spot_img
Home Blog Page 6279

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ପାର୍ଥିବ ପଟେଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପାର୍ଥିବ ପଟେଲ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଭାରତ ପାଇଁ ମାତ୍ର ୧୭ ବର୍ଷରେ ପଦାର୍ପଣ କରିଥିବା ପାର୍ଥିବ ୩୫ ବର୍ଷ ବୟସରେ ପେଶାଦାର କ୍ରିକେଟକୁ ଅଲବିଦା ଜଣାଇଛନ୍ତି । ନିଜ ଟ୍ୱିଟର ଜରିଆରେ ନିଜର ଅବସର ସମ୍ପର୍କରେ ପାର୍ଥିବ ଘୋଷଣା କରିଛନ୍ତି ।

୨୦୦୨ରେ ଇଂଲଣ୍ଡ ବିରୋଧରେ ମାତ୍ର ୧୭ ବର୍ଷ ୧୫୩ ଦିନରେ ପଦାର୍ପଣ କରି ସର୍ବକନିଷ୍ଠ ୱିକେଟ କିପରର ମାନ୍ୟତା ହାସଲ କରିଥିଲେ ପାର୍ଥିବ ।  ୩୫ବର୍ଷିୟ ପାର୍ଥିବ ଏପର୍ଯ୍ୟନ୍ତ ସୁଦ୍ଧା ୨୫ଟି ଟେଷ୍ଟ, ୩୮ଟି ଅନ୍ତର୍ଜାତୀୟ ଦିନିକିଆ ଏବଂ ୨ଟି ଟି-୨୦ ମ୍ୟାଚ ଖେଲିଛନ୍ତି । ଏବଂ ଘରୋଇ କ୍ରିକେଟର ୧୯୪ ମ୍ୟାଚରେ ସେ ଗୁଜୁରାଟର ପ୍ରତିନିଧିତ୍ୱ କରିଥିଲେ ।

ସେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୦୨ରେ ଖେଳିଥିଲେ । କିନ୍ତୁ ଦୀନେଶ କାର୍ତ୍ତିକ ଏବଂ ଧୋନି ଯେତେବେଳେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ ସେତେବେଳେ ପାର୍ଥିବ ପଟେଲ ଖୁବ୍ ସଂଘର୍ଷ କରିବାକୁ ପଡ଼ିଥିଲା । ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ଉପସ୍ଥିତିରେ ପାର୍ଥିବଙ୍କୁ ଭାରତୀୟ ଦଳରେ ପର୍ଯ୍ୟାପ୍ତ ସୁଯୋଗ ମିଳିନଥିଲା । ସେ ଦୀର୍ଘ ଦିନ ଧରି ଭାରତୀୟ ଦଳରୁ ବାହାରେ ଥିଲେ ।

ପାର୍ଥିବ ପଟେଲ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ବିଭିନ୍ନ ଦଳ ପାଇଁ ଖେଳିଛନ୍ତି । ସେ ଚଳିତ ବର୍ଷ ଦୁବାଇରେ ଖେଳାଯାଇଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ବିରାଟ କୋହଲିଙ୍କ ନେତୃତ୍ୱରେ ବାଙ୍ଗାଲୋର ଦଳ (ଆରସିବି)ର ଖେଳୁଥିଲେ । କିଛି ବର୍ଷ ଧରି ପାର୍ଥିବ ପଟେଲ କମେଣ୍ଟ୍ରି ମଧ୍ୟ କରିଛନ୍ତି । ତେବେ କ୍ରିକେଟରୁ ଅବସର ନେବା ପରେ ସେ କଣ କରିବେ ସେ ସମ୍ପର୍କରେ ସେ ସୂଚନା ଦେଇନାହାଁନ୍ତି। ସେ ୧୮ ବର୍ଷର ଲମ୍ବା କ୍ୟାରିୟରେ ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ଅନ୍ତିମ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ।

ଚାଷୀଙ୍କ ପାଇଁ ଗଡ଼ିଲା ରଥ, ସରକାରୀ ଯୋଜନା ନେଇ କରିବ ସଚେତନ

0

ମୟୂରଭଞ୍ଜ: ଚଳିତ ଖରିଫ୍‌ ଋତୁରେ ଚାଷୀମାନେ କିପରି ସୁବିଧାରେ ଏବଂ ସରକାରୀ ଧାର୍ଯ୍ୟ ଦରରେ ଧାନ ବିକ୍ରି କରି ପାରିବେ ସେଥିପାଇଁ ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାକୁ ଆଜି ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ବିଭିନ୍ନ ସୁବିଧା ସୁଯୋଗ କିପରି ଚାଷୀ ମାନଙ୍କ ନିକଟରେ ପହଞ୍ଚିପାରିବ ସେ ସମ୍ପର୍କରେ ସଚେତନତା ରଥ ସମଗ୍ର ଜିଲ୍ଲାରେ ପରିକ୍ରମା କରିବା ପାଇଁ ଆଜି ଶୁଭାରମ୍ଭ କରାଯାଇଛି ।

