ ନେଇ ଆବଶ୍ୟକ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଡିଜି (କାରାଗାର) ସନ୍ତୋଷ ଉପାଧ୍ୟୟ ।  

            ଦେଶପ୍ରେମ, ଇତିହାସ, ଆଧ୍ୟାତ୍ମିକତା ଏବଂ ନୀତିଶିକ୍ଷା ପୂର୍ଣ୍ଣ ଚଳିଚ୍ଚ୍ରତ ଦେଖିପାରିବେ ଅନ୍ତେବାସୀ । ତେବେ ବର୍ତ୍ତମାନ ରାଜ୍ୟର କେବଳ ଝାରପଡ଼ା ଜେଲରେ ଏ ନେଇ ବ୍ୟବସ୍ଥା କରାଯାଇଛି । ଜେଲରେ ଚଳଚ୍ଚିତ୍ର ପରିବେଷଣ ନେଇ ଏକ ବଡ଼ ପ୍ରଜେକ୍ଟର ସ୍କ୍ରିନ୍ର, ସାଉଣ୍ଡ ବକ୍ସ ଏବଂ ୧୦୦ଟି ଚେୟାର ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ୱର ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: ହାଜର ହେବାକୁ ଓଟିଭି ଏମ୍‌ଡିଙ୍କୁ ପୁଣି ଥରେ ନୋଟିସ

            ତେବେ ଚଳଚ୍ଚିତ୍ର ପରିବେଷଣ ସହିତ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଆଧ୍ୟାତ୍ମିକ ସଙ୍ଗୀତ, ମୋଟିଭେସନାଲ ସ୍ପିଚ୍ ଅନ୍ତେବାସୀ ଶୁଣିବାକୁ ପାଇପାରିବେ । ଏଥିସହିତ ସ୍ୱାସ୍ଥ୍ୟ, ମାନବ ଅଧିକାର ଏବଂ ଆଇନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଦେଖିପାରିବେ ଅନ୍ତେବାସୀ । କଏଦୀଙ୍କୁ ଚାପମୁକ୍ତ, ମାନସିକ ଅବସାଦରୁ ମୁକ୍ତି ଦେବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା ଡିଜି(କାରାଗାର) ସନ୍ତୋଷ ଉପାଧ୍ୟୟ କହିଛନ୍ତି ।

ପରୀ ମୃତ୍ୟୁ ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର: ପରୀ ମୃତ୍ୟୁ ମାମଲାକୁ ନେଇ ଘନଉଛି ରାଜନୀତି । ମାମଲାକୁ ନେଇ ବିଜେପି ଅଭିନୟ ଓ ରାଜନୀତି କରୁଥିବା କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ବିଜେପିକୁ ସିଧା ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଛନ୍ତି । ପରୀ ମାମଲାରେ ସିବିଆଇ ତଦନ୍ତର କିଛି ଲାଭ ନାହିଁ ଏସଆଇଟି ତଦନ୍ତ ହିଁ ଯଥେଷ୍ଟ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ।

ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ସେମାନେ ତ ପୂର୍ବରୁ ପରୀ ପ୍ରସଙ୍ଗ ଉଠାଇ ନଥିଲେ । କଂଗ୍ରେସ ବିଧାନସଭା ଓ ନୟାଗଡ଼ରେ ଏହି ପ୍ରସଙ୍ଗ ଉଠାଇଥିଲା । ପରୀ ମୃତ୍ୟୁର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ । ସିବିଆଇ ତଦନ୍ତରୁ କିଛି ବାହାରିବନି । ପୂର୍ବରୁ ୪ଟି କେସ ସିବିଆଇ ତଦନ୍ତ କରିଛି । କିନ୍ତୁ କିଛି ଫଳ ମିଳିନି ।

ତେବେ ସାରା ରାଜ୍ୟରେ ହତ୍ୟା ହେଉଛି ହେଲେ ପରୀ ପାଇଁ ଅଭିନୟ କରି ବିଜେପି ପଲିଟିକାଲ ମାଇଲେଜ୍ ନେବାକୁ ଚେଷ୍ଟା କରୁଥିବା କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଦୃଢ ଉକ୍ତି ପ୍ରକାଶ କରିଛନ୍ତି । କେବଳ ସେତି ନୁହେଁ ମାମଲା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି ।

ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବ୍ରିଟେନରେ ଭାରତୀୟ ଦୂତାବାସ ଆଗରେ ପ୍ରତିବାଦ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବ୍ରିଟେନରେ ଭାରତୀୟ ଦୂତାବାସ ବାହାରେ ପ୍ରତିବାଦ କରାଯାଇଛି। କୃଷି ଆଇନକୁ ବିରୋଧ ଓ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଭାରତୀୟ ଦୂତାବାସ ବାହାରେ ରାଲି କରାଯାଇଥିଲା । ମହାମାରୀ ସମୟରେ ସାମାଜିକ ଦୂରତା ଉଲ୍ଲଂଘନ କରି ପାଖାପାଖି ୪ ହଜାର ଲୋକ ଏକାଠି ହେବାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଭାରତୀୟ ଉଚ୍ଚ ଆୟୋଗ ।

ଶୋଭାଯାତ୍ରାରେ ସାମିଲ ହୋଇଥିବା କେତେଜଣ ଆନ୍ଦୋଳନକାରୀଙ୍କୁ ଗିରଫ ମଧ୍ୟ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଲଣ୍ଡନ ପୋଲିସ ୩୦ ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦେଇନଥିଲା । ବିନା ଅନୁମତିରେ ୭ଶହରୁ ଉର୍ଦ୍ଧ୍ୱ ଗାଡ଼ି ସାମିଲ ହୋଇଥିବା ବେଳେ ସାଢ଼େ ୩ରୁ ୪ ହାଜର ଲୋକ ସାମିଲ ହୋଇଥିଲେ ।

ତେବେ ପ୍ରଶାସନର ବିନା ଅନୁମତିରେ ଏଭଳି ଶୋଭାଯାତ୍ରା କରାଯାଇଥିବା ବେଳେ ଏହାର ବିଭିନ୍ନ ଦିଗଗୁଡିକ ଉପରେ ତଦନ୍ତ କରାଯାଉଛି । କୃଷି ଆନ୍ଦୋଳନକୁ ସମର୍ଥନ ଆଳରେ ଆନ୍ଦୋଳନକାରୀମାନେ ଭାରତ ବିରୋଧୀ ପ୍ରଦର୍ଶନ କରିଥିବା ଉଚ୍ଚ ଆୟୋଗ କହିଛନ୍ତି ।

ତୈଳ ଦର ପରେ ବଢିଲା ବସ୍ ଭଡ଼ା, ଜାଣନ୍ତୁ କେଉଁ ବସର ଭଡ଼ା କେତେ ବଢିଲା  ?

କଟକ: ଦିନକୁ ଦିନ ମହଙ୍ଗା ହେଉଛି ବଜାର । ତେଲ, ଲୁଣଠୁ ଆରମ୍ଭ କରି ସବୁ ଦର ବଢିବାରେ ଲାଗିଛି । ନିତି ଦିନିଆ ସାମଗ୍ରୀ ପରେ ଏବେ ଯାତାୟତ ମଧ୍ୟ ମହଙ୍ଗା ପଡ଼ିଛି । କାରଣ ତୈଳ ଦର ବୃଦ୍ଧି ପରେ ଏବେ ବସ୍ ଭଡ଼ା ମଧ୍ୟ ବୃଦ୍ଧି ପାଇଛି । ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପିଛା ୧ ଟଙ୍କା ବଢ଼ିଛି । ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଛି ।

ସେହିପରି ସାଧାରଣ ବସ୍ ଭଡ଼ା ୭୨ରୁ ୭୩ ପଇସାକୁ ବୃଦ୍ଧି ହୋଇଛି । ଏକ୍ସପ୍ରେସ ବସ ଭଡ଼ା ୭୫ ପଇସାରୁ ୭୬ ପଇସାକୁ ବୃଦ୍ଧି ପାଇଛି । ଏହାସହ ଅଟୋ ମେକାନିଜିମ ସିଷ୍ଟମରେ ବଢ଼ିଲା ଭଡ଼ା ଡିଲକ୍ସ ଭଡ଼ା ୧.୦୫ ଟଙ୍କାରୁ ୧.୦୭ ଟଙ୍କାକୁ ବୃଦ୍ଧି ପାଇଛି  । ଏବଂ ଏସି ଡିଲକ୍ସ ଭଡ଼ା ୧.୨୭ ଟଙ୍କାରୁ ୧.୨୯ ଟଙ୍କାକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ଘରୋଇ ବସ୍ ସଂଘ ସାଧାରଣ ସଂପାଦକଙ୍କ ସୂଚନା ଦେଇଛନ୍ତି ।