ଚଳିତବର୍ଷ ଗଣତନ୍ତ୍ର ଦିବସରେ ସାମିଲ ହେବେନି ବିଦେଶୀ ଅତିଥୀ

1 min read

ନୂଆଦିଲ୍ଲୀ: ଚଳିତବର୍ଷ ଗଣତନ୍ତ୍ର ଦିବସରେ ସାମିଲ ହେବେନି ବିଦେଶୀ ଅତିଥୀ । କରୋନା କଟକଣା ଯୋଗୁଁ ଚଳିତବର୍ଷ ଜନରାଜ୍ୟ ଦିବସ ଅବସରରେ କୌଣସି ବିଦେଶୀ ଅତିଥି ସାମିଲ ହେବେ ନାହିଁ । ଏନେଇ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତବର୍ଷ ଗଣତନ୍ତ୍ର ଦିବସ ସମାରୋହରେ ବିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଭାରତ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । ଆମନ୍ତ୍ରଣଙ୍କୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ସ୍ୱୀକାର ବି କରିଥିଲେ ।

ତେବେ କରୋନାର ନୂଆ ଷ୍ଟ୍ରେନ୍ ମାମଲା ସାମ୍ନାକୁ ଆସିବା ପରେ ସେ ଭାରତ ଗସ୍ତକୁ ରଦ୍ଦ କରିଦେଇଛନ୍ତି । ଏନେଇ ସେ ଫୋନ୍ କରି ମୋଦିଙ୍କୁ ଜଣାଇଛନ୍ତି ବୋରିସ୍ ଜନସ । ବ୍ରିଟିଶ ପ୍ରଧାନମନ୍ତ୍ରୀ ମନା କରିବା ପରେ ୧୯୬୬ ପରେ ପ୍ରଥମ ଥର ପାଇଁ ଚଳିତ ବର୍ଷ କୌଣସି ବିଦେଶୀ ଅତିଥୀ ଜନରାଜ୍ୟ ଦିବସ ସମାରୋହରେ ସାମିଲ୍ ହେବେ ନାହିଁ ବୋଲି କୁହାଯାଇଛି ।

No Chief Guest On Republic Day This Year

ଚତୁର୍ଥ ଥର ପାଇଁ ଭାରତର ଗଣତନ୍ତ୍ର ଦିବସ ସମାରୋହରେ କେହି ମୁଖ୍ୟ ଅତିଥି ରହିବେ ନାହିଁ । ଏହା ପୂର୍ବରୁ ୧୯୫୨, ୧୯୫୩ ଓ ୧୯୬୬ରେ ଏମିତି ହୋଇଥିଲା । ଏପରିକି ଅନେକ ଥର ଗଣତନ୍ତ୍ର ଦିବସ ସମାରୋହରେ ଦୁଇ ଦୁଇ ଜଣ ଅତିଥି ସାମିଲ୍ ହୋଇଛନ୍ତି । ୧୯୫୬, ୧୯୬୮ ଓ ୧୯୭୪ରେ ଦୁଇ ଦୁଇ ଜଣ ମୁଖ୍ୟ ଅତିଥି ଯୋଗ ଦେଇଥିଲେ । ୨୦୧୮ ମସିହାରେ ଏସିଆ ମହାଦେଶର ୧୦ ଦେଶର ପ୍ରମୁଖ ଅତିଥି ରୂପେ ସାମିଲ୍ ହୋଇଥିଲେ ।

Leave a Reply