ଏହି ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଶୁଭାରମ୍ଭ କରାଯାଇଥିଲା ଏକ ସଚେତନତା ରଥଯାତ୍ରା । ଏହି ରଥ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ୨୬ ଗୋଟି ବ୍ଲକର ବିଭିନ୍ନ ଅଂଚଳରେ ପରିକ୍ରମା କରି ଜନସଚେତନତା ସୃଷ୍ଟି କରିବ । ଚାଷୀମାନେ କିପରି ସୁବିଧାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ମଣ୍ଡିରେ ଧାନ ବିକ୍ରି କରି ପାରିବେ ଏବଂ ସରକାରଙ୍କ ଧାର୍ଯ୍ୟ ଦର ପାଇପାରିବେ ସେ ସମ୍ପର୍କରେ ସଚେତନତା ବାର୍ତ୍ତା ଲୋକ ମାନଙ୍କ ନିକଟରେ ପହଞ୍ଚିପାରିବ । ଜିଲ୍ଲା ଯୋଗାଣ ବିଭାଗ ଏବଂ ସମବାୟ ବିଭାଗର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ରାଜଧାନୀରେ ସ୍କୁଟି ଚାଳକଙ୍କୁ ୨୬ ହଜାର ଟଙ୍କା ଜୋରିମାନା କାଟିଲା ଟ୍ରାଫିକ୍‌ ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱରରେ ସ୍କୁଟି ଚାଳକଙ୍କୁ ୨୬ ହଜାର ଟଙ୍କା ଜୋରିମାନା । ଫାଇନ୍‌ ଆଦାୟ କଲେ ପରିବହନ ଅଧିକାରୀ । ସ୍କୁଟି ଚାଳକ ନାବାଳକ ହୋଇଥିବା ବେଳେ, ବିନା ହେଲମେଟରେ ଅନ୍ୟଜଣକୁ ପଛରେ ବସାଇ ଯାଉଥିଲେ । ଟ୍ରାଫିକ ପୋଲିସ ଯାଞ୍ଚ ବେଳେ ଧରାପଡିଥିଲେ ଏହି ନାବାଳକ । ଫରେଷ୍ଟ ପାର୍କ ଅଞ୍ଚଳରେ ସ୍କୁଟି ଚାଳକଙ୍କୁ ଜରିମାନା ହୋଇଛି । ତେବେ ଏହା ପୂର୍ବରୁ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି ।

BBSR SCooty Fine

ଗତ ଫେବ୍ରୁଆରୀ ୬ରେ ଭଦ୍ରକ ଅଞ୍ଚଳରେ ଜଣେ ନାବାଳକ ରଙ୍ଗ ରୁଟ୍‌ରେ ଯାଇ ଫସିଥିଲେ । ହଜାରେ କି ଦୁଇ ହଜାର ନୁହେଁ ପ୍ରାୟ ୪୨ ହଜାର ୫ଶହ ଟଙ୍କାର କଟିଥିଲା ଚାଲାଣ‌ । ଭଣ୍ଡାରୀପୋଖରୀ ଛକ ନିକଟରେ ଗୋଟିଏ ବାଇକ୍‌ରେ ୩ ଜଣ କଲେଜ ଛାତ୍ର ଯାଉଥିବା ବେଳେ ଧରାପଡିଥିଲେ । ରଙ୍ଗ ରୁଟ୍‌ରେ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବେଳେ ଟ୍ରାଫିକ୍‌ ପୋଲିସ ଅଟକାଇ କାଗଜ ପତ୍ର ଯାଞ୍ଚ କରିଥିଲେ । ଯାହା ଆଧାରରେ ଆରଟିଓ ପକ୍ଷରୁ ମୋଟା ଅଙ୍କର ଚାଲାଣ କଟାଯାଇଛି ।

BBSR SCooty Fine

ଅନ୍ୟପଟେ ପରିବହନ ମନ୍ତ୍ରୀମ ମଧ୍ୟ ସୂଚନା ଦେଇସାରିଛନ୍ତି ଯେ, ପୂର୍ବ ଭଳି ଟ୍ରାଫିକ୍‌ ଚେକିଂ କଡ଼ାକଡ଼ି ହେବ । କରୋନା ପାଇଁ କଟକଣାକୁ କୋହଳ କରାଯାଇଥିଲା । ପହିଲାରୁ ବାଇକ୍‌ରେ ଏକ କାଳିନ ଦୁଇ ଜଣ ବସିଲେ ଉଭୟ ହେଲ୍‌ମେଟ୍‌ ପିନ୍ଧିବା ବାଧ୍ୟତାମୂଳକ ବୋଲି କୁହାଯାଉଛି । ଏହାସହ ପୂର୍ବର ଯେଉଁ ସବୁ ନୂଆ ନିୟମ ଲାଗୁ କରାଯାଇଥିଲା ତାହା ଉପରେ କଡ଼ା ନଜର ରଖାଯିବ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ; କରୋନା ରୋଗୀଙ୍କ ଘର ବାହାରେ ଲାଗିବନି କୋଭିଡ ପୋଷ୍ଟର

