ଉଦ୍ଧାର ହେଲେ ପିପିଲିର ଦୁଇ ନିଖୋଜ ନାବାଳକ

ଭୁବନେଶ୍ୱର: ଉଦ୍ଧାର ହେଲେ ପିପିଲିର ଦୁଇ ନାବାଳକ ଛାତ୍ର । ୪ଦିନ ପରେ ଆଜି ଉଦ୍ଧାର କରିଛି ପୋଲିସ । ସକାଳେ ଜଟଣୀ ଅଞ୍ଚଳର ଗୋହିରିଆ ଛକର ଏକ ହୋଟେଲରୁ ଉଦ୍ଧାର କରିଛି ପିପିଲି ପୋଲିସ । ଦୁଇ ନାବାଳକ ହେଲେ କମଳାସାଗର ପାଟଣା ଗ୍ରାମର ପବିତ୍ର ଦାସଙ୍କ ପୁଅ 14 ବର୍ଷୀୟ ନିରଞ୍ଜନ ଦାସ ଓ ଅନ୍ୟ ଜଣେ କେଦାର ବେହେରାଙ୍କ ପୁଅ ୧୩ ବର୍ଷୀୟ ସୂର୍ଯ୍ୟକାନ୍ତ ବେହେରା ।

ଉଭୟ ନାବାଳକ ଦଶମ ଓ ନବମ ଶ୍ରେଣୀରେ ପଢନ୍ତି । ୧୧ତାରିଖ ସକାଳ ୭.୩୦ରେ ଘରୁ ଗୋଟିଏ ସାଇକେଲରେ ସ୍କୁଲକୁ ବହି ଆଣିବା ପାଇଁ କହି ବାହାରିଯାଇଥିଲେ । ତା ପରଠୁ ସେମାନଙ୍କ ପତ୍ତା ପାଉନଥିଲେ ପରିବାର ଲୋକେ । ଉଭୟ ପରିବାର ଲୋକ ପିଲାମାନଙ୍କୁ ନପାଇବାରୁ ପିପିଲି ଥାନାରେ ଅଭିଯୋଗ କରିଥିଲେ ।ଏହାପରେ ପିପିଲି ଥାନାରେ ଏକ ନିଖୋଜ ମାମଲା ରୁଜୁ କରି ନିଖୋଜଙ୍କ ଅନୁସନ୍ଧାନ ଜାରି ରଖିଥିଲା ପିପିଲି ପୋଲିସ। ଶେଷରେ ହୋଟେଲରୁ ଉଦ୍ଧାର ହୋଇଛନ୍ତି ଉଭୟ ନାବାଳକ ।

Leave a Reply