ଗୋଟେ ବାଇକରେ ୭, ପୋଲିସ ମାରିଲା ମୁଣ୍ଡିଆ

ବିହାର: ଏକ ସାଧାରଣ କାରରେ ୫ ଜଣ ଲୋକ ବସିବା ପାଇଁ ସ୍ଥାନ ରହିଥାଏ ।  ସାମାନ୍ୟ ଆଡଜଷ୍ଟ କରିବା ଦ୍ୱାରା ୫ ପରିବର୍ତ୍ତେ ୬ ଜଣ ଆରାମରେ ବସିପାରିବେ । କିନ୍ତୁ ମୋଟରସାଇକେଲରେ କେତେ ଆଡଜଷ୍ଟ କରନ୍ତୁ ପଛେ ୫ ଜଣଙ୍କୁ ବସାଇବା ଅସମ୍ଭବ ମନେହୁଏ । କିନ୍ତୁ ଭାରତରେ କିଛି ଅସମ୍ଭବ ନୁହେଁ ! ଏଠାରେ ଜଣେ ବ୍ୟକ୍ତି ଗୋଟିଏ ବାଇକରେ କାରଠାରୁ ଅଧିକ ଲୋକ ବସାଇ ଯାଉଥିବା କଥା ଆଶ୍ଚର୍ଯ୍ୟ କରିଛି । ବିଶ୍ୱାସ ହେଉନଥିଲେ ଏହି ଭାଇରାଲ୍ ଫଟୋକୁ ଭଲଭାବେ ଦେଖନ୍ତୁ । ଏହା ଏକ ଚମତ୍କାରଠାରୁ କମ୍ ନୁହେଁ ଯେ ୭ ଜଣ ବ୍ୟକ୍ତି ଏକ ବାଇକରେ ଯାତ୍ରା କରୁଛନ୍ତି ।

କ’ଣ ରହିଛି ପୂରା ମାମଲା:

ଏ ଚିତ୍ର ହେଉଛି ବିହାରର ପୂର୍ବ ଚମ୍ପାରଣ ଜିଲ୍ଲା ଢ଼ାକା ଅଞ୍ଚଳର । ଗୋଟିଏ ବାଇକରେ ସାତ ଜଣ ବସିଥିବା ଆପଣ ଦେଖିପାରୁଥିବେ । ଏଥିରେ ଜଣେ ପୁରୁଷ ଓ ମହିଳା ସହ ପାଞ୍ଚ ଜଣ ଶିଶୁ ଅଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଥିବା ବାଇକରେ ସାତ ଜଣ ବସିବା ସହ ଜିନିଷ ମଧ୍ୟ ଲଗାହୋଇଛି । ତେବେ ବାଇକ ଲଗାଉଥିବା ବ୍ୟକ୍ତିଙ୍କୁ ମାନିବାକୁ ପଡ଼ିବ, କାରଣ ସେ ସାବ୍ୟସ୍ତ କରିଦେଲେ ଯେ, କମ ଜିନିଷରେ ମଧ୍ୟ ପୁରା ପରିବାର ଆଡଜଷ୍ଟ ହୋଇପାରିବ !

ହାଥ ଯୋଡ଼ିଲେ ପୋଲିସ ବାବୁ !

ଯେତେବେଳେ ଜଣେ ପୋଲିସ କର୍ମା ଏ ଦୃଶ୍ୟ ଦେଖିଲେ, ସେ ଗାଡ଼ି ଅଟକାଇବା ସହ ଚାଳକଙ୍କ ଅଦମ୍ୟ ସାହସକୁ ଦେଖି ହାଥ ଯୋଡ଼ି ନମସ୍କାର କଲେ । ଅବଶ୍ୟ ପରବର୍ତ୍ତୀ ସମୟରେ ପୋଲିସ କର୍ମା ଜଣଙ୍କ ଚାଳକଙ୍କୁ ଟ୍ରାଫିକ ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଲେ । ଠିକ ସେତିକି ବେଳେ କେହି ଜଣେ ଏହି ଦୁର୍ଲଭ ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିଲେ, ଯାହାକି ପରେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି ।

Leave a Reply