ନୂଆଦିଲ୍ଲୀ: କରୋନା ସନ୍ଦିଗ୍ଧ ତଥା ସଂକ୍ରମିତ ରୋଗୀଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ କରାଯାଉଥିବା ମାମଲାରେ ସୁପ୍ରିମକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ କହିଛନ୍ତି ଯେ ଲୋକଙ୍କ ଘର ଆଗରେ କ୍ୱାରେଣ୍ଟାଇନ୍ ପୋଷ୍ଟର ରଖନ୍ତୁ ନାହିଁ। ଯଦି ଆବଶ୍ୟକ ହୁଏ ତେବେ ସଂପୃକ୍ତ ଅଧିକାରୀ (କେନ୍ଦ୍ର ସରକାର)ଙ୍କ ଆଦେଶ ରହିବା ଆବଶ୍ୟକ ।

ଏହି ମାମଲାରେ ଗତ ସପ୍ତାହରେ ହୋଇଥିବା ଶୁଣାଣିରେ କୋର୍ଟ କହିଥିଲେ ଯେ ଥରେ କରୋନା ରୋଗୀଙ୍କ ଘର ସମ୍ମୁଖରେ ପୋଷ୍ଟର ଲଗାଯିବା ପରେ ସେମାନଙ୍କୁ ଅଛୁଆଁ ଭଳି ବ୍ୟବହାର କରାଯାଇଥାଏ।

ଗତ ସପ୍ତାହରେ ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ କରୋନା ସଂକ୍ରମଣକୁ ରୋକିବା ପାଇଁ କେତେକ ରାଜ୍ୟ ଏହି ପଦ୍ଧତି ଆପଣାଉଛନ୍ତି । ଏପରିକି ଏହା ଜରୁରୀ ନିୟମ ନୁହେଁ, ଏହା କରୋନା ରୋଗୀଙ୍କୁ କଳଙ୍କିତ କରିବା ପାଇଁ ନୁହେଁ  ବରଂ ଅନ୍ୟମାନଙ୍କ ସୁରକ୍ଷା ପାଇଁ ଏହି ବ୍ୟବସ୍ଥା ଗ୍ରହଣ କରାଯାଉଛି।

ଯାହାପରେ ସରକାରଙ୍କ ଉତ୍ତରରେ ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଆର ସୁଭାଷ ରେଡ୍ଡୀ ଏବଂ ଜଷ୍ଟିସ ଏମଆର ଶାହା ବେଞ୍ଚ କହିଛନ୍ତି ଯେ ହେଲେ ବାସ୍ତବତା ଅଲଗା। ନଭେମ୍ବର ୫ରେ ସୁପ୍ରିମକୋର୍ଟ କରୋନା ରୋଗୀଙ୍କ ଘର ବାହାରେ ଏଭଳି ପୋଷ୍ଟର ନଲଗାଇବା ପାଇଁ ନିର୍ଦ୍ଦେଶନାମା ଜାରି କରିବା ଉପରେ ଚିନ୍ତା କରିବା ପାଇଁ କେନ୍ଦ୍ର ସରକାରଙ୍କୁ କହିଥିଲେ। ଏହି ମାମଲାରେ ପିଟିସନର କୁଶ କାଲ୍ରା ଏଭଳି ଅପିଲ୍ କରିଥିଲେ ।

ଉଚ୍ଛେଦ ଆରମ୍ଭ ହେବା ପୂର୍ବରୁ ସ୍ଥାନୀୟ ଲୋକ ଓ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ତେଜନା

କଟକ: କଟକ ଏସସିବିର ସଂପ୍ରସାରଣ ଯୋଜନାରେ ଜଗତପୁର ଗୋଲେଇରୁ ନିମପୁର ଦେଇ ମହାନଦୀ ବ୍ୟାରେଜ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ । ଏଥିପାଇଁ ଆଜି ଜଗତପୁରରେ ଉଚ୍ଛେଦ କାମ ଆରମ୍ଭ ହୋଇଛି । ଉଛେଦ ଆରମ୍ଭରୁ ଲୋକ ଓ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଦୀର୍ଘ ଦିନ ଧରି ଏଠାରେ ରହି ବ୍ୟବସାୟ କରୁଥିବାରୁ ସେମାନେ ଉଚ୍ଛେଦକୁ ବିରୋଧ କରିଥିଲେ ।

