କଳାହାଣ୍ଡିକୁ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଭେଟି, କହିଲେ କଳାହାଣ୍ଡି ବାଣ୍ଟୁଛି ପ୍ରଗତିର ବାର୍ତ୍ତା

1 min read

କଳାହାଣ୍ଡି: ମା’ ମାଣିକେଶ୍ୱରୀଙ୍କୁ ସ୍ମରଣ କଲେ । ରେଣ୍ଡୋ ମାଝିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ । କଳାହାଣ୍ଡିର ମଙ୍ଗଳପୁର ମଞ୍ଚରେ ଖୋଲିଛନ୍ତି ରାଜ୍ୟ ସରକାରଙ୍କ ସଫଳ ଯୋଜନା ଭର୍ତ୍ତି ପେଡି । ଅତୀତର କଳାହାଣ୍ଡି ଏବଂ ଆଜିର କଳାହାଣ୍ଡି ବିଷୟରେ ବଖାଣିଛନ୍ତି ଗୌରାବନୀତ କାହାଣୀ । ସମ୍ବୋଧନ ଦେବା ଅବସରରେ ନବୀନ କହିଛନ୍ତି, ଭୋକର ଭୂଗୋଳରେ ପରିଚିତ କଳାହାଣ୍ଡି ଆଜି ଭାତ ହାଣ୍ଡିରେ ପରିଣତ ହୋଇଛି ।

କଳାହାଣ୍ଡି ଗରିବୀର ଗାଥା ନୁହେଁ, ପ୍ରଗତିର ବାର୍ତ୍ତା ବାଣ୍ଟୁଛି । ବିକାଶର ମଡେଲ ସାଜିଛି । ଚାଷ ଓ ଚାଷୀର ପ୍ରୟୋଗଶାଳା ପାଲଟିଛି । କଳାହାଣ୍ଡିର ସାମଗ୍ରିକ ବିକାଶକୁ ଗୁରୁତ୍ବ ଓ ଏହି ଜୟଯାତ୍ରାରେ ସାମିଲ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି କଳାହାଣ୍ଡିରେ ମ୍ୟୁଜିୟମ ଏବଂ ପାର୍କ ନିର୍ମାଣ କରାଯିବା ନେଇ ମଞ୍ଚରୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମ୍ୟୁଜିୟମରେ ମା ମାଣିକେଶ୍ୱରୀଙ୍କ ମନ୍ଦିର ରହିବ ବୋଲି ସମ୍ବୋଧନ କରି କହିଛନ୍ତି ମୁଖ୍ୟମନ୍ତ୍ରୀ । ଶିଶୁ, ମାତୃ ମୃତ୍ୟୁହାର କମିଛି । ଶସ୍ୟ-ମତ୍ସ୍ୟ-ସ୍ୱାସ୍ଥ୍ୟରେ କଳାହାଣ୍ଡିର ଚିତ୍ର ବଦଳିଛି ବୋଲି ଉଲ୍ଲେଖ କରିଛନ୍ତି ।

ମକର ସଂକ୍ରାନ୍ତିରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତ କରି, ୨ହଜାର ୮୫ କୋଟିରୁ ଅଧିକ ଟଙ୍କାର ୧୦୬ଟି ପ୍ରକଳ୍ପ ପ୍ରଦାନ କରିଛନ୍ତି । ଉଠା ଜଳସଚେନ ପ୍ରକଳ୍ପ ଜରିଆରେ ଅପର ଇନ୍ଦ୍ରାବତୀ ମେଗା ଜଳ ସଚେନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ନବୀନ ।

Leave a Reply