ପ୍ରଥମେ ଥଇଥାନ କର ବୋଲି ଦାବୀ କରିଥିଲେ ସ୍ଥାନୀୟ ବାସିନ୍ଦା । ଉତ୍ତେଜନା ଓ ରାସ୍ତାରୋକକୁ ନଜରରେ ରଖି ପୂର୍ବତନ ବିଧାୟକ ଓ ପ୍ରଶାସନିକ ଅଧିକାରୀ ସେଠାରେ ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ବ୍ୟବସାୟୀଙ୍କୁ ଭେଣ୍ଡି ଜୋନରେ ଦୋକାନ କରିବାକୁ ଦିଆଯିବ ବୋଲି ପ୍ରଶାସନ ପକ୍ଷର ପ୍ରତିଶ୍ରୁତି ଦିଆଯାଇଥିଲା ।

ପ୍ରତିଶ୍ରୁତି ପରେ ଶାନ୍ତ ହୋଇଥିଲା ପରିବେଶ । ଏହା ପରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପୂର୍ବରୁ ରୋଗୀଙ୍କୁ ବଡ଼ ମେଡ଼ିକାଲ ପହଞ୍ଚିବାରେ ଅସୁବିଧା ହେଉଥିଲା ଏବଂ ଠିକ୍ ସମୟରେ ରୋଗୀ ଡାକ୍ତରଖାନାରେ ପହଞ୍ଚି ପାରିନଥିଲେ । ତେଣୁ ବଡ ମେଡିକାଲ ଯିବାକୁ  ରାସ୍ତା ସଂପ୍ରସାରଣ କରାଯାଉଛି ଏହାପରେ ଜଗତପୁର ଗୋଲେଇରୁ ସହଜରେ ରୋଗୀଙ୍କ ଗାଡି ଆସି ବଡ ମେଡିକାଲରେ ପହଞ୍ଚି ପାରିବ।

କଙ୍ଗାରୁକୋର୍ଟ: ଯୁବକଙ୍କୁ ରାସ୍ତାରେ ଉଲଗ୍ନ କରି ବସ୍-‌ଉଠ୍‌ କରାଇଲେ

ବାରିପଦା: ପୁଣି ସାମ୍ନାକୁ ଆସିଲା କଙ୍ଗାରୁକୋର୍ଟର ନିର୍ଯାତନା । ଆଇନ କାନୁନକୁ ଫୁ’ କରି କଙ୍ଗାରୁକୋର୍ଟ ମାଧ୍ୟମରେ ଲୋକ ଦେଉଛନ୍ତି ଦଣ୍ଡ । ପୋଲିସ ଉପସ୍ଥିତିରେ ଆଇନକୁ ହାତକୁ ନେଇ ଜଣେ ଯୁବକ ଆଉ ଜଣଙ୍କୁ ଦେଉଛନ୍ତି ଦଣ୍ଡ । ଏଭଳି ଘଟଣା ସାମ୍ନାକୁ ଆସିଛି ଉଦଳା-ବାରିପଦା ମୁଖ୍ୟ ରାସ୍ତାରେ । ରାସ୍ତା ମଝିରେ ଜଣେ ଯୁବକଙ୍କୁ ଉଲଗ୍ନ କରି କାନଧରି ଉଠବସ୍‌ କରାଇଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି ।

ସୂଚନା ଅନୁସାରେ, ବାଣପୁର ଅଞ୍ଚଳର ଜଣେ ଯୁବକ ବାଲେଶ୍ୱରରେ କାମ କରୁଥିବା ବେଳେ ମଙ୍ଗଳବାର ଉଦଳା ଯାଇଥିଲେ । ସ୍ଥାନୀୟ ଜଣେ ଯୁବକ ସମ୍ପୃକ୍ତ ଯୁବକଙ୍କୁ ବିଚ୍ ରାସ୍ତାରେ କାନ ଧରି ବସ୍‌ଉଠ୍‌ କରାଇବା ସହ ଆଇନକୁ ହାତକୁ ନେଇ ଯୁବକଙ୍କୁ ଦେଇଥିଲେ ଦଣ୍ଡ । ସୋସିଆଲ ମିଡିଆରେ ଫଟୋ ଅପଲୋଡ ଓ ଡିଲିଟକୁ ନେଇ ହୋଇଥିବା ବିବାଦରୁ ଏପରି କାଣ୍ଡ ଘଟିଥିବା ସୂଚନା ମିଳିଛି ।

ସେପଟେ ଯୁବକଙ୍କୁ ସୁରକ୍ଷା ଦେବା ବଦଳରେ ଉଦଳା ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ପୁରା ଘଟଣାକୁ ଉପଭୋଗ କରିଥିଲା । ଏନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

ଅସୁସ୍ଥ ହେଲେଣି ୫୦% ଆନ୍ଦୋଳନରତ ଚାଷୀ, ଶୁଣୁନାହାନ୍ତି ସରକାର

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଚାଷୀ ଆନ୍ଦୋଳନକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଭିନ୍ନ ରାଜ୍ୟର କୃଷକମାନେ ଦିଲ୍ଲୀ ଦରବାରରେ ଖରା-ଶୀତ କାକର ଖାଇ ଆନ୍ଦୋଳନ କରୁଛନ୍ତି । କେବଳ ଦିଲ୍ଲୀ ନୁହେଁ ଦେଶର ପ୍ରାୟ ସବୁ ରାଜ୍ୟରେ ଏବେ ଚାଷୀ ରାଜରାସ୍ତାକୁ ଓହ୍ଲାଇବା ଆରମ୍ଭ କଲେଣି । କେନ୍ଦ୍ର ସରକାର ଚାଷୀଙ୍କ ଦାବି ପୁରଣ କରୁନଥିବାରୁ, ନୂଆ କୃଷି ଆଇନ ବିରୋଧରେ ସାରା ଦେଶରେ ଆନ୍ଦୋଳନ ତେଜିବାରେ ଲାଗିଛି ।

ଏହି କ୍ରମରେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେବେ ଦିଲ୍ଲୀରେ ଶୀତ କାକରରେ ୧୪ ଦିନ ହେଲା ରାସ୍ତାରେ ବସି ରହିଛନ୍ତି ଦେଶର ଅନ୍ନଦାତା । ଟିକରି ସୀମାର ହଜାର ହଜାର କୃଷକ ପ୍ରବଳ ଥଣ୍ଡା ସତ୍ତ୍ୱେ ଆନ୍ଦୋଳନ ଜାରି ରଖିଛନ୍ତି । ଏହାରି ଭିତରେ ଶୀତ ଓ କୋହଲା ପାଗ ଯୋଗୁଁ ଆନ୍ଦୋଳନରତ କୃଷକଙ୍କ ଶରୀର ଅସୁସ୍ଥ ହେବା ଆରମ୍ଭ ହେଲାଣି ।

Farmers

୫୦ ପ୍ରତିଶତରୁ ଅଧିକ କୃଷକ ଥଣ୍ଡା ଓ ଖାସ ଯୋଗୁଁ ନୟାନ୍ତ ହେଲେଣି । କୋହଲା ପାଗ ଯୋଗୁଁ ବହୁ ଆନ୍ଦୋଳନରତ ଚାଷୀଙ୍କ କାନ ବିନ୍ଧା ରୋଗ ବାହାରିଛି । ଘଟଣାସ୍ଥଳରେ ଏକ ମେଡିକାଲ ଟିମ୍‌ ପହଞ୍ଚି ଚାଷୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି । ଅସୁସ୍ଥ ଚାଷୀଙ୍କ ମଧ୍ୟରେ ଅଧିକାଂଶ ବୟସ୍କ ହୋଇଥିବାରୁ ପ୍ରଶାସନ ଚିନ୍ତାରେ ପଡିଛି । କରୋନା କାଳରେ କୃଷକଙ୍କୁ ଥଣ୍ଡା ଖାସ ଓ ଅସୁସ୍ଥତା ଚିନ୍ତାଜନକ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସେମାନଙ୍କୁ ମାଗଣାରେ ଆୟୁର୍ବେଦିକ ଔଷଧ ଦିଆଯାଉଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ଚାଷୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହଙ୍କ ଆଲୋଚନା ହୋଇଥିଲେ ମଧ୍ୟ ତାହା ସଫଳ ହୋଇପାରି ନାହିଁ । ଚାଷୀଙ୍କୁ ମନେଇପାରିଲେନି ଶାହ । କୃଷି ଆଇନ ରଦ୍ଦ କରିବାକୁ ନାରାଜ ଗୃହରାଷ୍ଟ୍ରମନ୍ତ୍ରୀ । ଆଜି ଆଉ ବସିବନି ଚାଷୀ ଓ ସରକାରଙ୍କ ମଧ୍ୟରେ ବୈଠକ । ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ଆଜି ଏକ ପ୍ରସ୍ତାବ ଦିଆଯିବ । ପ୍ରସ୍ତାବ ଉପରେ ଆଲୋଚନା ପରେ ସିଂଘୁ ବର୍ଡରରେ କିଷାନ ତୟାର କରିବେ ରଣନୀତି ।

ତେବେ ଶାହଙ୍କ ସହ ବୈଠକରେ ୧୩ରୁ ଅଧିକ ଚାଷୀ ସଂଗଠନର ନେତା ଯୋଗଦେଇଥିଲେ । ଶାହଙ୍କ ସହ ବିଳମ୍ବିତ ରାତି ଯାଏ ସେମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କକରିଥିଲେ । ହେଲେ ଶେଷରେ ବୈଠକରୁ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ଚାଷୀମାନେ ଆଇନ ରଦ୍ଦ କରିବାକୁ ଦାବି କରିବାରୁ ସରକାର ଚିନ୍ତାରେ ପଡିଛନ୍ତି ।

ସୁଧ ଉପରେ ସୁଧରେ ରିହାତି ଦେଲେ ଅଧିକ କ୍ଷତି ସହିବେ କେନ୍ଦ୍ର ସରକାର ତେଣୁ…

ନୂଆଦିଲ୍ଲୀ: ମୋରାଟୋରିୟମ ବା ସୁଧ ଉପରେ ସୁଧରେ ରିହାତି ଦେଲେ ଅଧିକ କ୍ଷତି ସହିବେ କେନ୍ଦ୍ର ସରକାର । କେନ୍ଦ୍ର ପକ୍ଷରୁ ସୁପ୍ରିମକୋର୍ଟରେ ରଖାଯାଇଥିବା ସତ୍ୟପାଠରେ ଏହା ଦର୍ଶାଯାଇଛି । ଯଦି କରୋନା କାଳରେ କୃଷିଋଣ ଉପରେ ବ୍ୟାଙ୍କ ଛାଡିଥିବା ଇଏମଆଇ ଉପରେ ସୁଧ ଛାଡ କରାଯାଏ ତେବେ କେନ୍ଦ୍ର ଉପରେ ୬ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ ।

ତେଣୁ ବ୍ୟାଙ୍କ ଏହା ଉପରେ ବିଚାର କରେ ତେବେ ମୋଟ ଆୟର ବଡ ଅଂଶ ହରାଇବ ବୋଲି କହିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ଅନ୍ତତଃ କୃଷି ଋଣ ଉପରେ ଚକ୍ରବୃଦ୍ଧି ସୁଧ ନେଇ ବିଚାର କରି ଜଣାଇବାକୁ ସୁପ୍ରିମକୋର୍ଟ ଜଣାଇଥିଲେ । ଏନେଇ ଆଜି ଜଷ୍ଟିସ ଅଶୋକଭୂଷଣ, ଜଷ୍ଟିସ ଆର ସୁବାସ ରେଡ୍ଡୀ ଓ ଜଷ୍ଟିସ୍ ଏମଆର ଶାହାଙ୍କ ଖଣ୍ଡ ପୀଠ ନିକଟରେ ସିଲିସିଟର ଜେନେରାଲ ତୁଷାର ମେହେଟ୍ଟା ସତ୍ୟପାଠ ଦାଖଲ କରିବା ସହ ଅବଗତ କରାଇଛନ୍ତି ।

ଏପରି କରିବାଦ୍ୱାରା ବ୍ୟାଙ୍କଗୁଡିକର ଅସ୍ତିତ୍ୱ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇପାରେ ବୋଲି ଜଣାଇଛନ୍ତି ସିଲିସିଟର ଜେନେରାଲ । ଏସବିଆଇ ପକ୍ଷରୁ କୁହାଯାଇଛି ଯେ, ମୋରାଟୋରିୟମ ସମୟ ୬ ମାସ ଅବଧି ମଧ୍ୟରେ ଋଣ ଗ୍ରହିତାଙ୍କ ସୁଧ ପାଖାପାଖି ୮୮ କୋଟି ୭୮ ଲକ୍ଷ ଟଙ୍କା । ଯଦି ଚକ୍ରବୃଦ୍ଧି ସୁଧ ଛାଡ଼ କରାଯାଏ ତେବେ ୭୫ କୋଟି ୧୫୭ ଲକ୍ଷ ଟଙ୍କା ଦେବାକୁ ପଡିବ ।

ସାଉଥ୍ ଅଭିନେତ୍ରୀ ଚିତ୍ରାଙ୍କ ଆତ୍ମହତ୍ୟା; ବିଳମ୍ବିତ ରାତି ଯାଏଁ କରିଥିଲେ ସୁଟିଂ

ହାଇଦ୍ରାବାଦ: ଲୋକପ୍ରିୟ ସାଉଥ୍ ଅଭିନେତ୍ରୀ ତଥା ଭିଜେ ଚିତ୍ରାଙ୍କର ବୁଧବାର ସକାଳେ ଏକ ହୋଟେଲ ରୁମରେ ମୃତଦେହ ମିଳିଛି ।

ପ୍ରାରମ୍ଭିକ ଅନୁସନ୍ଧାନରୁ ଏହା ଏକ ଆତ୍ମହତ୍ୟା ମାମଲା ବୋଲି କୁହାଯାଉଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।

କୁହାଯାଉଛି ଯେ ଭିଜେ ଚିତ୍ରା ଗତକାଲି ବିଳମ୍ବିତ ରାତି ଯାଏଁ ସୁଟିଂ କରିଥିଲେ । ସୁଟିଂ ପରେ ସେ ତାଙ୍କ ହୋଟେଲ ରୁମରେ ଚେକ୍ ଇନ୍ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ହୋଟେଲର ରିସେପ୍ସନିଷ୍ଟଙ୍କୁ ତାଙ୍କ ମୃତ୍ୟୁ ବିଷୟରେ ଖବର ମିଳିଥିଲା । ସେ ଏନେଇ ପୋଲିସକୁ ସୂଚନା ଦେଇଥିଲେ।

ଚିତ୍ରାଙ୍କ ପରିବାର ଚେନ୍ନାଇରେ ରହୁଥିବା ବେଳେ ଚଳିତ ଅଗଷ୍ଟ ମାସରେ ତାଙ୍କର ବ୍ୟବସାୟୀ ହେମନ୍ତ ରବିଙ୍କ ସହ ନିର୍ବନ୍ଧ ହୋଇଥିଲା । ଏଭଳି ପରିସ୍ଥିତିରେ ଚିତ୍ରାଙ୍କ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଚକିତ କରୁଛି । ଯଦିଓ ଏଯାଏଁ ତାଙ୍କ ପରିବାର ବର୍ଗଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ଦିଆଯାଇନାହିଁ ।

ତେବେ ଚିତ୍ରାଙ୍କ ବିୟୋଗରେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।

କଙ୍କଡ଼ା ବିଛା ପାଇଁ ଧନୀ ହେଲେ, ଗୋଟିଏ ଗ୍ରାମ ବିଷକୁ ବିକୁଥିଲେ ୭୦ଲକ୍ଷରେ

ଆଜିକାଲି ଅଜବ ଜିନିଷ କରି ଟଙ୍କା ରୋଜଗାର କରିବା ସାଧାରଣ କଥା ହୋଇଗଲାଣି । କେତେ ଜଣଙ୍କ କେତେ ସଉକ ମଧ୍ୟ ରହିଛି । କିନ୍ତୁ ଏସବୁ ମଧ୍ୟରେ କଙ୍କଡ଼ା ବିଛା ଧରିବା ସଉକ ବି ସାମିଲ ରହିଛି । ୨୫ ବର୍ଷ ବୟସ୍କ ମହମ୍ମଦ ହାମଦି ଜଣେ ଏହିପରି ଲୋକ ଯିଏ କି କଙ୍କଡ଼ା ବିଛା ଧରି ଜଣେ ଲକ୍ଷପତି ହୋଇ ପାରିଛନ୍ତି । ଇଜିପ୍ଟର ବାସିନ୍ଦା ମହମ୍ମଦ ହାମଦି କଙ୍କଡ଼ା ବିଛା ବିଷ ବିକ୍ରି କରନ୍ତି । ଆଉ ଏହି ଅଦ୍ଭୁତ ବ୍ୟବସାୟ ଦିନେ ତାଙ୍କୁ ଏତେ ଧନୀ ଏବଂ ସଫଳ କରିବ, ସେ ନିଜେ ମଧ୍ୟ ଭାବି ନଥିଲେ । ଗୋଟିଏ ଗ୍ରାମ ବିଷ ବଦଳରେ ସେ ପ୍ରାୟ ୭୩ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି ।

ବିଷ କେଉଁ କାମରେ ଆସିଥାଏ ?

ମିଶରର ମରୁଭୂମି ଏବଂ ତଟୀୟ ଅଞ୍ଚଳରେ ବିଚ୍ଛା ଧରିବାର ସଉକ କେତକଙ୍କ ଠାରେ ଦେଖା ଦେଇଥାଏ । ଏମମଧ୍ୟରେ କିଛି ସମୟ ପୂର୍ବରୁ ମହମ୍ମଦ ହାମଦି ନାମକ ଜଣେ ଯୁବକ ଆର୍କିଓଲୋଜି ପଢା ଅଧାରୁ ଛାଡ଼ିଦେଇଥିଲେ । ସେ ଏହି କଙ୍କଡ଼ା ବିଛାମାନଙ୍କ ଠାରୁ ବିଷ ବାହାର କରିଥାନ୍ତି ଏବଂ ଏହାର ବ୍ୟବହାର ଔଷଧ ପ୍ରସ୍ତୁତିରେ ହୋଇଥାଏ ।

ଏବେ ବଡ଼ କମ୍ପାନୀର ମାଲିକ

୨୫ବର୍ଷ ବୟସରେ ମହମ୍ମଦ ହାମଦି ‘କାୟରୋ ବେନୋମ କମ୍ପାନୀ’ ମାଲିକ ହୋଇପାରିଛନ୍ତି । ଏହା ଏମିତି ଏକ ପ୍ରୋଜେକ୍ଟ  ଯେଉଁଥିରେ ୮୦ହଜାର ଭିନ୍ନ ଭିନ୍ନ ପ୍ରଜାତୀର ବିଚ୍ଛା ଏବଂ ସାପ ରଖାଯାଇଥାଏ । ଆଉ ଏହି ସାପ ଓ ବିଚ୍ଛାମାନଙ୍କ ଠାରୁ ବିଷ ବାହାର କରାଯାଇ ଔଷଧ ପ୍ରସ୍ତୁତ କମ୍ପାନୀକୁ ବିକ୍ରି କରାଯାଇଥାଏ ।

କେମିତି ବିଷ ବାହର କରାଯାଇଥାଏ ?

ୟୁବି ଲାଇଟ (ଅଲ୍ଚ୍ରାବାୟୋଲେଟ ଲାଇଟ) ସାହାଯ୍ୟରେ ଧରା ଯାଇଥିବା କଙ୍କଡ଼ା ବିଛାଙ୍କ ଠାରୁ ବିଷ ବାହରକରିବାକୁ ହଲକା ଇଲେକଟ୍ରିକ ଝଟକା ଦିଆଯାଇ ଥାଏ । ବିଦ୍ୟୁତ୍ ଝଟକା ପାଇବା ମାତ୍ରେ ବିଛାମାନଙ୍କ ବିଷ ବାହାରକୁ ଆସିଯାଏ  ଏବଂ ଏହାକୁ ସଂଗ୍ରହ କରିଦିଆଯାଇଥାଏ ।

୧ଗ୍ରାମ ଜହର କେତେ ଟଙ୍କା ?

ସୂଚନା ଅନୁସରେ,କଙ୍କଡ଼ା ବିଛାମାନଙ୍କର ୧ଗ୍ରାମ ବିଷରୁ ପାଖାପାଖି ୨୦ହଜାରରୁ ୫୦ହଜାର ପର୍ଯ୍ୟନ୍ତ ବିଷରୋଧକ ଡୋଜ ତିଆରି କରାଯାଇଥାଏ । ଏହି ବିଷରୋଧକ ଔଷଧ ତିଆରି କରିବା ସମୟରେ ବିଷର ପିରମାଣରେ ବିଶେଷ ଧ୍ୟାନ ଦିଆଯାଇଥାଏ ।

କେଉଁଠାରେ ହୋଇଥାଏ ବିଷର ରପ୍ତାନି ?

ମହମ୍ମଦ ହାମଦି କଙ୍କଡ଼ା ବିଷକୁ ୟୁରୋପ ଏବଂ ଆମେରିକାରେ ରପ୍ତାନି କରାଯାଇଥାଏ । ସେଠାରେ ଏହି ବିଷକୁ ବ୍ୟବହାର କରି ଔଷଧ ପ୍ରସ୍ତୁତ ହୋଇଥାଏ । ଗୋଟିଏ ଗ୍ରାମ କଙ୍କଡ଼ା ବିଛାର ବିଷକୁ ବିକ୍ରି କରାଗଲା ୧୦ ହଜାର ଆମେରିକୀୟ ଡଲାର ଅର୍ଥାତ୍ ପ୍ରାୟ ୭୩ ଲକ୍ଷ ଟଙ୍କା ମିଳିଥାଏ ।

ବିଷରୋଧକ ଔଷଧ କାହିଁକି ମହଙ୍ଗା ?

ସୂଚନା ଅନୁସାରେ, ପ୍ରତିବର୍ଷ ଆମେରିକାର ପ୍ରାୟ ୮୦ ହଜାର ଲୋକଙ୍କୁ ବିଷାକ୍ତ ସାପ କିମ୍ବା କଙ୍କଡ଼ା ବିଛା କାମୁଡ଼ନ୍ତି। ଯେତେବେଳେ ଏହି ବିଷାକ୍ତ ଜୀବମାନେ କାମୁଡ଼ନ୍ତି, ଜଣେ ମଣିଷ ତୁରନ୍ତ ଚିକିତ୍ସା ଆବଶ୍ୟକ କରିଥାଏ । କିନ୍ତୁ ଦୁର୍ଭାଗ୍ୟବଶତଃ ବିଷରୋଧକ ଔଷଧ ବହୁତ କମ ସଂଖ୍ୟାରେ ମିଳିଥାଏ । ବୋଧହୁଏ ଏହି କାରଣରୁ ଏହି ଔଷଧର ମୂଲ୍ୟ ବହୁତ ଅଧିକ ହୋଇଥାଏ ।